Posted inଖେଳ

ବ୍ରିସ୍‌ବେନ୍‌ରେ ଆୟୋଜନ ହେବ ୨୦୩୨ ଅଲିମ୍ପିକ୍ସ

ଟୋକିଓ,୨୨।୭(ଏପି): ଅଷ୍ଟ୍ରେଲିଆର ପୂର୍ବ ଉପକୂଳବର୍ତ୍ତୀ ସହର ବ୍ରିସ୍‌ବେନ୍‌ରେ ଆୟୋଜନ ହେବ ୨୦୩୨ ଅଲିମ୍ପିକ୍ସ। ଏ ନେଇ ବୁଧବାର ଆନୁଷ୍ଠାନିକ ଭାବେ ଘୋଷଣା କରାଯାଇଛି। ଆୟୋଜନ ଦୌଡ଼ରେ ଆଉ କୌଣସି ସହର ସାମିଲ ନ ଥିଲେ। ଆଉ କୌଣସି ସହର ଏହି ଅଲିମ୍ପିକ୍ସ ଆୟୋଜନ କରିବାକୁ ବିଡ୍‌ ଦାଖଲ କରି ନ ଥିଲେ। ଫଳରେ ନିର୍ଦ୍ୱନ୍ଦ୍ୱରେ ବ୍ରିସ୍‌ବେନ୍‌କୁ ଆୟୋଜନ ଅଧିକାର ମିଳିଛି।
ଫଳରେ ଦୀର୍ଘ ୩୨ ବର୍ଷ ପରେ ଅଷ୍ଟ୍ରେଲିଆକୁ ଅଲିମ୍ପିକ ଫେରିବା ନିଶ୍ଚିତ ହୋଇଛି। ଏହାପୂର୍ବରୁ ୨୦୦୦ରେ ସିଡ୍‌ନୀରେ ଓ ୧୯୫୬ରେ ମେଲବୋର୍ନରେ ଅଲିମ୍ପିକ୍ସ ସଫଳତାର ସହ ଆୟୋଜିତ ହୋଇଥିଲା। ସଫଳାତର ସହ ଅଲିମ୍ପିକ୍ସ କିପରି ଆୟୋଜନ କରିବାକୁ ହୁଏ ତାହା ଆମକୁ ଭଲଭାବେ ଜଣା ବୋଲି ନିଜ ଅଫିସରୁ ୧୧ ମିନିଟର ଲାଇଭ ଭିଡିଓ ଲିଙ୍କ୍‌ରେ ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ସ୍କଟ ମୋରିସନ କହିଛନ୍ତି। ଆୟୋଜନ ଅଧିକାର ପାଇଁ ହୋଇଥିବା ମତଦାନରେ ବ୍ରିସ୍‌ବେନ୍‌ ୭୨-୫ ଭୋଟ ବ୍ୟବଧାନରେ ବିଜୟୀ ହୋଇଥିଲା। ଏହାପରେ ମୋରିସନ ଦୁଇ ହାତ ଉପରକୁ ଉଠାଇବା ସହ ଦୁଇ ବୁଢା ଆଙ୍ଗୁଠି ଉଠାଇ ଥମ୍ବ୍ସ ଅପ୍‌ କରି ଖୁସି ଜାହିର କରିଥିଲେ। ଏଥିପାଇ ବ୍ରିସ୍‌ବେନ୍‌ରେ ଜବରଦସ୍ତ ଆତସବାଜି ଦେଖିବାକୁ ମିଳିଥିଲା। ଟୋକିଓସ୍ଥିତ ଏକ ପଞ୍ଚତାରକା ହୋଟେଲରେ ଅନ୍ତର୍ଜାତୀୟ ଅଲିମ୍ପିକ କମିଟି (ଆଇଓସି) ସଦସ୍ୟମାନଙ୍କୁ ଏହାର ଲାଇଭ୍‌ ପ୍ରସାରଣ ଦେଖାଯାଇଥିଲା।
୨୦୨୮ ଅଲିମ୍ପିକ୍ସ ଆମେରିକାର ଲସ୍‌ ଏଞ୍ଜେଲେସ୍‌ରେ ଆୟୋଜନ ହେବ। ତେଣୁ ଅଲିମ୍ପିକ୍ସ ପ୍ରସ୍ତୁତି ପାଇଁ ବ୍ରିସ୍‌ବେନ୍‌ ୧୧ ବର୍ଷ ଉପଲବ୍ଧ ହେବ। ସେହିପରି ୨୦୨୪ ଅଲିମ୍ପିକ୍ସ ପ୍ୟାରିସ୍‌ରେ ଆୟୋଜନ ହେବ। ଗତ ଫେବୃୟାରୀରେ ବ୍ରିସ୍‌ବେନ୍‌କୁ ଆଇଓସି ଏକ୍ସକ୍ଲୁସିଭ ନିଗୋସିଏଟିଂ ରାଇଟ୍‌ ପ୍ରଦାନ କରିଥିଲା। ଅଲିମ୍ପିକ ଆୟୋଜନ ପାଇଁ ବ୍ରିସ୍‌ବେନ୍‌ରେ କେତେକ ବିଶ୍ୱସ୍ତରୀୟ ଭିତ୍ତିଭୂମି ରହିଛି ଓ ଆଉ କେତେକ ନିର୍ମାଣ ହେବ। ବ୍ରିସ୍‌ବେନ୍‌ର ଜଣାଶୁଣା ଗାବା ଷ୍ଟାଡିୟମରେ ମଧ୍ୟ କେତୋଟି ଅଲିମ୍ପିକ୍ସ ଇଭେଣ୍ଟ ଆୟୋଜନ ହୋଇପାରିବ। ୧୯୦୦ ପ୍ୟାରିସ ଅଲିମ୍ପିକ୍ସରେ କ୍ରିକେଟ ଖେଳାଯାଇଥିଲା। ଅଲିମ୍ପିକ୍ସର ଗତ ସଂସ୍କରଣ ବ୍ରାଜିଲର ରିଓ ଡି ଜେନିରୋରେ ଆୟୋଜନ ହୋଇଥିଲା। ବର୍ତ୍ତମାନ ବ୍ରିସ୍‌ବେନ୍‌ରେ ୮୪ ପ୍ରତିଶତ ଷ୍ଟାଡିୟମ ରହିଛି। ତେଣୁ ଅଲିମ୍ପିକ୍ସ ପାଇଁ ଭିତ୍ତିଭୂମିର ବିକାଶ ନେଇ ସେତେଟା ସମସ୍ୟା ରହିବ ନାହିଁ। କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଇ ଏକ ନୂଆ ସୁଇମିଂ ଏରିନା ନିର୍ମାଣ କରିବାକୁ ଯୋଜନା କରାଯାଇଛି। ସେହିପରି ଗମନାଗମନ କ୍ଷେତ୍ରରେ ମଧ୍ୟ ବିକାଶର ଆବଶ୍ୟକତା ରହିଛି ବୋଲି କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ମହିଳା ଟି୨୦ ବିଶ୍ୱକପ୍‌: ନ୍ୟୁଜିଲାଣ୍ଡ, ଓ୍ବେଷ୍ଟଇଣ୍ଡିଜର ସହଜ ବିଜୟ

ପର୍ଥ, ୨୩।୨- ଅଷ୍ଟ୍ରେଲିଆରେ ଚାଲିଥିବା ମହିଳା ଟି୨୦ ବିଶ୍ୱକପ୍‌ରେ ଶନିବାର ନ୍ୟୁଜିଲାଣ୍ଡ ଓ ଓ୍ବେଷ୍ଟଇଣ୍ଡିଜ ବିଜୟରୁ ଅଭିଯାନ ଆରମ୍ଭ କରିଛନ୍ତି। ବିଶ୍ୱକପ୍‌ର ତୃତୀୟ ମ୍ୟାଚ୍‌ରେ ନ୍ୟୁଜିଲାଣ୍ଡ...

ରେସ୍ତୋରାରେ  ବାସନ ମାଜୁଛନ୍ତି ଅଲିମ୍ପିକ୍ସ ସ୍ବର୍ଣ୍ଣ ପଦକଧାରୀ

ନୂଆଦିଲ୍ଲୀ,୨୯।୬- ସକାଳେ ଖବରକାଗଜ ବିକନ୍ତି। ଅପରାହ୍ନରେ ଦିଲ୍ଲୀର ସଦର ବଜାରଠାରେ ନକଲି ଗହଣା କିଣିବା ଲାଗି ଗରାଖକୁ ମନାନ୍ତି। ଏକଦା ସେ ଆମେରିକାରେ ଏକ ଭାରତୀୟ...

କ୍ରିକେଟରୁ ବ୍ରେକ୍‌ ନେଲେ ଏହି କ୍ରିକେଟ୍‌ର: କାରଣ ରହିଛି ଏମିତି

ସିଡନୀ,୧୮।୫: ଅଷ୍ଟ୍ରେଲୀୟ ଅଲରାଉଣ୍ଡର ଡାନିଏଲ ସିମସ ଅନ୍ତର୍ଜାତୀୟ କ୍ରିକେଟରୁ ବିରତି ନେବାକୁ ନିଷ୍ପତ୍ତି ନେଇଛନ୍ତି। କୁହାଯାଉଛି ଯେ ମାନସିକ ଚାପ ଯୋଗୁ ସେ ଏହି ନିଷ୍ପତ୍ତି...

ଧୋନୀଙ୍କ ଗ୍ଲୋଭ୍ସରେ ସ୍ବତନ୍ତ୍ର ଚିହ୍ନ

ସାଉଥାମ୍ପଟନ, ୬।୬- ଏଠାରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ବୁଧବାର ଖେଳାଯାଇଥିବା ବିଶ୍ୱକପ୍‌ ମ୍ୟାଚ୍‌ରେ ଭାରତୀୟ ଉଇକେଟକିପର ବ୍ୟାଟ୍ସମ୍ୟାନ ମହେନ୍ଦ୍ର ସିଂ ଧୋନୀଙ୍କ ଏକ ସ୍ବତନ୍ତ୍ର ଗ୍ଲୋବ୍ସ...

ଜାତୀୟ ରାଲି ଚାମ୍ପିୟନଶିପ:ଗୌରବଙ୍କ କାର୍‌ ଦୁର୍ଘଟଣାରେ ୩ ମୃତ

ବାରମେର(ରାଜସ୍ଥାନ),୨୧।୯(ପି.ଟି.)- ଏକ ଅଭାବନୀୟ ଘଟଣାକ୍ରମେରେ ଭାରତୀୟ ରାଲି ଡ୍ରାଇଭର ଗୌରବ ଗିଲ୍‌ଙ୍କ କାର୍‌ ଏକ ମୋଟରସାଇକେଲଙ୍କୁ ଧକ୍କା ଦେବା ଫଳରେ ୩ଜଣ ମୃତ୍ୟୁ ବରଣ କରିଛନ୍ତି।...

ଓଡ଼ିଶା ଏଫ୍‌ସି ଦଳର ଅଭ୍ୟାସ ଆରମ୍ଭ

ଭୁବନେଶ୍ୱର, ୧୮ା୧୦ (ସ୍ପୋଟର୍‌ସ ବ୍ୟୁରୋ)-ଇଣ୍ଡିଆନ ସୁପର ଲିଗ୍‌ (ଆଇଏସ୍‌ଏଲ୍‌)ରେ ଭାଗ ନେବାଲାଗି ଖେଳାଳିମାନେ ଗୋଆରେ ପହଞ୍ଚତ୍ବାରେ ଲାଗିଛନ୍ତି। ଓଡ଼ିଶା ଏଫ୍‌ସିର ଭାରତୀୟ ଖେଳାଳିମାନେ କିନ୍ତୁ ଶନିବାର...

ଓ୍ୱାର୍ଲ୍ଡ ଜୁନିୟର ଟ୍ରାକ୍‌ ସାଇକ୍ଲିଂ ଚାମ୍ପିୟନଶିପ୍‌: ଭାରତର ଶ୍ରେଷ୍ଠ ପ୍ରଦର୍ଶନ

ନୂଆଦିଲ୍ଲୀ, ୧୯ା୮ (ପି.ଟି.)- ଓ୍ୱାର୍ଲ୍ଡ ଜୁନିୟର ଟ୍ରାକ୍‌ ଚାମ୍ପିୟନଶିପ୍‌ରେ ଭାରତର ଇସୋ ଆଲ୍‌ବେନ୍‌ ଦୁଇଟି ପଦକ ଜିତିଛନ୍ତି। ଫଳରେ କୌଣସି ଏକ ଗ୍ଲୋବାଲ ଇଭେଣ୍ଟରେ ଭାରତ...

ଡେବ୍ୟୁ ମ୍ୟାଚ୍‌ ଦିନ ହୋଟେଲ ରୁମ୍‌କୁ ଯାଇ ପ୍ରବଳ କାନ୍ଦିଥିଲେ ଏହି କ୍ରିକେଟର୍‌, ଜାଣନ୍ତୁ କାହିଁକି

ଭାରତୀୟ କ୍ରିକେଟର ମନୋଜ ତିୱାରୀ ଆଜିକାଲି କ୍ରିକେଟଠାରୁ ଦୂରରେ ଅଛନ୍ତି। ସେ ପୂର୍ବ ଆଇପିଏଲ ସିଜନରେ ଅଂଶଗ୍ରହଣ କରି ନ ଥିବା ବେଳେ ୨୦୧୫ ମସିହାରୁ...

Ten Cric Info
Advertisement


Archives

Model This Week

Why Dharitri