ଜିଲାସ୍ତରୀୟ ଫୁଟବଲ ଟୁର୍ନାମେଣ୍ଟର ଶୁଭାରମ୍ଭ

ଦାରିଙ୍ଗବାଡି,୧।୯(ଅରୁଣ ସାହୁ): କନ୍ଧମାଳ ଜିଲାରେ କ୍ଲାମ୍ବୁ(ଗୋତ୍ର) ତଥା ଜାତିର ପରିଚୟ ସୃଷ୍ଟି ପାଇଁ ଜିଲାସ୍ତରୀୟ ଫୁଟବଲ ପ୍ରତିଯୋଗିତା ଆରମ୍ଭ ହୋଇଯାଇଛି। ବନବାସୀ କଲ୍ୟାଣ ଆଶ୍ରମ ପକ୍ଷରୁ ଆୟୋଜିତ ଟୁର୍ନାମେଣ୍ଟ ୨୦୦୮ରୁ ଜିଲାର ବିଭିନ୍ନ ବ୍ଲକରେ ଆୟୋଜନ କରାଯାଉଛି। ଏହି ପରିପ୍ରେକ୍ଷୀରେ ଶୁକ୍ରବାର ବୁଡ଼ାଗୁଡା ପଞ୍ଚାୟତ କୁକେରମାହା ଗ୍ରାମରେ ଅନୁଷ୍ଠିତ ଏହି ଟୁର୍ନାମେଣ୍ଟରେ ୧୨ଟି କ୍ଲାମ୍ବୁ ଟିମ୍‌ ଯୋଗ ଦେଇଛନ୍ତି। ଟୁର୍ନାମେଣ୍ଟ ୫ ଦିନ ଧରି ଚାଲିବ। ମୁଖ୍ୟ ଅତିଥି ଭାବେ ଭାରତ ସରକାରଙ୍କ ଜନଜାତି ସମବାୟ ବାଣିଜ୍ୟ ଉନ୍ନୟନ ମହାସଙ୍ଘ (ଟ୍ରାଇଫଏଡ)ର ଉପାଧ୍ୟକ୍ଷ ତଥା ଅଖିଳ ଭାରତୀୟ ବନବାସୀ କଲ୍ୟାଣ ଆଶ୍ରମର କାର୍ଯ୍ୟକାରିଣୀ ସଦସ୍ୟ ପବିତ୍ର କଂହର ଯୋଗଦେଇ ଟୁର୍ନାମେଣ୍ଟର ଉଦ୍‌ଘାଟନ କରିଥିଲେ।

ଏହି ଅବସରରେ ପେନୁ ଦେବତାଙ୍କୁ ପୂଜାର୍ଚ୍ଚନା କରାଯାଇ ଟୁର୍ନାମେଣ୍ଟର ଶୁଭାରମ୍ଭ କରାଯାଇଥିଲା। ଅତିଥିଙ୍କ ମଧ୍ୟରେ ବନବାସୀ କଲ୍ୟାଣ ଆଶ୍ରମ କନ୍ଧମାଳ ଜିଲା ସଭାପତି ଗଜେନ୍ଦ୍ର ପ୍ରଧାନ, ଗଣ୍ଡ ସମାଜର ଜିଲା ସଭାପତି ବିଷ୍ଣୁ ପ୍ରଧାନ, କନ୍ଧ ଗୌଡ଼ ସମାଜର ଜିଲା ସଭାପତି ପ୍ରେମାନନ୍ଦ ମାଝୀ, ବନବାସୀ କଲ୍ୟାଣ ଆଶ୍ରମର ବ୍ଲକ ସଭାପତି କାମଦେବ ପ୍ରଧାନ, ଜିଲା ସତସଙ୍ଗ ପ୍ରମୁଖ ବନବାସୀ କଲ୍ୟାଣ ଆଶ୍ରମର ବିରାଜ ପ୍ରଧାନ ପ୍ରମୁଖ ଯୋଗଦେଇଥିଲେ।

କୁଇ ସମାଜର ସ୍ବାଭିମାନ ତଥା ଅନୁପ୍ରବେଶକାରୀଙ୍କୁ ବନ୍ଦ କରିବା। ଅନୁସୂଚିତ ଜନ ଜାତି ସମ୍ପ୍ରଦାୟର କ୍ଲାମ୍ବୁ ବା ଗୋତ୍ର ପରିଚୟ ସୃଷ୍ଟି କରିବା ପାଇଁ ଜିଲାର ୧୨ଟି ସ୍ଥାନରେ ଫୁଟବଲ ପ୍ରତିଯୋଗିତା କରାଯାଉଛି। ୨୦୦୮ରୁ ପ୍ରତିଯୋଗିତା ମାଧ୍ୟମରେ କ୍ଲାମ୍ବୁ ଏକତ୍ରିତ ଓ ଚିହ୍ନଟ କରାଯାଉଛି। କରୋନା ପାଇଁ ପ୍ରତିଯୋଗୀତା ବନ୍ଦ ରହିଥିବା ବେଳେ ଚଳିତ ଜାତୀୟ କ୍ରୀଡ଼ା ଦିବସଠାରୁ ପୁଣି ଏହି ପ୍ରତିଯୋଗିତା ଆରମ୍ଭ କରାଯାଇଛି। ପ୍ରତିଯୋଗିତା ଦ୍ୱାରା ନିଜ ଗୋତ୍ର ଓ ବଂଶଧର ପରିବାର ଲୋକଙ୍କୁ ଚିହ୍ନଟ କରାଯାଇପାରୁଥିବା ମୁଖ୍ୟ ଅତିଥି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜମିକୁ ଯାଇଥିଲେ ଅକ୍ରୁର: ଆକ୍ରମଣ କଲା ହାତୀ, ଆଉ ତା’ପରେ…

କେସିଙ୍ଗା,୨୫।୯(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବନଖଣ୍ଡ ଅଧୀନ ସିରୋଲ ଗ୍ରାମପଞ୍ଚାୟତର ପୋଢ଼ଖମ ଗ୍ରାମରେ ହାତୀ ଆକ୍ରମଣରେ ଜଣେ ଚାଷୀଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଅକ୍ରୁର…

ନିଜ ନକ୍ଷତ୍ରରେ ଶନି କଲେ ପ୍ରବେଶ: ୩ ରାଶିଙ୍କ ପଲଟିଯିବ ଭାଗ୍ୟ, ବ୍ୟବସାୟରେ ବମ୍ପର ଲାଭ ଘରକୁ ଆସିବ ଖୁସିଖବର

ଜ୍ୟୋତିଷ ଶାସ୍ତ୍ରରେ ଶନିଙ୍କ ରାଶି ପରିବର୍ତ୍ତନଠାରୁ ଆରମ୍ଭ କରି ନକ୍ଷତ୍ର ଗୋଚରକୁ ମଧ୍ୟ ବେଶ ଗୁରୁତ୍ୱପୂର୍ଣ୍ଣ ବୋଲି ମନାଯାଏ। ଶନିଙ୍କ ଗତିବିଧିର ପ୍ରଭାବ ୧୨ଟି ରାଶି ଉପରେ…

ଘରେ ପଶିଲା ମହାବଳ ବାଘ: ବାହାରୁ ତାଲା ପକାଇଦେଲେ ଗାଁ ଲୋକେ

ବାରିପଦା, ୨୫।୯ (ନୀଳାଦ୍ରି ବିହାରୀ ଦଣ୍ଡପାଟ):ମୟୂରଭଞ୍ଜ ଜିଲା ଠାକୁରମୁଣ୍ଡା ରେଞ୍ଜ ଅନ୍ତର୍ଗତ ଖପରାଖାଇ ଗାଁରେ ଏକ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି। ଗାଁ ଭିତରକୁ ଏକ ମହାବଳ…

ସଞ୍ଜୁଙ୍କୁ ଦେଖି ପାକିସ୍ତାନୀ ଫ୍ୟାନ୍‌ କହିଲେ ‘ଆଇ ଲଭ ୟୁ’: କଲେ ଏମିତି ଅନୁରୋଧ, ଶୁଣିକି ସମସ୍ତେ…ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ,୨୫।୯: ଜାପାନର ସାନୋ ସହରରେ ଖେଳାଯାଇଥିବା ଭାରତ-ଜାପାନ ଏକମାତ୍ର ଟି-୨୦ ମ୍ୟାଚ ପରେ ମୈଦାନ ବାହାରେ ଦେଖିବାକୁ ମିଳିଥିଲା ଏକ ମଜାଦାର ଦୃଶ୍ୟ। ଭାରତୀୟ ଷ୍ଟାର ବ୍ୟାଟର…

‘ଦୃଶ୍ୟମ ୩’କୁ ନେଇ ବଢୁଛି କ୍ରେଜ୍‌: ଓପନିଂ ଡେ’ରେ ୫୦ କୋଟି ଟାର୍ଗେଟ୍‌

ମୁମ୍ବାଇ: ବଲିଉଡ୍‌ର ଲୋକପ୍ରିୟ ସସ୍ପେନ୍ସ-ଥ୍ରିଲର୍‌ ଫ୍ରାଞ୍ଚାଇଜ ‘ଦୃଶ୍ୟମ’ର ତୃତୀୟ ଭାଗକୁ ନେଇ ଦର୍ଶକଙ୍କ ଉତ୍ସାହ ବଢ଼ିବାରେ ଲାଗିଛି। ଅଜୟ ଦେବଗନଙ୍କ ଅଭିନୀତ ‘ଦୃଶ୍ୟମ ୩’ ୨ ଅକ୍ଟୋବର…

ଟିମ ଇଣ୍ଡିଆରେ ବୈଭବଙ୍କୁ ସ୍ଥାନ ଦେବାକୁ ହେଲେ କାହାର କଟିବ ଟିକେଟ! ଏହି ୨ କ୍ରିକେଟର ନାଁ ନେଇ ସାଂଘାତିକ ବୟାନ ଦେଲେ…

ନୂଆଦିଲ୍ଲୀ,୨୫।୯: ଯୁବ ବ୍ୟାଟର୍‌ ବୈଭବ ସୂର୍ଯ୍ୟବଂଶୀଙ୍କୁ ଦୀର୍ଘ ସମୟ ପର୍ଯ୍ୟନ୍ତ ଭାରତୀୟ ଦଳର ପ୍ଲେଇଂ ଇଲେଭେନରୁ ବାହାରେ ରଖିବା ସହଜ ହେବ ନାହିଁ ବୋଲି ମତ ଦେଇଛନ୍ତି…

୮ମ ବେତନ କମିଶନକୁ ନେଇ ଆସିଲା ବଡ଼ ଖବର: ଏମାନଙ୍କୁ ମିଳିବ ୧.୫୨ ଲକ୍ଷ ଟଙ୍କା…

ନୂଆଦିଲ୍ଲୀ,୨୫।୯: ୮ମ ବେତନ କମିଶନକୁ ନେଇ କେନ୍ଦ୍ର ସରକାରୀ କର୍ମଚାରୀଙ୍କ ମଧ୍ୟରେ ଉତ୍ସୁକତା ବଢ଼ିଛି। ନୂଆ ବେତନ ବ୍ୟବସ୍ଥା ଲାଗୁ ହେଲେ ଦରମା କେତେ ବଢ଼ିବ, ଏହାକୁ…

ବାଘୁଆମେଦ ଗ୍ରାମ ଅବସ୍ଥା ଶୋଚନୀୟ: ଘରେ ପଶିଲା ଆଣ୍ଠୁଏ ପାଣି

ମହାକାଳପଡ଼ା,୨୫।୯: ଲଘୁଚାପଜନିତ ଲଗାଣ ବର୍ଷା ଯୋଗୁ ଗତ କିଛି ଦିନ ରାଜ୍ୟରେ ତୁହାକୁ ତୁହା ବର୍ଷା ଲାଗିରହିଛି। କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅଧିନ ବଉଳକଣି ପଞ୍ଚାୟତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?