Advertisement
Posted inଜାତୀୟ

୮ଘଣ୍ଟାରେ ଦ୍ୱିତୀୟ ଆତଙ୍କବାଦୀ ଆକ୍ରମଣ

ଶ୍ରୀନଗର,୧୨।୮:ଜମ୍ମୁ-କଶ୍ମୀରର ଅନନ୍ତନାଗ ଜିଲା ସ୍ଥିତ ବିଜବେହାରା ଥାନା ଅଞ୍ଚଳରେ ଶୁକ୍ରବାର ଦ୍ୱିପ୍ରହରରେ ପୁଣି ଥରେ ଆତଙ୍କବାଦୀ ଆକ୍ରମଣ ହୋଇଛି। ବିଜବେହାରା ଅଞ୍ଚଳରେ ପୋଲିସ ଓ ସିଆରପିଏଫ୍‌ର ମିଳିତ ନାକା ଟିମ୍‌ ଉପରେ ଆତଙ୍କବାଦୀମାନେ ଗୁଳି ଚଳାଇଛନ୍ତି। ଯେଉଁଥିରେ ଜଣେ ପୋଲିସ କର୍ମଚାରୀ ଆହତ ହୋଇଥିବା ଜଣାପଡ଼ିଛି। ତାଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଅନ୍ୟପଟେ ଉକ୍ତ ଆତଙ୍କବାଦୀଙ୍କୁ ଧରିବା ପାଇଁ ସୁରକ୍ଷାକର୍ମୀଙ୍କ ପକ୍ଷରୁ ସ୍ଥାନୀୟ ଅଞ୍ଚଳକୁ ଘେରାବନ୍ଦୀ କରି ସର୍ଚ୍ଚ ଅପରେଶନ୍‌ ଜାରି ରହିଛି। ଏନେଇ କଶ୍ମୀର ପୋଲିସ ଟୁଇଟ କରି ସୂଚନା ଦେଇଛି। ଆହତ ପୋଲିସ କର୍ମଚାରୀ ହେଉଛନ୍ତି ବିଜବେହାରାର ଥାନା ମୁଖ୍ୟ। ସେ କୁରକାଦଲରେ ଡ୍ୟୁଟି କରୁଥିଲେ। ବର୍ତ୍ତମାନ ତାଙ୍କୁ ଏସ୍‌ଡିଏଚ୍‌ସ୍‌କୁ ସ୍ଥାନାନ୍ତର କରାଯାଇଛି। ସୂଚନା ମୁତାବକ, ୮ଘଣ୍ଟା ମଧ୍ୟରେ ଏହା ଦ୍ୱିତୀୟ ଆତଙ୍କବାଦୀ ଘଟଣା। ଏହା ପୂର୍ବରୁ ଶୁକ୍ରବାର ଭୋରରୁ ବାନ୍ଦିପୋରା ଜିଲାରେ ଆତଙ୍କବାଦୀମାନେ ବିହାରର ଜଣେ ପ୍ରବାସୀ ଶ୍ରମିକଙ୍କୁ ଗୁଳି କରି ହତ୍ୟା କରିଥିଲେ। ଗତ ୧୦ମାସରୁ ଆତଙ୍କବାଦୀମାଦେ ବିହାରର ୭ଜଣ ଲୋକଙ୍କୁ ଗୁଳି କରି ହତ୍ୟା କରିସାରିଲେଣି।


Enter your email to get our daily news in your inbox.

All Right Reserved By Dharitri.Com

ଉଦ୍ୟୋଗପତି ରାହୁଲ ବଜାଜ୍‌ଙ୍କ ପରଲୋକ…

ପୁଣେ, ୧୨।୨ : ଖ୍ୟାତି ସମ୍ପନ୍ନ ଉଦ୍ୟୋଗପତି ତଥା ବଜାଜ୍‌ ଗ୍ରୁପ୍‌ର ପୂର୍ବତନ ଅଧ୍ୟକ୍ଷ ରାହୁଲ ବଜାଜ୍‌ଙ୍କ ପରଲୋକ ଘଟିଛି। ଶନିବାର ପୁଣେଠାରେ ସେ ଶେଷ...

ବ୍ଲାକ୍‌ ଫଙ୍ଗସ୍‌: ସରକାରଙ୍କୁ ଔଷଧ ଚିନ୍ତା

ନୂଆଦିଲ୍ଲୀ, ୧୩।୫: ଦେଶରେ କରୋନା ସଂକ୍ରମଣ ବଢ଼ିଚାଲିଥିବାବେଳେ ଏବେ ବିଭିନ୍ନ ରାଜ୍ୟରେ ବିରଳ ମ୍ୟୁକୋରମାଇକୋସିସ୍‌ ବା ବ୍ଲାକ୍‌ ଫଙ୍ଗସ୍‌ ସଂକ୍ରମଣ ଚିନ୍ତା ବଢ଼ାଇ ଦେଇଛି। ଏହି...

କଂଗ୍ରେସକୁ ଆଉ ଏକ ଝଟ୍‌କା: ଇସ୍ତଫା ଦେଲେ ୬ ବିଧାୟକ

ଇମ୍ଫାଲ,୧୧।୮: କଂଗ୍ରେସକୁ ଲାଗିଛି ଆଉ ଏକ ଧକ୍କା। ମଣିପୁରରେ କଂଗ୍ରେସର ୬ ବିଧାୟକ ବିଧାନସଭା ଅଧ୍ୟକ୍ଷଙ୍କୁ ତାଙ୍କ ଇସ୍ତଫା ପତ୍ର ପ୍ରଦାନ କରିଥିବା ଜଣାପଡିଛି। ଦଳର...

କେଜରିଓ୍ବାଲଙ୍କ କ୍ୟାବିନେଟରେ ନାହାନ୍ତି କେହି ମହିଳା

ନୂଆଦିଲ୍ଲୀ,୧୬।୨: ଆମ ଆଦମୀ ପାର୍ଟି(ଏଏପି) ଚଳିତ ୨୦୨୦ ଦିଲ୍ଲୀ ବିଧାନସଭା ନିର୍ବାଚନରେ କ୍ଲିନ ସୁଇପ କରିଥିବା ବେଳେ ମୋଟ ୭୦ ଆସନରୁ ଏଏପିକୁ ମିଳିଛି ୬୨।...

ମନ୍ତ୍ରୀଙ୍କ ଆଇଫୋନ ଚୋରି

ଡେରାଡୁନ,୨୩।୩: ଉତ୍ତରାଖଣ୍ଡ ସରକାରରେ ବୁଧବାର ଶପଥ ଗ୍ରହଣ କରିଥିବା ମନ୍ତ୍ରୀ ସୌରଭ ବହୁଗୁଣାଙ୍କ ଫୋନ୍‌ ଚୋରି ହୋଇଯାଇଛି। ରାଜଧାନୀ ଡେରାଡୁନର ପ୍ୟାରେଡ ଗ୍ରାଉଣ୍ଡରେ ଶପଥ ଗ୍ରହଣ...

ମାଲିକଙ୍କ ଅପେକ୍ଷାରେ ୪ ଦିନ ହେଲା ଟନେଲ ବାହାରେ ଛିଡ଼ା ହୋଇଛି କୁକୁର

ଚାମୋଲି, ୧୨।୨: କୁକୁରମାନେ ମଣିଷର ଭଲ ବନ୍ଧୁ। ଏଥିରେ କିଛି ସନ୍ଦେହ ନାହିଁ। ନିଜ ବନ୍ଧୁ ତଥା ମାଲିକଙ୍କ ପାଇଁ କୁକୁରମାନେ ଜୀବନ ଦେଇପାରନ୍ତି। ଏଭଳି...

ସ୍ଥିତି ଅସମ୍ଭାଳ: କରୋନା ବେଲଗାମ୍‌…

ନୂଆଦିଲ୍ଲୀ,୨୭।୪: ଦେଶରେ କରୋନା ସଂକ୍ରମଣ ଯୋଗୁ ଅସମ୍ଭାଳ ସ୍ଥିତି ସୃଷ୍ଟି ହୋଇଛି। ସ୍ଥିତି ବେଲଗାମ୍‌ ହେବା ଯୋଗୁ ଲୋକଙ୍କ ମଧ୍ୟରେ ଆତଙ୍କ ଦେଖା ଦେଇଛି। କରୋନାର...

ଚର୍ଚ୍ଚିତ ଅଜିମଙ୍କୁ ମିଳିଗଲା ଜୀବନ ସାଥୀ

ଶାମଲି,୧୬।୧୦: ଉତ୍ତର ପ୍ରଦେଶରେ ଶାମଲି ଜିଲାର ଅଢ଼େଇ ଫୁଟ୍‌ର ଲୋକପ୍ରିୟ ବ୍ୟକ୍ତି ଅଜିମ ମାନସୁରୀଙ୍କ ଇଚ୍ଛା ଶେଷରେ ପୂରଣ ହୋଇଛି। ଅଜିମଙ୍କୁ ତାଙ୍କ ଜୀବନ ସାଥୀ...

Advertisement
Archives

Model This Week