Posted inଖେଳ

ଥାଇଲାଣ୍ଡ ଓପନ୍‌: ସାଇନା, ଶ୍ରୀକାନ୍ତଙ୍କ ଅଗ୍ରଗତି; କାଶ୍ୟପ ଓହରିଲେ

ବ୍ୟାଙ୍କକ୍‌,୧୪।୧(ପି.ଟି.): ଏଠାରେ ଆରମ୍ଭ ହୋଇଥିବା ଥାଇଲାଣ୍ଡ ଓପନ୍‌ ସୁପର ୧୦୦୦ ଟୁର୍ନାମେଣ୍ଟରେ ଭାରତର କିଡାମ୍ବୀ ଶ୍ରୀକାନ୍ତ ପୁରୁଷ ସିଙ୍ଗଲ୍ସ ଦ୍ୱିତୀୟ ରାଉଣ୍ଡରେ ପ୍ରବେଶ କରିଛନ୍ତି। ସେହିପରି ମହିଳା ସିଙ୍ଗଲ୍ସରେ ଅଭିଜ୍ଞ ସାଇନା ନେହ୍ବାଲ ମଧ୍ୟ ଦ୍ୱିତୀୟ ରାଉଣ୍ଡକୁ ଉଠିଛନ୍ତି। ତେବେ ପାରୁପାଲ୍ଲୀ କାଶ୍ୟପ ପ୍ରଥମ ରାଉଣ୍ଡ ମ୍ୟାଚ ଅଧାରୁ ଓହରିଯାଇଛନ୍ତି।
ଶ୍ରୀକାନ୍ତ ମାତ୍ର ୩୧ ମିନିଟ୍‌ର ନିଜ ଦେଶର ସୌରଭ ବର୍ମାଙ୍କୁ ୨୧-୧୨, ୨୧-୧୧ରେ ପରାସ୍ତ କରି ଅଗ୍ରଗତି କରିଛନ୍ତି। ତେବେ କାଶ୍ୟପ କାନାଡ଼ାର ଜାସନ ଆନ୍ଥୋନୀ ହୋ- ଶୁଏଙ୍କ ବିପକ୍ଷ ଓପନିଂ ରାଉଣ୍ଡ ମ୍ୟାଚରୁ ରିଟାୟାର ହୋଇଥିଲେ। ରାଜ୍ୟଗୋଷ୍ଠୀ କ୍ରୀଡ଼ା ଚାମ୍ପୟନ କାଶ୍ୟପ ତୃତୀୟ ଗେମ୍‌ରେ ୮-୧୪ରେ ପଛରେ ପଡିଥିବା ବେଳେ କାଫ୍‌ ମସଲ ଇଞ୍ଜୁରିର ଶିକାର ହୋଇଥିଲେ। ସେ ପ୍ରଥମ ଗେମ୍‌ରେ ୯-୧୨ରେ ପରାସ୍ତ ହୋଇଥିଲେ। ତେବେ ଦ୍ୱିତୀୟ ରାଉଣ୍ଡରେ ସେ ପ୍ରତ୍ୟାବର୍ତ୍ତନ କରି ୨୧-୧୩ରେ ବାଜି ମାରିଥିଲେ। ଶ୍ରୀକାନ୍ତ ଦ୍ୱିତୀୟ ରାଉଣ୍ଡରେ ମାଲେସିଆର ଜି ଜିଆ ଲିଙ୍କୁ ଭେଟିବେ। ଲି ଅନ୍ୟଏକ ପ୍ରଥମ ରାଉଣ୍ଡ ମ୍ୟାଚରେ ଭାରତର ଏଚ୍‌.ଏସ୍‌. ପ୍ରଣୟଙ୍କୁ ୧୩-୨୧, ୨୧-୧୪, ୨୧-୮ରେ ପରାସ୍ତ କରି ଅଗ୍ରଗତି କରିଥିଲେ। ସେହିପରି ଅନ୍ୟତମ ଭାରତୀୟ ଖେଳାଳି ସମୀର ବର୍ମା ଇଣ୍ଡୋନେସିଆର ଶେସାର ହିରେନ ରୁଷ୍ଟାଭିଟୋଙ୍କଠାରୁ ପ୍ରଥମ ରାଉଣ୍ଡରେ ୧୫-୨୧, ୧୭- ୨୧ରେ ପରାସ୍ତ ହୋଇ ବିଦାୟ ନେଇଛନ୍ତି। ମହିଳା ସିଙ୍ଗଲ୍ସ ପ୍ରଥମ ରାଉଣ୍ଡ ମୁକାବିଲାରେ ସାଇନା ମାଲେସିଆର ସେଲ୍‌ଭାଡୁରେ କିସୋନାଙ୍କୁ ୨୧-୧୫, ୨୧-୧୫ରେ ପରାସ୍ତ କରି ଅଗ୍ରଗତି କରିଛନ୍ତି। ଦ୍ୱିତୀୟ ରାଉଣ୍ଡରେ ସାଇନା ଥାଇଲାଣ୍ଡର ବୁସାନନ ଅଙ୍ଗବାମରୁଙ୍ଗଫାନଙ୍କୁ ଭେଟିବେ।
ପୁରୁଷ ଡବଲ୍ସରେ ସାତ୍ତ୍ୱିକସାଇରାଜ ରାଙ୍କିରେଡ୍ଡୀ ଓ ଚିରାଗ ସେଟ୍ଟୀ ୧୯-୨୧, ୨୧-୧୬, ୨୧-୧୪ରେ ଦକ୍ଷିଣ କୋରିଆ ଯୋଡି କିମ୍‌ ଜି ଜଙ୍ଗ୍‌ ଓ ଲି ୟଙ୍ଗ ଡାଏଙ୍କୁ ପରାସ୍ତ କରି ଅଗ୍ରଗତି କରିଛନ୍ତି। ଅନ୍ୟତମ ଭାରତୀୟ ଯୋଡି ଅର୍ଜୁନ ମାଡଥିଲ ରାମଚନ୍ଦ୍ରନ ଓ ଧ୍ରୁବ କପିଳ ୨୧-୧୩, ୮-୨୧, ୨୨-୨୪ରେ ମାଲେସିଆ ଯୋଡି ଅଙ୍ଗ ୟେ ସିନ ଓ ତେଓ ଏ ୟିଙ୍କଠାରୁ ପରାସ୍ତ ହୋଇଛନ୍ତି। ମିକ୍ସ ଡବଲ୍ସରେ ଭାରତୀୟ ଯୋଡି ଏନ୍‌ ସିକ୍କି ରେଡ୍ଡୀ ଓ ସୁମିତ ରେଡ୍ଡୀ ମଧ୍ୟ ପରାସ୍ତ ହୋଇଛନ୍ତି। ଅନ୍ୟତମ ଭାରତୀୟ ପୁରୁଷ ଡବଲ୍ସ ଯୋଡି ମନୁ ଅଟ୍ରି ଓ ବି. ସମିଥ ରେଡ୍ଡୀ ପ୍ରଥମ ରାଉଣ୍ଡରେ ଥାଇଲାଣ୍ଡ ଯୋଡି ବୀରାଫତ ଫକଜାରୁଙ୍ଗ୍‌ ଓ ଓ୍ବଙ୍ଗ୍‌ସାଥ୍ରୋନ ଥୋଙ୍ଗଖାମଙ୍କଠାରୁ ୧୯-୨୧, ୧୪-୨୧ରେ ପରାସ୍ତ ହୋଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

IPL ୨୦୨୬: ଲକ୍ଷ୍ନୌକୁ ଲଗାତାର ୫ମ ଥର ପାଇଁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ; ଦଳକୁ ଦମ୍‌ଦାର ବିଜୟ ଦେଲେ ସମୀର ରିଜଭୀ…

ଲକ୍ଷ୍ନୌ, ୧ା୪: ଆଇପିଏଲ ୨୦୨୬ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଅଭିଯାନ ଆରମ୍ଭ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ବିପକ୍ଷ ମ୍ୟାଚରେ ଦିଲ୍ଲୀ ୧୪୨ ରନର ଲକ୍ଷ୍ୟକୁ…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

ମହିଳା ଚଲାଉଥିଲେ ନିଶା କାରବାର: ମାଡ଼ି ବସିଲା ପୋଲିସ, ୬ ଲକ୍ଷରୁ ଅଧିକ ଟଙ୍କା ସହ…

ବରଗଡ଼,୧।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ବଢ଼ୁଥିବା ନିଶା କାରବାରକୁ ରୋକିବା ପାଇଁ ପୋଲିସ ନିଜର ଅଭିଯାନକୁ ଜୋରଦାର କରିଛି। ଏହି କ୍ରମରେ ଭଟଲି ଥାନା ପୋଲିସ ବୁଧବାର…

ସରକାର ଆସିବାର ୨ ବର୍ଷ ପରେ ପଦବୀ ପୁରଣ, ଧର୍ମଗଡ଼ ବିଧାୟକ ହେଲେ କଳାହାଣ୍ଡି ଯୋଜନା କମିଟିର ନୂତନ ଅଧ୍ୟକ୍ଷ

ଭବାନୀପାଟଣା,୧।୪(ଉତ୍ତମ କୁମାର ଦାଶ): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଳାହାଣ୍ଡି ଜିଲା ଯୋଜନା କମିଟିର ନୂତନ ଅଧ୍ୟକ୍ଷ ଭାବେ ବୁଧବାର ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀଙ୍କୁ…

ଡେମିଙ୍ଗିଆ ଗ୍ରାମରେ ମହୁମାଛି ଆତଙ୍କ; ୧୦୦ରୁ ଉର୍ଦ୍ଧ୍ବ ଆହତ, ପ୍ରଶାସନ ନିରବ

ଦାରିଙ୍ଗବାଡି, ୧।୪(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଦୁର୍ଗମ ତିଲୋରୀ ପଞ୍ଚାୟତ ଡେମିଙ୍ଗିଆ ଗ୍ରାମରେ ମହୁମାଛିଙ୍କ ଉପଦ୍ରଵ ବଢିବାରେ ଲାଗିଛି । ଗ୍ରାମବାସୀ ଏନେଇ ବାରମ୍ବାର…

କୋଟିଆ ସୀମାନ୍ତବାସୀଙ୍କୁ ନେଇ ୯୦ ତମ ଓଡ଼ିଶା ଦିବସ ପାଳନ କଲା ଜିଲା ପ୍ରଶାସନ

ପଟ୍ଟାଙ୍ଗି,୧।୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍ ଅଧିନରେ ରହିଥିବା ଦୁଇ ରାଜ୍ୟର ବିବାଦୀୟ କୋଟିଆ ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ଜିଲା ପ୍ରଶାସନ ପକ୍ଷରୁ ୯୦…

ଚଣ୍ଡିପଦର ରୁଟରେ ଚାଲୁଥିବା ବସକୁ ନେଇ ଚିନ୍ତାରେ ସଂଘ, ସମସ୍ୟା ଭୋଗୁଛନ୍ତି ଗ୍ରାମବାସୀ

ପୁରଷୋତ୍ତମପୁର,୧।୪(ସବିତା ମିଶ୍ର): ଗଞ୍ଜମ ଜିଲା ପୁରୁଷୋତ୍ତମପୁର ମା କନକେଶ୍ବରୀ ଘରୋଇ ବସମାଲିକ ସଂଘ ପକ୍ଷରୁ ଏକ ବୈଠକ ଅନୁଷ୍ଠିତ ହୋଇଛି । ସଭାପତି ସନ୍ତୋଷକୁମାର ପତିଙ୍କ ପୌରହିତ୍ଯରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri