Posted inଜାତୀୟ

ମହିଳାଙ୍କୁ ଆତଙ୍କବାଦ କାର୍ଯ୍ୟରେ ନିୟୋଜିତ କରୁଛନ୍ତି ଆତଙ୍କବାଦୀ…

ଶ୍ରୀନଗର,୨୭।୧୧ : କାଶ୍ମୀରର ତିନୋଟି ଜିଲା ଆତଙ୍କବାଦରୁ ମୁକ୍ତ ହୋଇଛି। ଚଳିତ ବର୍ଷ ୧୮୯ ଆତଙ୍କବାଦୀଙ୍କର ଏନକାଉଣ୍ଟର କରାଯାଇଛି ବୋଲି ଏଡିଜିପି କଶ୍ମୀର ଜୋନ ବିଜୟ କୁମାର କହିଛନ୍ତି। ସେମାନଙ୍କ ମଧ୍ୟରେ ୧୨୭ ଜଣ ସ୍ଥାନୀୟ ଏବଂ ୪୨ ଜଣ ବିଦେଶୀ ଆତଙ୍କବାଦୀ ଥିଲେ।

ବର୍ତ୍ତମାନ କଶ୍ମୀର ଜୋନରେ ମୋଟ ୮୧ ଆତଙ୍କବାଦୀ ସକ୍ରିୟ ଅଛନ୍ତି। ସେମାନଙ୍କ ମଧ୍ୟରୁ ୫୨ ଜଣ ବିଦେଶୀ ଏବଂ ୨୯ ଜଣ ସ୍ଥାନୀୟ ଆତଙ୍କବାଦୀ। ବିଜୟ କୁମାର କହିଛନ୍ତି ଯେ ସମସ୍ତ ୮୧ ଆତଙ୍କବାଦୀକୁ ଏନକାଉଣ୍ଟର କରାଗଲେ ମଧ୍ୟ ଉପତ୍ୟକାରୁ ଆତଙ୍କବାଦକୁ ସମାପ୍ତ କରିବାର କୌଣସି ଗ୍ୟାରେଣ୍ଟି ଦେଇ ହେବନାହିଁ।

ବିଜୟ କୁମାର କହିଛନ୍ତି ଯେ ହିଜବୁଲ ମୁଜାହିଦ୍ଦିନ ବ୍ୟତୀତ ବାକି ଆତଙ୍କବାଦୀ ସଂଗଠନର କାଶ୍ମୀରରେ କୌଣସି ନେତା ନାହାଁନ୍ତି। ସମଗ୍ର କାଶ୍ମୀରରେ ଏହାର ନେତା ଫାରୁକ ନାଲିଙ୍କ ସମେତ ଚାରିଜଣ ଆତଙ୍କବାଦୀ ଅଛନ୍ତି। ସ୍ଥାନୀୟ ଆତଙ୍କବାଦୀଙ୍କ ସଂଖ୍ୟା ବହୁତ ହ୍ରାସ ପାଇଛି। ଦୁଇ ବର୍ଷ ପୂର୍ବେ କାଶ୍ମୀରରେ ପ୍ରାୟ ୮୦ ଆତଙ୍କବାଦୀ କମାଣ୍ଡର ଥିଲେ। ବର୍ତ୍ତମାନ କେବଳ ତିନିଜଣ ବାକି ଅଛନ୍ତି ଏବଂ ସେମାନଙ୍କ ମଧ୍ୟରୁ ଜଣେ ଗୁରୁତର ଅବସ୍ଥାରେ ଅଛନ୍ତି।

ଏବେ ନିଶା ଦ୍ରବ୍ୟ ଚୋରା କାରବାର କଶ୍ମୀରରେ ଆତଙ୍କବାଦର ଏକ ନୂତନ ମାଧ୍ୟମ ପାଲଟିଛି। ସୋସିଆଲ ମିଡିଆ, ଇଣ୍ଟରନେଟ, କୋଡିଂର ନୂତନ ପଦ୍ଧତି ଦ୍ୱାରା ଯୁବବର୍ଗମାନଙ୍କର ରଣନୀତି ସାମ୍ନାକୁ ଆସୁଛି। ଏପରି କିଛି ମାମଲା ମଧ୍ୟ ସାମ୍ନାକୁ ଆସିଥିଲା ଯେଉଁଥିରେ ବାଳିକା ଏବଂ ମହିଳାମାନେ ଆତଙ୍କବାଦୀଙ୍କୁ ସାହାଯ୍ୟ କରିଥିଲେ ଏବଂ ସେମାନଙ୍କୁ ଅସ୍ତ୍ର ଯୋଗାଇ ଦେଇଥିଲେ।

ଫଳରେ ଏଥିରୁ ପ୍ରମାଣି ହେଉଛି ଯେ ମହିଳାଙ୍କୁ ଆତଙ୍କବାଦ କାର୍ଯ୍ୟରେ ଆତଙ୍କବାଦୀ ନିୟୋଜିତ କରୁଛନ୍ତି । ସେହିପରି ଡ୍ରୋନ ସାହାଯ୍ୟରେ ପାକିସ୍ତାନରୁ ଡ୍ରଗ୍ସ, ଅସ୍ତ୍ରଶସ୍ତ୍ର ଯୋଗାଣ ଏକ ବଡ଼ ଆହ୍ବାନ ପାଲଟିଥିବା ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?