ପାକିସ୍ତାନରେ ଆତଙ୍କବାଦୀ ଆକ୍ରମଣ,…

କରାଚି,୧୪।୭: ଆତଙ୍କବାଦୀଙ୍କୁ ଆଶ୍ରୟ ଦେଇଥିବା ପାକିସ୍ତାନରେ ଆତଙ୍କବାଦୀ ଆକ୍ରମଣ ହୋଇଛି। ଚାଇନା ଇଞ୍ଜିନିୟର ଏବଂ ସୈନ୍ୟ ବାହିନୀଙ୍କୁ ନେଇ ଯାଉଥିବା ଏକ ବସ୍‌ରେ ପ୍ରଚଣ୍ଡ ବିସ୍ଫୋରଣ ଘଟିଛି। ଏଥିରେ ୧୩ ଜଣଙ୍କ ମୃତ୍ୟୁ ଘଟିଥିବା ପାକିସ୍ତାନ ମିଡ଼ିଆ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି। ମୃତକଙ୍କ ମଧ୍ୟରେ ୯ ଜଣ ଚାଇନା ଇଞ୍ଜିନିୟର ରହିଛନ୍ତି। ବସ୍‌ ବିସ୍ଫୋରଣରେ ବହୁ ଲୋକ ଆହତ ହୋଇଛନ୍ତି। ଆହତଙ୍କୁ ଉଦ୍ଧାର କରାଯାଇ ଚିକିତ୍ସା ଲାଗି ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଦସୁ ଡ୍ୟାମ୍‌ରେ କାମ କରୁଥିବା ୩୦ ଇଞ୍ଜିନିୟର ଏବଂ ଅନ୍ୟ କର୍ମଚାରୀଙ୍କୁ ନେଇ ବସ୍‌ଟି ଯାଉଥିବା ସମୟରେ ଅଧାବାଟରେ ଆଇଇଡ଼ି ବିସ୍ଫୋରଣ ହୋଇଥିବା ଉପାୟୁକ୍ତ ମହମ୍ମଦ ଆରିଫ୍‌ ସୂଚନା ଦେଇଛନ୍ତି। ବସ୍‌ର ସୁରକ୍ଷା ଦାୟିତ୍ୱ ପାକିସ୍ତାନ ସୈନ୍ୟ ବାହିନୀ କରୁଥିଲେ। ବିସ୍ଫୋରଣ ନେଇ ତଦନ୍ତ ଜାରି ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ପାକିସ୍ତାନରେ ପେଟ୍ରୋଲ ୨୪୯, ଡିଜେଲ ୨୬୨ ଟଙ୍କାରେ ପହଞ୍ଚିଲା

ଇସ୍‌ଲାମାବାଦ,୨୯।୧: ଦରବୃଦ୍ଧି ସାଙ୍ଗକୁ ଖାଦ୍ୟ ସଙ୍କଟ ମଧ୍ୟରେ ଗତି କରୁଛି ପାକିସ୍ତାନ। ଏଭଳି ସ୍ଥିତିରେ ଶେହବାଜ ସରିଫ ସରକାର ରବିବାର ପେଟ୍ରୋଲିୟମର ନୂତନ ମୂଲ୍ୟ ଘୋଷଣା...

କଶ୍ମୀରକୁ ନେଇ ମଧ୍ୟସ୍ଥତା କରିବନି ଆମେରିକା

ନୂଆଦିଲ୍ଲୀ/ଓ୍ବାଶିଂଟନ,୧୩।୮: କଶ୍ମୀର ମାମଲାକୁ ନେଇ ଭାରତ-ପାକିସ୍ତାନ ମଧ୍ୟରେ ଆମେରିକା ମଧ୍ୟସ୍ଥତା କରିବ ନାହିଁ ବୋଲି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଥିବା ପ୍ରକାଶ କରିଛନ୍ତି ଭାରତର...

ଆଝାର ପ୍ରସଙ୍ଗରେ ସମୟସୀମାକୁ ଚାଇନାର ଅଗ୍ରାହ୍ୟ

ବେଜିଂ,୧୮ା୪(ପି.ଟି): ପାକିସ୍ତାନଭିତ୍ତିକ ଜେଇଏମ୍‌ ମୁଖ୍ୟ ମାସୁଦ ଆଝାରଙ୍କୁ ବିଶ୍ୱ ଆତଙ୍କବାଦୀ ଘୋଷଣା କରିବାରେ ଚାଇନା ବିଳମ୍ବ କରୁଛି। ଏପ୍ରିଲ ୨୩ ମଧ୍ୟରେ ଏ ସମ୍ପର୍କରେ ନିଷ୍ପତ୍ତି...

ଅଜ୍ଞାତ ସ୍ଥାନରେ ଲୁଚିଛନ୍ତି ଜେଲେନସ୍କି…

କ୍ୱିଭ୍‌,୮।୩ : ୟୁକ୍ରେନ୍‌ର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି ଅଜ୍ଞାତ ସ୍ଥାନରେ ଲୁଚି ରହିଛନ୍ତି। ତାଙ୍କୁ ସୁରକ୍ଷା ଦେବା ପାଇଁ ଆମେରିକାର ନୌସେନା ସିଲ ଏବଂ ବ୍ରିଟିଶ...

ରୁଷିଆରୁ ତେଲ କ୍ରୟ ବନ୍ଦ କରିବ ୟୁରୋପ

ବ୍ରସେଲ୍ସ, ୫ା୫: ୟୁକ୍ରେନ୍‌ ଆକ୍ରମଣ ପାଇଁ ରୁଷିଆକୁ ଦଣ୍ଡିତ କରିବାକୁ ୟୁରୋପୀୟ ସଂଘ(ଇୟୁ) ଏହାର ଅର୍ଥନୀତିକୁ ଟାର୍ଗେଟ କରୁଛି। ରୁଷିଆ ଆୟର ବଡ଼ ଭାଗ ଅଶୋଧିତ...

ଅନ୍ୟକୁ ସାହାଯ୍ୟ କରୁଥିବା ଭାରତକୁ ଏବେ ଆମର ସହାୟତା ଲୋଡା: ପ୍ରିନ୍ସ ଚାଲର୍‌ସ

ଲଣ୍ଡନ,୨୯।୪: ବ୍ରିଟେନର ପ୍ରିନ୍ସ ଅଫ ୱେଲ୍ସର ପ୍ରିନ୍ସ ଚାଲର୍‌ସ ଭାରତରେ କରୋନା ମହାମାରୀରୁ ଆସିଥିବା ପରିସ୍ଥିତିକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି। ଏହି ସମୟରେ ଭାରତକୁ...

ଗୁଗଲ୍‌ ମ୍ୟାପ୍‌ରେ ମୁଣ୍ଡବିହୀନ ମଣିଷ

ନ୍ୟୁୟର୍କ,୧୬।୪: ଗୁଗଲ୍‌ ମ୍ୟାପ୍‌ ହେଉଛି ଏପରି ଏକ ସ୍ଥାନ, ଯେଉଁଠି ଆକସ୍ମିକ (କିମ୍ବା ଉଦ୍ଦେଶ୍ୟବିହୀନ) ଭାବେ ବିସ୍ମିତ କରିଦେବା ଭଳି ଅନେକ ଆବିଷ୍କାର ହୋଇଥାଏ। ଆମେରିକାର...

ଶ୍ରୀଲଙ୍କାରେ ଅଗଷ୍ଟରେ ହେବ ସାଧାରଣ ନିର୍ବାଚନ

କଲମ୍ବୋ,୧୧।୬: ଶ୍ରୀଲଙ୍କାରେ ଅଗଷ୍ଟ ୫ରେ ସାଧାରଣ ନିର୍ବାଚନ ଅନୁଷ୍ଠିତ ହେବ। କରୋନା ଭାଇରସ ସଂକ୍ରମଣ ଯୋଗୁ ଏହା ୩ ମାସ ବିଳମ୍ବ ହୋଇସାରିଥିବା ବେଳେ ସ୍ବାସ୍ଥ୍ୟ...

Advertisement
Archives

Model This Week