Posted inଖେଳ

ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଲେ ଥରଙ୍ଗା

କଲମ୍ବୋ, ୨୪।୨(ପି.ଟି.)-ଶ୍ରୀଲଙ୍କାର ଭେଟେରାନ ଓପନର ଉପୁଲ ଥରଙ୍ଗା ମଙ୍ଗଳବାର ଅନ୍ତର୍ଜାତୀୟ କ୍ରିକେଟରୁ ତାଙ୍କର ଅବସର ଘୋଷଣା କରିଛନ୍ତି। ସେ ତାଙ୍କ ୧୫ବର୍ଷ କ୍ୟାରିୟରରେ କିଛି ସମୟ ଦଳର ଅଧିନାୟକ ଦାୟିତ୍ୱ ତୁଲାଇଛନ୍ତି। ୩୬ବର୍ଷୀୟ ଥରଙ୍ଗା ହେଉଛନ୍ତି ଜଣେ ବାମହାତୀ ବ୍ୟାଟ୍ସମ୍ୟାନ। ଶ୍ରୀଲଙ୍କା ତରଫରୁ ସେ ୩୧ ଟେଷ୍ଟ ଖେଳି ୨୧.୮୯ ଆଭରେଜରେ ୧୭୫୪ ରନ କରିଛନ୍ତି। ସେ ୨୦୦୫ ଡିସେମ୍ବରରେ ଅହମ୍ମଦାବାଦରେ ଭାରତ ବିପକ୍ଷରେ ତାଙ୍କ ଟେଷ୍ଟ ପଦାର୍ପଣ କରିଥିଲେ। ପୁନଶ୍ଚ ସେ ସମାନ ଦଳ ବିପକ୍ଷରେ ତାଙ୍କ ଅନ୍ତିମ ଟେଷ୍ଟ ମ୍ୟାଚ ୨୦୧୭ରେ ପାଲିକେଲ୍‌ଠାରେ ଖେଳିଥିଲେ। ଥରଙ୍ଗା ଅନ୍ତର୍ଜାତୀୟ ଦିନିକିଆରେ ବିଶେଷ ସଫଳତା ହାସଲ କରିଛନ୍ତି। ୨୦୦୫ ଅଗଷ୍ଟରେ ଓ୍ବେଷ୍ଟଇଣ୍ଡିଜ ବିପକ୍ଷରେ ତାଙ୍କ ପଦାର୍ପଣ ମ୍ୟାଚ ଖେଳିଥିଲେ। ସେ ୨୩୫ ମ୍ୟାଚ ଖେଳି ୩୩.୭୪ ଆଭରେଜରେ ୬୯୫୧ ରନ ସଂଗ୍ରହ କରିଥିଲେ। ସେ ତାଙ୍କ ଅନ୍ତଜର୍ର୍ାତୀୟ ଦିନିକିଆ କ୍ୟାରିୟରରେ ୧୫ ଶତକ ଓ ୩୭ ଅର୍ଦ୍ଧଶତକ ହାସଲ କରିଛନ୍ତି। ଥରଙ୍ଗା ଆହୁରି ମଧ୍ୟ ଶ୍ରୀଲଙ୍କା ପାଇଁ ୨୬ ଅନ୍ତର୍ଜାତୀୟ ଟି୨୦ ଖେଳି ୪୦୭ରନ କରିଛନ୍ତି। ତାଙ୍କର ବ୍ୟକ୍ତିଗତ ଶ୍ରେଷ୍ଠ ସ୍କୋର ୪୭ରନ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ନୂଆ ସ୍ପିନରଙ୍କୁ ମିଳିପାରେ ଟିମ୍‌ ଇଣ୍ଡିଆରେ ସୁଯୋଗ

ନୂଆଦିଲ୍ଲୀ,୨୬।୧: ଆସନ୍ତା ମାସର ପ୍ରଥମ ସପ୍ତାହରୁ ଆରମ୍ଭ ହେବାକୁ ଯାଉଛି ଓ୍ବେଷ୍ଟଇଣ୍ଡିଜ ବିପକ୍ଷ ଦିନିକିଆ ସିରିଜ୍‌। ଏହି ସିରିଜ୍‌ ଲାଗି ଘୋଷିତ ହେବାକୁ ଥିବା ଭାରତୀୟ...

ସୂର୍ଯ୍ୟକୁମାରଙ୍କ ‘ନମସ୍କାର’ ସେଲିବ୍ରେଶନ୍‌କୁ ନେଇ ଚର୍ଚ୍ଚା: ଦେଖନ୍ତୁ ଭିଡିଓ

କୋଲକତା,୨୦।୨: ୱେଷ୍ଟଇଣ୍ଡିଜ ବିପକ୍ଷ ସିରିଜର ତୃତୀୟ ତଥା ଅନ୍ତିମ ଟି -୨୦ ମ୍ୟାଚରେ ଭାରତୀୟ କ୍ରିକେଟ ଦଳର ଚମତ୍କାର ବିଜୟରେ ସୂର୍ଯ୍ୟକୁମାର ଯାଦବ ଏକ ଗୁରୁତ୍ୱପୂର୍ଣ୍ଣ...

ଡ୍ରେସିଂ ରୁମ୍‌ରେ ହେଲମେଟ୍‌ ଫିଙ୍ଗି ଭଙ୍ଗାରୁଜା କଲେ ଏହି କ୍ରିକେଟର୍‌

ମୁମ୍ବାଇ,୨୦।୫: ଆଇପିଏଲ ୨୦୨୨ର ୬୭ତମ ମ୍ୟାଚରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ୮ ଉଇକେଟ୍‌ରେ ଗୁଜରାଟ ଟାଇଟାନ୍ସକୁ ପରାସ୍ତ କରିଛି। ଏହି ବିଜୟ ସହ ଆରସିବି ପ୍ଲେ...

ଇଣ୍ଡିଆନ ସୁପର ଲିଗ୍‌: ଓଡ଼ିଶା ଏଫ୍‌ସି- ଏଟିକେ ମ୍ୟାଚ୍‌ ଡ୍ର’

ପୁଣେ,୨୫।୧୧(ପି.ଟି)- ହାଇପ୍ରୋଫାଇଲ ଇଣ୍ଡିଆନ ସୁପର ଲିଗ୍‌ (ଆଇଏସ୍‌ଏଲ୍‌)ରେ ରବିବାର ଓଡ଼ିଶା ଏଫ୍‌ସି ଓ ଏଟିକେ ମଧ୍ୟରେ ଖେଳାଯାଇଥିବା ମ୍ୟାଚ୍‌ ଗୋଲ ଶୂନ୍ୟ ଭାବେ ଅମୀମାଂସିତ ରହିଛି।...

କୋଏମ୍ୟାନ ବାର୍ସିଲୋନାର ନୂଆ କୋଚ୍‌

ବାର୍ସିଲୋନା, ୨୦।୮(ଏପି)- ନେଦରଲାଣ୍ଡ୍ସର ରୋନାଲ୍ଡ କୋଏମ୍ୟାନ ବାର୍ସିଲୋନାର ନୂଆ କୋଚ୍‌ ନିଯୁକ୍ତ ହୋଇଛନ୍ତି। ବୁଧବାର ଏହା କ୍ଲବ ପକ୍ଷରୁ ବିଧିବଦ୍ଧଭାବେ ଘୋଷଣା କରାଯାଇଛି। ଚାମ୍ପିୟନ୍ସ ଲିଗ୍‌ର...

ଫୁଲ ସୋରେନ ଉପଅଧିନାୟିକା

ଭୁବନେଶ୍ୱର,୪।୮ (ତପନ ସ୍ବାଇଁ):ଇଣ୍ଟରନ୍ୟାଶନାଲ ବ୍ଲାଇଣ୍ଡ ସ୍ପୋଟର୍‌ସ ଫେଡେରେଶନ (ଆଇବିଏସ୍‌ଏ) ପକ୍ଷରୁ ଓ୍ବାଲର୍‌ଡ ଗେମ୍ସ ବର୍ମିଂହାମଠାରେ ଚଳିତ ମାସ ୧୮ରୁ ୨୭ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ଏଥିରେ...

କରୋନାରେ ଆକ୍ରାନ୍ତ ଜୁଭେଣ୍ଟସ ଡିଫେଣ୍ଡର ରୁଗାନି

ମିଲନ,୧୩।୩(ଏଏଫ୍‌ପି)- ଜୁଭେଣ୍ଟସ ଓ ଇଟାଲି ଡିଫେଣ୍ଡର ଡାନିଏଲ ରୁଗାନି ପ୍ରଥମ ସିରି ଏ’ ଫୁଟବଲର ଭାବେ କରୋନା ଭାଇରସରେ ଆକ୍ରାନ୍ତ ହୋଇଛନ୍ତି। ଇଟାଲିଆନ ଚାମ୍ପିୟନ କ୍ଲବ...

ଆତଙ୍କବାଦୀ ଆକ୍ରମଣ ବନ୍ଦ ନ ହେଲେ ପାକିସ୍ତାନ ସହ କ୍ରିକେଟ ମ୍ୟାଚ ହେବ ନାହିଁ: ଅନୁରାଗ ଠାକୁର

ନୂଆଦିଲ୍ଲୀ,୧୫।୯: ଦକ୍ଷିଣ କଶ୍ମୀରର ଅନନ୍ତନାଗ ଜିଲାରେ ଆତଙ୍କବାଦୀ ଆକ୍ରମଣରେ ଜଣେ କର୍ଣ୍ଣେଲ, ଜଣେ ମେଜର ଓ ଜଣେ ଡିଏପି ଶହୀଦ ହୋଇଛନ୍ତି। ତେବେ ଏନେଇ କେନ୍ଦ୍ର...

Advertisement
Archives

Model This Week