ଆକାଂକ୍ଷୀ ଜିଲାରେ ମଜଭୁତ ହେବ ୪-ଜି ସେବା

ଭୁବନେଶ୍ୱର,୭ା୧(ବ୍ୟୁରୋ): ରାଜ୍ୟର ଦୁର୍ଗମ ତଥା ଆଭ୍ୟନ୍ତରୀଣ ଗ୍ରାମରେ ଇଣ୍ଟରନେଟ୍‌ ସେବା ମଜଭୁତ୍‌ କରିବା ଲାଗି କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଗୁରୁବାର ୧୦ ଆକାଂକ୍ଷୀ ଜିଲାର ୩,୯୩୩ ଗ୍ରାମରେ ୪-ଜି ସଂଯୋଗୀକରଣ ପାଇଁ ନୂତନ ମୋବାଇଲ୍‌ ଟାୱାର ସ୍ଥାପନ କରିବାକୁ ଘୋଷଣା କରିଛନ୍ତି। ଆନ୍ଧ୍ରପ୍ରଦେଶ, ଛତିଶଗଡ଼, ଝାଡ଼ଖଣ୍ଡ, ମହାରାଷ୍ଟ୍ର ଏବଂ ଓଡ଼ିଶାର ମୋଟ ୪୪ ଆକାଂକ୍ଷୀ ଜିଲାର ୭,୨୮୭ ଗ୍ରାମରେ ୪-ଜି ମୋବାଇଲ ସେବା ଉପଲବ୍ଧ ହେବ। ଏହା କାର୍ଯ୍ୟକାରୀ ହେଲେ ଦୁର୍ଗମାଞ୍ଚଳବାସୀ ବେତାର ଯୋଗାଯୋଗ କ୍ଷେତ୍ରରେ ଉପକୃତ ହେବ।
ଓଡ଼ିଶାର ୧୦ ଆକାଂକ୍ଷୀ ଜିଲା ବଲାଙ୍ଗୀର, ଢେଙ୍କାନାଳ, ଗଜପତି, କଳାହାଣ୍ଡି, କନ୍ଧମାଳ, କୋରାପୁଟ, ମାଲକାନଗିରି, ନୂଆପଡ଼ା, ରାୟଗଡ଼ା ଏବଂ ନବରଙ୍ଗପୁରର ୩,୯୩୩ ଅସଂଯୋଗୀ ଗ୍ରାମରେ ମୋବାଇଲ୍‌ ଟାୱାର ସ୍ଥାପନ କରାଯିବ। ଏହି ପ୍ରକଳ୍ପରେ ୩,୨୧୯ କୋଟି ଟଙ୍କାର ବ୍ୟୟ ଅଟକଳ କରାଯାଇଛି। ଓଡ଼ିଶାର ବାମପନ୍ଥୀ ମାଓବାଦୀପ୍ରବଣ ୯ ଜିଲାରେ ୪୨୧.୬୬ କୋଟି ଟଙ୍କା ବ୍ୟୟରେ ୪୮୩ ମୋବାଇଲ ଟାୱାର ସ୍ଥାପନ କାର୍ଯ୍ୟ ଚାଲିଛି। ଏହି କାର୍ଯ୍ୟ ମାର୍ଚ୍ଚ ୨୦୨୩ ସୁଦ୍ଧା ସରିବ। ସେହିପରି ୧୧ ଜିଲାରେ ୨୭୨ ନୂଆ ଡାକଘର ଖୋଲିବ। ଅଦ୍ୟାବଧି ୧୨୮ ଡାକଘର କାର୍ଯ୍ୟକ୍ଷମ ହୋଇସାରିଥିବାବେଳେ ଅବଶିଷ୍ଟ ୧୪୪ଟି ଚଳିତବର୍ଷ ମାର୍ଚ୍ଚ ଶେଷ ସୁଦ୍ଧା ଆରମ୍ଭ ହେବ। ସମସ୍ତ ଡାକଘରେ ୫୪୪ ବେକାର ଯୁବତୀଯୁବକଙ୍କୁ ନିଯୁକ୍ତି ପ୍ରଦାନ କରାଯିବ ବୋଲି ସୂଚନା ଦିଆଯାଇଛି। ଏହି କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଏମ୍‌ପି ସଙ୍ଗୀତା ସିଂହଦେଓ ଭିଡିଓ କନ୍‌ଫରେନ୍ସରେ ଯୋଡ଼ି ହୋଇଥିଲେ। ବିଏସ୍‌ଏନ୍‌ଏଲ୍‌ ମୁଖ୍ୟ ମହାପ୍ରବନ୍ଧକ ହରିଶ ଚନ୍ଦ୍ର ମହାନ୍ତି, ବଲରାମ ପାଲ୍‌, ବିଜୟ କୁମାର ନାୟକ, ମୁଖ୍ୟ ମହାଡାକପାଳ ଶୁଭେନ୍ଦୁ ସ୍ବାଇଁଙ୍କ ସମେତ ୧୦ ଆକାଂକ୍ଷୀ ଜିଲାର ଜନ ପ୍ରତିନିଧିମାନେ ଉପସ୍ଥିତ ଥିଲେ।

କେନ୍ଦ୍ର ସରକାର ଦେଶରେ ସେମିକଣ୍ଡକ୍ଟର ଉତ୍ପାଦନ ବଢ଼ାଇବା ପାଇଁ ଯୋଜନା ଆରମ୍ଭ କରିଛନ୍ତି। ଓଡ଼ିଶାରେ ସେମିକଣ୍ଡକ୍ଟରର ଉତ୍ପାଦନ ପାଇଁ ପର୍ଯ୍ୟାପ୍ତ ସିଲିକା ଓ ମଧୁର ଜଳର ସୁବିଧା ରହିଛି। ଓଡ଼ିଶାର ବିକାଶ ପାଇଁ ଏକ ‘ସେମି କଣ୍ଡକ୍ଟର ୟୁନିଟ୍‌’ ପ୍ରତିଷ୍ଠା ପାଇଁ ଧର୍ମେନ୍ଦ୍ର କେନ୍ଦ୍ରମନ୍ତ୍ରୀ ବୈଷ୍ଣବଙ୍କୁ ପରାମର୍ଶ ଦେଇଛନ୍ତି। ପ୍ରସ୍ତାବିତ ‘ସେମି କଣ୍ଡକ୍ଟର ୟୁନିଟ୍‌’ ହେବା ଦ୍ୱାରା ପୂର୍ବ ଭାରତ ସମେତ ଓଡ଼ିଶା ଉପକୃତ ହୋଇପାରିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରାଜପଥରେ ଆମ୍ବୁଲାନ୍ସ ବିଳମ୍ବ ହେଲେ ଦେବାକୁ ହେବ ଜୋରିମାନା, NHAI ଧାର୍ଯ୍ୟ କଲା ପ୍ରତି ମିନିଟ୍‌ର ଦାମ୍

ନୂଆଦିଲ୍ଲୀ,୧୨ା୮: ଭାରତୀୟ ଜାତୀୟ ରାଜପଥ ପ୍ରାଧିକରଣ (NHAI) ସଡ଼କ ଦୁର୍ଘଟଣା ପରେ ଉଦ୍ଧାର ଏବଂ ରିଲିଫ୍ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ଏବଂ ରାଜପଥରେ ଜରୁରୀକାଳୀନ ସେବାଗୁଡ଼ିକୁ ଅଧିକ…

ଭିଜିଲାନ୍ସ ଜାଲରେ ବ୍ରହ୍ମପୁର CDAO, ୧୫ ହଜାର ଲାଞ୍ଚ ନେଇ ଧରାପଡ଼ିଲେ

ବ୍ରହ୍ମପୁର,୧୨ା୮: ଭିଜିଲାନ୍ସ ଜାଲରେ ବ୍ରହ୍ମପୁର ମୁଖ୍ୟ ଜିଲା କୃଷି ଅଧିକାରୀ (CDAO) ବ୍ୟୋମକେଶ ମିଶ୍ର । ୧୫,୦୦୦ ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରିଲା ଭିଜିଲାନ୍ସ ବିଭାଗ…

ବରଗଡ଼ ଓକିଲ ସଂଘ ସଭାପତିଙ୍କୁ ଆକ୍ରମଣ ଘଟଣା: ଜିଲାପାଳ ଓ ଏସପିଙ୍କୁ ଭେଟିଲା ଅଲ୍ ଓଡିଶା ଲୟର୍ସ ଆସୋସିଏସନ୍

ବରଗଡ଼,୧୨।୮(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲା ଓକିଲ ସଂଘ ସଭାପତି ଭୀଷ୍ମଦେବ ସରାଫଙ୍କ ପ୍ରତି ଗତ ୬ ତାରିଖରେ ହୋଇଥିବା ଆକ୍ରମଣ ଘଟଣାର ତ୍ୱରିତ ତଦନ୍ତ ଏବଂ ଆଇନଜୀବୀମାନଙ୍କୁ…

ପୁରୀ ବେଳାଭୂମି ହେବ ଆଧ୍ୟାତ୍ମିକ ବେଳାଭୂମି: ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର,୧୨ା୮: ପୁରୀ ଗୋବର୍ଦ୍ଧନ ପୀଠର ସର୍ବାଙ୍ଗୀନ ବିକାଶ, ସୁରକ୍ଷା ଏବଂ ଶ୍ରୀଜଗନ୍ନାଥ ସଂସ୍କୃତିର ପ୍ରସାର ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ବୁଧବାର ଲୋକ ସେବା…

ରୋଷେଇ କରୁଥିବା ବେଳେ ଗ୍ୟାସ ଲିକ୍ ହୋଇ ଘର ଜଳିଗଲା, ଅଳ୍ପକେ ବର୍ତ୍ତିଲେ…

ଭବାନୀପାଟଣା,୧୨।୮(ଉତ୍ତମ କୁମାର ଦାଶ)-କଳାହାଣ୍ଡି ଜିଲା ଜୁନାଗଡ଼ ବ୍ଲକ ନୂଆଗୁଡା ଗ୍ରାମରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଗ୍ରାମର ହୀରା ବିଶି ନାମକ ଜଣେ ବିଧବା ମହିଳା…

ରାହୁଲ ଗାନ୍ଧୀଙ୍କୁ ନେଇ ବିବାଦୀୟ ମନ୍ତବ୍ୟ ଦେଲେ କଙ୍ଗନା, ଇଟାଲୀୟ ମା’ ହିଁ…..

ନୂଆଦିଲ୍ଲୀ,୧୨ା୮: ଛାତ୍ରମାନଙ୍କୁ ଲାଠିଚାର୍ଜ ଏବଂ କାର୍ଯ୍ୟାନୁଷ୍ଠାନକୁ ନେଇ ସ୍ବରାଷ୍ଟ୍ରମନ୍ତ୍ରୀଙ୍କ ବିବୃତ୍ତି ଦାବି ପ୍ରସଙ୍ଗରେ ଲୋକ ସଭାରେ ବିରୋଧୀ ଦଳର ନେତା ରାହୁଲ ଗାନ୍ଧୀ କ୍ରମାଗତ ଭାବରେ ସରକାରଙ୍କୁ…

୧୦ଟି ପ୍ରସ୍ତାବ ଉପରେ ବାଜିଲା କ୍ୟାବିନେଟ୍ ମୋହର, ପେପରଲେସ୍‌ ହେବ ଅଫିସ କାର୍ଯ୍ୟ

ଭୁବନେଶ୍ବର,୧୨ା୮: ରାଜ୍ୟ କ୍ୟାବିନେଟ୍‌ରେ ବୁଧବାର ୬ ବିଭାଗର ୧୦ଟି ପ୍ରସ୍ତାବ ଉପରେ ମୋହର ବାଜିଛି । ବୈଠକ ପରେ ସୂଚନା ଦେଲେ ମୁଖ୍ୟ ଶାସନ ସଚିବ ଅନୁ…

ଟେବୁଲ୍‌ ଟେନିସ୍‌ ଫେଡେରେଶନ ସ୍ବୀକୃତି ରଦ୍ଦ, କ୍ରୀଡ଼ା ମନ୍ତ୍ରଣାଳୟର ବଡ଼ ନିଷ୍ପତ୍ତି

ନୂଆଦିଲ୍ଲୀ,୧୨।୮: ବୁଧବାର ଦିନ କ୍ରୀଡ଼ା ମନ୍ତ୍ରଣାଳୟ ପକ୍ଷରୁ ଭାରତୀୟ ଟେବୁଲ୍ ଟେନିସ୍ ମହାସଂଘ (TTFI) ର ସ୍ୱୀକୃତି ରଦ୍ଦ କରାଯାଇଛି। ମନ୍ତ୍ରଣାଳୟ ପକ୍ଷରୁ ଭାରତୀୟ ଅଲିମ୍ପିକ୍ ସଂଘକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri