୫-ଟି ବିଦ୍ୟାଳୟରେ ଆବଶ୍ୟକ ଶିକ୍ଷକ ନାହାନ୍ତି

ନାଉଗାଁ,୧୬ା୩ (ସ୍ବ.ପ୍ର.): ନାଉଗାଁ ବ୍ଲକ ଅନ୍ତର୍ଗତ ଗଳଦାରୀ ପଞ୍ଚାୟତରେ ରହିଛି ପଞ୍ଚାୟତିରାଜ ସରକାରୀ ଉଚ୍ଚ ବିଦ୍ୟାଳୟ ଏରେଡ଼ା। ଏହି ବିଦ୍ୟାଳୟଟିକୁ ସରସ, ସୁନ୍ଦର କରିବା ସହ ଅତ୍ୟାଧୁନିକ ଶୈଳୀରେ ଶ୍ରେଣୀ ଗୃହ ଓ ପାଠ ପଢା ଶୈଳୀକୁ ପରିବର୍ତ୍ତନ କରିବାକୁ ସରକାରଙ୍କର ୫-ଟି ବିଦ୍ୟାଳୟ ରୂପାନ୍ତିକରଣ କରାଯାଇଛି। ଏହି ଯୋଜନାରେ ବିଦ୍ୟାଳୟରେ ଲକ୍ଷାଧିକ ଟଙ୍କା ସରକାରଙ୍କ ପକ୍ଷରୁ ଖର୍ଚ୍ଚ ହୋଇଛି। ବିଦ୍ୟାଳୟକୁ ପିଲା ଆସୁଛନ୍ତି ସତ ଆବଶ୍ୟକ ଶିକ୍ଷକ ନ ଥିବାରୁ ପାଠ ପଢାରେ ବାଧା ଉପୁଜୁଥିବା ଅଭିଯୋଗ ହେଉଛି।
ସୂଚନା ମୁତାବକ, ଉକ୍ତ ବିଦ୍ୟାଳୟରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ୬୮ ଜଣ ଛାତ୍ରୀଛାତ୍ର ରହିଛନ୍ତି। ୮ଟି ଶ୍ରେଣୀକୁ ୩ ଜଣ ଶିକ୍ଷକ ରହିଛନ୍ତି। ବିଦ୍ୟାଳୟର ପରିୟଡ଼ ଅନୁସାରେ ୩ଟି ଶ୍ରେଣୀ ଗୃହରେ ପାଠ ପଢା ସମୟରେ ଅନ୍ୟ ୫ଟି ଶ୍ରେଣୀର ପିଲାଙ୍କର ପାଠ ପଢା ବନ୍ଦ ରହିଥାଏ। ଏପରି କି ପରୀକ୍ଷା ପୂର୍ବରୁ ଅଧିକାଂଶ ବିଷୟ ପଢାଇବା ସମ୍ଭବ ହୋଇ ନ ଥାଏ। କେବଳ ସେତିକି ନୁହେଁ ପ୍ରଧାନ ଶିକ୍ଷକ ବିଦ୍ୟାଳୟର କୌଣସି କାର୍ଯ୍ୟରେ ବ୍ଲକ କିମ୍ବା ଜିଲା କାର୍ଯ୍ୟାଳୟ ଗଲେ ବିଦ୍ୟାଳୟରେ ରୁହନ୍ତି ୨ ଜଣ ଶିକ୍ଷକ। ସେହିପରି ବିଦ୍ୟାଳୟରେ ଶିକ୍ଷକ ଅଭାବରୁ ଅନ୍ୟ ଶିକ୍ଷକମାନଙ୍କର କୌଣସି ଜରୁରୀ କାମ ପଡ଼ଲେ ଛୁଟିରେ ରହିବା ମଧ୍ୟ କଷ୍ଟ ସାଧ୍ୟ ଅଟେ ବୋଲି ପ୍ରଧାନ ଶିକ୍ଷକ ଉମେଶ ଚନ୍ଦ୍ର ରାଉତ କହିଛନ୍ତି। ଆବଶ୍ୟକ ଶିକ୍ଷକ ନ ଥିବାରୁ ପିଲାଙ୍କ ପାଠ ପଢ଼ାରେ ଏକ ପ୍ରକାର ସମସ୍ୟା ଉପୁଜୁଛି। ଏ ବିଷୟରେ ବାରମ୍ବାର ଉଚ୍ଚ ପଦସ୍ଥ ଶିକ୍ଷାଅଧିକାରୀଙ୍କୁ ଅବଗତ କରାଯାଇଥିବା କହିଛନ୍ତି। ସେହିପରି କୋରୁଅ ପଞ୍ଚାୟତରେ ରହିଛି ବାଲି- ମଝିପଡ଼ା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ। ଏହି ବିଦ୍ୟାଳୟରେ ଅନୁରୂପ ଅବସ୍ଥା ଦେଖିବାକୁ ମିଳିଛି। ବିଦ୍ୟାଳୟରେ ପ୍ରଥମରୁ ୭ମ ଶ୍ରେଣୀ ପର୍ଯ୍ୟନ୍ତ ୬୦ ଜଣ ପିଲା ପଢୁଛନ୍ତି। ୭ଟି ଶ୍ରେଣୀକୁ ମାତ୍ର ୨ଜଣ ଶିକ୍ଷକ ରହିଛନ୍ତି। ପ୍ରଧାନ ଶିକ୍ଷକଙ୍କ ସହ ଜଣେ ସହକାରୀ ଶିକ୍ଷକ ରହିଛନ୍ତି। ଶିକ୍ଷକ ନ ଥିବାରୁ ପିଲାମାନଙ୍କ ପାଠ ପଢାରେ ବାଧା ସୃଷ୍ଟି ହେଉଛି। ଏଥିସହ ବିଦ୍ୟାଳୟ କାର୍ଯ୍ୟରେ ମଧ୍ୟ ସମସ୍ୟା ଉପୁଜୁଥିବା ପ୍ରଧାନ ଶିକ୍ଷକ ବିଜ୍ଞାନ ଭୂଷଣ ପରିଡା କହିଛନ୍ତି। ଏ ସମ୍ପର୍କରେ ଅତିରିକ୍ତ ବ୍ଲକ ଶିକ୍ଷାଧିକାରୀ ଅକ୍ଷୟ ବେହେରାଙ୍କୁ ପଚାରିବାରେ ବିଦ୍ୟାଳୟଗୁଡ଼ିକରେ ଖାଲି ପଡ଼ିଥିବା ଶିକ୍ଷକ ପଦବୀ ପୂରଣ ପାଇଁ ପ୍ରୋସେସିଂ ଚାଲିଛି ବୋଲି ମତବ୍ୟକ୍ତ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଲିଫ୍ଟ ମାଗି ବାଇକରେ ବସିଲେ; ରାସ୍ତାରେ ମାଡ଼ ମାରି ଟଙ୍କା-ବ୍ରେସଲେଟ୍ ଲୁଟିନେଲେ ଦୁର୍ବୃତ୍ତ, ଥାନାରେ ଏତଲା

ଦିଗପହଣ୍ଡି,୩୦।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଚୁଡୁଙ୍ଗପୁର ଗ୍ରାମ ହାଇସ୍କୁଲ ନିକଟରେ ଲୁଟ୍ ହୋଇଥିବା ନେଇ ଅଭିଯୋଗ ହୋଇଛି । ବୁଗୁଡ଼ା ଥାନା କଞ୍ଚୁରୁ…

କେନ୍ଦ୍ରାପଡ଼ାରେ ଗୁରୁ-ଶିଷ୍ୟା ସମ୍ପର୍କରେ କଳଙ୍କ: ପଞ୍ଚମ ଶ୍ରେଣୀ ଛାତ୍ରୀଙ୍କୁ ଅସଦାଚରଣ, ନୃତ୍ୟ ଶିକ୍ଷକ ଗିରଫ

ଡେରାବିଶ, ୩୦।୯(ବେବର୍ତା ଅଜୟ ଦାସ): କେନ୍ଦ୍ରାପଡ଼ା ଜିଲା ନିକିରେଇ ଥାନା ଅନ୍ତର୍ଗତ ଡେରାବିଶ ବ୍ଳକ ଅଂଚଳର ଏକ ବିଦ୍ୟାଳୟର ନୃତ୍ୟ ଶିକ୍ଷକ ଜଣେ ପଞ୍ଚମ ଶ୍ରେଣୀ ଛାତ୍ରୀଙ୍କୁ…

ଫସଲ କ୍ଷୟକ୍ଷତି ଆକଳନ ସହ ତୁରନ୍ତ କ୍ଷତିପୂରଣ ପ୍ରଦାନ ଦାବି

ଛତ୍ରପୁର,୩୦ା୯(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଲଘୁଚାପଜନିତ ବର୍ଷାରେ ଗଞ୍ଜାମ ଜିଲାର ବହୁ ଚାଷୀ କ୍ଷତିଗ୍ରସ୍ତ ହୋଇଥିବାରୁ କ୍ଷୟକ୍ଷତିର ସଠିକ୍‌ ଆକଳନ ସହ ତୁରନ୍ତ କ୍ଷତିପୂରଣ ପ୍ରଦାନ ଦାବି କରିଛି…

ବାଲିଗୁଡ଼ାରେ ଓଡ଼ିଶା ବନ୍ଦ ଡାକରା ବିଫଳ: ଖୋଲା ରହିଲା ଦୋକାନ ବଜାର, ଗଡ଼ିଲା ଗାଡ଼ିମୋଟର

ବାଲିଗୁଡ଼ା,୩୦ା୯(ସଞ୍ଜୟ କୁମାର ପାଣିଗ୍ରାହୀ): ନବ ନିର୍ମାଣ କୃଷକ ସଂଗଠନ ପକ୍ଷରୁ ଦିଆଯାଇଥିବା ଓଡ଼ିଶା ବନ୍ଦ ଡାକର ପ୍ରଭାବ ବାଲିଗୁଡ଼ାରେ ପରିଲକ୍ଷିତ ହୋଇନାହିଁ। ବନ୍ଦ ସତ୍ତ୍ୱେ ସହରରେ ସ୍ବାଭାବିକ…

ପୋତି ହୋଇଗଲାଣି ଶିଳାନ୍ୟାସ ଫଳକ, ମହାଗୁଡ଼ା-ସରପଡ଼ା ସେତୁ କାମ ସରିବାର ନାଁ ଧରୁନି

ଭଞ୍ଜନଗର,୩୦ା୯(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧୀନରେ ଲୋହରାଖଣ୍ଡି ନଦୀ ଉପରେ ନିର୍ମାଣାଧୀନ ମହାଗୁଡ଼ା-ସରପଡ଼ା ସେତୁ କାମ ମନ୍ଥର ଗତିରେ ଚାଲିଛି। ନିର୍ଦ୍ଧାରିତ…

ନାଇଆଡିଆ ସେତୁରୁ ବ୍ରାହ୍ମଣୀ ନଦୀକୁ ଡେଇଁପଡ଼ିଲେ ଭିକାରୀ, କାରଣ ଜାଣିଲେ….

ପଟ୍ଟାମୁଣ୍ଡାଇ,୩୦।୯(କଳ୍ପତରୁ ନାୟକ): କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ଆଦର୍ଶ ଥାନା ଅନ୍ତର୍ଗତ ନାଇଆଡିଆ ସେତୁ ଉପରୁ ବ୍ରାହ୍ମଣୀ ନଦୀକୁ ଡେଇଁ ଜଣେ ୫୨ ବର୍ଷୀୟ ବ୍ୟକ୍ତି । ନିଖୋଜ…

ତାଳପତ୍ର କୁଡ଼ିଆରେ ବିତୁଛି ମା’ଙ୍କ ସହ ଦୁଇ ଝିଅ-ପୁଅଙ୍କ ଜୀବନ, ସହାୟତାର ହାତ ବଢ଼ାଇଲେ…

ଗଞ୍ଜାମ,୩୦ା୯(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଖଣ୍ଡଦେଉଳୀ ପଞ୍ଚାୟତର ଖଣ୍ଡ ଦେଉଳୀ ଗ୍ରାମର ବିଧବା ମହିଳା ଏସ୍‌ ରୀନା। ପରିବାର କହିଲେ ପୁଅ ଓ ଝିଅ। ସ୍ବାମୀ ଏସ୍‌…

ଚାଞ୍ଚଲ୍ୟ! SCB ନାଁରେ ସାଂଘାତିକ ଅଭିଯୋଗ, ରୋଗୀଙ୍କୁ ପାଇପ୍‌ରେ ପିଟି ପିଟି ମାରିଦେଲେ

କଟକ,୩୦ା୯(ପ୍ରଭୁକଲ୍ୟାଣ ପାଲ୍): କଟକ ଏସସିବି ମାନସିକ ରୋଗ ବିଭାଗରୁ ଆସିଛି ସାଂଘାତିକ ଅଭିଯୋଗ । ଦୁଇଦିନ ତଳେ ଭର୍ତ୍ତି ହୋଇଥିବା ଯାଜପୁର ଅଂଚଳ ର ଜଣେ ରୋଗୀଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?