ଆତଙ୍କବାଦୀ ଆକ୍ରମଣ: ପାକିସ୍ତାନରେ ମୃତକଙ୍କ ସଂଖ୍ୟାରେ ରେକର୍ଡ ବୃଦ୍ଧି, ଆଫଗାନିସ୍ତାନରେ କମ୍‌…

ମେଲବୋର୍ନ,୧୬।୩ : ୨୦୨୨ ମସିହାରେ ପାକିସ୍ତାନରେ ଆତଙ୍କବାଦୀ ଘଟଣାରେ ମୃତ୍ୟୁ ଘଟିିଥିବା ଲୋକଙ୍କ ସଂଖ୍ୟାରେ ଏକ ରେକର୍ଡ ବୃଦ୍ଧି ହୋଇଛି। ଏକ ରିପୋର୍ଟ ଅନୁଯାୟୀ, ୨୦୨୨ ମସିହାରେ ପାକିସ୍ତାନରେ ଆତଙ୍କବାଦୀ ଆକ୍ରମଣ ଘଟଣାରେ ୬୪୩ ଜଣଙ୍କର ମୃତ୍ୟୁ ଘଟିଥିଲା, ଯାହା ପୂର୍ବ ବର୍ଷର ୨୯୨ ମୃତକଙ୍କ ତୁଳନାରେ ପ୍ରାୟ ୧୨୦ ପ୍ରତିଶତ ଅଧିକ। ଅଷ୍ଟ୍ରେଲିଆ ଭିତ୍ତିକ ଇନଷ୍ଟିଚ୍ୟୁଟ ଫର୍‌ ଇକୋନୋମିକ୍ସ ଆଣ୍ଡ ପିସ୍‌ର ବାର୍ଷିକ ଗ୍ଲୋବାଲ ଟେରରିଜିମ ଇଣ୍ଡେକ୍ସ ରିପୋର୍ଟରେ ଏହା ଉଲ୍ଲେଖ କରାଯାଇଛି।

୨୦୨୨ ମସିହାରେ ପାକିସ୍ତାନରେ ଆତଙ୍କବାଦୀ ଘଟଣାରେ ମୃତ୍ୟୁ ସଂଖ୍ୟା ଦ୍ୱିତୀୟ ସର୍ବାଧିକ। ଆଫ୍ରିକାର ଏକ ନମ୍ବର ଦେଶ ହେଉଛି ବୁର୍କିନା ଫାସୋ, ଯେଉଁଠାରେ ଏହି ସମୟରେ ଆତଙ୍କବାଦୀ ଘଟଣାରେ ୧୧୩୫ ଜଣଙ୍କର ମୃତ୍ୟୁ ହୋଇଥିଲା। ୨୦୨୧ ମସିହାରେ, ବୁର୍କିନା ଫାସୋରେ ୭୫୯ ଜଣଙ୍କର ମୃତ୍ୟୁ ହୋଇଥିଲା। ପାକିସ୍ତାନରେ ଆତଙ୍କବାଦୀ ଘଟଣାରେ ମୃତକଙ୍କ ମଧ୍ୟରୁ ୫୫ ପ୍ରତିଶତ ସେନା ବା ପୋଲିସ କର୍ମଚାରୀ ଅଛନ୍ତି। ରିପୋର୍ଟ ଅନୁଯାୟୀ, ୨୦୦୭ ରୁ ୨୦୨୨ପର୍ଯ୍ୟନ୍ତ ପାକିସ୍ତାନରେ ଆତଙ୍କବାଦୀ ଆକ୍ରମଣରେ ୧୪,୯୨୦ ଲୋକଙ୍କର ଜୀବନ ଯାଇଛି।

ଗ୍ଲୋବାଲ ଆତଙ୍କବାଦ ସୂଚକାଙ୍କ ରିପୋର୍ଟରେ ଆଫଗାନିସ୍ତାନକୁ ଆତଙ୍କବାଦ ପ୍ରଭାବିତ ଦେଶ ବୋଲି ବର୍ଣ୍ଣନା କରାଯାଇଛି। ତେବେ ଗୋଟିଏ ଭଲ କଥା ହେଉଛି ୨୦୨୨ ମସିହାରେ ଆଫଗାନିସ୍ତାନରେ ଆତଙ୍କବାଦୀ ଘଟଣାରେ ମୃତ୍ୟୁ ସଂଖ୍ୟା ୫୮ ପ୍ରତିଶତ ହ୍ରାସ ପାଇଛି। ଆଫଗାନିସ୍ତାନରେ ୨୦୨୨ ମସିହାରେ ଆତଙ୍କବାଦୀ ଘଟଣାରେ ୬୩୩ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୨୦୨୧ ମସିହାରେ ଏହି ସଂଖ୍ୟା ୧୪,୯୯ ଥିଲା। ରିପୋର୍ଟରେ କୁହାଯାଇଛି ଯେ ଆଫଗାନିସ୍ତାନରେ ତାଲିବାନ ଶାସନକୁ ଫେରିବା କାରଣରୁ ଆତଙ୍କବାଦୀ ଘଟଣାରେ ମୃତ୍ୟୁ ସଂଖ୍ୟା ହ୍ରାସ ପାଇଛି। ରିପୋର୍ଟ ଅନୁଯାୟୀ, ୨୦୨୨ ମସିହାରେ ଇସଲାମିକ ଷ୍ଟେଟ ଖୋରାସାନ ସବୁଠାରୁ ସକ୍ରିୟ ଆତଙ୍କବାଦୀ ସଂଗଠନ ଭାବରେ ଉଭା ହୋଇଛି। ଆଫଗାନିସ୍ତାନରେ, ଏହି ଆତଙ୍କବାଦୀ ସଂଗଠନ ୨୦୨୨ ମସିହାରେ ୪୨୨ଜଣଙ୍କୁ ହତ୍ୟା କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

Video: ‘ଜୟ ଶ୍ରୀରାମ’ ନାରା ଦେଇ ଚର୍ଚ୍ଚାରେ ପାକିସ୍ତାନର ପ୍ରଥମ ହିନ୍ଦୁ ବ୍ଲଗର୍‌, ଭାବବିହ୍ବଳ କରୁଛି…

ଆଜିକାଲି ସମୟରେ ବ୍ଲଗିଂ ଏକ ସାଧାରଣ କଥାରେ ପରିଣତ ହେଲାଣି। ଏଭଳି କରି ଭଲ ଦୁଇ ପଇସା ରୋଜଗାର ବି କରିହେଉଛି। ହେଲେ ଚ୍ୟାଲେଞ୍ଜିଂ ସମୟରେ...

କିଏ ସେହି ଭାରତୀୟ ଛାତ୍ରୀ ଯାହାଙ୍କୁ ଆମେରିକାରେ କରାଯାଇଛି ଗିରଫ

ଓ୍ବାଶିଂଟନ,୨୬।୪: ଆମେରିକାରେ ଜଣେ ଭାରତୀୟ ଛାତ୍ରୀଙ୍କୁ ଗିରଫ କରାଯାଇଛି। ଏହି ଛାତ୍ର ଇସ୍ରାଏଲକୁ ବିରୋଧ କରୁଥିବାବେଳେ ପାଲେଷ୍ଟାଇନକୁ ସମର୍ଥନ କରି ବିରୋଧ କରିଥିବା ଅଭିଯୋଗ ହୋଇଛି।...

ଭାରତ ଉପରେ ରାଗିଗଲା ଆମେରିକା

ଓ୍ବାଶିଂଟନ୍‌,୨୬।୪: ଇରାନ ପାଇଁ କାମ କରିବା ଅଭିଯୋଗରେ ଆମେରିକା ଦଶହଜାର କମ୍ପାନୀ ଉପରେ ପ୍ରତିବନ୍ଧକ ଲଗାଇଛି। ଏହି କମ୍ପାନୀଗୁଡିକ ମଧ୍ୟରୁ କେତେକ ମଧ୍ୟ ଭାରତର। ସେମାନଙ୍କ...

ଆମେରିକା ବିଶ୍ୱବିଦ୍ୟାଳୟରେ ହିଂସକ ହେଲା ପାଲେଷ୍ଟାଇନ ସମର୍ଥକଙ୍କ ପ୍ରଦର୍ଶନ

ଅଷ୍ଟିନ,୨୬।୪: ଆମେରିକାର ବିଶ୍ୱବିଦ୍ୟାଳୟରେ ଇସ୍ରାଏଲ-ହମାସ ଯୁଦ୍ଧ ବିରୋଧରେ ବିରୋଧ ତୀବ୍ର ହୋଇଛି। ଅନେକ ବିଶ୍ୱବିଦ୍ୟାଳୟରେ ପ୍ରଦର୍ଶନ ଭାଙ୍ଗିବା ପାଇଁ ପୋଲିସ ଡାକିବାକୁ ପଡିଥିଲା। ବିକ୍ଷୋଭକାରୀ ଏବଂ...

ଏହି ଦେଶରେ ସେନା ରଚିଲା ନରସଂହାର, ୨୨୩ ସାଧାରଣ ନାଗରିକଙ୍କୁ କଲା ହତ୍ୟା, ୫୬ ଶିଶୁ ସାମିଲ

ନୂଆଦିଲ୍ଲୀ,୨୬।୪: ପଶ୍ଚିମ ଆଫ୍ରିକୀୟ ଦେଶ ବୁର୍କିନା ଫାସୋରୁ ଏକ ବଡ଼ ହତ୍ୟାକାଣ୍ଡର ଖବର ଆସିଛି। ଏହି ଘଟଣାରେ ଦେଶର ସେନାକୁ ଦାୟୀ କରାଯାଉଛି। ଅଭିଯୋଗ ହୋଇଛି...

ଭାରତୀୟ କମ୍ପାନୀ ଉପରେ ପ୍ରତିବନ୍ଧକ ଲଗାଇଲା ଆମେରିକା

ଓ୍ବାଶିଂଟନ୍‌,୨୬।୪: ଇରାନ ପାଇଁ କାମ କରୁଥିବା ଅଭିଯୋଗରେ ଦଶହଜାର କମ୍ପାନୀ ଉପରେ ଆମେରିକା ପ୍ରତିବନ୍ଧକ ଲଗାଇଛି। ଏହି କମ୍ପାନୀଗୁଡିକ ମଧ୍ୟରୁ କେତେକ ମଧ୍ୟ ଭାରତର। ସେମାନଙ୍କ...

ଏବେ ଆମେରିକାରେ ନିର୍ବାଚନ ହେଲେ କିଏ ମାରିବେ ବାଜି: ସର୍ଭେରେ ଆଶ୍ଚର୍ଯ୍ୟଜନକ ଖୁଲାସା

ଓ୍ବାଶିଂଟନ,୨୬।୪: ନଭେମ୍ବରରେ ଆମେରିକାରେ ଅନୁଷ୍ଠିତ ହେବାକୁ ଥିବା ନିର୍ବାଚନ ସମ୍ପର୍କରେ ଓପିନିୟନ୍‌ ପୋଲ୍‌ ପ୍ରକାଶ ପାଇଛି। ପୁଣି ଥରେ ଡୋନାଲ୍ଡ ଟ୍ରମ୍ପ ଏବଂ ଜୋ ବଇଡେନ...

୨୦୨୩ରେ ୨୮.୨ କୋଟି ଦୁର୍ଭିକ୍ଷ ପ୍ରଭାବିତ

ଜାତିସଂଘ,୨୬ା୪:୨୦୨୩ରେ ୫୯ଟି ଦେଶର ପ୍ରାୟ ୨୮.୨ କୋଟି ଲୋକ ଅତ୍ୟଧିକ କ୍ଷୁଧା ମଧ୍ୟରେ ରହିଛନ୍ତି। ଯୁଦ୍ଧ କ୍ଷତିଗ୍ରସ୍ତ ଗାଜାରେ ବହୁସଂଖ୍ୟାରେ ଲୋକ ଦୁର୍ଭିକ୍ଷର ସମ୍ମୁଖୀନ ହୋଇଥିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri