ପିତାଙ୍କ ଶେଷଇଚ୍ଛା ପୂରଣ କଲେ ୧୨ ଝିଅ

ମୁମ୍ବାଇ,୩୧।୧: ଭାରତୀୟ ପରମ୍ପରାରେ ମାତାପିତାଙ୍କ ପାର୍ଥିବ ଶରୀରରେ ପୁଅମାନେ କାନ୍ଧ ଦେବା ସହ ମୁଖାଗ୍ନି ଦେଇଥାନ୍ତି। ମାତ୍ର ମହାରାଷ୍ଟ୍ରର ଜଣେ ବ୍ୟକ୍ତିଙ୍କ ପାର୍ଥିବ ଶରୀରରେ ୧୨ ଜଣ ଝିଅ କାନ୍ଧ ଲଗାଇ ପିତାଙ୍କ ଶେଷ ଇଚ୍ଛା ପୂରଣ କରିଛନ୍ତି।

ମହାରାଷ୍ଟ୍ରର ଓ୍ବାସିମ୍‌ ଜିଲାର ଶେନ୍ଦୁରଜନା ଗାଁରେ ପୁରୁଷପ୍ରଧାନ ସଂସ୍କୃତିକୁ ପଛରେ ପକାଇ ୧୨ ଝିଅ ନିଜ ପିତାଙ୍କ ପାର୍ଥତ୍ବ ଶରୀରରେ କାନ୍ଧ ଦେଇଛନ୍ତି। ୯୨ ବର୍ଷୀୟ ବୃଦ୍ଧ ସଖାରାମ ଗଣପତିରାଓ୍ବଙ୍କ ୨୯ ଜାନୁୟାରୀରେ ମୃତ୍ୟୁ ଘଟିଥିଲା। ତାଙ୍କର କୌଣସି ପୁଅ ନ ଥିଲେ। କେବଳ ୧୨ ଝିଅ।
ପିତାଙ୍କ ଅନ୍ତିମ ସଂସ୍କାର କୌଣସି ପୁଅଙ୍କଠାରୁ କମ୍‌ କରିନାହାନ୍ତି ଏହି ଝିଅମାନେ। ପିତାଙ୍କ ମରଶରୀରକୁ କାନ୍ଧେଇ ଶ୍ମଶାନ ପର୍ଯ୍ୟନ୍ତ ଯାଇଥିଲେଥ। ସେଠାରେ ମୁଖାଗ୍ନି ଦେଇଥିଲେ ବଡ଼ ଝିଅ।

ଝିଅ ଭାଗ୍ୟଶ୍ରୀ କୁହନ୍ତି, ଆମେ ୧୨ ଭଉଣୀ। ଆମେ ପିତାଙ୍କ ପାର୍ଥିବ ଶରୀରରେ କାନ୍ଧ ଦେଇ ତାଙ୍କ ଶେଷଇଚ୍ଛା ପୂରଣ କରିଛୁ।


Enter your email to get our daily news in your inbox.

All Right Reserved By Dharitri.Com

ଜମ୍ମୁ-କଶ୍ମୀରର ପ୍ରଥମ ମହିଳା ବସ୍‌ ଡ୍ରାଇଭର…

ଶ୍ରୀନଗର,୨୬।୧୨: ଧୀରେଧୀରେ ଜମ୍ମୁ-କଶ୍ମୀରରୁ ଆତଙ୍କବାଦର କଳାବାଦଲ ହଟିବାରେ ଲାଗିଛି। ଏଠାରେ ବହୁବିଧ ବିକାଶ କାର୍ଯ୍ୟ ସରକାରଙ୍କ ପକ୍ଷରୁ ଜାରି ରହିଛି। ଏପରିସ୍ଥଳେ ରାଜ୍ୟର ପ୍ରଥମ ମହିଳା...

ବର୍ଷାଦିନେ ଆଗ୍ରା ବୁଲିବାକୁ ଯାଉଛନ୍ତି କି…ତାଜମହଲ ଦୃଶ୍ୟ ସହ ଏସବୁ ଜିନିଷର ମଜା ନିଅନ୍ତୁ..

ଭ୍ରମଣ କାହାକୁ ବା ପସନ୍ଦ ନୁହେଁ। କର୍ମବହୁଳ ଜୀବନରୁ ସମୟ ଟିକିଏ ମିଳିବା ମାତ୍ରେ ଅନେକେ ଦର୍ଶନୀୟ ସ୍ଥାନ ଭ୍ରମଣରେ ବାହାରିଥାନ୍ତି। ଏହିକ୍ରମରେ ରାଜଧାନୀ ଦିଲ୍ଲୀର...

୮ ମାସରେ ୮୦୦ ଜୀବନ ବଞ୍ଚାଇଲେଣି ଏହି ବ୍ୟକ୍ତି, ମାଗଣାରେ ଯୋଗାଉଛନ୍ତି…

ପାଟଣା,୨୦ା୧୨: ସମଗ୍ର ବିଶ୍ୱ ବର୍ତ୍ତମାନ କରୋନା ମହାମାରୀ ସହିତ ସଂଘର୍ଷ କରୁଛି। ଏଭଳି ପରିସ୍ଥିତିରେ ଲୋକମାନଙ୍କୁ ସାହାଯ୍ୟ କରିବା ପାଇଁ ଗୌରବ ରାୟ ନାମକ ଜଣେ...

ଗଣବଳାତ୍କାର ମାମଲା: ୨ ଅଭିଯୁକ୍ତଙ୍କୁ ଗୁଳି କଲା ପୋଲିସ

ବେଙ୍ଗାଲୁରୁ,୨୮ା୫- କର୍ନାଟକ ରାଜଧାନୀ ବେଙ୍ଗାଲୁରୁରେ ଗଣବଳାତ୍କାର ମାମଲାରେ ଗିରଫ ହୋଇଥିଲେ ୬ ବାଂଲାଦେଶୀ। ଶୁକ୍ରବାର ପୋଲିସ ସେମାନଙ୍କୁ କ୍ରାଇମ୍‌ ସିନ୍‌ ରିକ୍ରିଏଟ୍‌ ପାଇଁ ଘଟଣାସ୍ଥଳକୁ ନେଇଥିଲା।...

ଦକ୍ଷିଣ ପାର୍ଶ୍ୱ ମଠ, କୋଠା ଉଚ୍ଛେଦ ଅଭିଯାନ ଜାରି

ପୁରୀ ଅଫିସ୍‌, ୨୧।୧: ଶ୍ରୀମନ୍ଦିର ସୁରକ୍ଷା ଜୋନରେ ଚାଲିଛି ଉଚ୍ଛେଦ ଅଭିଯାନ। ମେଘନାଦ ପାଚେରିଠାରୁ ୭୫ ମିଟର ପରିଧି ମଧ୍ୟରେ ପ୍ରଶାସନ ପକ୍ଷରୁ ଏହି ଉଚ୍ଛେଦ...

ବିରଳ ଜୀବ: ଯାହାର ଅଛି ୧୩୦୬ ଗୋଡ଼, ୨୦୦ ଫୁଟ ଗଭୀରରେ ବାସ କରେ

ଦୁନିଆରେ ଅନେକ ବିରଳ ଜୀବ ଅଛନ୍ତି, ଯାହା ବିଷୟରେ ଖୁବ୍‌ କମ୍‌ ଲୋକ ଜାଣିଥାନ୍ତି। ବର୍ତ୍ତମାନ ଏମିତି ଏକ ଜୀବର ସନ୍ଧାନ ମିଳିଛି, ଯାହା ବିଷୟରେ...

ମଣିଷଙ୍କ ପରି ସେଲ୍‌ଫି ନେଉଛି ଗରିଲା

ଆଜିକାଲି ଯାହାକୁ ଦେଖ ସେଲ୍‌ଫି ନେବାରେ ବ୍ୟସ୍ତ। ସାଧାରଣତଃ ମଣିଷ ସେଲ୍‌ଫି ନେବାର ଦେଖିଛନ୍ତି। କିନ୍ତୁ କେବେ ଜୀବଜନ୍ତୁ ସେଲ୍‌ଫି ନେବାର ଦେଖିଛନ୍ତି କି? ବିଶ୍ୱାସ...

ବିଶ୍ୱ ମାନବୀୟ ଦିବସ: ବିପର୍ଯ୍ୟୟରେ ଆଶାର କିରଣ

୨୦୦୩ ଅଗଷ୍ଟ ୧୯ରେ ଇରାକ ବାଗଦାଦସ୍ଥିତ ଜାତିସଂଘ ମୁଖ୍ୟାଳୟରେ ବୋମାମାଡ଼ ଯୋଗୁ ଇରାକରେ ଜାତିସଂଘର ମୁଖ୍ୟ ହ୍ୟୁମାନିଟାରିଆନ ବା ମାନବୀୟ କର୍ମୀ ସର୍ଜିୟୋ ବିଏରା ଡି...

Advertisement
Archives

Model This Week