ପ୍ରଧାନମନ୍ତ୍ରୀଙ୍କୁ ଜେଲ ଦଣ୍ଡ ଦେବା ପାଇଁ ଆଦେଶ ଦେଲେ ଏହି ଦେଶର ରାଜା

ବ୍ୟାଙ୍କକକ୍‌,୧।୯: ଥାଇଲାଣ୍ଡର ରାଜା ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଥାକସିନ ଶିନାୱାତ୍ରାଙ୍କ ଜେଲ ଦଣ୍ଡକୁ ଆଠ ବର୍ଷରୁ ଏକ ବର୍ଷକୁ ହ୍ରାସ କରିଛନ୍ତି। ଶିନାୱାତ୍ରା ଦୀର୍ଘ ୧୫ ବର୍ଷ ପରେ ଦେଶରୁ ନିର୍ବାସନ ହୋଇଥିଲେ। ଥାଇଲାଣ୍ଡର ରାଜା ମହା ଭାଜିରାଲୋଙ୍ଗକର୍ନଙ୍କ ଏହି ନିଷ୍ପତ୍ତି ଶୁକ୍ରବାର ଦିନ ରୟାଲ ଗେଜେଟରେ ପ୍ରକାଶିତ ହୋଇଛି। ଏହା ପରେ ରାଜାଙ୍କର ନିଷ୍ପତ୍ତି ତୁରନ୍ତ କାର୍ଯ୍ୟକାରୀ ହୋଇଛି। ୨୦୦୧ ରୁ ୨୦୦୬ଯାଏଁ ଥାକସିନ ଥାଇଲାଣ୍ଡର ପ୍ରଧାନମନ୍ତ୍ରୀ ଥିଲେ। କ୍ଷମତାରେ ଥାଇ ଭ୍ରଷ୍ଟାଚାର କରିବାରୁ ତାଙ୍କୁ ବହିଷ୍କାର କରାଯାଇଥିଲା। ଏହାପରେ ୨୦୦୮ରେ ଯେତେବେଳେ ତାଙ୍କୁ ୮ବର୍ଷ ଜେଲ ଦଣ୍ଡ ଦିଆଗଲା, ସେ ଥାଇଲାଣ୍ଡ ଛାଡି ପଳାଇଥିଲେ।

ଦୀର୍ଘ ବର୍ଷ ଧରି ବିଦେଶରେ ନିର୍ବାସିତ ହେବା ପରେ ଥାକସିନ ଅଗଷ୍ଟ ୨୨ରେ ଘରକୁ ଫେରିଥିଲେ। କ୍ଷମତାର ଅପବ୍ୟବହାର ଓ ତିନୋଟି ପୃଥକ ମାମଲାରେ ସୁପ୍ରିମକୋର୍ଟ ଥାକସିନଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ଏହା ବ୍ୟତୀତ ବେଆଇନ ଭାବେ ସରକାରୀ ବ୍ୟାଙ୍କକୁ ବିଦେଶୀ ଋଣ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଥିବା ଏବଂ ସେ ମନୋନୀତ ବ୍ୟକ୍ତିଙ୍କ ମାଧ୍ୟମରେ ବେଆଇନ ଭାବେ ’ସେୟାର’ ରଖିଥିବା ଅଭିଯୋଗ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବଡ଼ ଯା’ ହତ୍ୟା ମାମଲା: ସାନ ଯା’ ନିର୍ଦ୍ଦୋଷରେ ଖଲାସ

ଭଞ୍ଜନଗର,୧୦।୮(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅନ୍ତର୍ଗତ ବିଞ୍ଜିଗିରି ଗ୍ରାମର ବଡ ଯାଆ ସଙ୍ଗୀତା ସାଇଁଙ୍କୁ ତାଙ୍କ ସାନ ଯା’ ଅମି ସାଇଁ ଯୋଜନାବଦ୍ଧ ଭାବେ ଗତ…

ମହିଳାଙ୍କୁ ମିଳିବ ଗୋଟିଏ ବର୍ଷ ପାଇଁ ମାଗଣା ମୋବାଇଲ ରିଚାର୍ଜ! ଶେଷରେ ମୋଦି ସରକାର ଦେଲେ ସଫେଇ

ନୂଆଦିଲ୍ଲୀ,୧୦।୮: ସୋସିଆଲ ମିଡିଆରେ ଅନେକ ଫଟୋ ଏବଂ ଭିଡିଓ ପ୍ରାୟତଃ ଭାଇରାଲ ହୁଏ। ଏଥିରେ ପ୍ରାୟତଃ ସରକାରୀ ଘୋଷଣା ଏବଂ ଯୋଜନା ବିଷୟରେ ସୂଚନା ଥାଏ। ଏହି…

ନାକ ଫୁଲ ଗିଳି ଦେଲେ ଶେହନାଜ: ଶୁଟି ସେଟ୍‌ରେ ଘଟିଲା…

ଚୁଲବୁଲି ଅଭିନେତ୍ରୀ ଶେହନାଜ ଗିଲଙ୍କ ସହ ଏକ ଦୁର୍ଘଟଣା ଘଟିଛି। ଶୁଟିଂ କରୁଥିବା ସମୟରେ ସେ ଭୁଲବଶତଃ ତାଙ୍କ ନାକ ଫୁଲ ଗିଳିଦେଇଛନ୍ତି। ଏହି ଘଟଣା ସେଟରେ…

୮ ଫୁଟ ଲମ୍ବର ଅଜଗର ଉଦ୍ଧାର: ଜମିରେ ଚାଷ କାମ କରୁଥିବାବେଳେ…

କେସିଙ୍ଗା,୧୦।୮(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଅଧିନସ୍ଥ ପଥର୍ଲା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ବାହାଦୁରପଦର ଗାଁସ୍ଥିତ ତେଳନଦୀ ଜମି ପାର୍ଶ୍ୱରୁ ସୋମବାର ୮ ଫୁଟ ଲମ୍ବର…

ଅମିତ ଶାହାଙ୍କୁ ଦେଖି ଦୌଡିଲେ କଲେକ୍ଟର: କାରଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ, ଦେଖନ୍ତୁ VIDEO

ଚେନ୍ନାଇ,୧୦।୮: ତାମିଲନାଡୁ ଏବଂ ପୁଡୁଚେରୀ ଗସ୍ତ ସମୟରେ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ତିରୁଭନ୍ନାମଲାଇର ପ୍ରସିଦ୍ଧ ଅନ୍ନାମଲାଇର ମନ୍ଦିର ପରିଦର୍ଶନ କରି ବିଶେଷ ପ୍ରାର୍ଥନା କରିଥିଲେ।…

ଏମିତି କଥା କହିଲେ ବକ୍ସର, ହସି ହସି ଗଡ଼ିଲେ ମୋଦି: ପଛରେ ପାକିସ୍ତାନ କନେକ୍ସନ

ନୂଆଦିଲ୍ଲୀ,୧୦।୬: ୨୦୨୬ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତର ପ୍ରଦର୍ଶନ ଐତିହାସିକ ଥିଲା। ଦେଶ ୧୩ଟି ସ୍ବର୍ଣ୍ଣ ସହିତ ମୋଟ ୩୯ଟି ପଦକ ହାସଲ କରିଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି…

୯୦ ବର୍ଷ ବୟସରେ ବୃଦ୍ଧଙ୍କୁ ଚଢିଲା ବିବାହ ନିଶା: ଆଉ ତା’ପରେ ଘଟିଗଲା ଏମିତି କିଛି…

ଜୟପୁର,୧୦।୮: ରାଜସ୍ଥାନର ରାଜଧାନୀ ଜୟପୁରରୁ ସାଇବର ଠକେଇ ଏବଂ ଡିଜିଟାଲ ବ୍ଲାକମେଲ୍ର ଏକ ଆଶ୍ଚର୍ଯ୍ୟଜନକ ଏବଂ ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି। ଏଠାରେ ଚତୁର ସାଇବର ଅପରାଧୀମାନେ…

ଚିନ୍ତାରୁ ମୁକ୍ତି ପାଇବାକୁ ହେଲେ…

ଆଜିକାଲି ଅତ୍ୟଧିକ କାମର ଚାପ ହେଉ ଅବା କେତେକ କାରଣରୁ ଅନେକେ ଚିନ୍ତାଗ୍ରସ୍ତ ହେଉଛନ୍ତି। ତେବେ ଏଥିରୁ କେତେକାଂଶରେ ମୁକୁଳିବାର ଏକ ସହଜ ଉପାୟ ରହିଛି। ତାହା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri