ଆନନ୍ଦ ଦେବ ଇକୋ କଟେଜ୍‌

ବନ୍ତଳା,୨୧ା୧୦ (ଦିନେଶ ଦେହୁରୀ) – ରାଜ୍ୟର ପ୍ରମୁଖ ପର୍ଯ୍ୟଟନ ସ୍ଥଳ ଅନୁଗୋଳ ଜିଲା ସାତକୋଶିଆ ଅଭୟାରଣ୍ୟରେ ହେଉଛି ନୂଆ ବ୍ୟବସ୍ଥା। ପର୍ଯ୍ୟଟକଙ୍କ ପାଇଁ ପ୍ରସ୍ତୁତ କରାଯାଉଛି ଅତ୍ୟାଧୁନିକ ଇକୋ କଟେଜ୍‌। ଜିଲିଣ୍ଡା ରେଞ୍ଜ ବାଲିପୁଟ ମହାନଦୀପଠାରେ ଦେଢ଼ କୋଟି ଟଙ୍କା ବ୍ୟୟରେ ଏହି ୧୨ଟି ଶୀତତାପ ନିୟନ୍ତ୍ରିତ ଘର ନିର୍ମାଣ କରାଯାଉଛି। ନଭେମ୍ବର ୧ ରୁ ସାତକୋଶିଆର ସମସ୍ତ ନେଚର କ୍ୟାମ୍ପ ଖୋଲାଯାଉଥିବା ବେଳେ ପର୍ଯ୍ୟଟକମାନେ ଏହି ସ୍ବତନ୍ତ୍ର ଇକୋ କଟେଜ୍‌ରେ ରହି ଭରପୂର ଆନନ୍ଦ ନେଇପାରିବେ ବୋଲି ସାତକୋଶିଆ ବନ୍ୟପ୍ରାଣୀ ବନଖଣ୍ଡ ପକ୍ଷରୁ କୁହାଯାଇଛି।
ମହାମାରୀ କରୋନା କାରଣରୁ ଗତ ମାର୍ଚ୍ଚରୁ ସାତକୋଶିଆରେ ପର୍ଯ୍ୟଟକଙ୍କ ପ୍ରବେଶ ଉପରେ କଟକଣା ଲଗାଯାଇଥିଲା। ଅକ୍ଟୋବର ୧ରୁ କୋଭିଡ୍‌ ଗାଇଡ୍‌ଲାଇନ୍‌ ମଧ୍ୟରେ କେବଳ ବାଘମୁଣ୍ଡା, ତରଭା ଓ ଛୁଟୁକେଇ ନେଚର କ୍ୟାମ୍ପ ପରିଚାଳନା ପାଇଁ ଅନୁମତି ଦିଆଯାଇଥିଲା। କିନ୍ତୁ ଆଗାମୀ ନଭେମ୍ବର ୧ରୁ ଅଭୟାରଣ୍ୟର ସମସ୍ତ ନେଚର କ୍ୟାମ୍ପ ଖୋଲାଯିବ। ତେଣୁ ଅଧିକରୁ ଅଧିକ ପର୍ଯ୍ୟଟକଙ୍କୁ କିପରି ସାତକୋଶିଆ ପ୍ରତି ଆକର୍ଷିତ କରାଯିବ ସେ ନେଇ ପ୍ରସ୍ତୁତି କାର୍ଯ୍ୟ ଆରମ୍ଭ ହୋଇଯାଇଛି। ପର୍ଯ୍ୟଟକମାନେ ଅନ୍‌ଲାଇନ୍‌ରେ ଟିକେଟ୍‌ ବୁକିଂ କରିବା ସହ କୋଭିଡ୍‌ ଗାଇଡ୍‌ଲାଇନ୍‌ ମାନି ପମ୍ପାସର ତନଖି ଫାଟକ ଦେଇ ଅଭୟାରଣ୍ୟ ଭିତରକୁ ପ୍ରବେଶ କରିପାରିବେ। ଜୈବ ବିବିଧତାରେ ପରିପୂର୍ଣ୍ଣ ଏହି ଅଭୟାରଣ୍ୟରେ ରହିଛି ବହୁ ଆକର୍ଷଣୀୟ ସ୍ଥାନ। ବିଶେଷକରି ସାତକୋଶିଆ ଗଣ୍ଡରେ ନୌବିହାର ବେଳେ ମହାନଦୀର ଉଭୟ ପାର୍ଶ୍ୱରେ ଥିବା ସବୁଜିମାଭରା ପାହାଡ଼, ବିଦେଶୀ ପକ୍ଷୀ, ଘଡ଼ିଆଳ ଓ ମଗର ଜାତୀୟ କୁମ୍ଭୀର ପର୍ଯ୍ୟଟକମାନେ ଦେଖିପାରିବେ। ରାତିରେ ନେଚର କ୍ୟାମ୍ପରେ ରହି ପ୍ରକୃତିକୁ ଅଧିକ ଉପଭୋଗ କରିପାରିବେ। ତେବେ ଚଳିତବର୍ଷର ସ୍ବତନ୍ତ୍ର ଆକର୍ଷଣ ହେବ ମହାନଦୀ ପଠାରେ ନିର୍ମାଣ କରାଯାଉଥିବା ଅତ୍ୟାଧୁନିକ ଇକୋ କଟେଜ୍‌। ପ୍ରତି କଟେଜ୍‌ରେ ଦୁଇଟି ଦୀର୍ଘ ବେଡ୍‌, ସ୍ନାନ ଓ ଶୌଚ ସୁବିଧା ସହ ଗିଜର, ଡିସ୍‌ଟିଭି, ଡାଇନିଙ୍ଗ, ବାଲକୋନି, ପିଲାଙ୍କ ପାଇଁ ଦୋଳି ସୁବିଧା ରହିଛି। ସେହିପରି ଗାଇଡ୍‌ କିମ୍ବା ଡ୍ରାଇଭରଙ୍କ ରହଣି ଘର, ପାର୍କ, ରାତ୍ରିର ଫାୟାର କ୍ୟାମ୍ପ ଏବଂ ଆଞ୍ଚଳିକ ସାଂସ୍କୃତିକ କାର୍ଯ୍ୟକ୍ରମର ବ୍ୟବସ୍ଥା ମଧ୍ୟ ଅଛି। ଏ ସମ୍ପର୍କରେ ସାତକୋଶିଆ ବନ୍ୟପ୍ରାଣୀ ବନଖଣ୍ଡ ଅଧିକାରୀ ପି. ରାମସ୍ବାମୀ କହିଛନ୍ତି, ନଭେମ୍ବର ୧ ତାରିଖରୁ କୋଭିଡ୍‌ କଟକଣା ମଧ୍ୟରେ ଅଭୟାରଣ୍ୟ ଖୋଲାଯାଉଛି। ପର୍ଯ୍ୟଟକମାନେ ଅନ୍‌ଲାଇନରେ ବୁକିଂ କରିପାରିବେ। ମହାନଦୀ ପଠାରେ ନିର୍ମାଣ କରାଯାଉଥିବା ୧୨ଟି ଶୀତତାପ ନିୟନ୍ତ୍ରିତ ଇକୋ କଟେଜ୍‌ରେ ରହି ଏହାର ଆନନ୍ଦ ନେଇପାରିବେ। ସାତକୋଶିଆ ଗଣ୍ଡରେ ନୌବିହାର ପାଇଁ ୧୨ଟି ବୋଟ୍‌ର ବ୍ୟବସ୍ଥା ହେଉଛି। ବର୍ତ୍ତମାନ ସୁଦ୍ଧା ୬ଟି ବୋଟ୍‌ ସଂରକ୍ଷିତ ରଖାଯାଇଥିବା ବନଖଣ୍ଡ ଅଧିକାରୀ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମାଡ଼ ମାରି ଭାଉଜଙ୍କ ହାତ ଭାଙ୍ଗିଦେଲେ ଦିଅର, ଆଉ ତା’ପରେ…

ଦିଗପହଣ୍ଡି,୧୩।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଖଣ୍ଡଦେଉଳି ଗ୍ରାମର ବନିତା ପ୍ରଧାନଙ୍କୁ ରବିବାର ତାଙ୍କ ଦିଅର ପଦ୍ମ ଲୋଚନ ପ୍ରଧାନ ଆକ୍ରମଣ କରି ବାମ…

ଖଟିଆରେ ଗର୍ଭବତୀଙ୍କୁ ବୁହାହେବା ଘଟଣା, ନବଜାତ ଶିଶୁ-ମା’ଙ୍କୁ ଭେଟିଲେ ସିଡିପିଓ

ଗୁଡାରି,୧୩।୯(ପ୍ରମୋଦ କୁମାର ପତି): ଶନିବାର ଦିନ ବ୍ଳକର ଶିରିଗୁଡା ଗ୍ରାମପଂଚାୟତ ଅନ୍ତର୍ଗତ ସାଡାକଣା ଗ୍ରାମର ଗର୍ଭବତୀ ମହିଳାଙ୍କୁ ଖଟିଆରେ ୩ କିଲୋମିଟର ବୋହିବା ପରେ ଆମ୍ବୁଲାନ୍ସ ଯୋଗେ…

ତାତିଲେ ମହିଳା, ଭାଙ୍ଗିଲେ ମଦ ଭାଟି

ମୋହନ,୧୩।୯(ମନ୍ମଥ ମିଶ୍ର): ଗାଁରେ ଚାଲିଥିଲା ମଦ ଭାଟି। ଏନେଇ ଗାଁରେ ଅଶାନ୍ତ ପରିବେଶ ସୃଷ୍ଟି ହେବା ଯୁବପିଢୀ ପଥଭ୍ରଷ୍ଟ ହେଉଥିଲେ। ବାରମ୍ବାର ଅଭିଯୋଗ ପରେ ବି କାହାର…

ସନତ ସଭାପତି, ଉମାକାନ୍ତ ସାଧାରଣ ସମ୍ପାଦକ ନିର୍ବାଚିତ

ବରଗଡ଼,୧୩।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ହାବିଲଦାର, କନେଷ୍ଟବଲ ଆସୋସିଏଶନ ନିର୍ବାଚନ ଫଳାଫଳ ରବିବାର ଘୋଷଣା ହୋଇଛି। ଏଥିରେ ସଭାପତି ସନତ କୁମାର ହୋତା ସଭାପତି ନିର୍ବାଚିତ ହୋଇଛନ୍ତି।…

ସ୍ବାସ୍ଥ୍ୟକେନ୍ଦ୍ର ପରିଦର୍ଶନ କଲେ ଏନସିଏସ୍‌କେର ଉପାଧ୍ୟକ୍ଷ, ସଫେଇ କର୍ମଚାରୀଙ୍କ ସହ କଲେ ଆଲୋଚନା

ଜୁନାଗଡ଼,୧୩।୯(ଅଂଶୁମାନ ଯୋଶୀ): ଜାତୀୟ ସଫେଇ କର୍ମଚାରୀ ଆୟୋଗ(ଏନସିଏସକେ) ଉପାଧ୍ୟକ୍ଷ କୈଶବ ବିହାରୀ ରବିବାର ଜୁନାଗଡ଼ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ପରିଦର୍ଶନ କରିଛନ୍ତି। ଏହି ଅବସରରେ ସେ ସ୍ବସ୍ଥ୍ୟକେନ୍ଦ୍ରର ବିଭିନ୍ନ…

ନୂଆଖାଇ ପୂର୍ବରୁ ନିଆରା କାର୍ଯ୍ୟକ୍ରମ, ଅସହାୟଙ୍କୁ ଅଢିଆ ପ୍ରଦାନ

ବରଗଡ଼,୧୩।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ସ୍ଥିତ ଗାନ୍ଧୀ ପାଠାଗାରରେ ସମ୍ବିଧାନ ସୁରକ୍ଷା ମଞ୍ଚ ତରଫରୁ ରବିବାର ନୂଆଁଖାଇ ଜୋଟଜାଟ୍ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି । ମହାନ କୃଷିଭିତ୍ତିକ ଗଣ…

ଋଷିକୁଲ୍ୟା ରୟତ ମହାସଭାର ବଡ଼ ଦାବି

ଛତ୍ରପୁର,୧୩ା୯(ଦ୍ୱାରକା ପଟ୍ଟନାୟକ/ଦିଲୀପ ସାମଲ): ଭାଗଚାଷୀଙ୍କ ସ୍ବାର୍ଥରକ୍ଷା ପାଇଁ ସ୍ବତନ୍ତ୍ର ଭାଗଚାଷୀ ଆଇନ ପ୍ରଣୟନ ସହ ଭୂ-ବନ୍ଦୋବସ୍ତ ପ୍ରକ୍ରିୟା ତୁରନ୍ତ କାର୍ଯ୍ୟକାରୀ କରିବାକୁ ଋଷିକୁଲ୍ୟା ରୟତ ମହାସଭା ପକ୍ଷରୁ…

ଛାତ୍ରଙ୍କୁ ହୋଟେଲକୁ ଡାକି ଅପ୍ରାକୃତିକ ଯୌନ ସମ୍ପର୍କ ରଖିଥିଲେ ଅଧ୍ୟକ୍ଷ, ମେସେଜ୍‌ କରି ପରିବାର ଲୋକଙ୍କୁ ଜଣାଇବାରୁ…

ବରଗଡ଼,୧୩ା୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ସହର ଉପକଣ୍ଠ ବରଡୋଲସ୍ଥିତ ଏକ ଘରୋଇ ଯୁକ୍ତଦୁଇ କଲେଜର ଅଧ୍ୟକ୍ଷ ଜଣେ ନାବାଳକ ଛାତ୍ର(୧୫)ଙ୍କ ସହିତ ଅପ୍ରାକୃତିକ ଯୌନ ସମ୍ପର୍କ ରଖିବା ସହିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?