Posted inଖେଳ

ବିଶ୍ୱର ୫ ଦୁର୍ଭାଗ୍ୟଶାଳୀ କ୍ରିକେଟର୍‌

ଦେଶ ପାଇଁ ଥରେ ବିଶ୍ୱକପ ଖେଳିବା ଏବଂ ଟ୍ରଫି ଜିତିବା ପ୍ରତ୍ୟେକ କ୍ରିକେଟରଙ୍କ ସ୍ବପ୍ନ ଥାଏ। କିନ୍ତୁ ବିଶ୍ୱରେ ଅନେକ କ୍ରିକେଟର ଅଛନ୍ତି, ଯେଉଁମାନେ ଦେଶ ପାଇଁ ଭଲ ଖେଲିଥିଲେ ମଧ୍ୟ ବିଶ୍ୱକପ୍‌ ଦଳରେ ସ୍ଥାନ ପାଇ ପାରି ନ ଥିଲେ। ଏମିତି ୫ ଦୁର୍ଭାଗ୍ୟଶାଳୀ କ୍ରିକେଟରଙ୍କ ଉପରେ ନଜର ପକାଇବା:

ଭିଭିଏସ ଲକ୍ଷ୍ମଣ(ଭାରତ)
ଖେଳ ଇତିହାସରେ ଭିଭିଏସ ଲକ୍ଷ୍ମଣ ଅନ୍ୟତମ ଷ୍ଟାଇଲିସ ବ୍ୟାଟ୍ସମ୍ୟାନ। ଭିଭିଏସ ଲକ୍ଷ୍ମଣ ୧୬ ବର୍ଷ କ୍ରିକେଟ୍‌ କ୍ୟାରିୟରରେ ଭାରତ ପାଇଁ ୧୩୪ ଟେଷ୍ଟ ଖେଳିଥିଲେ। ଏଥିରେ ସେ ଅନେକ ମାରାଥନ ଇନିଂସ ଖେଳିଥିଲେ। ଟେଷ୍ଟରେ ଲକ୍ଷ୍ମଣ ଚମତ୍କାର ଥିଲେ, କିନ୍ତୁ ତାଙ୍କର ଦିନିକିଆ କ୍ୟାରିଅର୍‌ କେବେ ବି ଭଲ ଥିଲା। ୨୦୦୩ ବିଶ୍ୱକପ ଦଳରେ ଅନ୍ତର୍ଭୁକ୍ତ ହେବାର ଭିଭିଏସ ଲକ୍ଷ୍ମଣଙ୍କର ଏକ ଭଲ ସୁଯୋଗ ଥିଲା, କିନ୍ତୁ ତାଙ୍କୁ ଅଣଦେଖା କରାଯାଇଥିଲା। ତତ୍କାଳୀନ ଭାରତୀୟ ଅଧିନାୟକ ସୌରଭ ଗାଙ୍ଗୁଲି ସ୍ବୀକାର କରିଥିଲେ ଯେ ଲକ୍ଷ୍ମଣଙ୍କୁ ଅନ୍ତର୍ଭୁକ୍ତ ନ କରିବା ଭୁଲ ଥିଲା।

ଜଷ୍ଟିନ ଲାଙ୍ଗର (ଅଷ୍ଟ୍ରେଲିଆ)

ଅନେକ ପ୍ରଶଂସକ ଜଷ୍ଟିନ ଲାଙ୍ଗରଙ୍କୁ ଟେଷ୍ଟ କ୍ରିକେଟର ମହାନ ଓପନର୍‌ ବୋଲି ଭାବନ୍ତି। ଲାଙ୍ଗର ଏବଂ ମାଥ୍ୟୁ ହେଡେନ ସବୁଠାରୁ ବିପଜ୍ଜନକ ଓପନିଂ ଯୋଡି ମଧ୍ୟରୁ ଅନ୍ୟତମ। ଟେଷ୍ଟରେ ଲାଙ୍ଗରଙ୍କ ଆକଳନ ଅତ୍ୟନ୍ତ ପ୍ରଭାବଶାଳୀ ହୋଇଥିବାବେଳେ ଦିନିକିଆ ଫର୍ମାଟରେ ତାଙ୍କର ରେକର୍ଡ ବହୁତ ଖରାପ। ଲାଙ୍ଗର କେବଳ ଆଠଟି ଦିନିକିଆ ଖେଳିଥିଲେ। ଏଥିସହ ତାଙ୍କୁ ଅଷ୍ଟ୍ରେଲିଆ ପାଇଁ ବିଶ୍ୱକପ ଖେଳିବାର ସୁଯୋଗ ମିଳି ନ ଥିଲା।

ଆଲିଷ୍ଟାୟର୍‌ କୁକ (ଇଂଲଣ୍ଡ)

ଇଂଲଣ୍ଡର ସର୍ବଶ୍ରେଷ୍ଠ ବ୍ୟାଟ୍ସମ୍ୟାନଙ୍କ ମଧ୍ୟରୁ ଆଲାଷ୍ଟାୟର୍‌ କୁକ ଅନ୍ୟତମ। ଇଂଲଣ୍ଡର ପୂର୍ବତନ ଅଧିନାୟକ ଟେଷ୍ଟ କ୍ରିକେଟରେ ୧୨ ହଜାରରୁ ଅଧିକ ରନ ସଂଗ୍ରହ କରିଥିଲେ। ଯଦିଓ ଦିନିକିଆରେ କୁକ୍‌ଙ୍କ ପ୍ରଦର୍ଶନ ବିଶେଷ ଭଲ ନ ଥିଲା। ୨୦୧୧ ବିଶ୍ୱକପ ପରେ ଆଣ୍ଡ୍ରିୟୁ ଷ୍ଟ୍ରାସ୍‌ ଇସ୍ତଫା ପରେ ଆଲେଷ୍ଟାୟର୍‌ କୁକ ଦିନିକିଆ ଏବଂ ଟେଷ୍ଟ ଦଳର ଅଧିନାୟକତ୍ୱ ଗ୍ରହଣ କରିଥିଲେ। ତେବେ, ୨୦୧୫ ବିଶ୍ୱକପ ପୂର୍ବରୁ ତାଙ୍କୁ ଇଂଲଣ୍ଡ ଦିନିକିଆ ଦଳର ଅଧିନାୟକତ୍ୱ ଛାଡିବାକୁ ପଡିଲା ଏବଂ ସେ ରଙ୍ଗୀନ ଜର୍ସି କ୍ରିକେଟରୁ ଦୂରେଇ ଯାଇଥିଲେ। ଆଲିଷ୍ଟେୟାର କୁକ ମଧ୍ୟ ବିଶ୍ୱକପରେ ଖେଳି ନାହାଁନ୍ତି।

ଷ୍ଟୁଆର୍ଟ ମ୍ୟାକଗିଲ (ଅଷ୍ଟ୍ରେଲିଆ)

ଷ୍ଟୁଆର୍ଟ ମ୍ୟାକଗିଲ ନିଜକୁ ଇତିହାସର ସବୁଠାରୁ୍‌ ଦୁର୍ଭାଗ୍ୟଶାଳୀ କ୍ରିକେଟର ଭାବରେ ବିବେଚନା କରିପାରନ୍ତି । ସେନ୍‌ ୱାର୍ନଙ୍କ ଯୁଗରେ, ଏହି ଲେଗ ସ୍ପିନରର ଭାଗ୍ୟ ଉଜ୍ଜ୍ୱଳ ହୋଇ ନ ଥିଲା। ଷ୍ଟୁଆର୍ଟ ମ୍ୟାକଗିଲ ଅଷ୍ଟ୍ରେଲିଆ ପାଇଁ ୪୪ଟି ଟେଷ୍ଟ ଏବଂ ତିନୋଟି ଦିନିକିଆ ଖେଳିବାକୁ ସୁଯୋଗ ପାଇଲେ। ସେ ବିଶ୍ୱକପରେ କେବେ ବି ଖେଳି ପାରି ନ ଥିଲେ।

ଇରାପାଲୀ ପ୍ରସନ୍ନ (ଭାରତ)

ଇରାପାଲୀ ପ୍ରସନ୍ନଙ୍କୁ ସର୍ବକାଳୀନ ସର୍ବଶ୍ରେଷ୍ଠ ଅଫ ସ୍ପିନର ଭାବରେ ବିବେଚନା କରାଯାଏ, କିନ୍ତୁ ବିଶ୍ୱକପରେ ସେ ଭାରତ ପାଇଁ ଖେଳିବାର ସୁଯୋଗ ପାଇ ନ ଥିଲେ। ଭାରତ ପାଇଁ ୪୯ ଟି ଟେଷ୍ଟ ମ୍ୟାଚରେ ପ୍ରସନ୍ନ ୧୮୯ ଉଇକେଟ ନେଇଥିଲେ, କିନ୍ତୁ ଚୟନକର୍ତ୍ତାମାନେ ତାଙ୍କୁ ଦିନିକିଆ ଦଳ ପାଇଁ ଚୟନ କରି ନ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

VRS ପାଇଁ ଆବେଦନ କଲେ ଓଡ଼ିଶାର ସିଇଓ ଆର୍.ଏସ୍. ଗୋପାଳନ୍‌: ଜୋର୍‌ ଧରିଲା ଚର୍ଚ୍ଚା…

ଭୁବନେଶ୍ୱର,୧ା୧୦: ଓଡ଼ିଶାର ମୁଖ୍ୟ ନିର୍ବାଚନ ଅଧିକାରୀ (CEO) ଆର୍. ଏସ୍. ଗୋପାଳନ୍‌ ସରକାରୀ ଚାକିରିରୁ ସ୍ୱେଚ୍ଛାକୃତ ଅବସର (VRS) ପାଇଁ ଆବେଦନ କରିଛନ୍ତି। ୨୦୦୧ ବ୍ୟାଚ୍‌ର ଏହି…

ସରକାରଙ୍କ ବଡ଼ ଘୋଷଣା! ଏଣିକି ୫ କିଲୋ ଗ୍ୟାସ ସିଲିଣ୍ଡରରେ ମିଳିବ ସବ୍‌ସିଡି, ଜାଣନ୍ତୁ କେତେ…

ନୂଆଦିଲ୍ଲୀ, ୧।୧୦: ଦେଶରେ ଘରୋଇ LPGର ବଢ଼ୁଥିବା ଦର ଯୋଗୁ ସାଧାରଣ ଲୋକଙ୍କ ରୋଷେଇ ଘରର ବଜେଟ ଉପରେ ଚାପ ବଢ଼ିଛି। ଯଦି ଆପଣଙ୍କ ରୋଷେଇ ଘରେ…

ପାର୍ବଣ ଋତୁ ପୂର୍ବରୁ ଗ୍ରାହକଙ୍କୁ ଝଟକା: ଆଜିଠାରୁ ମହଙ୍ଗା ହେଲା AC, TV ଓ ଫ୍ରିଜ୍‌! ଜାଣନ୍ତୁ କିଣାକିଣି ଉପରେ କେତେ ପଡ଼ିବ…

ନୂଆଦିଲ୍ଲୀ,୧।୧୦: ପାର୍ବଣ ଋତୁ ଆରମ୍ଭରୁ ହିଁ ସାଧାରଣ ଗ୍ରାହକଙ୍କ ପକେଟ୍‌ ଉପରେ ଚାପ ପଡ଼ିବାକୁ ଯାଉଛି। ଅକ୍ଟୋବର ୧ ତାରିଖ ଅର୍ଥାତ୍‌ ଆଜିଠାରୁ AC, LED TV,…

ବସ୍‌କୁ ଧକ୍କାଦେଲା ଟ୍ରକ୍‌, ପରେ ସ୍କୁଟି ଉପରେ ଚଢ଼ିଗଲା ବସ୍‌, ଆଉ ତା’ ପରେ…

ଛତ୍ରପୁର,୧ା୧୦(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗଞ୍ଜାମ ଜିଲା ଛତ୍ରପୁର ଥାନା ଅନ୍ତର୍ଗତ ଭାଗ୍ୟଲକ୍ଷ୍ମୀ ନଗର ନିକଟ ଜାତୀୟ ରାଜପଥ ପାର୍ଶ୍ୱରେ ଗୁରୁବାର ଏକ ଅଭାବନୀୟ ସିରିଜ ଦୁର୍ଘଟଣା ଘଟି…

ବକେୟା ଚାଲାଣ ଥିଲେ ସାବଧାନ! ସୁପ୍ରିମକୋର୍ଟ ଦେଲେ ବଡ଼ ନିର୍ଦ୍ଦେଶ, ଜାଣନ୍ତୁ କେଉଁ କେଉଁ ସେବା ହେବ ବନ୍ଦ

ନୂଆଦିଲ୍ଲୀ, ୧।୧୦: ଆପଣଙ୍କ ଗାଡ଼ିରେ ଦୀର୍ଘଦିନ ଧରି ଇ-ଚାଲାଣ ବକେୟା ରହିଛି କି? ତେବେ ଏହାକୁ ଅଣଦେଖା କରିବା ମହଙ୍ଗା ପଡ଼ିପାରେ। ଟ୍ରାଫିକ ଜରିମାନା ଆଦାୟକୁ ନେଇ…

ଶେଷ ମିନିଟ୍‌ରେ ଗୋଲ୍, ପାକିସ୍ତାନକୁ ହରାଇ ଫାଇନାଲରେ ଭାରତ

ନୂଆଦିଲ୍ଲୀ,୧।୧୦: ଏସିଆନ୍ ଗେମ୍ସ ୨୦୨୬ର ପୁରୁଷ ହକି ସେମିଫାଇନାଲରେ ପାକିସ୍ତାନକୁ ରୋମାଞ୍ଚକର ଢଙ୍ଗରେ ପରାସ୍ତ କରିଛି ଭାରତ । ଗୁରୁବାର (୧ ଅକ୍ଟୋବର) ଖେଳାଯାଇଥିବା ମ୍ୟାଚ୍‌ରେ ଭାରତ…

୪ ବଡ଼ ଗ୍ରହ ପରିବର୍ତ୍ତନ: ଆଜିଠୁ କର୍କଟ ସମେତ ୪ ରାଶିଙ୍କ ଭାଗ୍ୟରେ ଲାଗିବ ଚାରିଚାନ୍ଦ, ହେବେ ମାଲାମାଲ, ଘରକୁ ଆସିବ ଖୁସିଖବର

ଭୁବନେଶ୍ୱର: ଅକ୍ଟୋବର ମାସରେ ଅନେକ ଗ୍ରହଙ୍କ ଚଳନ ଓ ରାଶି ପରିବର୍ତ୍ତନ ହେବ। ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ଏହି ଗ୍ରହ ପରିବର୍ତ୍ତନର ପ୍ରଭାବ କିଛି ରାଶିର ଲୋକଙ୍କ…

ରାଜ୍ୟ ସରକାରଙ୍କ ବଡ଼ କାର୍ଯ୍ୟାନୁଷ୍ଠାନ: ଚାନ୍ଦବାଲି ବିଡିଓଙ୍କୁ ସସ୍‌ପେଣ୍ଡ କରି…

ଚାନ୍ଦବାଲି,୧ା୧୦(ଅଶୋକ ପଣ୍ଡା): ଭଦ୍ରକ ଜିଲା ଚାନ୍ଦବାଲି ବିଡିଓ ସଞ୍ଜୀବ ମହାପାତ୍ରଙ୍କ ବିରୋଧରେ ରାଜ୍ୟ ସରକାର ନେଇଛନ୍ତି କଠୋର କାର୍ଯ୍ୟାନୁଷ୍ଠାନ। କାର୍ଯ୍ୟରେ ଅବହେଳା ଓ ଶୃଙ୍ଖଳାଗତ ନିୟମ ଭଙ୍ଗ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?