ଶାଶୁଘର ଚାଲିଯିବେ ପଞ୍ଚଠାକୁରାଣୀ

ପୁରୁଷୋତ୍ତମପୁର,୩୦ା୫(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ପୁରୁଷୋତ୍ତମପୁରର ଦ୍ୱିବାର୍ଷିକ ଠାକୁରାଣୀ ଯାତ୍ରା ମଙ୍ଗଳବାର ଶେଷ ହେଉଛି। ଏହି ଯାତ୍ରା ଗତ ୩ ତାରିଖଠାରୁ ଆରମ୍ଭ ହୋଇଥିଲା। ମା ପଞ୍ଚଠାକୁରାଣୀ ନିଜ ମନ୍ଦିର ଛାଡ଼ି ବାପଘର ପୁରୁଷୋତ୍ତମପୁର ସହରର ବଡ଼ବଜାର ସ୍ଥିତ ଅସ୍ଥାୟୀ ମନ୍ଦିରକୁ ଆସି ବିଜେ କରିବା ସହ ପ୍ରତ୍ୟହ ସନ୍ଧ୍ୟାରେ ସାହି ସାହି ବୁଲି ଭକ୍ତଙ୍କୁ ଦର୍ଶନ ଦେଉଥିଲେ। ମାତ୍ର ମା’ ଦୀର୍ଘ ୨୮ ଦିନ ହେଲା ମା’ ଶାଶୁଘର ଛାଡ଼ି ବାପଘର ଚାଲି ଆସିଥିବାରୁ ଶାଶୁଘର ଲୋକେ (କନକା ସାହି ବାସିନ୍ଦା) ରବିବାର ରାତ୍ରରେ ବିରାଟ ପଟୁଆରରେ ବଡ ବଜାର ସ୍ଥିତ ଅସ୍ଥାୟୀ ମନ୍ଦିର (ବାପଘର)କୁ ଆସି ପୂଜାର୍ଚ୍ଚନା କରି ନିଜ ଘରକୁ ଫେରିଯିବା ଲାଗି ଡାକିଥିଲେ। ଶାଶୁଘର ପକ୍ଷରୁ ଏହି ଡାକରା ପାଇ କିମ୍ବଦନ୍ତୀ ପୂର୍ଣ୍ଣ ମା’ କନକା ଠାକୁରାଣୀଙ୍କ ସମେତ ପୁଅ କାଳୁଆ, ବୋହୁ ଫୁଲସୁନ୍ଦରୀ, ଝିଅ ତାରାତାରିଣୀ ଓ କାଳୀ ଆଦି ପଞ୍ଚ ଠାକୁରାଣୀ ନିଜ ଘରକୁ ମଙ୍ଗଳବାର ମଧ୍ୟରାତିରେ ଫେରିଯିବେ। ଏହି ଯାତ୍ରା ଲାଗି ବହୁ ଭକ୍ତଙ୍କ ଭିଡ଼ ଲାଗି ରହୁଛି। ବିଭିନ୍ନ ସ୍ବେଚ୍ଛାସେବୀ ସଂଗଠନ, ବଣିକ ସଂଘ ମାନ ପକ୍ଷରୁ ସହରର ବହୁ ସ୍ଥାନରେ ବିଭିନ୍ନ ପ୍ରକାର ରନ୍ଧାଖାଦ୍ୟ ମାନ ବଣ୍ଟନ କରାଯାଉଛି। ଏହା ସାଙ୍ଗକୁ ବିଭିନ୍ନ ସାହି ବସ୍ତିରେ ସୁନ୍ଦର ସୁନ୍ଦର ମେଢ, କଳାକୁଞ୍ଜ ମାନ ନିର୍ମାଣ କରାଯିବା ସହ ସୁନ୍ଦର ସୁନ୍ଦର ରଙ୍ଗିନ ଆଲୋକମାଳାରେ ଝଲସି ଉଠୁଛି। ମାନସିକଧାରୀମାନେ ବିଭିନ୍ନ ବେଶରେ ସଜ୍ଜିତ ହୋଇ ସାହି ସାହି ବୁଲିବାରେ ଲାଗିଛନ୍ତି। ସ୍ବପ୍ନେଶ୍ୱର କାଳୀଯାତ୍ରା ପଡ଼ିଆରେ ଚାଲିଛି ଅପେରା ଓ ଦୋଳି, ମିନାବଜାର ଆଦି ମନୋରଞ୍ଜନ କାର୍ଯ୍ୟକ୍ରମ। ପୁରୁଷୋତ୍ତମପୁର ଏସ୍‌ଡିପିଓ ରଜନୀକାନ୍ତ ସାମଲଙ୍କ ତତ୍ତ୍ୱାବଧାନରେ ବିଭିନ୍ନ ସ୍ଥାନରେ ପୋଲିସ ଅଫିସର ଓ ଫୋର୍ସ ମୁତୟନ ରହି ଆଇନ ଶୃଙ୍ଖଳାକୁ ନିୟନ୍ତ୍ରଣ କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ: ବିଶ୍ୱବାସୀଙ୍କୁ ଜଣାଯିବ ରଥଯାତ୍ରାର ବିଧି

ପୁରୀ ଅଫିସ, ୭ା୯: ବିଶ୍ୱର ବିଭିନ୍ନ ରାଷ୍ଟ୍ର ସମେତ ଭାରତର ଅନେକ ରାଜ୍ୟରେ ରଥଯାତ୍ରା ଅନୁଷ୍ଠିତ ହେଉଛି। କିନ୍ତୁ ପୁରୀରେ ଯେଉଁଭଳି ବିଧି ଓ ପରମ୍ପରା...

ପୁରୁଷୋତ୍ତମ ଏକ୍ସପ୍ରେସରୁ ୪୩ କେଜି ଗଞ୍ଜେଇ ଜବତ

ଭଦ୍ରକ ଅଫିସ, ୨୫।୪: ରେଲୱେ ବିଭାଗର ଅପରେଶନ ସତର୍କ ନାର୍କୋସ୍‌ ଅଧୀନରେ ଆର୍‌ପିଏଫ୍‌ ଏସ୍‌ କର୍ଟିଂ ପାର୍ଟି ଚେକିଂ ଚାଲିଥିବା ବେଳେ ରବିବାର ସନ୍ଧ୍ୟାରେ ପୁରୁଷୋତ୍ତମ...

ଡୁବୁରୀ-ସୁକିନ୍ଦା ୫୩ ନମ୍ବର ଜାତୀୟ ରାଜପଥ :ମରାମତି ଦାବି କଲା ବ୍ୟବସାୟୀ ସଂଘ

ଡୁବୁରୀ,୪-୯(ଡି.ଏନ୍‌.ଏ.)- ଡୁବୁରୀ-ସୁକିନ୍ଦା ୫୩ ନମ୍ବର ଜାତୀୟ ରାଜପଥ ମରାମତି ଓ ରକ୍ଷଣାବେକ୍ଷଣ ଅଭାବରୁ ଶୋଚନୀୟ ହୋଇପଡିଛି। ଡୁବୁରୀ-ସୁକିନ୍ଦା ୯ କିଲୋମିଟର ପାଖାପାଖି ରାସ୍ତାର ଅଧିକାଂଶ ସ୍ଥାନ...

ବାଇକ-ପିକ୍‌ଅପ୍‌ ମୁହଁ।ମୁହିଁ, ୩ ମୃତ

ମୋହନା,୧୭ା୩(ଡି.ଏନ୍‌.ଏ.)- ଗଜପତି ଜିଲା ମୋହନା ଥାନା ରାଇସିଂ ଘାଟି ତଳେ ଜାତୀୟ ରାଜପଥ ନଂ.୩୨୬ରେ ସୋମବାର ପିକ୍‌ଅପ୍‌ ଓ ବାଇକ୍‌ ମଧ୍ୟରେ ମୁହଁାମୁହିଁ ଧକ୍କା ହେବାରୁ...

ପାଠ୍‌ପଢ଼ାର ବାଟ୍‌ ଛେକିଛେ ଗରିବୀ:ସରକାରୀ ସାହାଯ୍‌ ଆଶ୍‌ରେ ଦିବ୍ୟାଙ୍ଗ ଛାତ୍ର

ଲାଠୋର, ୧୮।୧୦(ଡି.ଏନ୍‌.ଏ.)- ବଲାଙ୍ଗୀର ଜିଲା ଖପ୍ରାଖୋଲ ବ୍ଲକ ଲାଠୋର ପଁଚେତ୍‌ ସଦର କଲୋନିପଡ଼ାର ଶଶି ପୁଟେଲକଁର ପୁଓ ଓମକାର ପୁଟେଲ(୧୦)। ସେ ଜନ୍‌ମୁ ଅଁଧ୍‌ ଆଏ।...

ପ୍ରତିବର୍ଷ ବଦଳୁଛନ୍ତି ଗୋଷ୍ଠୀ ଶିକ୍ଷା ଅଧିକାରୀ

କୁନ୍ଦୁରା,୯ା୧ (ଡି.ଏନ.ଏ.): କୋରାପୁଟ ଜିଲା କୁନ୍ଦୁରା ବ୍ଳକରେ ବର୍ଷ ନ ପୂରୁଣୁ ବଦଳି ହୋଇ ଚାଲିଛନ୍ତି ଗୋଷ୍ଠୀ ଶିକ୍ଷା ଅଧିକାରୀ। ଜୟପୁର ଉଚ୍ଚ ବିଦ୍ୟାଳୟର ପ୍ରଧାନ...

କୋଦଳା ଏନ୍‌ଏସି ନିର୍ବାହୀ ଅଧିକାରିଣୀଙ୍କୁ ହାଇକୋର୍ଟଙ୍କ ଛାଟ: ବୈଠକ କରାଇ ନ ଦେବାରୁ ମାମଲା ରୁଜୁ

ବେଗୁନିଆପଡ଼ା,୧୮ା୧୨(ଡି.ଏନ୍‌.ଏ.): ଗଞ୍ଜାମ ଜିଲା କୋଦଳା ଏନ୍‌ଏସି କାଉନସିଲ ସାଧାରଣ ବୈଠକ କରାଇ ନ ଦେବା ନେଇ ଷଡ଼ଯନ୍ତ୍ର କରିଥିଲେ ନିର୍ବାହୀ ଅଧିକାରିଣୀ। ମ୍ୟୁନିସିପାଲିଟି ଆଇନ ଓ...

ଘରପୋଡି କ୍ଷତିଗ୍ରସ୍ତଙ୍କୁ ସରକାରୀ ଆବାସ ଯୋଜନା ଦାବି

ଆନନ୍ଦପୁର,୭।୬(ସ୍ବ.ପ୍ର.): କେନ୍ଦୁଝର ଜିଲା ଘସିପୁରା ବ୍ଲକ ଶାଳଦେଇ ପଞ୍ଚାୟତ ନପଙ୍ଗା ଗ୍ରାମରେ ଅଗ୍ନିକାଣ୍ଡରେ ଗତ ମାର୍ଚ୍ଚ ୨୫ ତାରିଖରେ ୫ ପରିବାରର ୧୦ ବଖରା ଘର...

Advertisement
Archives

Model This Week