Posted inଜାତୀୟ

ପାକ କର୍ନଲଙ୍କ ଇସାରାରେ ଆର୍ମି ପୋଷ୍ଟ ଉଡାଇ ଦେବାକୁ ହୋଇଥିଲା ପ୍ରସ୍ତୁତି

ନୂଆଦିଲ୍ଲୀ,୨୫ ।୮: ଆତଙ୍କବାଦ ବିରୋଧରେ ଲଢିବାକୁ ଚେଷ୍ଟା କରୁଥିବା ପାକିସ୍ତାନ ପୁଣିଥରେ ସମ୍ପୂର୍ଣ୍ଣ ଭାବେ ବିଫଳ ହୋଇଛି । ନୌଶେରା ସେକ୍ଟରରୁ ଧରାପଡିଥିବା ଆତଙ୍କବାଦୀମାନେ ପୁଣିଥରେ ପାକିସ୍ତାନର ଅସଲ ମୁଖ୍ୟ ଖୋଲିଛନ୍ତି ।
ଘଟଣା ହେଲା ଗିରଫ ହୋଇଥିବା ଆତଙ୍କବାଦୀ ତବାରକ ତାଙ୍କ ବୟାନରେ କହିଛନ୍ତି ତାଙ୍କ ସହ ଆଉ ୪-୫ ଜଣ ଆତଙ୍କବାଦୀ ଅସ୍ତ୍ରଶସ୍ତ୍ର ସହ ଭାରତ ଆସିଛନ୍ତି । ତାଙ୍କ ପିତାଙ୍କ ନାମ ମଲିକ ଓ ସେ ୬ ଭାଇ ଭଉଣୀ ବୋଲି କହିଛନ୍ତି । ତାଙ୍କ ଗାଁ ନାମ ସବ୍ଚକୋଟ ଓ ଏହା ଏଲଓସି ଠାରୁ ୩-୪ କିଲୋମିଟର ଦୂର ବୋଲି ଗିରଫ ଆତଙ୍କବାଦୀ ତବାରକ କହିଛନ୍ତି । ତାଙ୍କୁ ପାକିସ୍ତାନରେ ଆତଙ୍କବାଦର ଟ୍ରେନିଂ ଦିଆଯାଇଛି ଓ ଭାରତରେ ଆକ୍ରମଣ କରିବାକୁ ପଠାଯାଇଥିଲା ।
ତବାରକ କହିଛନ୍ତି ପାକିସ୍ତାନ ଆର୍ମିରେ ଥିବା ଚୌଧୁରୀ ୟୁନିସ ତାଙ୍କୁ ଭାରତ ପଠାଇଛନ୍ତି । ଝଙ୍ଗର ସୀମାରେ ଥିବା ଭାରତୀୟ ଆର୍ମି ପୋଷ୍ଟକୁ ଉଡାଇବାକୁ ତାଙ୍କୁ ପଠାଯାଇଥିବା ସେ କହିଛନ୍ତି । କ୍ୟାମେରା ସାମ୍ନାରେ ତବାରକ ପାକିସ୍ତାନ ଓ ପାକିସ୍ତାନୀ ସେନାର ସମସ୍ତ କଳା କାର୍ଯ୍ୟ ଉପରୁ ପରଦା ଉଠାଇଛନ୍ତି ।
ସୂଚନାଯୋଗ୍ୟ, ଗିରଫ ଆତଙ୍କବାଦୀ ତାର କାଟି ଭାରତକୁ ପ୍ରବେଶ କରିବାକୁ ଉଦ୍ୟମ କରୁଥିବା ବେଳେ ନୌସେରା ସେକ୍ଟରରେ ତାଙ୍କୁ ଗିରଫ କରାଯାଇଥିଲା । ଜୀବନ୍ତ ଧରାପଡିଥିବା ଏହି ଆତଙ୍କବାଦୀ ବାଜବା ସେନା ଓ ଆଇଏସର ସମସ୍ତ କଥା ଖୋଲି କହିଛନ୍ତି । ସେ କହିଛନ୍ତି ପାକିସ୍ତାନ ଆର୍ମି ଓ ଆଇଏସ ସ୍କୁଲରେ ଆତଙ୍କବାଦର ପାଠ ପଢାଯାଉଛି ।


Enter your email to get our daily news in your inbox.

All Right Reserved By Dharitri.Com

ଫ୍ଲାଇଦୁବାଇ ବିମାନରେ ଆକ୍ରମଣ: ନିଜେ ଆହାତ ହୋଇ ମଧ୍ୟ ବଞ୍ଚାଇଲେ ୧୮୦ ଯାତ୍ରୀଙ୍କ ଜୀବନ, କିଏ ଏହି ପାଇଲଟ୍?

ନୂଆଦିଲ୍ଲୀ,୩୦ା୯: ଦୁବାଇରୁ ତେଲ ଅଭିଭ ଯାଉଥିବା ଫ୍ଲାଇଦୁବାଇର FZ1073 ବିମାନରେ ବୁଧବାର ଘଟିଥିବା ଘଟଣାକୁ ନେଇ ଭାରତୀୟ ପାଇଲଟ୍ ସ୍ମିତ ମଚ୍ଛରଙ୍କ ନାଁ ଚର୍ଚ୍ଚାରେ ରହିଛି। ରିପୋର୍ଟ…

ଖେଳୁ ଖେଳୁ ହଠାତ୍ ପଡ଼ିଆ ମଝିରେ ନାଚିଲେ ହିଟମ୍ୟାନ, ଭିଡିଓ ଦେଖିଲେ….

ଗୁଆହାଟୀ,୩୦ା୯: ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଦିନିକିଆରେ ‘ହିଟମ୍ୟାନ୍’ ରୋହିତ ଶର୍ମାଙ୍କ ବ୍ୟାଟ୍‌ରୁ ଦେଖିବାକୁ ମିଳିଛି ଧମାକାଦାର ଶତକ । ୪୦୬ ରନ୍‌ର ବିଶାଳ ଲକ୍ଷ୍ୟ ପିଛା କରୁଥିବା…

ଶିକ୍ଷା ବିଭାଗର ସମନ୍ୱୟ ଅଭାବ: ଷାଣ୍ମାସିକ ପରୀକ୍ଷା ବେଳେ ଜିଲାସ୍ତରୀୟ କ୍ରୀଡ଼ା, ପରୀକ୍ଷାରୁ ବଞ୍ଚିତ ହେଲେ ଛାତ୍ରଛାତ୍ରୀ

ଅମରପାଲି, ୩୦ା୯(ପୀତାମ୍ବର ସାହୁ): ସରକାର ଶିକ୍ଷାକୁ ସାର୍ବଜନୀନ ଓ ବାଧ୍ୟତାମୂଳକ କରିଥିବା ବେଳେ ଶିକ୍ଷା ବିଭାଗରେ ସମନ୍ୱୟର ଅଭାବକୁ ନେଇ ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକରେ ଗମ୍ଭୀର…

କାଗଜପତ୍ରରେ ବଦଳିଲା, ନାମଫଳକରେ ନାହିଁ: ବରଗଡ଼ର ଇଂରାଜୀ ବନାନକୁ ନେଇ ଦ୍ୱନ୍ଦ୍ୱରେ ଜିଲାବାସୀ

ବରଗଡ଼, ୩୦ା୯(ପ୍ରେମାନନ୍ଦ ଖମାରୀ): ରାଜ୍ୟର ବିଭିନ୍ନ ଜିଲା, ଉପଖଣ୍ଡ, ତହସିଲ, ବ୍ଲକ ଏବଂ ସହରାଞ୍ଚଳଗୁଡ଼ିକର ଅଶୁଦ୍ଧ ତଥା ଅପଭ୍ରଂଶ ଇଂରାଜୀ ବନାନକୁ ସଂଶୋଧନ କରି ଓଡ଼ିଶାର ଭାଷାଗତ…

ବିଶ୍ୱ ରେକର୍ଡ ଭାଙ୍ଗିଲେ ଗିଲ୍, ଏହି ଖେଳାଳିଙ୍କୁ ପଛରେ ପକାଇ କଲେ…

ଗୁଆହାଟୀ,୩୦ା୯: ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଦିନିକିଆରେ ଭାରତୀୟ ଅଧିନାୟକ ଶୁବମନ ଗିଲ୍ ନିଜ ନାମରେ ଆଉ ଏକ ବଡ଼ ବିଶ୍ୱ ରେକର୍ଡ ଯୋଡ଼ିଛନ୍ତି । ଗୁଆହାଟୀର ବାରସାପାରା…

ମହାସଂଯୋଗ! ଅକ୍ଟୋବର ଆରମ୍ଭରୁ ଚମକିବ ୫ଟି ରାଶିର ଭାଗ୍ୟ! ବୁଧ-ଅରୁଣଙ୍କ କୃପାରୁ ହେବେ ମାଲାମାଲ୍ !

ଜ୍ୟୋତିଷ ଶାସ୍ତ୍ରରେ ଗ୍ରହମାନଙ୍କର ଗୋଚର ଓ ବିଶେଷ ସଂଯୋଗର ଏକ ବଡ଼ ଗୁରୁତ୍ୱ ରହିଛି । ୩୦ ସେପ୍ଟେମ୍ବର ୨୦୨୬ ସକାଳ ୮ଟା ୫୬ ମିନିଟ୍‌ରେ ବୁଧ…

ବିଜୟଙ୍କ ବଡ଼ ବୟାନ: ରାଜା ହେବାକୁ ନୁହେଁ, ରାଜନୀତିକୁ ଆସିଛି….

ଚେନ୍ନାଇ,୩୦।୯: ତାମିଲନାଡୁର ଧାରାପୁରମରେ ଏକ ନିର୍ବାଚନୀ ସଭାରେ ମୁଖ୍ୟମନ୍ତ୍ରୀ ସି. ଜୋସେଫ ବିଜୟ ନିଜ ଦଳ TVKର ରାଜନୈତିକ ଆଭିମୁଖ୍ୟ ନେଇ ବଡ଼ ବୟାନ ଦେଇଛନ୍ତି। ସେ…

ବଦଳିଗଲା ନିୟମ! ରାସନ୍ ନେବା ପାଇଁ ଆଉ ଦରକାର ନାହିଁ ଫିଙ୍ଗରପ୍ରିଣ୍ଟ, ଅକ୍ଟୋବର ୧ ରୁ କରିବାକୁ ପଡ଼ିବ…

ନୂଆଦିଲ୍ଲୀ,୩୦ା୯: ୧୭ଶ ଆଧାର ଦିବସ (୨୯ ସେପ୍ଟେମ୍ବର ୨୦୨୬) ଅବସରରେ ଦେଶର କୋଟି କୋଟି ରାଶନ୍ କାର୍ଡଧାରୀଙ୍କ ପାଇଁ ଏକ ପ୍ରମୁଖ ସୁବିଧାର ଘୋଷଣା କରାଯାଇଛି ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?