ଏପ୍ରିଲ ସୁଦ୍ଧା ପୂର୍ଣ୍ଣାଙ୍ଗ ହେବ ୫୫ନଂ. ଏନ୍‌ଏଚ୍‌

ଢେଙ୍କାନାଳ ଅଫିସ, ୨୯ ।୪ ଢେଙ୍କାନାଳ ଜିଲାର ଜୀବନରେଖା କୁହାଯାଉଥିବା ୫୫ନଂ. ଜାତୀୟ ରାଜପଥ ସମ୍ପ୍ରସାରଣ କାର୍ଯ୍ୟ ଆସନ୍ତା ବର୍ଷ ଏପ୍ରିଲ୍‌ ସୁଦ୍ଧା ଶେଷ ହେବ। ପ୍ରଥମ ପର୍ଯ୍ୟାୟରେ କଟକରୁ ଢେଙ୍କାନାଳ ଯାଏ ୨ଲେନ୍‌ ବିଶିଷ୍ଟ ରାସ୍ତା କାମକୁ ଜୁନ୍‌ ସୁଦ୍ଧା ସମ୍ପୂର୍ଣ୍ଣ କରିବାକୁ ଲକ୍ଷ୍ୟ ରଖାଯାଇଛି। କଟକରୁ ଢେଙ୍କାନାଳ ଦେଇ ଅନୁଗୋଳକୁ ସଂଯୋଗ କରୁଥିବା ୪ ଲେନ୍‌ କାର୍ଯ୍ୟ ୨୦୨୩ ଏପ୍ରିଲ ଶେଷ ସୁଦ୍ଧା କରାଯିବ ବୋଲି ଜାତୀୟ ରାଜପଥ ପ୍ରାଧିକରଣ (ଏନ୍‌ଏଚ୍‌ଏଆଇ)ର ପ୍ରକଳ୍ପ ନିର୍ଦ୍ଦେଶକ ଏ.ଏସ୍‌. ରାଓ ପ୍ରତିଶ୍ରୁତି ଦେଇଛନ୍ତି।
ଏନ୍‌ଏଚ୍‌ଏଆଇ କର୍ତ୍ତୃପକ୍ଷଙ୍କ ଅବହେଳା ଯୋଗୁ ୫୫ନଂ. ଜାତୀୟ ରାଜପଥ ମରଣଯନ୍ତା ପାଲଟିଛି। ଏହାର ସମ୍ପ୍ରସାରଣ କାର୍ଯ୍ୟ ପୂର୍ଣ୍ଣାଙ୍ଗ ରୂପ ନେଇପାରୁନାହିଁ। ଏହାକୁ ନେଇ ଜନଅସନ୍ତୋଷ ଚରମ ସୀମାରେ ପହଞ୍ଚତ୍ଥିବାବେଳେ ଗୁରୁବାର ଜିଲା କାର୍ଯ୍ୟାଳୟରେ ଜିଲା ଓକିଲ ସଂଘ, ଜିଲା ବଣିକ ସଂଘ, ଜିଲା ସାମ୍ବାଦିକ ସଂଘ, ଏନ୍‌ଏଚ୍‌ଏଆଇ, ପୋଲିସ ପ୍ରଶାସନ ଏବଂ ଜିଲା ପ୍ରଶାସନିକ ଅଧିକାରୀଙ୍କ ଉପସ୍ଥିତିରେ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଜିଲାପାଳ ସରୋଜ କୁମାର ସେଠୀ ଅଧ୍ୟକ୍ଷତା କରିଥିଲେ। ରାସ୍ତା ସମ୍ପ୍ରସାରଣ କାର୍ଯ୍ୟର ଅଗ୍ରଗତି ସମ୍ପର୍କରେ ପ୍ରତି ସପ୍ତାହରେ ରିପୋର୍ଟ ଦେବାକୁ ଜିଲାପାଳ ଏନ୍‌ଏଚ୍‌ଏଆଇ ପ୍ରକଳ୍ପ ନିର୍ଦ୍ଦେଶକଙ୍କୁ କହିଛନ୍ତି। ରାସ୍ତା କାମ ଅନୁଧ୍ୟାନ କରିବାକୁ ଜିଲା ଓକିଲ ସଂଘ, ବାଣିଜ୍ୟ ସଂଘ, ସାମ୍ବାଦିକ ସଂଘର କର୍ମକର୍ତ୍ତା ଏବଂ ବରିଷ୍ଠ ଅଧିକାରୀଙ୍କୁ ନେଇ ଏକ କୋର୍‌ କମିଟି ଗଠନ କରାଯିବାକୁ ନିଷ୍ପତ୍ତି ହୋଇଛି।
ଶୋଚନୀୟ ହୋଇପଡ଼ିଥିବା ୫୫ନଂ. ଜାତୀୟ ରାଜପଥରେ ଦୈନିକ ଦୁର୍ଘଟଣା ଘଟି ଧନଜୀବନ ହାନି ହେଉଛି। ଢେଙ୍କାନାଳ ଜିଲାବାସୀ ଅକଥନୀୟ ଦୁର୍ଦ୍ଦଶା ଭୋଗୁଛନ୍ତି। ଏ ଦିଗରେ ତୁରନ୍ତ ପଦକ୍ଷେପ ନେଇ କାର୍ଯ୍ୟ ତ୍ୱରାନ୍ବିତ କରିବାକୁ ଜିଲା ଓକିଲ ସଂଘ ସଭାପତି ସଞ୍ଜୟ ମିଶ୍ର, ସମ୍ପାଦକ ଟଙ୍କଧର ବେହେରା, ପୂର୍ବତନ ସଭାପତି ଶିବସାଇ ମହାପାତ୍ର, ନବକିଶୋର ଗୁରୁ, ପୂର୍ବତନ ସମ୍ପାଦକ ଗୋପାଳ ପାତ୍ର, ଜିଲା ବାଣିଜ୍ୟ ସଂଘ ସଭାପତି ରାଜେନ୍ଦ୍ର ଦାସ, କାର୍ଯ୍ୟକାରୀ ସଭାପତି ବିନୋଦ ଅଗ୍ରଓ୍ବାଲ, ସମ୍ପାଦକ ଦେବବ୍ରତ ଭଟ୍ଟ, ଜିଲା ସାମ୍ବାଦିକ ସଂଘ ସଭାପତି ପ୍ରସନ୍ନ ପଟ୍ଟନାୟକ, ସମ୍ପାଦକ ସତ୍ୟସ୍ବରୂପ ଦାସ ପ୍ରମୁଖ ଜିଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ।
ବୈଠକରେ ଏସ୍‌ପି ଲୋଗାନୟାଗୀ ଦିବ୍ୟା ଭି, ଅତିରିକ୍ତ ଜିଲାପାଳ ଶଶାଙ୍କ ଶେଖର ଦାସ, ଆଇଏଏସ୍‌ ପ୍ରୋବେଶନର ବିଭୂତି ଭୂଷଣ ନାୟକ, ଅତିରିକ୍ତ ଏସ୍‌ପି ପୁରୁଷୋତ୍ତମ ସେଠୀ, ସଦର ଏସ୍‌ଡିପିଓ ବିକାଶ ବେଉରା ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ନିଆରା ଢଙ୍ଗରେ ପାଳନ ହେବ ଆଗାମୀ ଗୁରୁ ଦିବସ: ଅବସରପ୍ରାପ୍ତ ଶିକ୍ଷକଙ୍କୁ ମିଳିବ ବିଶେଷ ସମ୍ମାନ, DEOଙ୍କୁ ଚିଠି…

ଭୁବନେଶ୍ୱର,୩।୯: ରାଜ୍ୟର ସମସ୍ତ ବିଦ୍ୟାଳୟରେ ଆଗାମୀ ‘ଗୁରୁ ଦିବସ-୨୦୨୬’ ଆଡ଼ମ୍ବର ସହକାରେ ପାଳନ କରାଯିବ। ଏଥିପାଇଁ ବିଦ୍ୟାଳୟ ଓ ଗଣଶିକ୍ଷା ସଚିବ ସମସ୍ତ ଜିଲା ଶିକ୍ଷା ଅଧିକାରୀ…

ଆସନ୍ତାକାଲି ମିଳିବ ସିଏମ୍‌-କିଷାନ ଟଙ୍କା: ଉପକୃତ ହେବେ  ୪୧ ଲକ୍ଷରୁ ଊର୍ଦ୍ଧ୍ୱ କୃଷକ ପରିବାର

ଭୁବନେଶ୍ୱର,୩।୯: ରାଜ୍ୟର ଚାଷୀଙ୍କ ପାଇଁ ଖୁସି ଖବର। ଆସନ୍ତାକାଲି ଅର୍ଥାତ ଶୁକ୍ରବାର ରାଜ୍ୟ ସରକାରଙ୍କ ପକ୍ଷରୁ ବହୁପ୍ରତୀକ୍ଷିତ ’ସିଏମ-କିଷାନ’ (CM-KISAN) ଯୋଜନାର ପଞ୍ଚମ କିସ୍ତି ଟଙ୍କା ପ୍ରଦାନ…

ସରପଞ୍ଚଙ୍କୁ ହତ୍ୟା ଉଦ୍ୟମ ଘଟଣା: ଅଭିଯୁକ୍ତ ଗଲେ ଜେଲ୍‌

ଦିଗପହଣ୍ଡି,୩ା୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବୋମକେଇ ପଞ୍ଚାୟତ ସରପଞ୍ଚ ତପନ କୁମାର ପ୍ରଧାନଙ୍କୁ ହତ୍ୟା ଉଦ୍ୟମ ଘଟଣାରେ ଅଭିଯୁକ୍ତଙ୍କୁ କେ.ନୂଆଗାଁ ଥାନା ପୋଲିସ…

ଶୋଇଥିବାବେଳେ ମହିଳାଙ୍କୁ ଚୋଟ ମାରିଲା ସାପ, ଚାଲିଗଲା ଜୀବନ

କୂଆଁରମୁଣ୍ଡା,୩ା୯(ମହେନ୍ଦ୍ର କୁମାର ସାହୁ): ବିଷାକ୍ତ ସାପ କାମୁଡ଼ିବା ପରେ ପ୍ରଥମେ ଝଡ଼ା ଫୁଙ୍କା ଓ ପରେ ନକଲି ଡାକ୍ତରଙ୍କ ନିକଟକୁ ଯାଇ ପରିସ୍ଥିତି ସଙ୍କଟାପନ୍ନ ହେବାରୁ ଶେଷରେ…

ବହୁ ଚର୍ଚ୍ଚିତ ACF ସୌମ୍ୟ ରଞ୍ଜନ ମୃତ୍ୟୁ ମାମଲା, ପତ୍ନୀଙ୍କ ଆବେଦନର ଶୁଣାଣି ଶେଷ କଲେ ହାଇକୋର୍ଟ

କଟକ,୩ା୯(ପ୍ରଭୁକଲ୍ୟାଣ ପାଲ୍): ବହୁଚର୍ଚ୍ଚିତ ଏସିଏଫ୍‌ ସୌମ୍ୟରଞ୍ଜନ ମହାପାତ୍ରଙ୍କ ସନ୍ଦେହଜନକ ମୃତ୍ୟୁ ମାମଲାକୁ ନେଇ ପତ୍ନୀ ବିଦ୍ୟାଭାରତୀ ପଣ୍ଡାଙ୍କ ଆବେଦନ ଉପରେ ଆଜି ଶୁଣାଣି ଶେଷ ହୋଇଛି ।…

ଢେଙ୍କାନାଳର ପୂର୍ବତନ ଜିଲାପାଳ ଦୋଷୀ ସାବ୍ୟସ୍ତ, ବର୍ଷେ ଜେଲ୍‌ ଦଣ୍ଡ ସହ ସମ୍ପୂର୍ଣ୍ଣ ସରକାରୀ ପେନ୍‌ସନ୍‌କୁ…

ଢେଙ୍କାନାଳ,୩ା୯(ରତନ ନାୟାର): ସରକାରୀ ପଦବୀର ଅପବ୍ୟବହାର, ଅନିୟମିତତା ଓ ଠିକାଦାରଙ୍କୁ ଅହେତୁକ ଅନୁକମ୍ପା ଦେଖାଇବା ମାମଲାରେ ଢେଙ୍କାନାଳର ପୂର୍ବତନ ଜିଲାପାଳ ନିତ୍ୟାନନ୍ଦ ମହାନ୍ତି ଦୋଷୀ ସାବ୍ୟସ୍ତ ହୋଇଛନ୍ତି।…

ଦେଢ଼ଲକ୍ଷରୁ ଅଧିକ ଟଙ୍କାର ବ୍ରାଉନସୁଗାର ଜବତ, ଜଣଙ୍କୁ ଗିରଫ କରି…

ସମ୍ବଲପୁର,୩ା୯(ପ୍ରମୋଦ): ଧନୁପାଲି ଥାନା ଅନ୍ତର୍ଗତ ସୁନାପାଲି ଛକ ନିକଟରେ ଅବକାରୀ ବିଭାଗ ପକ୍ଷରୁ ଏକ ବଡ଼ ଧରଣର ଚଢ଼ାଉ କରାଯାଇ ପ୍ରାୟ ୧୨ ଗ୍ରାମ ବ୍ରାଉନସୁଗାର ଜବତ…

ଜଙ୍ଗଲରୁ ରକ୍ତାକ୍ତ ମୃତଦେହ ଉଦ୍ଧାର, ବୁଧବାର ସନ୍ଧ୍ୟାରୁ ଥିଲେ ନିଖୋଜ

ଗୁଣପୁର,୩ା୯(ସୁଜାତା ପାଢ଼ୀ): ଜଙ୍ଗଲରୁ ମିଳିଲା ଯୁବକଙ୍କ ରକ୍ତାକ୍ତ ମୃତଦେହ । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ରାୟଗଡା ଜିଲା ଗୁଣପୁର ବ୍ଲକ୍ ଗଠଳପଦର ପଞ୍ଚାୟତ କାକିତାରା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri