ସୂରଜଚାନ୍ଦପୁର,୧୩।୧୧: ମଣିପୁରର ସୁରଜଚାନ୍ଦପୁର ଜିଲାରେ ଏକ ଆତଙ୍କବାଦୀ ଆକ୍ରମଣରେ ଆସାମ ରାଇଫଲ୍ସର କମାଣ୍ଡିଂ ଅଫିସର ଏବଂ ତାଙ୍କ ପରିବାର ସଦସ୍ୟ ଶହୀଦ୍ ହୋଇଛନ୍ତି। ସିଙ୍ଗନଗଟ ସବଡିଭିଜନର ଏସ ସେହକେନ ଗ୍ରାମ ନିକଟରେ ଏହି ଆକ୍ରମଣ ହୋଇଛି।
କଲୋନେଲ ବିପ୍ଲବ ତ୍ରିପାଠୀ (ସିଓ-୪୬ ଏଆର୍), ତାଙ୍କ ସ୍ତ୍ରୀ ଏବଂ ପୁଅଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଛି। ଏହା ସହିତ ୩ ଜଣ ଯବାନଙ୍କର ମଧ୍ୟ ମୃତ୍ୟୁ ଘଟିଛି। ଅନ୍ୟ ଆହତମାନଙ୍କୁ ବେହିୟାଙ୍ଗ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରକୁ ସ୍ଥାନାନ୍ତର କରାଯାଇଛି। ଏହି ଗାଁଟି ଇମ୍ଫାଲଠାରୁ ପ୍ରାୟ ୧୦୦ କିଲୋମିଟର ଦୂରରେ ଅବସ୍ଥିତି।
ଶନିବାର ପୂର୍ବାହ୍ନ ୧୦ଟାରେ ଆତଙ୍କବାଦୀମାନେ ସୁରକ୍ଷାକର୍ମୀମାନେ ଯାଉଥିବାବେଳେ ଆକ୍ରମଣ କରିଥିଲେ। ଏଠାରେ ସର୍ଚ୍ଚ ଅପରେଶନ୍ ଜାରି ରହିଛି। ରାଜ୍ୟ ମୁଖ୍ୟମନ୍ତ୍ରୀ ଏନ. ବିରେନ ସିଂ ଏହି ଘଟଣାକୁ ନିନ୍ଦା କରିଛନ୍ତି।