ଏପ୍ରିଲ ସୁଦ୍ଧା ପୂର୍ଣ୍ଣାଙ୍ଗ ହେବ ୫୫ନଂ. ଏନ୍‌ଏଚ୍‌

ଢେଙ୍କାନାଳ ଅଫିସ, ୨୯ ।୪ ଢେଙ୍କାନାଳ ଜିଲାର ଜୀବନରେଖା କୁହାଯାଉଥିବା ୫୫ନଂ. ଜାତୀୟ ରାଜପଥ ସମ୍ପ୍ରସାରଣ କାର୍ଯ୍ୟ ଆସନ୍ତା ବର୍ଷ ଏପ୍ରିଲ୍‌ ସୁଦ୍ଧା ଶେଷ ହେବ। ପ୍ରଥମ ପର୍ଯ୍ୟାୟରେ କଟକରୁ ଢେଙ୍କାନାଳ ଯାଏ ୨ଲେନ୍‌ ବିଶିଷ୍ଟ ରାସ୍ତା କାମକୁ ଜୁନ୍‌ ସୁଦ୍ଧା ସମ୍ପୂର୍ଣ୍ଣ କରିବାକୁ ଲକ୍ଷ୍ୟ ରଖାଯାଇଛି। କଟକରୁ ଢେଙ୍କାନାଳ ଦେଇ ଅନୁଗୋଳକୁ ସଂଯୋଗ କରୁଥିବା ୪ ଲେନ୍‌ କାର୍ଯ୍ୟ ୨୦୨୩ ଏପ୍ରିଲ ଶେଷ ସୁଦ୍ଧା କରାଯିବ ବୋଲି ଜାତୀୟ ରାଜପଥ ପ୍ରାଧିକରଣ (ଏନ୍‌ଏଚ୍‌ଏଆଇ)ର ପ୍ରକଳ୍ପ ନିର୍ଦ୍ଦେଶକ ଏ.ଏସ୍‌. ରାଓ ପ୍ରତିଶ୍ରୁତି ଦେଇଛନ୍ତି।
ଏନ୍‌ଏଚ୍‌ଏଆଇ କର୍ତ୍ତୃପକ୍ଷଙ୍କ ଅବହେଳା ଯୋଗୁ ୫୫ନଂ. ଜାତୀୟ ରାଜପଥ ମରଣଯନ୍ତା ପାଲଟିଛି। ଏହାର ସମ୍ପ୍ରସାରଣ କାର୍ଯ୍ୟ ପୂର୍ଣ୍ଣାଙ୍ଗ ରୂପ ନେଇପାରୁନାହିଁ। ଏହାକୁ ନେଇ ଜନଅସନ୍ତୋଷ ଚରମ ସୀମାରେ ପହଞ୍ଚତ୍ଥିବାବେଳେ ଗୁରୁବାର ଜିଲା କାର୍ଯ୍ୟାଳୟରେ ଜିଲା ଓକିଲ ସଂଘ, ଜିଲା ବଣିକ ସଂଘ, ଜିଲା ସାମ୍ବାଦିକ ସଂଘ, ଏନ୍‌ଏଚ୍‌ଏଆଇ, ପୋଲିସ ପ୍ରଶାସନ ଏବଂ ଜିଲା ପ୍ରଶାସନିକ ଅଧିକାରୀଙ୍କ ଉପସ୍ଥିତିରେ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଜିଲାପାଳ ସରୋଜ କୁମାର ସେଠୀ ଅଧ୍ୟକ୍ଷତା କରିଥିଲେ। ରାସ୍ତା ସମ୍ପ୍ରସାରଣ କାର୍ଯ୍ୟର ଅଗ୍ରଗତି ସମ୍ପର୍କରେ ପ୍ରତି ସପ୍ତାହରେ ରିପୋର୍ଟ ଦେବାକୁ ଜିଲାପାଳ ଏନ୍‌ଏଚ୍‌ଏଆଇ ପ୍ରକଳ୍ପ ନିର୍ଦ୍ଦେଶକଙ୍କୁ କହିଛନ୍ତି। ରାସ୍ତା କାମ ଅନୁଧ୍ୟାନ କରିବାକୁ ଜିଲା ଓକିଲ ସଂଘ, ବାଣିଜ୍ୟ ସଂଘ, ସାମ୍ବାଦିକ ସଂଘର କର୍ମକର୍ତ୍ତା ଏବଂ ବରିଷ୍ଠ ଅଧିକାରୀଙ୍କୁ ନେଇ ଏକ କୋର୍‌ କମିଟି ଗଠନ କରାଯିବାକୁ ନିଷ୍ପତ୍ତି ହୋଇଛି।
ଶୋଚନୀୟ ହୋଇପଡ଼ିଥିବା ୫୫ନଂ. ଜାତୀୟ ରାଜପଥରେ ଦୈନିକ ଦୁର୍ଘଟଣା ଘଟି ଧନଜୀବନ ହାନି ହେଉଛି। ଢେଙ୍କାନାଳ ଜିଲାବାସୀ ଅକଥନୀୟ ଦୁର୍ଦ୍ଦଶା ଭୋଗୁଛନ୍ତି। ଏ ଦିଗରେ ତୁରନ୍ତ ପଦକ୍ଷେପ ନେଇ କାର୍ଯ୍ୟ ତ୍ୱରାନ୍ବିତ କରିବାକୁ ଜିଲା ଓକିଲ ସଂଘ ସଭାପତି ସଞ୍ଜୟ ମିଶ୍ର, ସମ୍ପାଦକ ଟଙ୍କଧର ବେହେରା, ପୂର୍ବତନ ସଭାପତି ଶିବସାଇ ମହାପାତ୍ର, ନବକିଶୋର ଗୁରୁ, ପୂର୍ବତନ ସମ୍ପାଦକ ଗୋପାଳ ପାତ୍ର, ଜିଲା ବାଣିଜ୍ୟ ସଂଘ ସଭାପତି ରାଜେନ୍ଦ୍ର ଦାସ, କାର୍ଯ୍ୟକାରୀ ସଭାପତି ବିନୋଦ ଅଗ୍ରଓ୍ବାଲ, ସମ୍ପାଦକ ଦେବବ୍ରତ ଭଟ୍ଟ, ଜିଲା ସାମ୍ବାଦିକ ସଂଘ ସଭାପତି ପ୍ରସନ୍ନ ପଟ୍ଟନାୟକ, ସମ୍ପାଦକ ସତ୍ୟସ୍ବରୂପ ଦାସ ପ୍ରମୁଖ ଜିଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ।
ବୈଠକରେ ଏସ୍‌ପି ଲୋଗାନୟାଗୀ ଦିବ୍ୟା ଭି, ଅତିରିକ୍ତ ଜିଲାପାଳ ଶଶାଙ୍କ ଶେଖର ଦାସ, ଆଇଏଏସ୍‌ ପ୍ରୋବେଶନର ବିଭୂତି ଭୂଷଣ ନାୟକ, ଅତିରିକ୍ତ ଏସ୍‌ପି ପୁରୁଷୋତ୍ତମ ସେଠୀ, ସଦର ଏସ୍‌ଡିପିଓ ବିକାଶ ବେଉରା ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବର୍ଷା ଛାଡ଼ିଲା: ତିନି ଦିନ କୁହୁଡ଼ି

ଭୁବନେଶ୍ୱର,୨୭ା୨(ବ୍ୟୁରୋ): ରାଜ୍ୟରେ ଆଉ ପ୍ରବଳ ବର୍ଷାର ସମ୍ଭାବନା ନାହିଁ। ତେବେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଉପକୂଳ ଓଡ଼ିଶାର ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼, ଦେବଗଡ଼, ବୌଦ୍ଧ,...

ହେଭିଓ୍ବେଟ୍‌ ନେତାଙ୍କୁ ବ୍ରଜରାଜନଗର ଦାୟିତ୍ୱ ଦେଲା ବିଜେଡି

ଝାରସୁଗୁଡ଼ା ଅଫିସ,୧୬ା୫: ବ୍ରଜରାଜନଗର ଉପନିର୍ବାଚନ ପାଇଁ ମନ୍ତ୍ରୀ ଓ ବିଧାୟକଙ୍କୁ ଦାୟିତ୍ୱ ଦେଇଛନ୍ତି ଦଳର ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହି ଉପନିର୍ବାଚନ ପରିଚାଳନା...

ପରଲୋକରେ ବିଶିଷ୍ଟ ସାହିତି୍ୟକ ରତ୍ନାକର ଚଇନି, ଶୋକବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

କଟକ ଅଫିସ,୧୮।୪: ବିଶିଷ୍ଟ ସାହିତି୍ୟକ ତଥା ନାଟ୍ୟକାର ରତ୍ନାକର ଚଇନିଙ୍କ ଶନିବାର ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୭୫ ବର୍ଷ ବୟସ ହୋଇଥିଲା। କଟକସ୍ଥିତ...

ମୌସୁମୀ ଓଡ଼ିଶା ଛୁଇଁବା ପରେ ବିଭିନ୍ନ ସ୍ଥାନରେ ବର୍ଷା ଜାରି

ଭୁବନେଶ୍ୱର,୧୨।୬(ବ୍ୟୁରୋ): ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଓଡ଼ିଶାରେ ପହଞ୍ଚିବା ପରେ ରାଜ୍ୟର ବିଭିନ୍ନ ସ୍ଥାନରେ ଶୁକ୍ରବାର ସକାଳୁ ବର୍ଷା ଆରମ୍ଭ ହୋଇଯାଇଛି। ଗତକାଲି ମାଲକାନଗିରି ଓ କୋରାପୁଟ...

ଜଳଭଣ୍ଡାରରେ ଲୀନ ହେବ ଅଷ୍ଟାଦଶ ଶତାବ୍ଦୀର ମନ୍ଦିର

କେନ୍ଦୁଝର, ୧୩ା୯ (ସ୍ବ.ପ୍ର.)-କୁହାଯାଉଛି ଏହା ଅଷ୍ଟାଦଶ ଶତାବ୍ଦୀର ମର୍ଯ୍ୟାଦା ପୁରୁଷୋତ୍ତମ ଶ୍ରୀରାମଙ୍କ ମନ୍ଦିର। ବିଚ୍ଛନ୍ନାଞ୍ଚଳ ଷଢେଇକଳା ଗଡଜାତ ଅଞ୍ଚଳର ସୁରମ୍ୟ ବଣପାହାଡ ପରିବେଷ୍ଟିତ ଅଞ୍ଚଳରେ ନିର୍ମିତ...

୭ବର୍ଷ ପୁଅ ବେକରେ ଭୁଜାଲି ଲଗାଇ ମା’ଙ୍କୁ ବଳାତ୍କାର ଉଦ୍ୟମ: ଜେଲ୍‌ ଗଲେ ଯୁବକ

ମହାକାଳପଡ଼ା,୮।୭(ଡି.ଏନ୍‌.ଏ.): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଜଣେ ଯୁବକ ମହିଳାଙ୍କ ଅଶ୍ଲୀଳ ଫଟୋ ଉଠାଇ ତାଙ୍କୁ ବ୍ଲାକମେଲ କରିବା...

ବିଧାୟକ ସନ୍ତୋଷ ସିଂ ସାଲୁଜାଙ୍କ ପୁଅ ଗିରଫ

ବଲାଙ୍ଗୀର ଅଫିସ,୨ା୨: କଣ୍ଟାବାଞ୍ଜି ବିଧାୟକ ସନ୍ତୋଷ ସିଂ ସାଲୁଜାଙ୍କ ପୁଅ ସେଜି ସିଂଙ୍କୁ ବେଲପଡ଼ା ପୋଲିସ ବୁଧବାର ରାତିରେ ଗିରଫ କରିଥିବା ଜଣାପଡ଼ିଛି। କଣ୍ଟାବାଞ୍ଜି-ବେଲପଡ଼ା ରାସ୍ତାରେ...

ଆଜି ଭୁବନେଶ୍ୱରରୁ ୧୦ ଆକ୍ରାନ୍ତ ଚିହ୍ନଟ: ୬ ସୁସ୍ଥ

ଭୁବନେଶ୍ୱର,୭।୩(ବ୍ୟୁରୋ): ରାଜଧାନୀ ଭୁବନେଶ୍ୱରରୁ ରବିବାର ଆଉ ୧୦ ଜଣ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ ୪ କ୍ୱାରାଣ୍ଟାଇନ୍‌ରେ ଥିବା ବେଳେ ୬ ଲୋକାଲ କେସ...

Advertisement
Archives

Model This Week