ପାକିସ୍ତାନ ପାଇଁ ଭସ୍ମାସୁର ପାଲଟିଛନ୍ତି ଆତଙ୍କବାଦୀ, ୬ ମାସରେ ୪୩୪ ଆକ୍ରମଣରେ ୩୨୩ ପାକିସ୍ତାନୀ ସୈନ୍ୟ ମୃତ…

ଇସଲାମାବାଦ, ୩୦।୭ : ପାକିସ୍ତାନର ସୁରକ୍ଷା ଅବସ୍ଥା ଅତ୍ୟନ୍ତ ଖରାପ ସ୍ଥିତିରେ ପହଞ୍ଚିଛି। କେବଳ ଚଳିତ ବର୍ଷର ପ୍ରଥମ ଛଅ ମାସରେ ସୁରକ୍ଷା ବାହିନୀ ଉପରେ ୪୩୪ ଆତଙ୍କବାଦୀ ଆକ୍ରମଣ ହୋଇଛି। ଏଥିରେ ଅତି କମରେ ୩୨୩ ପାକିସ୍ତାନୀ ସୈନ୍ୟଙ୍କ ମୃତ୍ୟୁ ଘଟିଛି।

ପାକିସ୍ତାନୀ ଖବରକାଗଜ ଏକ୍ସପ୍ରେସ ଟ୍ରିବ୍ୟୁନ ଅନୁଯାୟୀ ଗୃହମନ୍ତ୍ରୀ ସଂସଦର ଉପର ଗୃହରେ ଉପସ୍ଥାପିତ ହୋଇଥିବା ରିପୋର୍ଟରେ ଏହା ଉଲ୍ଲେଖ କରାଯାଇଛି। ରିପୋର୍ଟ ଅନୁଯାୟୀ, ସୁରକ୍ଷା ବାହିନୀ ଉପରେ ଖାଇବର ପାସ୍ତୁନଖ୍ବା ପ୍ରଦେଶରେ ସର୍ବାଧିକ ଆତଙ୍କବାଦୀ ଆକ୍ରମଣ ହୋଇଥିଲା।

ଚଳିତ ଆର୍ଥିକ ବର୍ଷର ପ୍ରଥମ ଛଅ ମାସରେ ଏଠାରେ ପ୍ରାୟ ୨୪୭ ଆକ୍ରମଣ ହୋଇଥିଲା। ସେହିଭଳି ବାଲୁଚିସ୍ତାନରେ ଛଅ ମାସ ମଧ୍ୟରେ ୧୭୧ ଏବଂ ସିନ୍ଧରେ ୧୨ ଟି ଆତଙ୍କବାଦୀ ଆକ୍ରମଣ ହୋଇଥିଲା। ତେବେ ପଞ୍ଜାବ ପ୍ରଦେଶରେ କମ ଆକ୍ରମଣ ହୋଇଥିଲା। ଏହି ରାଜ୍ୟରେ କେବଳ ଗୋଟିଏ ଆତଙ୍କବାଦୀ ଆକ୍ରମଣ ହୋଇଥିବାବେଳେ ରାଜଧାନୀ ଇସଲାମାବାଦରେ ତିନୋଟି ଆକ୍ରମଣ ହୋଇଥିଲା।

ପାକିସ୍ତାନ ସଂସଦରେ ଦିଆଯାଇଥିବା ରିପୋର୍ଟରେ କୁହାଯାଇଛି ଯେ ସୁରକ୍ଷା ବାହିନୀ ଉପରେ ହୋଇଥିବା ଆକ୍ରମଣରେ ଅତି କମରେ ୭୧୮ ସୈନିକ ଏବଂ ସୁରକ୍ଷା ବାହିନୀର ଅଧିକାରୀ ଏବଂ ଅନ୍ୟାନ୍ୟ ସଂଗଠନ କର୍ମଚାରୀ ଆହତ ହୋଇଥିଲେ।

ଏହି ସମୟରେ, ପାକିସ୍ତାନୀ ଉଲେମାଙ୍କ ଏକ ପ୍ରତିନିଧୀ ଦଳ ନିଷିଦ୍ଧ ସଂଗଠନ ତେହେରିକ-ଇ-ତାଲିବାନ ପାକିସ୍ଥାନ (ଟିଟିପି)ସଦସ୍ୟଙ୍କ ସହିତ ଶାନ୍ତି ଆଲୋଚନାରେ ନିଜର ଆଭିମୁଖ୍ୟକୁ ନରମ କରିବା ଲାଗି ମନାଇବାରେ ବିଫଳ ହୋଇଛନ୍ତି। ଶେଖ-ଉଲ-ଇସଲାମ ମୁଫତି ତାକି ଉସମାନିଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ସି-୧୩୦ ବିମାନରେ କାବୁଲକୁ ଯାଇଥିଲେ। ଏହାର ସ୍ଥିତିକୁ ନରମ କରିବା ପାଇଁ ଶେଷ ଉଦ୍ୟମ କରିବାକୁ ଟିଟିପି ନେତୃତ୍ୱ ବୁଧବାର ପର୍ଯ୍ୟନ୍ତ କାବୁଲରେ ରହିବାର କାର୍ଯ୍ୟକ୍ରମ ରହିଛି।

ଉଲେମା ପ୍ରତିନିଧୀଙ୍କ ଏକ ସୂତ୍ରରୁ ପ୍ରକାଶ ଯେ ଟିଟିପି ନେତୃତ୍ୱ ଧର୍ଯ୍ୟର ସହ ସେମାନଙ୍କ କଥା ଶୁଣିଥିଲେ ମଧ୍ୟ ସେମାନଙ୍କ ଦାବିକୁ ମାନିବାକୁ ମନା କରିଦେଇଥିଲେ। ଏହି ସମୟରେ ପାକିସ୍ତାନ ସରକାର ଟିଟିପି ସହ ଆଲୋଚନା କରି ଶାନ୍ତି ଆଣିବାକୁ ଚେଷ୍ଟା କରୁଛନ୍ତି ଏବଂ ଏହି ଗୋଷ୍ଠୀ ମଧ୍ୟ ଅସ୍ତ୍ରବିରତି ଉଲ୍ଲଂଘନ ଘୋଷଣା କରିଛନ୍ତି କିନ୍ତୁ ଏହାର ବିଭିନ୍ନ ଦଳ ସୁରକ୍ଷା ବାହିନୀକୁ ଟାର୍ଗେଟ କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

IND vs WI: ତୃତୀୟ ଦିନିକିଆ ପୂର୍ବରୁ ବଡ଼ ଝଟ୍‌କା, ବାଦ୍ ପଡ଼ିଲେ ଷ୍ଟାର୍ ଅଲରାଉଣ୍ଡର, ମାରିଥିଲେ ଦମଦାର୍ ଶତକ!

ନୂଆଦିଲ୍ଲୀ,୨।୧୦: ଭାରତ ଏବଂ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଖେଳାଯାଉଥିବା ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ (ODI) ସିରିଜ୍‌ରେ ଭାରତୀୟ ଦଳ ୨-୦ ରେ ଅଗ୍ରଣୀ ସହ ସିରିଜ୍ କବ୍‌ଜା…

ତୁଳା ରାଶିରେ ଶୁକ୍ରଙ୍କ ଓଲଟା ଚାଲି: ଅକ୍ଟୋବର ୩ରୁ ଏହି ୫ଟି ରାଶିର ଲୋକଙ୍କୁ ରହିବାକୁ ପଡ଼ିବ ସାବଧାନ!

୨୦୨୬ ଅକ୍ଟୋବର ୩ ତାରିଖରୁ ଶୁକ୍ର ନିଜର ସ୍ୱରାଶି ତୁଳାରେ ବକ୍ରୀ ଅର୍ଥାତ୍ ଓଲଟା ଚାଲି ଚାଲିବାକୁ ଯାଉଛନ୍ତି। ଶୁକ୍ରଙ୍କର ଏହି ଚଳନ ହେତୁ ସମ୍ପର୍କ, ଭାଗୀଦାରୀ,…

SRHର ଅଧିନାୟକ ନିଷ୍ପତ୍ତିକୁ ନେଇ ଝଡ଼! କ୍ଷୁବ୍ଧ ଅଭିଷେକ ଶର୍ମା, ଛାଡ଼ିପାରନ୍ତି ଦଳ

ନୂଆଦିଲ୍ଲୀ,୨।୧୦: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (IPL) ୨୦୨୭ ସଂସ୍କରଣ ପୂର୍ବରୁ ସନ୍‌ରାଇଜର୍ସ ହାଇଦ୍ରାବାଦ (SRH) ଶିବିରରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ,…

ଭାରତ-ପାକିସ୍ତାନ ମହାମୁକାବିଲା: ଓପନର ବୈଭବ ସୂର୍ଯ୍ୟବଂଶୀଙ୍କୁ ନେଇ ବଢ଼ିଲା ଚିନ୍ତା, ସାମ୍ନାକୁ ଆସିଲା…

ନୂଆଦିଲ୍ଲୀ,୨।୧୦: ଏସିଆନ୍ ଗେମ୍ସ କ୍ରିକେଟ୍ ପ୍ରତିଯୋଗିତାର ଫାଇନାଲ୍‌ରେ ଆସନ୍ତା ଅକ୍ଟୋବର ୩ ତାରିଖରେ ଭାରତ ଓ ପାକିସ୍ତାନ ମୁହାଁମୁହିଁ ହେବାକୁ ଯାଉଛନ୍ତି। ଏହି ହାଇ-ଭୋଲ୍ଟେଜ୍ ସ୍ୱର୍ଣ୍ଣ ପଦକ…

ଇତିହାସ ରଚିଲେ ଭାରତର ସୁନା ଝିଅ, ହକି ଇଣ୍ଡିଆ କଲା ନୋଟ୍ ବର୍ଷା!

ନୂଆଦିଲ୍ଲୀ,୨।୧୦: ଏସୀୟ କ୍ରୀଡ଼ାରେ ଭାରତୀୟ ମହିଳା ହକି ଦଳ ଇତିହାସ ସୃଷ୍ଟି କରିଛି। ଫାଇନାଲ୍ ମ୍ୟାଚ୍‌ରେ ଡିଫେଣ୍ଡିଂ ଚାମ୍ପିଅନ୍ ଚାଇନାକୁ ୧-୦ ଗୋଲ୍‌ରେ ପରାସ୍ତ କରି ସଲିମା…

ପୁଣି ଘନେଇଲା ଯୁଦ୍ଧ: ମଧ୍ୟପ୍ରାଚ୍ୟକୁ ଯୁଦ୍ଧ ଜାହାଜ, ସୈନ୍ୟ ପଠାଇଲା ଆମେରିକା

ଓ୍ବାଶିଂଟନ,୨ା୧୦: ଆମେରିକା ସେନା ମଧ୍ୟପ୍ରାଚ୍ୟକୁ ତୃତୀୟ ଯୁଦ୍ଧବିମାନବାହୀ ଜାହାଜ ଏବଂ ପାଖାପାଖି ୧୦,୦୦୦ ସୈନ୍ୟ ପଠାଇଥିବା ଏହାର ଜଣେ ଅଧିକାରୀ ସୂଚନା ଦେଇଛନ୍ତି। ନଭେମ୍ବର ୩ରେ ଆମେରିକାରେ…

IND vs WI Playing 11: ତୃତୀୟ ଦିନିକିଆରେ ଅଧିନାୟକ ନେବେ ସାହସିକ ପଦକ୍ଷେପ! Playing 11ରେ ପରିବର୍ତ୍ତନ ନିଶ୍ଚିତ !

ନୂଆଦିଲ୍ଲୀ,୨।୧୦: ଭାରତ ଏବଂ ୱେଷ୍ଟ ଇଣ୍ଡିଜ ମଧ୍ୟରେ ତୃତୀୟ ଦିନିକିଆ ମ୍ୟାଚ ଶନିବାର, ଅକ୍ଟୋବର ୩ରେ ଖେଳାଯିବ। ନିୟୁ ଚଣ୍ଡିଗଡ଼ସ୍ଥିତ ପିସିଏ (PCA) ଆନ୍ତର୍ଜାତୀୟ କ୍ରିକେଟ ଷ୍ଟାଡିୟମ…

୪୪ ବର୍ଷ ପରେ ସ୍ବର୍ଣ୍ଣ ପଦକ ଜିତି ଇତିହାସ ସୃଷ୍ଟି କଲା ଭାରତୀୟ ମହିଳା ହକି ଦଳ

ନୂଆଦିଲ୍ଲୀ,୨।୧୦: ଭାରତୀୟ ମହିଳା ହକି ଦଳ ୨୦୨୬ ଏସୀୟ କ୍ରୀଡ଼ାରେ ଇତିହାସ ସୃଷ୍ଟି କରିଛି। ଫାଇନାଲ ମ୍ୟାଚରେ ଚାଇନାକୁ ୧-୦ ଗୋଲରେ ପରାସ୍ତ କରି ଭାରତୀୟ ଦଳ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?