କରଦାତାଙ୍କୁ କୃତଜ୍ଞତା

ଭୁବନେଶ୍ୱର(ବ୍ୟୁରୋ)/କଟକ/ପୁରୀ ଅଫିସ, ୨୧।୮: ସ୍ବାଧୀନତାର ୭୫ ବର୍ଷ ପୂର୍ତ୍ତି ଅବସରରେ ଓଡ଼ିଶା ଆୟକର ବିଭାଗ ପକ୍ଷରୁ ‘ଆଜାଦୀ କା ଅମୃତ ମହୋତ୍ସବ’ ପାଳିତ ହୋଇଛି। ଏହି ଅବସରରେ ଭୁବନେଶ୍ୱର ଆୟକର ବିଭାଗ କାର୍ଯ୍ୟାଳୟଠାରୁ ଏକ ସାଇକେଲ ରାଲିର ଆୟୋଜନ କରାଯାଇଥିଲା। ଆୟକର କମିଶନର ସରୋଜ ମହାପାତ୍ରଙ୍କ ଉପସ୍ଥିତିରେ ସକାଳ ସାଢ଼େ ୬ଟାରେ ଭାରତୀୟ ହକି ଦଳର ପୂର୍ବତନ ଅଧିନାୟକ ତଥା ପଦ୍ମଶ୍ରୀ ଦିଲୀପ ତିର୍କୀ ଏହି ରାଲିକୁ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ। ଭୁବନେଶ୍ୱରରୁ ରାଲି ବାହାରି କଟକ ସେଲ୍‌ଟରଛକସ୍ଥିତ ଆୟକର କାର୍ଯ୍ୟାଳୟଠାରେ ସକାଳ ୮ଟାରେ ପହଞ୍ଚତ୍ଥିଲା। ଆୟକର ବିଭାଗର ଅଧିକାରୀ ଓ କର୍ମଚାରୀଙ୍କ ସମେତ ବିଭିନ୍ନ ସଙ୍ଗଠନର ୨୫୦ ସାଇକେଲ ଚାଳକ ରାଲିରେ ଯୋଗଦେଇଥିଲେ। ରାଲିରେ ଆସିଥିବା ସାଇକେଲ ଚାଳକଙ୍କୁ କଟକଠାରେ ପ୍ରମୁଖ ଆୟକର କମିଶନର ମନୋରଞ୍ଜନ ପାଣିଗ୍ରାହୀ ଓ ଜିଲାପାଳ ଭବାନୀ ଶଙ୍କର ଚଇନୀ ସ୍ବାଗତ କରିଥିଲେ। କଟକ ଆୟକର ଭବନର କର୍ମଚାରୀମାନେ ଏହି ରାଲିରେ ସାମିଲ ହୋଇ ଲୋକମାନଙ୍କ ମଧ୍ୟରେ ଦେଶାତ୍ମକ ଭାବ ଜାଗ୍ରତ କରିଥିଲେ। ସାଇକେଲ ଚାଳକଙ୍କୁ ଉତ୍ସାହିତ କରିବା ପାଇଁ ଜିଲାପାଳ ନିଜେ ସାଇକେଲ ଚଲାଇଥିଲେ। ପରେ ଏହି ରାଲି ନିର୍ଦ୍ଧାରିତ କାର୍ଯ୍ୟକ୍ରମ ଅନୁଯାୟୀ କଟକ ଖାନ୍‌ନଗର- ଫୁଲନଖରା- ଉତ୍ତରାଛକ ଦେଇ ପୁରୀ ଅଭିମୁଖେ ଯାତ୍ରା କରିଥିଲା। ଅପରାହ୍ନ ୩ଟାରେ ଉକ୍ତ ରାଲି ପୁରୀ ପେଣ୍ଠକଟାସ୍ଥିତ ଆୟକର କାର୍ଯ୍ୟାଳୟଠାରେ ପହଞ୍ଚତ୍ଥିଲା। ସେଠାରେ ରାଲିକୁ ଭବ୍ୟ ସମ୍ବର୍ଦ୍ଧନା ଦିଆଯାଇଥିଲା। ପରେ ସେଠାରୁ ରାଲି ବାହାରି ଭୁବନେଶ୍ୱରରେ ସନ୍ଧ୍ୟାରେ ପହଞ୍ଚତ୍ଥିଲା। ସାଇକେଲ ରାଲି ଗୋଟିଏ ମାତ୍ର କାର୍ଯ୍ୟକ୍ରମ। ଯେଉଁମାନେ ଠିକ୍‌ ସମୟରେ କର ପ୍ରଦାନ କରୁଛନ୍ତି, ସେମାନଙ୍କୁ ଏହି କାର୍ଯ୍ୟକ୍ରମ ଜରିଆରେ କୃତଜ୍ଞତା ଜ୍ଞାପନ କରାଯାଉଛି ବୋଲି ଆୟକର କମିଶନର ମହାପାତ୍ର କହିଛନ୍ତି। ଏହି କାର୍ଯ୍ୟକ୍ରମରେ ଆୟକର କମିଶନରଙ୍କ ସମେତ ପୂର୍ବତନ କମିଶନର ଶରତ କୁମାର ଦାସ, ପ୍ରମୁଖ ଆୟକର କମିଶନର ଅସିତ ମହାପାତ୍ର, କଟକ ଆୟକର ବିଭାଗର ଯୁଗ୍ମ ଆୟକର କମିଶନର ଉମାକାନ୍ତ ଧ୍ରୁପତି, ଅତିରିକ୍ତ ଆୟକର କମିଶନର ବିଜୟ ଗୌତମ, ଜିତେନ୍ଦ୍ର କୁମାର ଲେଙ୍କା, ଅରୁଣ କୁମାର ମହାନ୍ତି, ଆୟକର ଅଧିକାରୀ ରଞ୍ଜନ ମହାନ୍ତି, ପି.କେ. ସାହୁ ପ୍ରମୁଖ ଯୋଗ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

CORONAVIRUS UPDATE: ରାଜ୍ୟରେ ଚିକିତ୍ସାଧୀନ ଆକ୍ରାନ୍ତଙ୍କଠାରୁ ସୁସ୍ଥ ସଂଖ୍ୟା ଅଧିକ

ଭୁବନେଶ୍ୱର, ୨୯।୫(ବ୍ୟୁରୋ): ରାଜ୍ୟରେ ଦୃତ ଗତିରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିଚାଲିଥିବା ବେଳେ ସୁସ୍ଥ ସଂଖ୍ୟା ମଧ୍ୟ ବଢ଼ୁଛି। ଶୁକ୍ରବାର ସକାଳେ ୬୩ଜଣ କରୋନା ପଜିଟିଭ...

ଚିଙ୍ଗୁଡ଼ି ପ୍ରୋସେସିଂପ୍ଲାଣ୍ଟରୁ ଆମୋନିଆ ଗ୍ୟାସ ଲିକ୍‌: ୩ ମହିଳା ଗୁରୁତର

ପାରାଦୀପ,୨୩।୫(ସ୍ବ.ପ୍ର.): ପାରାଦୀପ ଉପକଣ୍ଠ ଶିଳ୍ପାଞ୍ଚଳରେ ରବିବାର ଲକ୍ଷ୍ମୀନାରାୟଣ ଏକ୍ସପୋର୍ଟ ଚିଙ୍ଗୁଡ଼ି ପ୍ରୋସେସିଂ ପ୍ଲାଣ୍ଟରୁ ଆମୋନିଆ ଗ୍ୟାସ ଲିକ୍‌ ହୋଇଛି। ଏହାର ପ୍ରଭାବରେ ୧୩ ଜଣ ଅସୁସ୍ଥ...

ରାଜଧାନୀ ଏକ୍ସପ୍ରେସର ସମୟ ପରିବର୍ତ୍ତନ

ଭୁବନେଶ୍ୱର, ୭।୧(ବ୍ୟୁରୋ): ଉତ୍ତର ଭାରତରେ ଘନ କୁହୁଡ଼ି ଯୋଗୁ ଟ୍ରେନ୍‌ ଚଳାଚଳ ବାଧାପ୍ରାପ୍ତ ହେଉଛି। ପୂର୍ବ ଭାରତରେ ବି ଏହାର ପ୍ରଭାବ ପଡ଼ିଛି। ଏଥିପାଇଁ ସୋମବାର...

ଦେବୀନଦୀ ସାଜିଛିି ଦାନବୀ

କାକଟପୁର,୧୧।୧୦(ଡି.ଏନ୍‌.ଏ.) : ଦେବୀନଦୀ ମହାନଦୀରୁ ବାହାରି କାକଟପୁର ଓ ଅସ୍ତରଙ୍ଗ ବ୍ଲକ ଅଞ୍ଚଳଦେଇ ପ୍ରବାହିତ ହୋଇ ଶେଷରେ ନୂଆଗଡ଼ଠାରେ ସମୁଦ୍ରରେ ମିଶିଛି। ମହାନଦୀର ୬୦ପ୍ରତିଶତ ବନ୍ୟାଜଳ...

ବିମାନବନ୍ଦର ନିର୍ମାଣାଧୀନ ଛାତ ଭୁଶୁଡ଼ିବା ଘଟଣାରେ ଓଏଚ୍‌ଆର୍‌ସିଙ୍କ ନିର୍ଦ୍ଦେଶ: ମୃତାହତଙ୍କୁ କ୍ଷତିପୂରଣ ଦେବ ଠିକାଦାର ସଂସ୍ଥା

ଭୁବନେଶ୍ୱର,୨୮।୧(ବ୍ୟୁରୋ): ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଟର୍ମିନାଲ-୧ରୁ ଟର୍ମିନାଲ-୨କୁ ସଂଯୋଗ କରୁଥିବା ବିଲ୍ଡିଂର ଛାତ ଭୁଶୁଡ଼ିବା ଘଟଣାରେ କ୍ଷତିପୂରଣ ଦେବ ଠିକାଦାର ସଂସ୍ଥା ଦିଲୀପ କନ୍‌ଷ୍ଟ୍ରକ୍‌ଶନ।...

୩୧ରୁ କମିବ ଶୀତ: ହାଲୁକା ବର୍ଷା ସମ୍ଭାବନା

ଭୁବନେଶ୍ୱର,୨୮ା୧୦(ବ୍ୟୁରୋ):ରାଜ୍ୟରୁ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଓ ସମ୍ଭାବ୍ୟ ବାତ୍ୟା ଅପସରି ଯିବା ପରେ ଗତ କିଛିଦିନ ହେବ ହାଲୁକା ଶୀତ ଆରମ୍ଭ ହୋଇଛି। ସର୍ବନିମ୍ନ...

ଆଜି ରାଜ୍ୟରୁ ୮୭ ପଜିଟିଭ୍‌ ଚିହ୍ନଟ, ୩୩୭୧୯୧ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା

ଭୁବନେଶ୍ୱର,୨୮।୨(ବ୍ୟୁରୋ): ରବିବାର ରାଜ୍ୟରୁ ୮୭ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ବର୍ତ୍ତମାନ ମୋଟ୍‌ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩,୩୭,୧୯୧ରେ ପହଞ୍ଚିଥିବା ରାଜ୍ୟ ସୂଚନା...

ସନ୍ତାନ ନ ହେବାରୁ ଡାହାଣୀ ସନ୍ଦେହରେ ମହିଳାଙ୍କୁ ହତ୍ୟା

କପ୍ତିପଦା,୩୦।୧୨(ଡି.ଏନ୍‌.ଏ.): ମୟୂରଭଞ୍ଜ ଜିଲା କପ୍ତିପଦା ବ୍ଲକ ଶରତ ଥାନା ଅଧୀନ କଳମଗଡ଼ିଆ ପଞ୍ଚାୟତ ଶାରିସୁଆ ଗ୍ରାମରେ ଡାହାଣୀ ସନ୍ଦେହରେ ଜଣେ ମହିଳାଙ୍କୁ ଧାରୁଆ ଅସ୍ତ୍ରରେ କାଟି...

Advertisement
Archives

Model This Week