Posted inଖେଳ

ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟ ସିରିଜ: ପଞ୍ଚମ ଦ୍ରୁତ ବୋଲର ସ୍ଥାନ ପାଇଁ ସିରାଜ, ଶାର୍ଦ୍ଦୁଳ ପ୍ରତିଦ୍ୱନ୍ଦ୍ୱୀ

ନୂଆଦିଲ୍ଲୀ,୨୧।୧୦(ପି.ଟି.): ଆଗାମୀ ଅଷ୍ଟ୍ରେଲିଆ ଗସ୍ତରେ ଟେଷ୍ଟ ସିରିଜ ଲାଗି ଦଳ ଘୋଷଣା କରିବାକୁ ଚୟନକର୍ତ୍ତାମାନେ ଦ୍ୱନ୍ଦ୍ୱରେ ପଡିବେ। ଦଳରେ ପଞ୍ଚମ ଦ୍ରୁତ ବୋଲର ସ୍ଥାନ ପାଇଁ ଏବେ ହାଇଦ୍ରାବାଦର ମହମ୍ମଦ ସିରାଜ ଓ ମୁମ୍ବାଇର ଶାର୍ଦ୍ଦୁଳ ଠାକୁରଙ୍କ ମଧ୍ୟରେ ପ୍ରତିଦ୍ୱନ୍ଦ୍ୱିତା ହେବ। ଏହି ଦଳରେ ସ୍ଥାନ ପାଇବାକୁ ଗୁଜରାଟ ବାମହାତୀ ସ୍ପିନର ଅକ୍ଷର ପଟେଲ ମଧ୍ୟ ଦୌଡ଼ରେ ରହିଛନ୍ତି।
ହାଇପ୍ରୋଫାଇଲ ଟେଷ୍ଟ ସିରିଜ ପୂର୍ବରୁ ଟି୨୦ ଓ ଦିନିକିଆ ସିରିଜ ଖେଳାଯିବାର କାର୍ଯ୍ୟକ୍ରମ ରହିଛି। ଅଧ୍ୟକ୍ଷ ସୁନୀଲ ଯୋଶୀଙ୍କ ଅଧ୍ୟକ୍ଷତାରେ ଚୟନ କମିଟି ଚଳିତ ସପ୍ତାହ ଶେଷ ଆଡକୁ ଦଳ ଘୋଷଣା କରିବ ବୋଲି ଆଶା କରାଯାଉଛି। ଦୁଇ ଅଭିଜ୍ଞ ଦ୍ରୁତ ବୋଲର ଭୁବନେଶ୍ୱର କୁମାର ଥାଇ ଇଞ୍ଜୁରି ଓ ଈଶାନ୍ତ ଶର୍ମା ସାଇଡ ଷ୍ଟ୍ରେନ୍‌ କାରଣରୁ ବାଦ୍‌ ପଡିବେ। ତେଣୁ ନବଦୀପ ସଇନି ଚତୁର୍ଥ ବୋଲର ଭାବେ ଦଳରେ ସ୍ଥାନ ପାଇବା ଏକ ପ୍ରକାର ନିଶ୍ଚିତ। ମହମ୍ମଦ ସାମି, ଯଶପ୍ରୀତ ବୁମ୍‌ରା ଓ ଉମେଶ ଯାଦବ ଅନ୍ୟ ୩ ଦ୍ରୁତ ବୋଲର ଭାବେ ଦଳରେ ସ୍ଥାନ ପାଇବେ। ଭାରତ ଏ ଓ ରଣଜୀ ଟ୍ରଫିରେ ଭଲ ପ୍ରଦର୍ଶନ କରିଥିବାରୁ ସିରାଜ ପଞ୍ଚମ ବୋଲର ଭାବେ ଦଳରେ ସ୍ଥାନ ପାଇପାରନ୍ତି। ସେହିପରି ନୂଆ ବଲ୍‌ରେ ଭଲ ସୁଇଂ କରିପାରୁ ଥିବା ଶାର୍ଦ୍ଦୁଳ ଠାକୁର ମଧ୍ୟ ଏହି ସ୍ଥାନ ପାଇଁ ଦୌଡ଼ରେ ରହିଛନ୍ତି। ଓ୍ବେଷ୍ଟଇଣ୍ଡିଜ ବିପକ୍ଷରେ ଟେଷ୍ଟ ପଦାର୍ପଣ କରିଥିଲେ ମଧ୍ୟ ସେ ପ୍ରଥମ ଓଭରରେ ଆହତ ହୋଇଥିଲେ ଓ ଏହା ତାଙ୍କ ପାଇଁ ଏକ ଦୁଃସ୍ବପ୍ନ ସାବ୍ୟସ୍ତ ହୋଇଥିଲା।
ଗତ ୫ଟି ସେସନରେ ଭାରତ ଏ ପାଇଁ ସିରାଜ ଦୃଷ୍ଟାନ୍ତମୂଳକ ପ୍ରଦର୍ଶନ କରିଥିଲେ ବୋଲ ପୂର୍ବତନ ଚୟନ କମିଟି ମୁଖ୍ୟ ଏମ୍‌ଏସ୍‌କେ ପ୍ରସାଦ କହିଛନ୍ତି। ଯୁବ ଦ୍ରୁତ ବୋଲର ଶିବମ୍‌ ମାଭିଙ୍କୁ ନେଇ ଚୟନ କମିଟି ଗୁରୁତ୍ୱ ଦେଇପାରିନ୍ତି ଓ ଭବିଷ୍ୟତରେ ସେ ସବୁ ଫର୍ମାଟ ବୋଲର ଭାବେ ପରିଚୟ ହାସଲ କରିବେ ବୋଲି ସେ କହିଛନ୍ତି। ଶାର୍ଦ୍ଦୁଳ ଓ ତାଙ୍କ ଚେନ୍ନାଇ ସୁପର କିଙ୍ଗ୍ସ ଟିମ୍‌ ମେଟ୍‌ ଦୀପକ ଚହର ସୀମିତ ଓଭର ସିରିଜ ପାଇଁ ଦୌଡ଼ରେ ରହିଛନ୍ତି।
ଦଳରେ ୪ଜଣ ଉଇକେଟକିପର ରହିବେ। ଲୋକେଶ ରାହୁଲ ସୀମିତ ଓଭରରେ ପ୍ରଥମ ପସନ୍ଦ ହେବେ। ରିଷଭ ପନ୍ତ ସବୁ ଫର୍ମାଟ ପାଇଁ ଓ ସଞ୍ଜୁ ସାମସନ କେବଳ ଟି୨୦ ପାଇଁ ଦଳରେ ସାମିଲ ହୋଇପାରିନ୍ତି। ଟେଷ୍ଟରେ ରିଦ୍ଧିମାନ ଶାହ ମଧ୍ୟ ବ୍ୟାକ୍‌ଅପ୍‌ ଭାବେ ସାମିଲ ହୋଇପାରନ୍ତି। ଓପନିଂ ସ୍ଥାନ ପାଇଁ ରୋହିତ ଶର୍ମା, ମୟଙ୍କ ଅଗ୍ରଓ୍ବାଲ, ପୃଥ୍ବୀ ଶ, ଶୁବମନ ଗିଲ ସବୁ ଫର୍ମାଟ୍‌ ପାଇଁ ଉପଲବ୍ଧ ରହିଛନ୍ତି। ସୀମିତ ଓଭର ପାଇଁ ରାହୁଲ ଓ ଶିଖର ଧାଓ୍ବନ ଉପଲବ୍ଧ ହେବେ। ଭାରତର ୬ ଜଣ ବ୍ୟାଟ୍ସମ୍ୟାନ ନୂଆ ବଲ ଖେଳିବାର ଦକ୍ଷତା ରଖୁଛନ୍ତି।
ମିଡିଲ ଓଭରରେ ଅଧିନାୟକ ବିରାଟ କୋହଲି, ଶ୍ରେୟାସ ଆୟାର, ମନୀଷ ପାଣ୍ଡେ ଓ ହାର୍ଦ୍ଦିକ ପାଣ୍ଡ୍ୟା ସୀମିତ ଓଭର ପାଇଁ ଉପଲବ୍ଧ ହେବେ। ହାର୍ଦ୍ଦିକ ବୋଲିଂ କରୁ ନ ଥିବା ବେଳେ ଶିବମ ଦୁବେ ସୀମିତ ଓଭରରେ ବ୍ୟାକ୍‌ଅପ୍‌ ଅଲରାଉଣ୍ଡର ଭାବେ ସ୍ଥାନ ପାଇପାରନ୍ତି। ସୀମିତ ଓଭରରେ ସ୍ପିନର ହିସାବରେ ଓ୍ବାଶିଂଟନ ସୁନ୍ଦର (କେବଳ ଟି୨୦), ୟୁଜବେନ୍ଦ୍ର ଚହଲ, କୁଲଦୀପ ଯାଦବ ଓ ରବୀନ୍ଦ୍ର ଜାଡେଜା ଦଳରେ ସ୍ଥାନ ପାଇବେ। ଦିଲ୍ଲୀ କ୍ୟାପିଟାଲ୍ସ ପାଇଁ ଆଇପିଏଲ୍‌ରେ ଭଲ ଖେଳୁଥିବା ଅକ୍ଷର ପଟେଲଙ୍କୁ ମଧ୍ୟ ଅଣଦେଖା କରିହେବ ନାହିଁ। ଟେଷ୍ଟରେ ରବିଚନ୍ଦ୍ରନ ଅଶ୍ୱିନ, ଜାଡେଜା ଯଦି ଆବଶ୍ୟକ ପଡେ କୁଲଦୀପ ସାମିଲ ହେବେ। ହନୁମା ବିହାରୀ, ଚେତେଶ୍ୱର ପୂଜାରା ଓ ଅଜିଙ୍କ୍ୟ ରାହାନେ ଟେଷ୍ଟ ଫର୍ମାଟ ପାଇଁ ପ୍ରଥମ ପସନ୍ଦ ହେବେ।
ସମ୍ଭାବ୍ୟ ଦଳ (ସବୁ ଫର୍ମାଟ):
ବିରାଟ କୋହଲି (ଅଧିନାୟକ), ରୋହିତ ଶର୍ମା (ସୀମିତ ଓଭର ଉପ ଅଧିନାୟକ), ଅଜିଙ୍କ୍ୟ ରାହାନେ (ଟେଷ୍ଟ ଉପଅଧିନାୟକ), ଚେତେଶ୍ୱର ପୂଜାର, ହନୁମା ବିହାରୀ, ଲୋକେଶ ରାହୁଲ (ଉଇକେଟ କିପର), ଶିଖର ଧାଓ୍ବନ, ପୃଥ୍ବୀ ଶ, ମୟଙ୍କ ଅଗ୍ରଓ୍ବାଲ, ଶୁବମନ ଗିଲ, ମନୀଷ ପାଣ୍ଡେ, ଶ୍ରେୟାସ ଆୟର, ହାର୍ଦ୍ଦିକ ପାଣ୍ଡ୍ୟା, ରିଷଭ ପନ୍ତ (ଉଇକେଟକିପର), ସଞ୍ଜୁ ସାମସନ, ରିଦ୍ଧିମାନ ଶାହ (ଉଇକେଟକିପର), ରବୀନ୍ଦ୍ର ଜାଡେଜା, ରବିଚନ୍ଦ୍ରନ ଅଶ୍ୱିନ, ୟୁଜବେନ୍ଦ୍ର ଚହଲ, ଓ୍ବାଶିଂଟନ ସୁନ୍ଦର, କୁଲଦୀପ ଯାଦବ, ଯଶପ୍ରୀତ ବୁମ୍‌ରା, ମହମ୍ମଦ ସାମି, ଉମେଶ ଯାଦବ, ନବଦୀପ ସଇନି, ଦୀପକ ଚହର, ଶାର୍ଦ୍ଦୁଳ ଠାକୁର, ଅକ୍ଷର ପଟେଲ ଓ ମହମ୍ମଦ ସିରାଜ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଟିମ ଇଣ୍ଡିଆରୁ ବାଦ ପଡ଼ିବା ପରେ ବଡ଼ ନିଷ୍ପତ୍ତି ନେଲେ ସୂର୍ଯ୍ୟକୁମାର: ଏବେ କରିବେ ଏହି କାମ

ମୁମ୍ବାଇ,୫।୧୦: ଭାରତୀୟ ଟି-୨୦ ଦଳର ଅଧିନାୟକ ପଦ ହରାଇବା ସହ ଜାତୀୟ ଦଳରୁ ବାଦ ପଡ଼ିବା ପରେ ନିଜ ଫର୍ମ ଫେରାଇବା ପାଇଁ ଘରୋଇ କ୍ରିକେଟକୁ ଫେରୁଛନ୍ତି…

ଟିମ୍‌ଇଣ୍ଡିଆ ଉପରେ ICC ନେଲା କଡ଼ା କାର୍ଯ୍ୟାନୁଷ୍ଠାନ: ଜିତିବା ସତ୍ତ୍ୱେ ବି…

ନୂଆଦିଲ୍ଲୀ,୫।୧୦: ଭାରତ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ଶେଷ ହୋଇଛି ୩ ମ୍ୟାଚ୍‌ର ଦିନିକିଆ ସିରିଜ। ଭାରତ ସିରିଜକୁ ୨-୧ରେ ଜିତିଥିଲେ ମଧ୍ୟ ତୃତୀୟ ମ୍ୟାଚକୁ ନେଇ ଅନ୍ତର୍ଜାତୀୟ…

ପୃଥ୍ବୀ ଶ’ଙ୍କ ଚମକିଲା ଭାଗ୍ୟ: ମିଳିଲା ବଡ଼ ଦାୟିତ୍ୱ

ମୁମ୍ବାଇ,୫।୧୦: ବ୍ୟକ୍ତିଗତ ଜୀବନରେ ଉତ୍‌ଥାନପତନ ମଧ୍ୟରେ ଭାରତୀୟ କ୍ରିକେଟର ପୃଥ୍ବୀ ଶ’ଙ୍କ କ୍ରିକେଟ କ୍ୟାରିୟରରେ ଆସିଛି ଏକ ବଡ଼ ମୋଡ଼। ଆଗାମୀ ରଣଜୀ ଟ୍ରଫିର ପ୍ରଥମ ମ୍ୟାଚ…

୨୦୨୭ ODI ବିଶ୍ୱକପ ପାଇଁ ଭାରତୀୟ ଟିମର ଅଧା ଅଂଶ କନଫର୍ମ! ଆକାଶ ଚୋପ୍ରା ବାଛିଛନ୍ତି ୬ ଖେଳାଳିଙ୍କ ନାମ

ନୂଆଦିଲ୍ଲୀ,୫।୧୦: ୨୦୨୭ ଦିନିକିଆ ବିଶ୍ୱକପ ପାଇଁ ଭାରତୀୟ ଦଳର ପ୍ରାୟ ଅଧା ଅଂଶ ବାସ୍ତବରେ ସ୍ଥିର ହୋଇସାରିଛି। ଆକାଶ ଚୋପ୍ରା ପ୍ରଥମ ଛଅଟି ବ୍ୟାଟିଂ ସ୍ଥାନ ପାଇଁ…

ସଞ୍ଜୁ ସାମସନଙ୍କ ଟାର୍ଗେଟରେ ସୁରେଶ ରାଇନା,ଏମ.ଏସ. ଧୋନି, କିନ୍ତୁ କାହିଁକି? ଜାଣନ୍ତୁ ଏହାର ବଡ଼ କାରଣ

ନୂଆଦିଲ୍ଲୀ,୫।୧୦: ୱେଷ୍ଟଇଣ୍ଡିଜ ବିପକ୍ଷରେ ଇତିହାସ ସୃଷ୍ଟି କରିବାର ସୁଯୋଗ ରହିଛି ଭାରତର ୱିକେଟ କିପର ବ୍ୟାଟ୍ସମ୍ୟାନ ସଞ୍ଜୁ ସାମସନଙ୍କ ନିକଟରେ। ୱେଷ୍ଟଇଣ୍ଡିଜ ବିପକ୍ଷ ପାଞ୍ଚ ମ୍ୟାଚ ବିଶିଷ୍ଟ…

‘ବିରାଟଙ୍କ ନମ୍ବର ତାଙ୍କୁ ମିଳିବା ଉଚିତ’, କୋହଲିଙ୍କ ପାଇଁ କିଏ ହେବେ ପରଫେକ୍ଟ ରିପ୍ଲେସମେଣ୍ଟ ପ୍ରକାଶ କଲେ ୱାସିମ ଜାଫର୍‌, ଚମକି ପଡ଼ିବେ…

ନୂଆଦିଲ୍ଲୀ,୫।୧୦: ପ୍ରାୟ ୧୫ ବର୍ଷ ଧରି, ଭାରତୀୟ ଦଳକୁ ODI କ୍ରିକେଟରେ ୩ ନମ୍ବର ସ୍ଥାନ ପାଇଁ କୌଣସି ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିନାହିଁ; ଏହାର ମୁଖ୍ୟ…

୫୦୦ ୱିକେଟ ନେଇଥିବା ୩୨ ବର୍ଷୀୟ କ୍ରିକେଟର ଅବସର ଘୋଷଣା କରି ଚମକାଇ ଦେଲେ, କାରଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ

ନୂଆଦିଲ୍ଲୀ,୫।୧୦: ଜଣେ ଇଂଲଣ୍ଡ କ୍ରିକେଟର ଏକ ଅସାଧାରଣ କାରଣ ପାଇଁ ଅବସର ଗ୍ରହଣ କରିଛନ୍ତି। ନିଜ କ୍ୟାରିୟରରେ ୫୦୦ରୁ ଅଧିକ ୱିକେଟ ନେଇଥିବା କ୍ରେଗ ମାଇଲ୍ସ ମାତ୍ର…

ଅବସର ପୂର୍ବରୁ ରୋହିତ ଶର୍ମାଙ୍କୁ ଟାର୍ଗେଟ ଦେଲେ ସୁନୀଲ ଗାଭାସ୍କର! ‘ହିଟମ୍ୟାନ’ଙ୍କୁ କହିଲେ…

ନୂଆଦିଲ୍ଲୀ,୫।୧୦: ଭାରତୀୟ ଦଳର ପୂର୍ବତନ ଅଧିନାୟକ ସୁନୀଲ ଗାଭାସ୍କର ଷ୍ଟାର୍‌ ବ୍ୟାଟର ରୋହିତ ଶର୍ମାଙ୍କ ନିକଟରେ ଏକ ସ୍ବତନ୍ତ୍ର ଅନୁରୋଧ ରଖିଛନ୍ତି। ଗାଭାସ୍କର ଆଶା ବ୍ୟକ୍ତ କରିଛନ୍ତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?