Posted inଖେଳ

୫୮ବର୍ଷୀୟ ଜିତିଲେ ପଦକ

ଟୋକିଓ, ୨୭ା୭ (ପି.ଟି.)-କୁଏଟ୍‌ର ଅବଦୁଲ୍ଲା ଅଲ୍‌-ରଶିଦିଙ୍କ କ୍ଷେତ୍ରରେ ବୟସ ବାଧକ ହୋଇପାରି ନାହିଁ। ୫୮ ବର୍ଷ ବୟସରେ ଟୋକିଓ ଅଲିମ୍ପିକ୍ସ ଶୁଟିଂ ପୁରୁଷ ସ୍କିଟ୍‌ ଇଭେଣ୍ଟରେ ସେ ବ୍ରୋଞ୍ଜ ପଦକ ହାସଲ କରିଛନ୍ତି। କୌତୂହଳର ବିଷୟ ଯେ, ୭ ଥର ଅଲିମ୍ପିଆନ ପ୍ରତିଯୋଗିତାରେ ଆର୍ସେନାଲ ଏଫ୍‌ସି ଶର୍ଟ ପରିଧାନ କରିଥିଲେ। ସେ କହିଛନ୍ତି, ୫୮ ବର୍ଷ ବୟସରେ ଶୁଟିଂରେ ସବୁଠାରୁ ବୟସ୍କ ଶୁଟର ଭାବେ ବ୍ରୋଞ୍ଜ ପଦକ ଜିତିପାରିଥିବାରୁ ଗୌରବାନ୍ବିତ ମନେ କରୁଛି। ଏହା ସ୍ବର୍ଣ୍ଣଠାରୁ ମଧ୍ୟ ଅଧିକ ମୂଲ୍ୟବାନ। ତେଣୁ ଏଥିରେ ସେ ବହୁତ ଖୁସି ଅଛନ୍ତି। ଅବଦୁଲ୍ଲା ପ୍ୟାରିସରେ ହେବାକୁ ଥିବା ୨୦୨୪ ଅଲିମ୍ପିକ୍ସରେ ଭାଗ ନେବାଲାଗି ଅଭିଳାଷ ରଖିଛନ୍ତି। ସେତେବେଳେ ତାଙ୍କୁ ୬୧ ବର୍ଷ ବୟସ ହୋଇଯାଇଥିବ। ଅଲିମ୍ପିକ୍ସର ଏହି ସଂସ୍କରଣରେ ସେ ସ୍ବର୍ଣ୍ଣ ଜିତିବା ଲକ୍ଷ୍ୟ ରଖିଛନ୍ତି। ଅବଦୁଲ୍ଲା ୧୯୯୬ରେ ଆଟ୍‌ଲାଣ୍ଟାରେ ତାଙ୍କ ଅଲିମ୍ପିକ ଯାତ୍ରା ଆରମ୍ଭ କରିଥିଲେ। ଟୋକିଓରେ ୬ଜଣଙ୍କୁ ନେଇ ଅନୁଷ୍ଠିତ ଫାଇନାଲରେ ସେ ୪୬ ଶଟ୍‌ ସହ ବ୍ରୋଞ୍ଜ ବିଜୟୀ ହୋଇଥିଲେ। ଅଲିମ୍ପିକ୍ସରେ ଏହା ହେଉଛି ତାଙ୍କର ଦ୍ୱିତୀୟ ପଦକ। ଏହା ପୂର୍ବରୁ ୫ବର୍ଷ ପୂର୍ବେ ୨୦୧୬ ରିଓ ଗେମ୍ସରେ ସେ ଜଣେ ସ୍ବାଧୀନ ଆଥଲେଟ୍‌ ଭାବେ ଏକ ବ୍ରୋଞ୍ଜ ପଦକ ଜିତିଥିଲେ। ସେତେବେଳେ ମଧ୍ୟ ସେ ଜଣାଶୁଣା ଇଂଲିଶ ଫୁଟ୍‌ବଲ କ୍ଲବ ଆର୍ସେନାଲ ଏଫ୍‌ସିର ଜର୍ସି ପରିଧାନ କରି ପ୍ରତିଯୋଗିତାରେ ଭାଗ ନେଇଥିଲେ। କାରଣ ଅନ୍ତର୍ଜାତୀୟ ଅଲିମ୍ପିକ କମିଟି (ଆଇଓସି) ଦ୍ୱାରା ବାସନ୍ଦ ହୋଇଥିବାରୁ କୁଏଟ୍‌ ଏହି ମେଗା ଇଭେଣ୍ଟରେ ଅଂଶଗ୍ରହଣରୁ ବଞ୍ଚତ୍ତ ହୋଇଥିଲା। ପୁରସ୍କାର ବିତରଣ ଉତ୍ସବରେ ଖୁସି ଜାହିର କରିବା ପରିବର୍ତ୍ତେ ମୋ ମୁଣ୍ଡ ତଳକୁ ହୋଇଯାଇଥିଲା। ଅଲିମ୍ପିକ ପତାକା ଦେଖିବାଲାଗି ମୋର ଆଦୌ ଆଗ୍ରହ ନ ଥିଲା। ମୋ ଦେଶ କୁଏଟ୍‌ର ପତାକା ଦେଖିବାକୁ ଚାହୁଁଥିଲି। ଅବଦୁଲ୍ଲାଙ୍କ ପୁଅ ତଲାଲ ମଧ୍ୟ ଜଣେ ଶୁଟର। ଉଭୟ ଟୋକିଓ ଗେମ୍ସ ଆସିଛନ୍ତି। ବାପ ଓ ପୁଅଙ୍କ ଏହା ଦ୍ୱିତୀୟ ଅଲିମ୍ପିକ୍ସ। ତଲାଲ ଜଣେ ଟ୍ରାପ୍‌ ଶୁଟର।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ରୋମାଞ୍ଚକ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସର ସଂଘର୍ଷପୂର୍ଣ୍ଣ ବିଜୟ

ନୂଆଦିଲ୍ଲୀ, ୨୪।୪: ଇଣ୍ଡିଆନ ପ୍ରିମିୟର ଲିଗ୍‌ର ବୁଧବାର ଏଠାରେ ଅନୁଷ୍ଠିତ ଏକ ରୋମାଞ୍ଚକ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସ ୪ ରନରେ ସଂଘର୍ଷପୂର୍ଣ୍ଣ ବିଜୟ ହାସଲ କରିଛି।...

ରକ୍ତ ବଦଳରେ ରକ୍ତ…ପାକିସ୍ତାନ କ୍ରିକେଟ ବୋର୍ଡକୁ ଏହି ଧମକପୂର୍ଣ୍ଣ ଚିଠି ମିଳିବା ପରେ ବୋହିଗଲା ଝାଳ

ଇସଲାମାବାଦ,୨୪।୪: ଲାହୋରରେ ପାକିସ୍ତାନ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ହୋଇଥିବା ମ୍ୟାଚକୁ ନେଇ ଆତଙ୍କର ଛାୟା ଆସୁଛି। ଆତଙ୍କବାଦୀ ସଂଗଠନ ଇସଲାମିକ ଷ୍ଟେଟ ଆଗାମୀ କ୍ରିକେଟ ମ୍ୟାଚ...

କ୍ୟାମେରାମ୍ୟାନଙ୍କ ନଖରାମିକୁ ବରଦାସ୍ତ କରିପାରିଲେନି ଧୋନି

ନୂଆଦିଲ୍ଲୀ,୨୪।୪: ଆଇପିଏଲ ୨୦୨୪ ର ୩୯ତମ ମ୍ୟାଚରେ ଲକ୍ଷ୍ନୌ ଏକ ଚମତ୍କାର ଖେଳ ପ୍ରଦର୍ଶନ କରି ଗୁରୁତ୍ୱପୂର୍ଣ୍ଣ ମ୍ୟାଚ (ସିଏସକେ ବନାମ ଏଳଏସଜି ଆଇପିଏଲ ୨୦୨୪)...

ଚାମ୍ପିଅନ୍ସ ଟ୍ରଫି ଖେଳିବାକୁ ପାକିସ୍ତାନ ଯିବ ନାହିଁ ଭାରତ!

ନୂଆଦିଲ୍ଲୀ,୨୪।୪:ଭାରତ ଏବଂ ପାକିସ୍ତାନ ମଧ୍ୟରେ ଶେଷ ମୁକାବିଲା ୨୦୨୩ରେ ଖେଳାଯାଇଥିବା ଦିନିକିଆ ବିଶ୍ୱକପରେ ହୋଇଥିଲା, ଯାହା ଭାରତ ଦ୍ୱାରା ଆୟୋଜିତ ହୋଇଥିଲା। ବର୍ତ୍ତମାନ ଉଭୟଙ୍କ ପରବର୍ତ୍ତୀ...

ସଚିନ ତେନ୍ଦୁଲକରଙ୍କ ଏହି ୫ ମହାରେକର୍ଡ ଭାଙ୍ଗିବା ପ୍ରାୟ ଅସମ୍ଭବ

ସଚିନ ତେନ୍ଦୁଲକର ଆଜି ୫୧ତମ ଜନ୍ମଦିନ ପାଳନ କରୁଛନ୍ତି। ଭାରତୀୟ କ୍ରିକେଟ ଦଳର ପୂର୍ବତନ କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ ସଚିନ କ୍ୟାରିୟରରେ ଅନେକ ରେକର୍ଡ ସୃଷ୍ଟି କରିଥିଲେ।...

୫୧ ବର୍ଷରେ ପଦାର୍ପଣ କଲେ କ୍ରିକେଟର ଭଗବାନ

ନୂଆଦିଲ୍ଲୀ,୨୪।୪: ଭାରତୀୟ କ୍ରିକେଟର ଭଗବାନ କୁହାଯାଉଥିବା ସଚିନ ତେନ୍ଦୁଲକର ଆଜି ୫୧ ବର୍ଷରେ ପଦାର୍ପଣ କରିଛନ୍ତି। କ୍ରୀଡା ଏବଂ ସିନେମାର ଅନେକ ସେଲିବ୍ରିଟି ତାଙ୍କୁ ସୋସିଆଲ...

ପଏଣ୍ଟ ଟେବୁଲରେ ବଡ଼ ପରିବର୍ତ୍ତନ: ଚଳିତ ଆଇପିଏଲରେ ପ୍ରଥମ ଥର ଟପ୍‌-୪ରୁ ବାଦ୍‌ ପଡ଼ିଲା ସିଏସକେ

ନୂଆଦିଲ୍ଲୀ,୨୪।୪: ଆଇପିଏଲ ୨୦୨୪ର ୩୯ତମ ମ୍ୟାଚ ଚେନ୍ନାଇ ସୁପର କିଙ୍ଗ୍‌ସ ଏବଂ ଲକ୍ଷ୍ନୌ ସୁପର ଜିଆଣ୍ଟସ ମଧ୍ୟରେ ଖେଳାଯାଇଛି। ଏହି ମ୍ୟାଚରେ ଲକ୍ଷ୍ନୌ ଚେନ୍ନାଇକୁ ପରାସ୍ତ...

ଭାରତୀୟ ଦଳରେ ୫ ଓଡ଼ିଆ

ଭୁବନେଶ୍ୱର, ୨୪ା୪ (ବିଜୟ ରଣା): ବୁଧବାରଠାରୁ ଏପ୍ରିଲ ୨୮ ପର୍ଯ୍ୟନ୍ତ ଥାଇଲାଣ୍ଡ ରେ ହେବାକୁ ଥିବା ଏସିଆନ୍‌ ହୁଇଲ ଚେୟାର ଫେନ୍‌ସିଂ ଚାମ୍ପିୟନଶିପ୍‌ ଲାଗି ମନୋନୀତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri