Posted inଖେଳ

ବାଙ୍ଗାଲୋର ବିପକ୍ଷରେ ତ୍ରୁଟି ସୁଧାରିବା ଲକ୍ଷ୍ୟରେ କୋଲକାତା

ଆବୁଧାବି,୨୧।୧୦(ପି.ଟି.): କୋଲକାତା ନାଇଟ୍‌ ରାଇଡର୍ସ ଓ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ବୁଧବାର ଚଳିତ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ୩୯ତମ ମ୍ୟାଚ୍‌ରେ ପରସ୍ପରକୁ ଭେଟିବେ। ସ୍ଥାନୀୟ ଶେଖ ଜାଏଦା ଷ୍ଟାଡିୟମରେ ଖେ ଳାଯିବାକୁ ଥିବା ଏହି ମ୍ୟାଚ୍‌ରେ କୋଲକାତା ତା’ର ତ୍ରୁଟି ସୁଧାରିବାକୁ ପ୍ରୟାସ କରିବ। ଫାଷ୍ଟ ଲେଗ୍‌ରେ ବାଙ୍ଗାଲୋରଠାରୁ ପରାସ୍ତ ହୋଇଥିବାରୁ କୋଲକାତ ଏହା ପ୍ରତିଶୋଧ ନେବା ଲକ୍ଷ୍ୟରେ ରହିଛି।
୯ଟି ମ୍ୟାଚ୍‌ ପରେ କୋଲକାତା ତା’ର ଅଧିନାୟକ ପରିବର୍ତ୍ତନ କରିବାକୁ ହୃଦୟଙ୍ଗମ କରିଥିଲା। ଦୀଦେଶ କାର୍ତ୍ତିକଙ୍କୁ ହଟାଇ ଇଂଲଣ୍ଡ ବିଶ୍ୱକପ୍‌ ବିଜୟୀ ଅଧିନାୟକ ଇଅନ ମୋର୍ଗାନଙ୍କୁ ଦାୟିତ୍ୱ ଦିଆଯାଇଥିଲା। ଏହା ମଧ୍ୟ କାମ ଦେଇଛି। ତାଙ୍କ ନେତୃତ୍ୱରେ କୋଲକାତା ପୂରା ଢଙ୍ଗରେ ସନ୍‌ରାଇଜର୍ସ ହାଇଦ୍ରାବାଦ୍‌କୁ ହରାଇଥିଲା। ବିଳମ୍ଭରେ ହେଲେ ମଧ୍ୟ ଦ୍ରୁତ ବୋଲର ଲୋକି ଫର୍ଗୁସନଙ୍କୁ ଦଳରେ ସାମିଲ କରି କୋଲକାତା ଭଲ ଫଳାଫଳ ହାସଲ କରିଛି। ଦମ୍‌ଦାର ବୋଲିଂ କରି ଫର୍ଗୁସନ ୪ ଓଭରରେ ମାତ୍ର ୧୫ ରନ ବ୍ୟୟ କରି ୩ ଉଇକେଟ ହାସଲ କରିଥିଲେ। ସେହିପରି ସୁପର ଓଭରରେ ୩ଟି ବଲରୁ ୨ ରନ ଦେଇ ୨ ଉଇକେଟ ଅକ୍ତିଆର କରି ସେ ଦଳକୁ ଜିତାଇଥିଲେ। ଗତ ସଂସ୍କରଣରେ କୋଲକାତା ପାଇଁ ଫର୍ଗୁସନ ୫ଟି ମ୍ୟାଚ୍‌ ଖେଳି ମାତ୍ର ୨ ଉଇକେଟ ହାସଲ କରିଥିଲେ। ନିଜ ପେସ୍‌ ଓ ଭେରିଏଶନରେ ସେ ପ୍ରତିପକ୍ଷ ବ୍ୟାଟ୍ସମ୍ୟାନଙ୍କୁ ଚକ୍‌ମା ଦେବାକୁ ସକ୍ଷମ ହୋଇଥିଲେ। ପ୍ରଥମ ବଲ୍‌ରେ ହିଁ ସେ କେନ୍‌ ଓ୍ବଲିୟମସନଙ୍କୁ ଆଉଟ୍‌ କରିଥିଲେ। କୋଲକାତା ଏବେ ୯ଟି ମ୍ୟାଚ୍‌ ଖେଳି ୫ ବିଜୟ, ୪ ପରାଜୟ ସହ ୧୦ ପଏଣ୍ଟ ହାସଲ କରି ତାଲିକାର ଚତୁର୍ଥ ସ୍ଥାନରେ ରହିଛି। ଆଉ ୫ଟି ମ୍ୟାଚ୍‌ ବାକି ଥିବା ବେଳେ ଫର୍ଗୁସନ କୋଲକାତାକୁ ପ୍ଲେ-ଅଫ୍‌ରେ ପହଞ୍ଚାଇବାରେ ମୁଖ୍ୟ ଭୂମିକା ଗ୍ରହଣ କରିବେ ବୋଲି ଆଶା କରାଯାଉଛି। ତେବେ ତାରକା ଅଷ୍ଟ୍ରେଲିଆ ବୋଲର ପ୍ୟାଟ୍‌ କୁମିନ୍ସ ତାଙ୍କ ଚମକ ଦେଖାଇପାରିନାହାନ୍ତି। ସେ ୯ଟି ମ୍ୟାଚ୍‌ ଖେଳି ମାତ୍ର ୩ଟି ଉଇକେଟ ହାସଲ କରିଛନ୍ତି। ତେବେ ମୋର୍ଗାନ କିପରି ବାଙ୍ଗାଲୋର ଅଧିନାୟକ ବିରାଟ କୋହଲି, ଅଭିଜ୍ଞ ବ୍ୟାଟ୍ସମ୍ୟନ ଏବି ଡି’ଭିଲର୍ସ, ଆରୋନ ଫିଞ୍ଚ୍‌ଙ୍କ ବିପକ୍ଷରେ ଫର୍ଗୁସନଙ୍କୁ ବ୍ୟବହାର କରୁଛନ୍ତି ତାହା ଉପରେ ସମସ୍ତଙ୍କ ନଜର ରହିଛି। ଫର୍ଗୁସନଙ୍କୁ ଦଳରେ ସାମିଲ କରିବା ପରେ କୋଲକାତାକୁ ଭଲ ଇନ୍‌ପୁଟ୍‌ ମିଳିଛି। ତେବେ ତାରକା ଅଲ୍‌ରାଉଣ୍ଡର ଆନ୍ଦ୍ରେ ରସେଲ କ୍ରମାଗତ ଭାବେ ବିଫଳ ହେଉଥିବାରୁ ଦଳ ସଂଘର୍ଷ କରୁଛି। ଗତ ସଂସ୍କରଣରେ ଜବରଦସ୍ତ ପ୍ରଦର୍ଶନ କରିଥିବା ରସେଲ ଏଥର ୯ଟି ମ୍ୟାଚ୍‌ ଖେଳି ୧୧.୫୦ ହାରରେ ମାତ୍ର ୯୨ ରନ ସଂଗ୍ରହ କରିଛନ୍ତି। ଶର୍ଟ ବଲରେ ପ୍ରତିପକ୍ଷ ବୋଲର ତାଙ୍କୁ ବାରମ୍ବର ଚକ୍‌ମା ଦେବାରେ ସକ୍ଷମ ହୋଇଛନ୍ତି। ପଡିଆରେ ସେ ମଧ୍ୟ ବେଶ୍‌ କ୍ଳାନ୍ତ ଥିବା ଜଣାପଡୁଛି। ଏପଟେ ସୁନୀଲ ନାରିନଙ୍କ ଆକ୍ସନରେ ତ୍ରୁଟି ନ ଥିବାରୁ ତାଙ୍କୁ ପୁଣି ଦଳରେ ସାମିଲ କରାଯାଇପାରେ। ୮ଟି ମ୍ୟାଚ୍‌ରେ ବେଞ୍ଚ୍‌ରେ ବସିବା ପରେ ରିଷ୍ଟ ସ୍ପିନର କୁଲଦୀପ ଯାଦବ ଗତ ମ୍ୟାଚ୍‌ରେ ଖେଳି ନିୟମିତ ସ୍ପିନର ବରୁଣ ଚକ୍ରବର୍ତ୍ତୀଙ୍କ ସହ ଭଲ ପ୍ରଦର୍ଶନ କରିଥିଲେ।
ଅପରପକ୍ଷରେ ବାଙ୍ଗାଲୋର ୯ଟି ମ୍ୟାଚ୍‌ ଖେଳି ୬ ବିଜୟ ଓ ୩ ପରାଜୟ ସହ ୧୨ ପଏଣ୍ଟ ହାସଲ କରି ତାଲିକାର ତୃତୀୟ ସ୍ଥାନରେ ରହି କୋଲକାତାର ଠିକ୍‌ ଉପରେ ରହିଛି। ଗତ ମ୍ୟାଚ୍‌ରେ ବାଙ୍ଗାଲୋର ରାଜସ୍ଥାନକୁ ୭ ଉଇକେଟରେ ପରାସ୍ତ କରିଥିଲା। ୨୨ ବଲରୁ ଅପରାଜିତ ୫୫ ରନ ସଂଗ୍ରହ କରି ଦଳ ବିଜୟରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ। ଫଳରେ ଦଳ ୧୭୮ ରନର ବିଜୟ ଲକ୍ଷ୍ୟକୁ ବାଙ୍ଗାଲୋର ସହଜରେ ହାସଲ କରିଥିଲା। କୋହଲି ଭଲ ଆରମ୍ଭକୁ ବଡ଼ ସ୍କୋରରେ ପରିଣତ କଲେ ଦଳ ସହଜରେ ପ୍ଲେ- ଅଫ୍‌କୁ ଯାଇ ପାରିବ।
କୋଲକାତା ନାଇଟ ରାଇଡର୍ସ ଦଳ:
ଇଅନ ମୋର୍ଗାନ (ଅଧିନାୟକ), ଶୁବମନ ଗିଲ, ନୀତୀଶ ରାଣା, ରାହୁଲ ତ୍ରିପାଠୀ, ଦୀନେଶ କାର୍ତ୍ତିକ (ଉଇକେଟକିପର), ଆନ୍ଦ୍ରେ ରସେଲ, କୁଲଦୀପ ଯାଦବ, ଲୋକି ଫର୍ଗୁସନ,’ପ୍ୟାଟ୍‌ କୁମିନ୍ସ, ବରୁଣ ଚକ୍ରବର୍ତ୍ତୀ, ସୁନୀଲ ନାରିନ, ଟମ୍‌ ବାଣ୍ଟନ, ସିଦ୍ଧେଶ ଲାଡ, କମଳେଶ ନାଗରକୋଟି, ପ୍ରସିଦ୍ଧ କ୍ରିଷ୍ଣା, ସନ୍ଦୀପ ଓ୍ବାରିୟର, ଶିବମ ମାଭି, ରିଙ୍କୁ ସିଂ, କ୍ରିସ୍‌ ଗ୍ରୀନ୍‌, ଏମ. ସିଦ୍ଧାର୍ଥ ଓ ନିଖିଲ ନାଏକ।
ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଦଳ:
ବିରାଟ କୋହଲି (ଅଧିନାୟକ), ଏବି ଡି’ଭିଲର୍ସ, ପାର୍ଥତ୍ବ ପଟେଲ, ଆରୋନ ଫିଞ୍ଚ୍‌, ଜୋଶ ଫିଲିପ, କ୍ରିସ୍‌ ମୋରିସ, ମୋଇନ ଅଲି, ମହମ୍ମଦ ସିରାଜ, ଶହାବାଜ ଅହମ୍ମଦ, ଦେବଦତ୍ତ ପଡିକାଲ, ୟୁଜବେନ୍ଦ୍ର ଚହଲ, ନବଦୀପ ସଇନି, ଡେଲ ଷ୍ଟୋଇନ୍‌, ପବନ ନେଗୀ, ଇସୁରୁ ଉଡାନା, ଶିବମ୍‌ ଦୁବେ, ଉମେଶ ଯାଦବ, ଗୁରକିରାତ ସିଂ ମାନ, ଓ୍ବାଶିଂଟନ ସୁନ୍ଦର, ପବନ ଦେଶପାଣ୍ଡେ ଓ ଆଡାମ ଜାମ୍ପା।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

୪୪ତମ ଚେସ୍‌ ଅଲିମ୍ପିଆଡ୍‌ରୁ ଓହରିଲା ପାକିସ୍ତାନ

ଇସ୍‌ଲାମାବାଦ୍‌/ନୂଆଦିଲ୍ଲୀ,୨୮ା୭: ଚେନ୍ନାଇରେ ଗୁରୁବାରଠାରୁ ଆରମ୍ଭ ହୋଇଥିବା ୪୪ତମ ଚେସ୍‌ ଅଲିମ୍ପିଆଡ୍‌ରୁ ଓହରିଯାଇଛି ପାକିସ୍ତାନ। ଜମ୍ମୁ-କଶ୍ମୀର ବାଟ ଦେଇ ପ୍ରତିଯୋଗିତାର ଟର୍ଚ୍ଚ ରିଲେ ଯାଇଥିବାରୁ ପ୍ରତିବାଦ ସ୍ବରୂପ...

୮୨ ରନ୍‌ରେ ଜିତିଲା ଟିମ୍‌ ଇଣ୍ଡିଆ

ରାଜକୋଟ, ୧୭।୬: ସ୍ଥାନୀୟ ସୌରାଷ୍ଟ୍ର କ୍ରିକେଟ ଆସୋସିଏଶନ ଷ୍ଟାଡିୟମରେ ଶୁକ୍ରବାର ଖେଳାଯାଇଥିବା ଚତୁର୍ଥ ଟି୨୦ ମ୍ୟାଚରେ ଦକ୍ଷିଣ ଆଫ୍ରିକାକୁ ୮୨ ରନ୍‌ରେ ପରାସ୍ତ କରିଛି ଟିମ୍‌...

ଆଡିଲେଡ୍‌ ଟେଷ୍ଟରେ ବିରାଟବାହିନୀର ଶୋଚନୀୟ ପରାଜୟ

ଆଡିଲେଡ୍‌,୧୯।୧୨: ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ ଦିବାରାତ୍ର ଟେଷ୍ଟରେ ଶୋଚନୀୟ ପରାଜୟ ହାସଲ କରିଛି ଭାରତୀୟ ଦଳ। ଶନିବାର ମ୍ୟାଚ୍‌ର ତୃତୀୟ ଦିନରେ ମାତ୍ର ୯୦ ମିନିଟ୍‌...

ଓଡ଼ିଶାର ସୁନା ପୁଅ ପ୍ରମୋଦଙ୍କୁ ମିଳିଲା ଖେଳରତ୍ନ ପୁରସ୍କାର

ନୂଆଦିଲ୍ଲୀ,୧୩।୧୧: ଓଡ଼ିଶାର ସୁନା ପୁଅ ପ୍ରମୋଦ ଭଗତଙ୍କୁ ମିଳିଛି ମେଜର ଧ୍ୟାନଚାନ୍ଦ ଖେଳରତ୍ନ ସମ୍ମାନ। ଶନିବାର ରାଷ୍ଟ୍ରପତି ଭବନରେ ସ୍ବତନ୍ତ୍ର ଉତ୍ସବରେ ରାଷ୍ଟ୍ରପତି ପ୍ରମୋଦଙ୍କୁ ଏହି...

ବିକଳ୍ପ ଭେନ୍ୟୁ ଖୋଜୁଛି ବିସିସିଆଇ

ନୂଆଦିଲ୍ଲୀ,୧୩।୩- ଦିଲ୍ଲୀ ସରକାର କରୋନା ଭାଇରସ ପ୍ରକୋପରୁ ରକ୍ଷା ପାଇବା ଲାଗି ରାଜଧାନୀରେ ଆଇପିଏଲ ମ୍ୟାଚ୍‌ ଆୟୋଜନ କରିବାକୁ ଅନୁମତି ଦେବ ନାହିଁ ବୋଲି ମନା...

କେକେଆରର ସଂଘର୍ଷପୂର୍ଣ୍ଣ ବିଜୟ, ୩ ଓ୍ବିକେଟରେ ହାରିଲା ଜିଟି…

ଅହମଦାବାଦ,୯।୪ : ଆଇପିଏଲ ସିରିଜ ୧୬ର ୧୩ ତମ ମ୍ୟାଚରେ ରବିବାର ଗୁଜରାଟ ଟାଇଟାନ୍ସ (ଜିଟି) ବିପକ୍ଷରେ କୋଲକାତା ନାଇଟ ରାଇଡର୍ସ (କେକେଆର) ସଂଘର୍ଷପୂର୍ଣ୍ଣ ବିଜୟ...

ଆଇସିସି ଟେଷ୍ଟ ର଼୍ୟାଙ୍କିଙ୍ଗ୍‌: ଶୀର୍ଷ ସ୍ଥାନ ବଜାୟ ରଖିଲେ ସ୍ମିଥ୍‌, କୁମିନ୍ସ

ଦୁବାଇ, ୧୦।୯ (ପି.ଟି.)- ଅନ୍ତର୍ଜାତୀୟ କ୍ରିକେଟ୍‌ ପରିଷଦ (ଆଇସିସି) ପକ୍ଷରୁ ମଙ୍ଗଳବାର ସଦ୍ୟ ପ୍ରକାଶିଷ ଟେଷ୍ଟ ର଼୍ୟାଙ୍କିଙ୍ଗ୍‌ରେ ଦୁଇ ଅଷ୍ଟ୍ରେଲୀୟ କ୍ରିକେଟର୍‌ ଷ୍ଟିଭ୍‌ ସ୍ମିଥ୍‌ ଓ...

ମନଦୀପ ସିଂଙ୍କ ୧୫୦ତମ ମ୍ୟାଚ

ଆଣ୍ଟ୍ବେର୍ପ(ବେଲଜିୟମ), ୨।୧୦-ମଙ୍ଗଳବାର ବେଲଜିୟମ ବିପକ୍ଷରେ କ୍ୟାରିୟରର ୧୫୦ତମ ଅନ୍ତର୍ଜାତୀୟ ମ୍ୟାଚ ଖେଳିଥିଲେ ମନଦୀପ ସିଂ। ମ୍ୟାଚ ପୂର୍ବରୁ କୋଚ୍‌ ଗ୍ରାହାମ ରିଡ୍‌ ତାଙ୍କୁ ୧୫୦ ନମ୍ବର...

Advertisement
Archives

Model This Week