ପୂର୍ବ ସ୍ଥାନକୁ ଫେରିଲେ ୨୮ ଇନ୍‌ଚାର୍ଜ ଡିଏସ୍‌ପି

ଭୁବନେଶ୍ୱର,୧୬।୪(ବ୍ୟୁରୋ): ଓଡିଶା ପୋଲିସ୍‌ର ୨୮ଜଣ ଇନ୍‌ଚାର୍ଜ ଡିଏସ୍‌ପିଙ୍କୁ ତାଙ୍କ ପୂର୍ବ ସ୍ଥାନକୁ ଫେରାଇ ଅଣାଯାଇଛି। ସେମାନେ ଇନ୍‌ସ୍ପେକ୍ଟର ପ୍ୟାହାରେ କାର୍ଯ୍ୟ କରିବେ। ଏନେଇ ପୋଲିସ ମୁଖ୍ୟାଳୟ ପକ୍ଷରୁ ଗୁରୁବାର ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି। ଗତ ଜାନୁୟାରୀରେ ଗୃହ ବିଭାଗ ପକ୍ଷରୁ ୩୦୧ ଇନ୍ସପେକ୍ଟରଙ୍କୁ ଡିଏସ୍‌ପି ପାହ୍ୟାକୁ ପଦୋନ୍ନତି ଦିଆଯାଇଥିଲା। ଏମାନଙ୍କ ମଧ୍ୟରୁ କେତେଜଣ ପୂର୍ବରୁ ଇନ୍‌ଚାର୍ଜ ଡିଏସ୍‌ପି ଭାବେ କାର୍ଯ୍ୟରତ ଥିଲେ। ହେଲେ ପଦୋନ୍ନତି ବିଜ୍ଞପ୍ତିରେ ୨୮ଜଣ ଇନ୍‌ଚାର୍ଜ ଡିଏସ୍‌ପିଙ୍କ ନାମ ନ ଥିଲା। କେତେଜଣଙ୍କ ନାମରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଚାଲିଥିବାବେଳେ ଆଉ କେତେଜଣ ନିଜ ସିସିଆର୍‌ ଉପରିସ୍ଥ ଅଧିକାରୀଙ୍କ ନିକଟରେ ପ୍ରଦାନ କରି ନ ଥିବାରୁ ପଦୋନ୍ନତିରୁ ବଞ୍ଚତ୍ତ ହୋଇଥିଲେ। ତେବେ ଏନେଇ ସମ୍ପୃକ୍ତ ଅଫିସରମାନେ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ମାମଲା ଏବେ କୋର୍ଟରେ ବିଚାରାଧୀନ ଥିବାବେଳେ ରାଜ୍ୟ ପୋଲିସ ବିଭାଗ ପକ୍ଷରୁ ସେମାନଙ୍କୁ ଇନ୍ସପେକ୍ଟର ପାହ୍ୟାକୁ ନିଆଯାଇଛି। ସେମାନେ ହେଲେ ଅମର କୁମାର ନାୟକ, ଜୟ ନାରାୟଣ ପଟେଲ, ରମେଶ କୁମାର ମୁଖି, ହାଡିବନ୍ଧୁ ସ୍ବାଇଁ, ଲଳିତ ପରିଡା, କୃଷ୍ଣପ୍ରସାଦ ଦାସ, ଅନୂପ କୁମାର କାନୁନ୍‌ଗୋ, ସୁରେନ୍ଦ୍ରନାଥ ରାଏଗୁରୁ, ବିଶ୍ୱ ପ୍ରକାଶ ପଟ୍ଟନାୟକ, ସତ୍ୟଜିତ୍‌ ମିଶ୍ର, ରାମକୃଷ୍ଣ ପତି, ସୂର୍ଯ୍ୟମଣୀ ପ୍ରଧାନ, ବିଚିତ୍ରାନନ୍ଦ ସାମଲ, କୈଳାସ ଚନ୍ଦ୍ର ଆଚାର୍ଯ୍ୟ, ଇତି ଦାସ, ମନୋଜ କୁମାର ସାମନ୍ତ, ସୁପ୍ରସନ୍ନ କୁମାର ମଲିକ, ରଞ୍ଜନ କୁମାର ଦେ, ପୁଷ୍ପଲତା ବାରିକ, ଅତନୁ କୁମାର ରାଉତ, ଅଶୋକ କୁମାର ଦାସ, ପ୍ରଫୁଲ୍ଲ ବାର୍ଲା, ରମାକାନ୍ତ ସାହୁ, ଶ୍ରୀମନ୍ତ ବାରିକ, ଗୋବିନ୍ଦ ଚନ୍ଦ୍ର ବୁରୁଦ, ଅଜୟ ମିଶ୍ର, ମନୋଜ କୁମାର ରାଉତ ଓ ରବିନାରାୟଣ ପାଢୀ।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପାରେ ଯୋଗ ଦେବା ପରେ ଭର୍ତ୍ତୃହରି ଦେଲେ ବଡ଼ ବୟାନ, କହିଲେ ଓଡ଼ିଶାରେ…

ନୂଆଦିଲ୍ଲୀ,୨୮।୩: ବିଜେପିରେ ସାମିଲ ପରେ ସାଂସଦ ଭର୍ତ୍ତୃହରି ମହତାବ ଓଡ଼ିଶା ରାଜନୀତିକୁ ନେଇ ବଡ଼ ବୟାନ ଦେଇଛନ୍ତି। କେବଳ ‘ରାଷ୍ଟ୍ରବାଦ, ଏକାତ୍ମତା, ପୂର୍ବୋଦୟ ଭାଜପା ଜରିଆରେ...

ପଦ୍ମ ଧରିଲେ ପଦ୍ମଶ୍ରୀ ଦମୟନ୍ତୀ ବେସ୍ରା

ଭୁବନେଶ୍ୱର/ନୂଆଦିଲ୍ଲୀ,୨୮।୩: ଭାଜପାରେ ସାମିଲ ହେଲେ ପଦ୍ମଶ୍ରୀ ଦମୟନ୍ତୀ ବେସ୍ରା। ଗୁରୁବାର ଅପରାହ୍ନ ସାଢେ ୨ଟାରେ ନୂଆଦିଲ୍ଲୀର ଭାଜପା ମୁଖ୍ୟାଳୟରେ ସେ ଯୋଗ ଦେଇଛନ୍ତି। ଏହା ସହିତ...

ଭାଜପାରେ ଯୋଗଦେଲେ ଭର୍ତ୍ତୃହରି ମହତାବ, ନିକଟରେ ବିଜେଡିରୁ ଇସ୍ତଫା ଦେଇଥିଲେ

ଭୁବନେଶ୍ୱର,୨୮।୩: ନିକଟରେ ବିଜୁ ଜନତା ଦଳ(ବିଜେଡି)ରୁ ଇସ୍ତଫା ଦେଇଥିବା କଟକ ଲୋକ ସଭା ଏମପି ଭର୍ତ୍ତୃହରି ମହତାବ ଭାଜପାରେ ଯୋଗ ଦେଇଛନ୍ତି। ତାଙ୍କ ସହିତ ଦୁଇଥର...

ଭାଜପାରେ ମିଶିଲେ ସିଦ୍ଧାନ୍ତ ମହାପାତ୍ର

ନୂଆଦିଲ୍ଲୀ/ଭୁବନେଶ୍ୱର,୨୮ା୩: ଭାଜପାରେ ଗୁରୁବାର ଯୋଗ ଦେଇଛନ୍ତି ଅଭିନେତା ତଥା ବିଜେଡିର ପୂର୍ବତନ ଏମ୍‌ପି ସିଦ୍ଧାନ୍ତ ମହାପାତ୍ର। ଦିଲ୍ଲୀ ମୁଖ୍ୟ କାର୍ଯ୍ୟାଳୟରେ ଯୋଗଦେଇ ସେ ଭାଜପାରେ ସାମିଲ...

ଆଗାମୀ ଦୁଇ ଦିନରେ ୨ରୁ ୩ ଡିଗ୍ରୀ ବୃଦ୍ଧି ପାଇବ ତାପମାତ୍ରା

ଭୁବନେଶ୍ୱର,୨୮ା୩: ପାଗ ଶୁଖିଲା ରହୁଥିବାରୁ ଚଳିତମାସ ଶେଷ ପର୍ଯ୍ୟନ୍ତ ତାପମାତ୍ରା ୨ରୁ ୩ ଡିଗ୍ରୀ ସେଲସିୟସ ବୃଦ୍ଧି ପାଇବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ...

ଏପ୍ରିଲ ପ୍ରଥମ ସପ୍ତାହରେ ଘୋଷଣା ହେବ କଂଗ୍ରେସ ଟିକେଟ୍‌

ଭୁବନେଶ୍ୱର,୨୮।୩: ମୁଣ୍ଡ ଉପରେ ନିର୍ବାଚନ। ଭାଜପା ଓ ବିଜେଡି ପର୍ଯ୍ୟାୟ କ୍ରମେ ନିଜର ପ୍ରାର୍ଥୀ ତାଲିକା ଘୋଷଣା କରିଛନ୍ତି। କିନ୍ତୁ ଏଥିରେ ପଛରେ ପଡିଛି କଂଗ୍ରେସ...

ଭାଜପାରେ ମିଶିପାରନ୍ତି ଅନୁଭବ, ଆଜି ହେବ ସ୍ପଷ୍ଟ

ଭୁବନେଶ୍ୱର,୨୮ା୩: ବିଜେଡି ଟିକେଟ୍‌ରେ କେନ୍ଦ୍ରାପଡ଼ା ଲୋକ ସଭାକୁ ନିର୍ବାଚିତ ହୋଇଥିବା ଅଭିନେତା ଅନୁଭବ ମହାନ୍ତି ଗୁରୁବାର ଭାଜପାରେ ଯୋଗ ଦେଇ ପାରନ୍ତି ବୋଲି ରାଜନୈତିକ ମହଲରେ...

ଟିକେଟ୍‌ ପାଇବା ପରେ ନବୀନ ନିବାସରେ ନେତାଙ୍କ ପ୍ରବଳ ଭିଡ଼, ଭେଟିବାକୁ ଆସିଲେ…

ଭୁବନେଶ୍ୱର,୨୮ା୩: ଟିକେଟ୍‌ ପାଇବା ପରେ ବିଜେଡି ସୁପ୍ରିମୋଙ୍କୁ ଧନ୍ୟବାଦ ଜଣାଇବା ପାଇଁ ନବୀନ ନିବାସରେ ଏମ୍‌ପି ଏବଂ ବିଧାୟକ ପ୍ରାର୍ଥୀଙ୍କ ପ୍ରବଳ ଭିଡ଼ ଲାଗିଛି। ଏମାନଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri