Posted inଜାତୀୟ

ଅମିତ ଶାହାଙ୍କ ଉପସ୍ଥିତିରେ ୩୦ ହଜାର କିଲୋଗ୍ରାମ୍‌ରୁ ଅଧିକ ଡ୍ରଗ୍ସ୍‌ରେ ନିଆଁ ଲଗାଇଲେ ଏନସିବି…

ଚଣ୍ଡିଗଡ଼, ୩୦।୭ : କେନ୍ଦ୍ରୀୟ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କ ଉପସ୍ଥିତିରେ ନାର୍କୋଟିକ୍ସ ନିୟନ୍ତ୍ରଣ ବ୍ୟୁରୋ(ଏନସିବି) ଦ୍ୱାରା ଚଣ୍ଡିଗଡ଼ରୁ ଭିଡିଓ କନଫରେନ୍ସିଂ ମାଧ୍ୟମରେ ୪ ଟି ସ୍ଥାନରେ ୩୦ ହଜାର କିଲୋଗ୍ରାମରୁ ଅଧିକ ଜବତ ହୋଇଥିବା ଡ୍ରଗ୍ସକୁ ନିଆଁ ଳଗାଇ ନଷ୍ଟ କରାଯାଇଛି। ଅମିତ ଶାହା ଉପସ୍ଥିତ ଥିବା ଲୋକଙ୍କୁ ସମ୍ବୋଧିତ କରି କହିଛନ୍ତି ଯେ ଡ୍ରଗ୍ସ କାରବାର ସମାଜ ପାଇଁ ବିପଦ। ଯେକୌଣସି ସମୃଦ୍ଧ ରାଷ୍ଟ୍ରରେ ଡ୍ରଗ୍ସ କାରବାର ପ୍ରତି ଶୂନ୍ୟ ସହନଶୀଳତା ରହିବା ଉଚିତ। ଡ୍ରଗ୍ଦ କାରବାରକୁ ରୋକିବା ଦ୍ୱାରା ଆମ ଯୁବ ପିଢ଼ିିଙ୍କୁ ସୁରକ୍ଷିତ ରଖାଯାଇ ପାରିବ। ଏନସିବି ଜୁନ ୧ ରୁ ଡ୍ରଗ୍ସ ଜବତ ଅଭିଯାନ ଆରମ୍ଭ କରିଥିଲା। ଏହି ଅଭିଯାନରେ ଜୁଲାଇ ୨୯ ପର୍ଯ୍ୟନ୍ତ ୧୧ ଟି ରାଜ୍ୟରେ ୫୧,୨୧୭ କିଲୋଗ୍ରାମରୁ ଅଧିକ ନିଶା ଦ୍ରବ୍ୟ ଜବତ କରାଯାଇଥିଲା।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସ୍ବାଧିନତାର ଅମୃତ ମହୋତ୍ସବ ପାଳନ କରିବା ଆହ୍ବାନ ଅବସରରେ ଏନସିବି ୭୫ ବର୍ଷ ସ୍ବାଧୀନତା ଦିବସ ପୂତ୍ତି ଅବସରରେ ୭୫ ହଜାର କିଲୋଗ୍ରାମ ଡ୍ରଗ୍ସ ନଷ୍ଟ କରିବାକୁ ସଂକଳ୍ପ ନେଇଛି। ଶନିବାର ୩୦,୪୬୮.୭୮୪ କିଲୋଗ୍ରାମ ଡ୍ରଗ୍ସ ଜଳାଯିବା ପରେ ଏହି ନିବାରଣ ପରେ ମୋଟ ନଷ୍ଟ ପରିମାଣ ପ୍ରାୟ ୮୧,୬୮୬ କିଲୋଗ୍ରାମରେ ପହଞ୍ଚିବାର ଆଶା ରହିଛି। ଯାହା ଏନସିବିର ଧାର୍ଯ୍ୟ ଲକ୍ଷ୍ୟକୁ ଅତିକ୍ରମ କରିବ ବୋଲି କୁହାଯାଉଛି।

ନିଶା ମୁକ୍ତ ଭାରତ ସଂଗ୍ରାମରେ ଏହା ଏକ ବଡ଼ ସଫଳତା ହେବ। ଏହି ସମ୍ମିଳନୀରେ ପ୍ରଥମ ଥର ପାଇଁ ସ୍ବରାଷ୍ଟ୍ରମନ୍ତ୍ରୀ, ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀ ଏବଂ ଡ୍ରଗ୍ସ ସମ୍ବନ୍ଧୀୟ ଏଜେନ୍ସିର ପ୍ରତିନିଧ୍‌ତ୍ମାନେ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମାମୁ-ଭଣଜାଙ୍କ ଘରୁ ବଡ଼ଧରଣର ଚୋରି: ଲୁଟିନେଲେ ୫୦ ତୋଳା ସୁନା, ନଗଦ ଟଙ୍କା

କୋରାପୁଟ,୧୮ା୮(ଅମିତାଭ ବେହେରା): କୋରାପୁଟ ସହରର ମେଘରାଜ ଅଞ୍ଚଳରେ ଗୋଟିଏ ରାତିରେ ମାମୁ-ଭଣଜାଙ୍କ ଘରୁ ବଡ଼ଧରଣର ଚୋରି ହୋଇଛି। ଦୁଇ ଘରୁ ପ୍ରାୟ ୫୦ ତୋଳା ସୁନା ଅଳଙ୍କାର…

ବିଜୟ ପାଇଁ ବିଶାଳ ଟାର୍ଗେଟ ଦେଲା ଭାରତ: ଶ୍ରୀଲଙ୍କାକୁ ଲୋଡ଼ା ‘ଚମତ୍କାର’

ଗାଲେ,୧୮।୮: ଗାଲେରେ ଖେଳାଯାଉଥିବା ପ୍ରଥମ ଟେଷ୍ଟରେ ଟିମ ଇଣ୍ଡିଆ ଚତୁର୍ଥ ଦିନରେ ଶ୍ରୀଲଙ୍କା ପାଇଁ ୩୭୨ ରନର ଟାର୍ଗେଟ ଦେଇଥିଲା। ପ୍ରଥମ ଇନିଂସରେ ୪୫୦ରୁ ଅଧିକ ରନ…

‘ଫାଶୀ ଦିଅ କିମ୍ବା ଜେଲ ପଠାଅ, ମୁଁ…’, କଂଗ୍ରେସ ନେତାଙ୍କ ବୟାନକୁ ନେଇ ରାଜନୀତି ହଲଚଲ

ନୂଆଦିଲ୍ଲୀ, ୧୮।୮: ବନ୍ଦେ ମାତରମ’ର ସମ୍ପୂର୍ଣ୍ଣ ଛନ୍ଦ ଗାନକୁ ନେଇ ଜାରି ରହିଥିବା ରାଜନୈତିକ ହଙ୍ଗାମା ମଧ୍ୟରେ କର୍ନାଟକ କଂଗ୍ରେସ ସଭାପତି ବି.କେ. ହରିପ୍ରସାଦ ବଡ଼ ବୟାନ…

ଗଞ୍ଜେଇ ଚାଲାଣ ପାଇଁ ଯୋଜନା ଚାଲିଥିବା ବେଳେ ମାଡିବସିଲା ଅଡବା ପୋଲିସ, ୭ କ୍ୱିଣ୍ଟାଲ ଜବତ

ମୋହନା,୧୮।୮(ମନ୍ମଥ ମିଶ୍ର): ଜଙ୍ଗଲରୁ ବାହାରିଲା ୭ କ୍ୱିଣ୍ଟାଲରୁ ଅଧିକ ଗଞ୍ଜେଇ । ଏଭଳି ଘଟଣା ଦେଖିବାକୁ ମିଳିଛି ଗଜପତି ଜିଲା ମୋହନା ବ୍ଲକ ଅନ୍ତରବା ପଞ୍ଚାୟତ ଆଟାପଡ଼ା…

ସୁପ୍ରିମକୋର୍ଟର ମଞ୍ଜୁରୀ ପରେ ‘ମହାପ୍ରଭୁ ଜଗନ୍ନାଥ’ର ରିଲିଜ୍‌ ତାରିଖ ଫାଇନାଲ, ଜାଣନ୍ତୁ କେବେ ଆସିବ ଫିଲ୍ମ

ନୂଆଦିଲ୍ଲୀ, ୧୮।୮: ଆନିମେଟେଡ ଫିଲ୍ମ ‘ମହାପ୍ରଭୁ ଜଗନ୍ନାଥ’ ଜୁଲାଇ ୧୭ ତାରିଖରେ ସିନେମା ହଲ୍‌ରେ ରିଲିଜ ହେବାର ଥିଲା। କିନ୍ତୁ ଆଇନଗତ ବିବାଦରେ ଫସିବା ପରେ ଏହାର…

କଂଗ୍ରେସର ‘ବନ୍ଦେ ମାତରମ’ ଭିଡିଓକୁ ନେଇ ବର୍ଷିଲେ କଙ୍ଗନା, ପାକିସ୍ତାନ ସହ ତୁଳନା କରି କହିଲେ…

ନୂଆଦିଲ୍ଲୀ, ୧୮।୮: ହିମାଚଳ ପ୍ରଦେଶର ମଣ୍ଡିରୁ ଭାରତୀୟ ଜନତା ପାର୍ଟି (BJP) ସାଂସଦ କଙ୍ଗନା ରଣାୱତ କଂଗ୍ରେସ ନେତୃତ୍ୱ ଉପରେ ବଡ଼ ବୟାନ ଦେଇଛନ୍ତି। ଅଗଷ୍ଟ ୧୫…

ବାପାକୁ ଆକ୍ରମଣ କଲେ ପୁଅ, ଗିରଫ କରିବାକୁ ଯାଇ ପୋଲିସ ହଟହଟା

ଗୋପ,୧୮।୮( ଭାରତୀ ଭୂଷଣ ଉପାଧ୍ୟାୟ): ମଙ୍ଗଳବାର ଭୋର ସମୟରେ ଗୋପ ଥାନା ଅନ୍ତର୍ଗତ ଗଣେଶ୍ବରପୁର ଗ୍ରାମରେ ଛୁରାମାଡ଼ ହୋଇଛି । ରାମଚନ୍ଦ୍ର ରଥଙ୍କ ଏକମାତ୍ର ପୁତ୍ର ବିକି…

ହଜାରେ କୋଟିର ପ୍ୟାକେଜ ଘୋଷଣା କଲେ ମୁଖ୍ୟମନ୍ତ୍ରୀ: ଫସଲ ନଷ୍ଟ ହୋଇଥିଲେ ମିଳିବ ଏତେ…

ଭୁବନେଶ୍ୱର , ୧୮।୮: ବନ୍ୟା କ୍ଷୟକ୍ଷତି ସମୀକ୍ଷା ପରେ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା। ହଜାରେ କୋଟିର ପ୍ୟାକେଜ ଘୋଷଣା କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ହଜାରେ କୋଟି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri