ଆନନ୍ଦ ଦେବ ଇକୋ କଟେଜ୍‌

ବନ୍ତଳା,୨୧ା୧୦ (ଦିନେଶ ଦେହୁରୀ) – ରାଜ୍ୟର ପ୍ରମୁଖ ପର୍ଯ୍ୟଟନ ସ୍ଥଳ ଅନୁଗୋଳ ଜିଲା ସାତକୋଶିଆ ଅଭୟାରଣ୍ୟରେ ହେଉଛି ନୂଆ ବ୍ୟବସ୍ଥା। ପର୍ଯ୍ୟଟକଙ୍କ ପାଇଁ ପ୍ରସ୍ତୁତ କରାଯାଉଛି ଅତ୍ୟାଧୁନିକ ଇକୋ କଟେଜ୍‌। ଜିଲିଣ୍ଡା ରେଞ୍ଜ ବାଲିପୁଟ ମହାନଦୀପଠାରେ ଦେଢ଼ କୋଟି ଟଙ୍କା ବ୍ୟୟରେ ଏହି ୧୨ଟି ଶୀତତାପ ନିୟନ୍ତ୍ରିତ ଘର ନିର୍ମାଣ କରାଯାଉଛି। ନଭେମ୍ବର ୧ ରୁ ସାତକୋଶିଆର ସମସ୍ତ ନେଚର କ୍ୟାମ୍ପ ଖୋଲାଯାଉଥିବା ବେଳେ ପର୍ଯ୍ୟଟକମାନେ ଏହି ସ୍ବତନ୍ତ୍ର ଇକୋ କଟେଜ୍‌ରେ ରହି ଭରପୂର ଆନନ୍ଦ ନେଇପାରିବେ ବୋଲି ସାତକୋଶିଆ ବନ୍ୟପ୍ରାଣୀ ବନଖଣ୍ଡ ପକ୍ଷରୁ କୁହାଯାଇଛି।
ମହାମାରୀ କରୋନା କାରଣରୁ ଗତ ମାର୍ଚ୍ଚରୁ ସାତକୋଶିଆରେ ପର୍ଯ୍ୟଟକଙ୍କ ପ୍ରବେଶ ଉପରେ କଟକଣା ଲଗାଯାଇଥିଲା। ଅକ୍ଟୋବର ୧ରୁ କୋଭିଡ୍‌ ଗାଇଡ୍‌ଲାଇନ୍‌ ମଧ୍ୟରେ କେବଳ ବାଘମୁଣ୍ଡା, ତରଭା ଓ ଛୁଟୁକେଇ ନେଚର କ୍ୟାମ୍ପ ପରିଚାଳନା ପାଇଁ ଅନୁମତି ଦିଆଯାଇଥିଲା। କିନ୍ତୁ ଆଗାମୀ ନଭେମ୍ବର ୧ରୁ ଅଭୟାରଣ୍ୟର ସମସ୍ତ ନେଚର କ୍ୟାମ୍ପ ଖୋଲାଯିବ। ତେଣୁ ଅଧିକରୁ ଅଧିକ ପର୍ଯ୍ୟଟକଙ୍କୁ କିପରି ସାତକୋଶିଆ ପ୍ରତି ଆକର୍ଷିତ କରାଯିବ ସେ ନେଇ ପ୍ରସ୍ତୁତି କାର୍ଯ୍ୟ ଆରମ୍ଭ ହୋଇଯାଇଛି। ପର୍ଯ୍ୟଟକମାନେ ଅନ୍‌ଲାଇନ୍‌ରେ ଟିକେଟ୍‌ ବୁକିଂ କରିବା ସହ କୋଭିଡ୍‌ ଗାଇଡ୍‌ଲାଇନ୍‌ ମାନି ପମ୍ପାସର ତନଖି ଫାଟକ ଦେଇ ଅଭୟାରଣ୍ୟ ଭିତରକୁ ପ୍ରବେଶ କରିପାରିବେ। ଜୈବ ବିବିଧତାରେ ପରିପୂର୍ଣ୍ଣ ଏହି ଅଭୟାରଣ୍ୟରେ ରହିଛି ବହୁ ଆକର୍ଷଣୀୟ ସ୍ଥାନ। ବିଶେଷକରି ସାତକୋଶିଆ ଗଣ୍ଡରେ ନୌବିହାର ବେଳେ ମହାନଦୀର ଉଭୟ ପାର୍ଶ୍ୱରେ ଥିବା ସବୁଜିମାଭରା ପାହାଡ଼, ବିଦେଶୀ ପକ୍ଷୀ, ଘଡ଼ିଆଳ ଓ ମଗର ଜାତୀୟ କୁମ୍ଭୀର ପର୍ଯ୍ୟଟକମାନେ ଦେଖିପାରିବେ। ରାତିରେ ନେଚର କ୍ୟାମ୍ପରେ ରହି ପ୍ରକୃତିକୁ ଅଧିକ ଉପଭୋଗ କରିପାରିବେ। ତେବେ ଚଳିତବର୍ଷର ସ୍ବତନ୍ତ୍ର ଆକର୍ଷଣ ହେବ ମହାନଦୀ ପଠାରେ ନିର୍ମାଣ କରାଯାଉଥିବା ଅତ୍ୟାଧୁନିକ ଇକୋ କଟେଜ୍‌। ପ୍ରତି କଟେଜ୍‌ରେ ଦୁଇଟି ଦୀର୍ଘ ବେଡ୍‌, ସ୍ନାନ ଓ ଶୌଚ ସୁବିଧା ସହ ଗିଜର, ଡିସ୍‌ଟିଭି, ଡାଇନିଙ୍ଗ, ବାଲକୋନି, ପିଲାଙ୍କ ପାଇଁ ଦୋଳି ସୁବିଧା ରହିଛି। ସେହିପରି ଗାଇଡ୍‌ କିମ୍ବା ଡ୍ରାଇଭରଙ୍କ ରହଣି ଘର, ପାର୍କ, ରାତ୍ରିର ଫାୟାର କ୍ୟାମ୍ପ ଏବଂ ଆଞ୍ଚଳିକ ସାଂସ୍କୃତିକ କାର୍ଯ୍ୟକ୍ରମର ବ୍ୟବସ୍ଥା ମଧ୍ୟ ଅଛି। ଏ ସମ୍ପର୍କରେ ସାତକୋଶିଆ ବନ୍ୟପ୍ରାଣୀ ବନଖଣ୍ଡ ଅଧିକାରୀ ପି. ରାମସ୍ବାମୀ କହିଛନ୍ତି, ନଭେମ୍ବର ୧ ତାରିଖରୁ କୋଭିଡ୍‌ କଟକଣା ମଧ୍ୟରେ ଅଭୟାରଣ୍ୟ ଖୋଲାଯାଉଛି। ପର୍ଯ୍ୟଟକମାନେ ଅନ୍‌ଲାଇନରେ ବୁକିଂ କରିପାରିବେ। ମହାନଦୀ ପଠାରେ ନିର୍ମାଣ କରାଯାଉଥିବା ୧୨ଟି ଶୀତତାପ ନିୟନ୍ତ୍ରିତ ଇକୋ କଟେଜ୍‌ରେ ରହି ଏହାର ଆନନ୍ଦ ନେଇପାରିବେ। ସାତକୋଶିଆ ଗଣ୍ଡରେ ନୌବିହାର ପାଇଁ ୧୨ଟି ବୋଟ୍‌ର ବ୍ୟବସ୍ଥା ହେଉଛି। ବର୍ତ୍ତମାନ ସୁଦ୍ଧା ୬ଟି ବୋଟ୍‌ ସଂରକ୍ଷିତ ରଖାଯାଇଥିବା ବନଖଣ୍ଡ ଅଧିକାରୀ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କର୍ମୀଙ୍କୁ ଗୁରୁମନ୍ତ୍ର ଦେଲେ ନିରଞ୍ଜନ

ବନ୍ତ,୨୬।୪(ହରିନାରାୟଣ ମହାନ୍ତି): ବନ୍ତ ବଜାରଠାରେ ଶୁକ୍ରବାର ବ୍ଲକ କଂଗ୍ରେସ ପକ୍ଷରୁ ଅନୁଷ୍ଠିତ କର୍ମୀ ସମ୍ମିଳନୀରେ ଭଣ୍ଡାରିପୋଖରୀ ବିଧାନସଭା କ୍ଷେତ୍ରର ବିଧାୟକ ପ୍ରାର୍ଥୀ ନିରଞ୍ଜନ ପଟ୍ଟନାୟକ ଆଗାମୀ...

ଭାଇବୋହୂ, ପୁତୁରାଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କଲେ ଦେଢଶୁର

କୁଚିଣ୍ଡା,୨୬।୪(ବିରଞ୍ଚତ୍ ଦର୍କା): ସମ୍ବଲପୁର ଜିଲା ଗୋବିନ୍ଦପୁର ଥାନା କିନାବଗା ପଞ୍ଚାୟତ ଦଲକିବାହାଲ ଗ୍ରାମରେ ଗୁରୁବାର ରାତିରେ ଏକ ଜଘନ୍ୟ ହତ୍ୟାକାଣ୍ଡ ଘଟିଛି। ନିଜ ଭାଇବୋହୂ ଏବଂ...

ପୁଅକଥା ମନେ ପକାଇ ହସ୍ପିଟାଲରେ ମା’ଙ୍କ ଆତ୍ମହତ୍ୟା ଉଦ୍ୟମ

ବଲାଙ୍ଗୀର,୨୬।୪: ବଲାଙ୍ଗୀର ଜିଲା କଣ୍ଟାବାଞ୍ଜି ହସ୍ପିଟାଲରେ ଜଣେ ମହିଳା ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ମହିଳା ଜଣଙ୍କ ହେଉଛନ୍ତି ମୁରିବାହାଲ ଥାନା ସାନଝରବାହାଲି ଗାଁର ପଦ୍ମାବତୀ ସେଠ...

ଆହୁରି ଦୁଇ ସପ୍ତାହ ନିସ୍ତାର ନାହିଁ: ୨୮ ତାରିଖ ପାଇଁ ସତର୍କ କଲା ବିଭାଗ

ଭୁବନେଶ୍ୱର,୨୬।୪: ରାଜ୍ୟରେ ଜାରି ରହିଛି ତାତି। ଗରମ ସାଙ୍ଗକୁ ଗୁଳୁଗୁଳିରେ ସନ୍ତୁଳି ହେଉଛନ୍ତି ରାଜ୍ୟବାସୀ। ଏଭଳିସ୍ଥତିରେ ଆହୁରି ଦୁଇ ସପ୍ତାହ ତାତିରୁ ନିସ୍ତାର ମିଳିବ ନାହିଁ...

ଗଞ୍ଜେଇ ଚାଲାଣ କରୁଥିବା ଦୁଇ ମହିଳାଙ୍କୁ ୧୦ ବର୍ଷ ଜେଲ

ବ୍ରହ୍ମପୁର,୨୬।୪(ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁର ଅତିରିକ୍ତ ଜିଲା ଦୌରା ଜଜ(ଏଡିଜେ)- ୧ ଡ଼.ଇନ୍ଦୁ ଶର୍ମା ଶୁକ୍ରବାର ଏକ ଗଞ୍ଜେଇ ଚାଲାଣ ମାମଲାର ଚୂଡ଼ାନ୍ତ ରାୟ ପ୍ରକାଶ...

ଧର୍ମେନ୍ଦ୍ରଙ୍କୁ ପାଣ୍ଡିଆନଙ୍କ ଡାଇରେକ୍ଟ ଆଟାକ୍‌, କହିଲେ…

ଭୁବନେଶ୍ୱର,୨୬।୪: ଉମରକୋଟ ଓ ଝରିଗାଁରେ ଜୋରଦାର ପ୍ରଚାର କରିଛନ୍ତି ବିଜୁ ଜନତା ଦଳର ନେତା କାର୍ତ୍ତିକ ପାଣ୍ଡିଆନ । ନବରଙ୍ଗପୁର ଲୋକ ସଭା ନିର୍ବାଚନ ମଣ୍ଡଳୀର...

ଜଙ୍ଗଲରେ ନିଆଁ ଲଗାଇ କରୁଥିଲେ ବନ୍ୟଜନ୍ତୁ ଶିକାର: ମାଡ଼ିବସିଲା ବନ ବିଭାଗ

ଦାରିଙ୍ଗବାଡି,୨୬।୪(ଅରୁଣ ସାହୁ): ଜଙ୍ଗଲରେ ନିଆଁ ଲଗାଇ ଧ୍ବଂସ କରିବା ଏବଂ ଗରମରେ ବନ୍ୟଜନ୍ତୁ ଆଉଟୁପାଉଟୁ ହୋଇ ପାଣି ପିଇବାକୁ ଆସିବା ବେଳେ ଶିକାର କରୁଥିବା ୩ଜଣ...

ସାନଖେମୁଣ୍ଡି ବିଧାନସଭା ପାଇଁ ନାମାଙ୍କନ ପତ୍ର ଦାଖଲ କଲେ ବିଜେଡି ପ୍ରାର୍ଥିନୀ ସୁଶ୍ରୀ

ଛତ୍ରପୁର ୨୬। ୪ (ଦିଲ୍ଲୀପ କୁମାର ସାମଲ) : ଗଞ୍ଜାମ ଜିଲାରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ଲାଗି ଆଜିଠାରୁ ନାମଙ୍କନ ପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri