ବାପାଙ୍କ ଋଣ ଶୁଝିବାକୁ ଝିଅ ବନ୍ଧକ

ଲାଠୋର, ୩୧।୧(ଡି.ଏନ.ଏ.): ଅଗ୍ରିମ ଟଙ୍କା ନେଇ ୨୦୨୦ ନଭେମ୍ବରରେ ତେଲଙ୍ଗାନାକୁ ସ୍ତ୍ରୀଙ୍କ ସହ ଦାଦନ ଖଟିବାକୁ ଯାଇଥିଲେ ବଲାଙ୍ଗୀର ଜିଲା ତୁରେକେଲା ବ୍ଲକ ଡେବରିଆମୁଣ୍ଡା ଗ୍ରାମର ସ୍ବର୍ଣ୍ଣ ଶବର(୪୫)। ତେଲଙ୍ଗାନାର ଜଗତଲ ଜିଲା ମାଟିପୁଲି ଗ୍ରାମର ସମ୍ପଦ ଗୌଡଙ୍କ ଇଟାଭାଟିରେ ସେ କାମ କରୁଥିଲେ । ହେଲେ ସେଠାରେ ହଠାତ୍‌ ଅସୁସ୍ଥ ହୋଇପଡିଲେ। ଉପଯୁକ୍ତ ଚିକିତ୍ସା ନ ମିଳିବାରୁ ଦିନକୁ ଦିନ ତାଙ୍କ ସ୍ବାସ୍ଥ୍ୟବସ୍ଥା ଗୁରୁତର ହେଲା । ଭାଟି ମାଲିକ ସ୍ବର୍ଣ୍ଣଙ୍କ ଚିକିତ୍ସା ପାଇଁ କୌଣସି ଦାୟିତ୍ୱ ନ ନେଇ ସ୍ତ୍ରୀ ମିନାବତୀଙ୍କ ସହ ସ୍ବର୍ଣ୍ଣଙ୍କୁ ଘରକୁ ପଠାଇବା ବ୍ୟବସ୍ଥା କଲେ। ହେଲେ ସ୍ବର୍ଣ୍ଣଙ୍କ ୧୮ବର୍ଷୀୟା ଝିଅ କୁମାରୀଙ୍କୁ ଆଣି ଇଟାଭାଟିରେ ଛାଡିବା ପରେ ତୁମେ ଦୁହେଁ ଘରକୁ ଯାଇପାରିବ ବୋଲି ସେ ସର୍ତ୍ତ ରଖିଲେ। ମାଲିକଙ୍କ ନିର୍ଦ୍ଦେଶକ୍ରମେ ସର୍ଦ୍ଦାର କବି ମେହେର ସ୍ବର୍ଣ୍ଣ ଓ ମିନାବତୀ ବଲାଙ୍ଗୀରରେ ପହଞ୍ଚିବା ପୂର୍ବରୁ ଜାନୁୟାରୀ ୧୩ରେ କୁମାରୀଙ୍କୁ ନେଇ ଇଟାଭାଟିରେ ଛାଡି ଆସିଲେ। ଏବେ କୁମାରୀ ସେହି ଇଟା ଭାଟିରେ କାମ କରୁଛନ୍ତି। ମା’ବାପା ନେଇଥିବା ଅଗ୍ରିମ ଟଙ୍କା ସେ ଦିନରାତି ପରିଶ୍ରମ କରି ଭରଣା କରୁଛନ୍ତି। ଏଣେ ଗାଁରେ ପହଞ୍ଚତ୍ବା ପରେ ମିନାବତୀ ସ୍ବାମୀଙ୍କୁ ତୁରେକେଲା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଗତ ୨୬ତାରିଖରେ ଭର୍ତ୍ତି କରିଥିଲେ। ହେଲେ ୨୮ତାରିଖରେ ସେ ଆଖି ବୁଜିଲେ ା ଝିଅ କୁମାରୀ ତେଲଙ୍ଗାନାରେ ରହିଥିବା ବେଳେ ମୀନାବତୀ ଅନ୍ୟ ୨ ପିଲାଙ୍କୁ ଧରି ଗାଁରେ ରହିଛନ୍ତି। ଅନ୍ୟ କୌଣସି ଉପାୟ ତାଙ୍କ ପାଖରେ ନାହିଁ ା କେବଳ ଲୁହ ଢ଼ାଳିବା ଛଡ଼ା ସେ ଆଉ କିଛି କରିପାରିବେ ନାହିଁ ବୋଲି କହିଛନ୍ତି ା ସ୍ବାମୀଙ୍କ ଶୁଦ୍ଧିକ୍ରିୟା କରିବାକୁ ତାଙ୍କ ପାଖରେ ଟଙ୍କା ନାହିଁ। ଏପରି ପରିସ୍ଥିତିରେ କୁମାରୀଙ୍କୁ ସେଠାରୁ ଫେରାଇ ଆଣିବା ସହ ଶ୍ରମିକମାନଙ୍କ ପାଇଁ ରହିଥିବା ସରକାରୀ ସହାୟତା ଯୋଗାଇ ଦେବାକୁ ସ୍ବର୍ଣ୍ଣଙ୍କ ପରିବାରବର୍ଗ ନିବେଦନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବେ ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା

କଟକ,୨୫ା୪(କାର୍ତ୍ତିକ ସାହୁ): ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା ତାଙ୍କ ଦିବଙ୍ଗତ ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବା ନିମନ୍ତେ ଅଦାଲତ ଅନୁମତି ଦେଇଛନ୍ତି। ଆସନ୍ତା ୨୯ ଓ ୩୦ ତାରିଖରେ...

ଗରା ଧରି ଜିଲାପାଳଙ୍କୁ ପାଣି ମାଗିଲେ ଜୁଆଙ୍ଗ ଆଦିବାସୀ

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ସରକାର ଆଦିବାସୀ ଓ ଗରିବ ଲୋକଙ୍କ ପାଇଁ ମାଳମାଳ ଯୋଜନା କରି ଅନେକ କୋଟି ଖର୍ଚ୍ଚ କରୁଛନ୍ତି। ମାତ୍ର ଜିଲାର ପୁରାତନ...

୨୦୧୮ ଗୁଳିକାଣ୍ଡ: କୁଖ୍ୟାତ ଅପରାଧୀ ତପୁଙ୍କୁ ୭ ବର୍ଷ କାରାଦଣ୍ଡ

କଟକ,୨୫ା୪ (କାର୍ତ୍ତିକ ସାହୁ): କଟକ ସଦର ଥାନା ଅଞ୍ଚଳରେ ୨୦୧୮ ମସିହା ମାର୍ଚ୍ଚ ୨ ତାରିଖରେ ଦୁଇଗୋଷ୍ଠୀ ମଧ୍ୟରେ ସଂଘଟିତ ଗୁଳିମାଡ଼ ମାମଲାର ରାୟ ଗୁରୁବାର...

ଶିମିଳିପାଳର ୩୧ ପଏଣ୍ଟରେ ଲାଗିଛି ନିଆଁ

ବାରିପଦା,୨୫ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଶିମିଳିପାଳ ଅଭୟାରଣ୍ୟରେ ପ୍ରତିଦିନ ବନାଗ୍ନି ଦେଖିବାକୁ ମିଳୁଛି। ସବୁଜିମା ଭରା ବିସ୍ତୀର୍ଣ୍ଣ ଅଞ୍ଚଳରେ ନିଆଁ ମାଡ଼ି ଚାଲିଛି। କର୍ମଚାରୀମାନେ ଅକ୍ଳାନ୍ତ ପରିଶ୍ରମ...

ବାପାଙ୍କ ଶୁଦ୍ଧିକ୍ରିୟା ପାଇଁ ଗାଁକୁ ଯାଇଥିଲେ, ଘରେ ବୁଲିଲା କଳାକନା

ବାସୁଦେବପୁର,୨୫ା୪(ନାରାୟଣ ପ୍ରସାଦ ବାରିକ୍‌): ବାପାଙ୍କ ଶୁଦ୍ଧିକ୍ରିୟାକୁ ଯାଇଥିଲେ। ଏପଟେ ଘରେ କଳାକନା ବୁଲାଇ ଦେଲେ ଚୋର। ବାସୁଦେବପୁର ପୌରପାଳିକାର ବିଦ୍ୟୁତ୍‌ ମାର୍ଗରେ ବୁଧବାର ରାତିରେ ଏଭଳି...

ପଦ୍ମ ଧରିବା ପରେ ପ୍ରବୋଧଙ୍କୁ ସ୍ବାଗତ କଲା ଭାଜପା, ମିଳିବ କି’ ଟିକେଟ

ଭୁବନେଶ୍ୱର,୨୫।୪: କଂଗ୍ରେସରୁ ଇସ୍ତଫା ପରେ ଭାଜପାର ସାମିଲ ହୋଇଛନ୍ତି ପୂର୍ବତନ ହକି ତାରକା ପ୍ରବୋଧ ତିର୍କୀ । ଏହି ଅବସରରେ ଭାଜପା ଶୀର୍ଷ ନେତୃତ୍ୱ ଫୁଳତୋଡା...

ମିଶ୍ରଣ ପର୍ବରେ ବିଜେଡି କର୍ମୀଙ୍କୁ ଟାର୍ଗେଟ୍‌ କଲେ କଂଗ୍ରେସ କର୍ମୀ

ମୋରଡ଼ା,୨୫ା୪(ସ୍ମାରକ ମାଜୀ): ଆଗାମୀ ସାଧାରଣ ନିର୍ବାଚନ ପାଇଁ କଂଗ୍ରେସ ବଳ ଗୋଟାଇବାରେ ଲାଗିଛି। ଏହି ପରିପ୍ରେକ୍ଷୀରେ ଗୁରୁବାର ମୋରଡା ବ୍ଲକ ଅଧୀନ କଲରାଫୁଲିଆସ୍ଥିତ କଂଗ୍ରେସ କାର୍ଯ୍ୟାଳୟରେ...

ପୋଖରୀରେ ଗାଧୋଇବା ବେଳେ ବୁଡ଼ିଗଲେ ଦୁଇ ଭଉଣୀ

ଗୋପ,୨୫ା୪(ଭାରତୀ ଭୂଷଣ): ପୋଖରୀରେ ଗାଧୋଇବା ହେଲା କାଳ। ଦୁଇ ଭଉଣୀ ଗୁରୁବାର ପୋଖରୀରେ ବୁଡ଼ି ମୃତ୍ୟୁବରଣ କରିଛନ୍ତି। ପୁରୀ ଜିଲା ଗୋପ ଥାନା ଡଭାର ଗାଁରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri