Posted inଜାତୀୟ

ବାହାରୁ ଆସୁ ନାହାନ୍ତି ଆତଙ୍କବାଦୀ,କଶ୍ମୀର ଯୁବବର୍ଗ ଧରୁଛନ୍ତି ବନ୍ଧୁକ,ଓମାର ଅବଦୁଲ୍ଲାଙ୍କ ବିବାଦୀୟ ମନ୍ତବ୍ୟ…

ଶ୍ରୀନଗର,୨୯।୧୧: ଜମ୍ମୁ-କଶ୍ମୀରରେ ଆତଙ୍କବାଦୀ କାର୍ଯ୍ୟକଳାପ ବିରୋଧରେ ମିଳିତ ସୁରକ୍ଷା ବାହିନୀଙ୍କ ପକ୍ଷରୁ ଯୋଜନାବଦ୍ଧ ଭାବେ ଅପରେଶନ୍‌ ଅଲ୍‌ଆଉଟ୍‌ ଅଭିଯାନ ଜାରି ରହିଛି। ଏପରିସ୍ଥଳେ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ନ୍ୟାଶନାଲ କନଫରେନ୍ସର ନେତା ଓମାର ଅବଦୁଲ୍ଲା ଏକ ବିବାଦୀୟ ବିବୃତ୍ତି ଦେଇଛନ୍ତି।

ଅନୁଚ୍ଛେଦ ୩୭୦ ଉପରେ ପ୍ରଶ୍ନ ଉଠାଇ ସେ କହିଛନ୍ତି ଯେ ଆମକୁ କୁହାଯାଇଥିଲା ଯେ ଅଗଷ୍ଟ ୫ ରେ ଏହାକୁ ହଟାଇବା ପରେ କେହି ଆଉ ଆତଙ୍କବାଦ ବାଟରେ ପାଦ ଦେବେ ନାହିଁ। ତେବେ ଆତଙ୍କବାଦୀମାନେ କିଏ? ଓମାର ଅବଦୁଲ୍ଲା କହିଛନ୍ତି ଯେ ଏହି ଆତଙ୍କବାଦୀମାନେ ବାହାରୁ ଆସିନାହାଁନ୍ତି। ସେମାନେ କାଶ୍ମୀରର ଯୁବକ। ଆମ ଶାସନ କାଳରେ ଆତଙ୍କବାଦୀଙ୍କ ଠାରୁ ଆମେ ଯେଉଁ ଅଞ୍ଚଳଗୁଡିକୁ ମୁକ୍ତ ରଖିଥିଲୁ। ଏବେ ସେଠାରେ ପୁଣି ଯୁବବର୍ଗ ହାତରେ ବନ୍ଧୁକ ଧରିଛନ୍ତି।

ଆମ ଶାସନ ସମୟରେ ଆମେ ଶ୍ରୀନଗରରେ ବହୁ ଆତଙ୍କବାଦୀଙ୍କ ବଙ୍କର ଉଡ଼ାଇ ଦେଇଥିଲୁ। ଏହା ପରେ ସେଠାରେ ଆତଙ୍କବାଦୀର କୌଣସି ଚିହ୍ନ ନ ଥିଲା। ଏବେ ଶ୍ରୀନଗରର କୌଣସି ଅଞ୍ଚଳରେ ଲୋକେ ନିଜକୁ ସୁରକ୍ଷିତ ମଣୁ ନାହାନ୍ତି।

କୁପୱାରା ଠାରୁ ଟର୍ନାଲ ପର୍ଯ୍ୟନ୍ତ ଯେଉଁ ଅଞ୍ଚଳ ଆତଙ୍କବାଦୀ ମୁକ୍ତ ହୋଇଥିଲା ଏବେ ସେଠାରେ ପୁଣି ଆତଙ୍କବାଦର ଚେର ଲମ୍ବିବାରେ ଲାଗିଛି। କଶ୍ମୀର ସ୍ଥାନୀୟ ଯୁବବର୍ଗ କ୍ରୋଧ ଏବଂ ବିଭିନ୍ନ କାରଣରୁ ଅସ୍ତ୍ର ଉଠାଇବାକୁ ବାଧ୍ୟ ହେଉଛନ୍ତି ବୋଲି ଓମାର କହିଛନ୍ତି। ।

ଓମାର ଅବଦୁଲ୍ଲା କହିଛନ୍ତି ଯେ ଅନୁଚ୍ଛେଦ ୩୭୦ ରଦ୍ଦ ହେବା ପରେ କୁହାଯାଇଥିଲା ଯେ ଅମ୍ବାନୀ ଟାଟା ଏବଂ ବିର୍ଲା ଜମ୍ମୁ-କଶ୍ମୀରରେ ପୁଞ୍ଜି ନିବେଶ କରିବେ ଏବଂ ଅନେକ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। ମାତ୍ର ଏଭଳି କିଛି ବିି ହେଲା ନାହିଁ। ଏଠାରେ ଚାଲିଥିବା ପ୍ରକଳ୍ପଗୁଡିକରେ ମଧ୍ୟ ସ୍ଥାନୀୟ ଲୋକ ନିଯୁକ୍ତି ପାଇନାହାଁନ୍ତି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନେପାଳ ଫେରିଲେ ତିବ୍ବତରେ ଫସି ରହିଥିବା ଭାରତୀୟ ତୀର୍ଥଯାତ୍ରୀ

ବେଜିଂ,୨୯ା୮: ବନ୍ୟାରେ ଗିରୋଙ୍ଗ୍‌ ସୀମାନ୍ତ ପୋଷ୍ଟ ଧ୍ୱଂସ ହୋଇଯାଇଥିବା ବେଳେ ତିବ୍ବତରେ ଅଟକି ରହିଥିବା ବହୁସଂଖ୍ୟାରେ ଭାରତୀୟ ତୀର୍ଥଯାତ୍ରୀ ଶନିବାର ବିକଳ୍ପ ସୀମାନ୍ତ ରାସ୍ତା ଦେଇ ନେପାଳ…

ଉଜ୍‌ବେକିସ୍ତାନରେ ପ୍ରଧାନମନ୍ତ୍ରୀ ମୋଦି

ତାଶକେଣ୍ଟ,୨୯ା୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉଜ୍‌ବେକିସ୍ତାନ ଏବଂ କିର୍‌ଗିଜସ୍ତାନକୁ ୪ ଦିନିଆ ଗସ୍ତରେ ଯାଇ ଶନିବାର ଉଜ୍‌ବେକିସ୍ତାନରେ ପହଞ୍ଚିଛନ୍ତି। ୨ ଦେଶ ମଧ୍ୟରେ ରଣନୈତିକ ସହଭାଗିତାକୁ ଆହୁରି…

ସୃଷ୍ଟି ହେଲା ଲଘୁଚାପ, ୫ଦିନ ପ୍ରବଳରୁ ଅତି ପ୍ରବଳ ବର୍ଷା, ୩ ଜିଲାକୁ ରେଡ୍‌ ଓ୍ବାର୍ନିଂ

ଭୁବନେଶ୍ୱର, ୨୯ା୮ (ବନ୍ଦନା ସେଠୀ) – ଉତ୍ତରପଶ୍ଚିମ ବଙ୍ଗୋପସାଗର ପାର୍ଶ୍ୱବର୍ତ୍ତୀ ପଶ୍ଚିମବଙ୍ଗ-ଉତ୍ତରଓଡ଼ିଶା ଉପକୂଳରେ ଶନିବାର ସକାଳ ୫ଟା ୩୦ରେ ଆଉଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଏହା…

ଦେଓମାଳି ପର୍ଯ୍ୟଟନ ସ୍ଥଳୀରେ ପର୍ଯ୍ୟଟକ ଅସୁରକ୍ଷିତ: ମୁଖାପିନ୍ଧା ଯୁବକଙ୍କ ଅତର୍କିତ ଆକ୍ରମଣକୁ ନେଇ କୋଟିଆ ଥାନାରେ ମାମଲା ରୁଜୁ

ପଟ୍ଟାଙ୍ଗି,୨୯।୮(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍‌ ଅଧୀନ ପ୍ରସିଦ୍ଧ ଦେଓମାଳି ପର୍ଯ୍ୟଟନ ସ୍ଥଳୀରେ ପର୍ଯ୍ୟଟକଙ୍କ ସୁରକ୍ଷା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଶୁକ୍ରବାର ସନ୍ଧ୍ୟାରେ…

ତାରାତାରିଣୀ ଛକରେ ସାଙ୍ଘାତିକ କାର୍ ଦୁର୍ଘଟଣା: ତହସିଲଦାରଙ୍କ କଲ୍‌କୁ ବି ଖାତିର କଲାନି ଆମ୍ବୁଲାନ୍ସ କଲ୍ ସେଣ୍ଟର; ଛଟପଟ ହେଲେ…

ପୁରୁଷୋତ୍ତମପୁର,୨୯।୮(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ବ୍ରହ୍ମପୁର-ପୁରୁଷୋତ୍ତମପୁର ମୁଖ୍ୟ ରାସ୍ତାର ତାରାତାରିଣୀ ଛକ ନିକଟରେ ଶନିବାର ସନ୍ଧ୍ୟାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି।…

ଓଡ଼ିଶା ସିଭିଲ ସର୍ଭିସ ପରୀକ୍ଷାର୍ଥୀଙ୍କ ପାଇଁ ବଡ଼ ଖବର: ଅକ୍ଟୋବର ୨୯ରୁ …

କଟକ,୨୯।୮: ଓଡ଼ିଶା ଲୋକସେବା ଆୟୋଗ (OPSC) ପକ୍ଷରୁ ଓଡ଼ିଶା ସିଭିଲ ସର୍ଭିସ (OCS) ମେନ୍ ପରୀକ୍ଷାର ତାରିଖ ଘୋଷଣା କରାଯାଇଛି। ଆସନ୍ତା ଅକ୍ଟୋବର ୨୯ ତାରିଖରୁ ନଭେମ୍ବର…

ନେପାଳରେ ବନ୍ୟା: ୟୁପିରୁ ମିଳିଲାଣି ୧୦ ମୃତଦେହ

ଲକ୍ଷ୍ନୌ,୨୯ା୮: ନେପାଳ ବନ୍ୟାରେ ଭାସିଆସିଥିବା ୧୦ ଜଣଙ୍କ ମୃତଦେହ ପୂର୍ବ ଉତ୍ତରପ୍ରଦେଶର ଗଣ୍ଡକ ନଦୀରୁ ମିଳିଛି। ମହାରାଜଗଞ୍ଜ ଏବଂ କୁଶିନଗର ଜିଲାରୁ ୨ ଦିନରେ ୧୦ ଜଣଙ୍କ…

ନେପାଳ ବନ୍ୟାରେ ସାଙ୍ଘାତିକ ଲୁଟ୍! ଭାସିଆସିଲା ସିନ୍ଦୁକ, ଲୁଟିନେଲେ ୯୨.୭ ଲକ୍ଷ! ମୃତଦେହରୁ ବି ଚୋରି ହେଲା…

କାଠମାଣ୍ଡୁ, ୨୯।୮: ନେପାଳରେ ସମ୍ପ୍ରତି ଆସିଥିବା ବିନାଶକାରୀ ବନ୍ୟା ମଧ୍ୟରେ କିଛି ଚାଞ୍ଜଲ୍ୟକର ଘଟଣା ସାମ୍ନାକୁ ଆସିଛି। ବନ୍ୟା ପାଣିରେ ଭାସିଆସିଥିବା ଏକ ସେଫ୍‌ (ସିନ୍ଦୁକ)ରୁ ଟଙ୍କା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri