Posted inଖେଳ

ଥାଇଲାଣ୍ଡ ଓପନ୍‌: ସାଇନା, ଶ୍ରୀକାନ୍ତଙ୍କ ଅଗ୍ରଗତି; କାଶ୍ୟପ ଓହରିଲେ

ବ୍ୟାଙ୍କକ୍‌,୧୪।୧(ପି.ଟି.): ଏଠାରେ ଆରମ୍ଭ ହୋଇଥିବା ଥାଇଲାଣ୍ଡ ଓପନ୍‌ ସୁପର ୧୦୦୦ ଟୁର୍ନାମେଣ୍ଟରେ ଭାରତର କିଡାମ୍ବୀ ଶ୍ରୀକାନ୍ତ ପୁରୁଷ ସିଙ୍ଗଲ୍ସ ଦ୍ୱିତୀୟ ରାଉଣ୍ଡରେ ପ୍ରବେଶ କରିଛନ୍ତି। ସେହିପରି ମହିଳା ସିଙ୍ଗଲ୍ସରେ ଅଭିଜ୍ଞ ସାଇନା ନେହ୍ବାଲ ମଧ୍ୟ ଦ୍ୱିତୀୟ ରାଉଣ୍ଡକୁ ଉଠିଛନ୍ତି। ତେବେ ପାରୁପାଲ୍ଲୀ କାଶ୍ୟପ ପ୍ରଥମ ରାଉଣ୍ଡ ମ୍ୟାଚ ଅଧାରୁ ଓହରିଯାଇଛନ୍ତି।
ଶ୍ରୀକାନ୍ତ ମାତ୍ର ୩୧ ମିନିଟ୍‌ର ନିଜ ଦେଶର ସୌରଭ ବର୍ମାଙ୍କୁ ୨୧-୧୨, ୨୧-୧୧ରେ ପରାସ୍ତ କରି ଅଗ୍ରଗତି କରିଛନ୍ତି। ତେବେ କାଶ୍ୟପ କାନାଡ଼ାର ଜାସନ ଆନ୍ଥୋନୀ ହୋ- ଶୁଏଙ୍କ ବିପକ୍ଷ ଓପନିଂ ରାଉଣ୍ଡ ମ୍ୟାଚରୁ ରିଟାୟାର ହୋଇଥିଲେ। ରାଜ୍ୟଗୋଷ୍ଠୀ କ୍ରୀଡ଼ା ଚାମ୍ପୟନ କାଶ୍ୟପ ତୃତୀୟ ଗେମ୍‌ରେ ୮-୧୪ରେ ପଛରେ ପଡିଥିବା ବେଳେ କାଫ୍‌ ମସଲ ଇଞ୍ଜୁରିର ଶିକାର ହୋଇଥିଲେ। ସେ ପ୍ରଥମ ଗେମ୍‌ରେ ୯-୧୨ରେ ପରାସ୍ତ ହୋଇଥିଲେ। ତେବେ ଦ୍ୱିତୀୟ ରାଉଣ୍ଡରେ ସେ ପ୍ରତ୍ୟାବର୍ତ୍ତନ କରି ୨୧-୧୩ରେ ବାଜି ମାରିଥିଲେ। ଶ୍ରୀକାନ୍ତ ଦ୍ୱିତୀୟ ରାଉଣ୍ଡରେ ମାଲେସିଆର ଜି ଜିଆ ଲିଙ୍କୁ ଭେଟିବେ। ଲି ଅନ୍ୟଏକ ପ୍ରଥମ ରାଉଣ୍ଡ ମ୍ୟାଚରେ ଭାରତର ଏଚ୍‌.ଏସ୍‌. ପ୍ରଣୟଙ୍କୁ ୧୩-୨୧, ୨୧-୧୪, ୨୧-୮ରେ ପରାସ୍ତ କରି ଅଗ୍ରଗତି କରିଥିଲେ। ସେହିପରି ଅନ୍ୟତମ ଭାରତୀୟ ଖେଳାଳି ସମୀର ବର୍ମା ଇଣ୍ଡୋନେସିଆର ଶେସାର ହିରେନ ରୁଷ୍ଟାଭିଟୋଙ୍କଠାରୁ ପ୍ରଥମ ରାଉଣ୍ଡରେ ୧୫-୨୧, ୧୭- ୨୧ରେ ପରାସ୍ତ ହୋଇ ବିଦାୟ ନେଇଛନ୍ତି। ମହିଳା ସିଙ୍ଗଲ୍ସ ପ୍ରଥମ ରାଉଣ୍ଡ ମୁକାବିଲାରେ ସାଇନା ମାଲେସିଆର ସେଲ୍‌ଭାଡୁରେ କିସୋନାଙ୍କୁ ୨୧-୧୫, ୨୧-୧୫ରେ ପରାସ୍ତ କରି ଅଗ୍ରଗତି କରିଛନ୍ତି। ଦ୍ୱିତୀୟ ରାଉଣ୍ଡରେ ସାଇନା ଥାଇଲାଣ୍ଡର ବୁସାନନ ଅଙ୍ଗବାମରୁଙ୍ଗଫାନଙ୍କୁ ଭେଟିବେ।
ପୁରୁଷ ଡବଲ୍ସରେ ସାତ୍ତ୍ୱିକସାଇରାଜ ରାଙ୍କିରେଡ୍ଡୀ ଓ ଚିରାଗ ସେଟ୍ଟୀ ୧୯-୨୧, ୨୧-୧୬, ୨୧-୧୪ରେ ଦକ୍ଷିଣ କୋରିଆ ଯୋଡି କିମ୍‌ ଜି ଜଙ୍ଗ୍‌ ଓ ଲି ୟଙ୍ଗ ଡାଏଙ୍କୁ ପରାସ୍ତ କରି ଅଗ୍ରଗତି କରିଛନ୍ତି। ଅନ୍ୟତମ ଭାରତୀୟ ଯୋଡି ଅର୍ଜୁନ ମାଡଥିଲ ରାମଚନ୍ଦ୍ରନ ଓ ଧ୍ରୁବ କପିଳ ୨୧-୧୩, ୮-୨୧, ୨୨-୨୪ରେ ମାଲେସିଆ ଯୋଡି ଅଙ୍ଗ ୟେ ସିନ ଓ ତେଓ ଏ ୟିଙ୍କଠାରୁ ପରାସ୍ତ ହୋଇଛନ୍ତି। ମିକ୍ସ ଡବଲ୍ସରେ ଭାରତୀୟ ଯୋଡି ଏନ୍‌ ସିକ୍କି ରେଡ୍ଡୀ ଓ ସୁମିତ ରେଡ୍ଡୀ ମଧ୍ୟ ପରାସ୍ତ ହୋଇଛନ୍ତି। ଅନ୍ୟତମ ଭାରତୀୟ ପୁରୁଷ ଡବଲ୍ସ ଯୋଡି ମନୁ ଅଟ୍ରି ଓ ବି. ସମିଥ ରେଡ୍ଡୀ ପ୍ରଥମ ରାଉଣ୍ଡରେ ଥାଇଲାଣ୍ଡ ଯୋଡି ବୀରାଫତ ଫକଜାରୁଙ୍ଗ୍‌ ଓ ଓ୍ବଙ୍ଗ୍‌ସାଥ୍ରୋନ ଥୋଙ୍ଗଖାମଙ୍କଠାରୁ ୧୯-୨୧, ୧୪-୨୧ରେ ପରାସ୍ତ ହୋଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

କୋଭିଡ-୧୯ ମୁକାବିଲା: ଶାହରୁଖଙ୍କ ଉପହାରକୁ ଦାନରେ ଦେଲେ ଅଖତର

ନୂଆଦିଲ୍ଲୀ,୧୭।୫: କରୋନା ଭାଇରସ ମୁକାବିଲା ପାଇଁ ପୂର୍ବତନ ପାକିସ୍ତାନ ଦ୍ରୁତ ବୋଲର ସୋଏବ ଅଖତର ଆଉ ଏକ ଦୃଷ୍ଟାନ୍ତମୂଳକ କାଯ୍ୟ କରିଛନ୍ତି। ବଲିଉଡ ସୁପରଷ୍ଟାର ଶାହରୁଖ...

ଗୋଟିଏ ମ୍ୟାଚ୍‌ରେ ଏକାଠି ବ୍ୟାଟିଂ କରିଥିଲେ ଗାଭାସ୍କର-ଇମ୍ରାନ ଖାନ

ନୂଆଦିଲ୍ଲୀ,୬।୭- ଭାରତ ଓ ପାକିସ୍ତାନ ମଧ୍ୟରେ ମ୍ୟାଚ୍‌ ଦେଖିବାକୁ କ୍ରିକେଟ୍‌ପ୍ରେମୀ ସବୁବେଳେ ଉତ୍କଣ୍ଠାର ସହ ଚାହିଁ ରହିଥାନ୍ତି। ଯେତେବେଳେ ଏହି ଦୁଇ ଦେଶ ମଧ୍ୟରେ ମ୍ୟାଚ୍‌...

ପ୍ରଥମ ଟେଷ୍ଟ: ଇଂଲଣ୍ଡର ଟାର୍ଗେଟ ୩୭୬

ସେଞ୍ଚୁରିଆନ,୨୯।୧୨(ଏଏଫ୍‌ପି)- ଦକ୍ଷିଣ ଆଫ୍ରିକା ଓ ଭ୍ରମଣକାରୀ ଇଂଲଣ୍ଡ ମଧ୍ୟରେ ଏଠାରେ ଚାଲିଥିବା ପ୍ରଥମ ଟେଷ୍ଟ ମ୍ୟାଚ୍‌ ରୋମାଞ୍ଚକ ମୋଡରେ ପହଞ୍ଚିଛି। ପ୍ରଥମ ଇନିଂସରେ ୧୦୩ ରନର...

ଦଳର ବିଜୟ ପରେ ବି ରାଗିଗଲେ ଗମ୍ଭୀର, ହରାଇଲେ ନିୟନ୍ତ୍ରଣ

ପୁଣେ,୨।୫: ଆଇପିଏଲ ୨୦୨୨ର ୪୫ତମ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସ ଏବଂ ଲକ୍ଷ୍ନୌ ସୁପର ଜିଆଣ୍ଟସ ମଧ୍ୟରେ ଏକ ରୋମାଞ୍ଚକର ମ୍ୟାଚ ଦେଖିବାକୁ ମିଳିଥିଲା। ଲକ୍ଷ୍ନୌ ଦଳ...

ବାର୍ବରା ଷ୍ଟ୍ରାଇକୋଭାଙ୍କ ଅବସର

ପ୍ରାଗ,୬।୫(ପି.ଟି.): ପୂର୍ବତନ ତାରକା ଡବଲ୍ସ ଖେଳାଳି ତଥା ଓ୍ବିମ୍ବେଲଡନ ସିଙ୍ଗଲ୍ସ ସେମିଫାଇନାଲିଷ୍ଟ ଚେକ ଗଣରାଜ୍ୟର ବାର୍ବରା ଷ୍ଟ୍ରାଇକୋଭା ବୁଧବାର ଟେନିସରୁ ଅବସର ଘୋଷଣା କରିଛନ୍ତି। ୩୫...

ବିବାହ କରିବାକୁ ଯାଉଛନ୍ତି ଆଉ ଜଣେ କ୍ରିକେଟର୍‌, ନିର୍ବନ୍ଧ ସମ୍ପନ୍ନ

ନୂଆଦିଲ୍ଲୀ,୫।୨: ଆଇପିଏଲ ୨୦୨୦ରେ ତାଙ୍କ ପ୍ରଦର୍ଶନ ସହିତ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିବା ରାହୁଲ ତେୱଟିଆଙ୍କ ନିର୍ବନ୍ଧ ସମ୍ପନ୍ନ ହୋଇଛି। ସୋସିଆଲ ମିଡିଆରେ ଫଟୋ ଶେୟାର...

ଯୁବ ବିଶ୍ୱ ବକ୍ସିଂ ଚାମ୍ପିୟନଶିପ୍‌: ଫାଇନାଲରେ ୮ ଭାରତୀୟ

ନୂଆଦିଲ୍ଲୀ,୨୨।୪(ପି.ଟି.): ପୋଲାଣ୍ଡର କିଏଲ୍ସଠାରେ ଚାଲିଥିବା ଯୁବ ବିଶ୍ୱ ବକ୍ସିଂ ଚାମ୍ପିୟନଶିପ୍‌ରେ ୭ ମହିଳାଙ୍କ ସମେତ ୮ ଭାରତୀୟ ବକ୍ସର ଫାଇନାଲରେ ପ୍ରବେଶ କରିଛନ୍ତି। ଏହା ଭାରତ...

ମୁମ୍ବାଇ ପାଇଁ ଫିଟ୍‌ ନୁହେଁ ୨୩ ବର୍ଷରୁ କମ୍‌ ଭାରତୀୟ ଦଳର ଖେଳାଳି

ମୁମ୍ବାଇ, ୨୯।୧୨- ନିର୍ଦ୍ଦିଷ୍ଟ ବୟସ ବର୍ଗରେ ଭାରତୀୟ ଦଳ ପାଇଁ ଭଲ ପ୍ରଦର୍ଶନ କରିଥିବା ଖେଳାଳିଙ୍କୁ ସମାନ ବୟସ ବର୍ଗର ମୁମ୍ବାଇ ଦଳରେ ସ୍ଥାନ ମିଳୁନାହିଁ।...

Advertisement
Archives

Model This Week