Posted inଜାତୀୟ

ଆତଙ୍କବାଦ-ମ୍ୟାଚ୍‌ ଏକାସାଥିରେ ହୋଇ ପାରିବନି, ଭାରତ-ପାକ୍‌ ମ୍ୟାଚ୍‌ ରାଷ୍ଟ୍ରଧର୍ମର ବିରୁଦ୍ଧ…

ନୂଆଦିଲ୍ଲୀ,୨୪।୧୦: ରବିବାର ଟି-୨୦ ବିଶ୍ୱକପରେ ଭାରତ ଓ ପାକିସ୍ତାନ ମଧ୍ୟରେ ମୁକାବିଲା ହେବାକୁ ଯାଉଛି। ଏହା ଉପରେ ସମଗ୍ର ବିଶ୍ୱର ନଜର ରହିଛି। ଯଦିଓ ଭାରତୀୟ କ୍ୟାପଟେନ୍‌ ବିରାଟ କୋହଲି ଏବଂ ପାକିସ୍ତାନ କ୍ରିକେଟ ଦଳର ଅଧିନାୟକ ବାବର ଆଜମ ଏହି ମ୍ୟାଚକୁ ଏକ ସାଧାରଣ ମ୍ୟାଚ ବୋଲି କହିଛନ୍ତି, କିନ୍ତୁ ଏହା ପାକିସ୍ତାନ ଏବଂ ଭାରତ ପାଇଁ ଏକ ସ୍ବତନ୍ତ୍ର ମ୍ୟାଚ ହେବାକୁ ଯାଉଛି।

ଉଭୟ ଦେଶର ନାଗରିକମାନେ ଦୁଇ-ତିନି ଦିନ ପୂର୍ବରୁ ନିଜ ନିଜ ଦଳର ବିଜୟ ଲାଗି ପ୍ରାର୍ଥନା କରିବା ଆରମ୍ଭ କରିଛନ୍ତି।

ଏପରିସ୍ଥଳେ ଯୋଗ ଗୁରୁ ବାବା ରାମଦେବ ଏକ ବଡ ବିବୃତ୍ତି ଦେଇଛନ୍ତି। ଟି -୨୦ ଭାରତ-ପାକ୍‌ ମ୍ୟାଚ୍‌ ସମ୍ପର୍କରେ ସେ କହିଛନ୍ତି ଯେ, ଏହି ମ୍ୟାଚ ରାଷ୍ଟ୍ରଧର୍ମର ବିରୁଦ୍ଧ।

ଆତଙ୍କବାଦ ଏବଂ ଖେଳ ଏକାଠି ହୋଇପାରିବ ନାହିଁ ବୋଲି ସେ କହିଛନ୍ତି। ନାଗପୁର ବିମାନବନ୍ଦରରେ ଗଣମାଧ୍ୟମ ପ୍ରତିନିଧିମାନଙ୍କ ପ୍ରଶ୍ନର ଉତ୍ତର ଦେଇ ବାବା ରାମଦେବ କହିଛନ୍ତି ଯେ ପାକିସ୍ତାନ ଭାରତରେ ଆତଙ୍କ ବିସ୍ତାର କରିବାକୁ ଚେଷ୍ଟା କରୁଛି। ତେଣୁ ଆତଙ୍କବାଦ ଏବଂ ଖେଳ ଏକାଠି ଖେଳାଯାଇପାରିବ ନାହିଁ ବୋଲି ସେ କହିଛନ୍ତି। ଖେଳା ଯାଉଥିବା ଏହି ମ୍ୟାଚ ଦେଶର ସ୍ବାର୍ଥରେ ନୁହେଁ, ଏହା ରାଷ୍ଟ୍ରଧର୍ମର ବିରୁଦ୍ଧ।

ଆଇସିସି ଟି -୨୦ ବିଶ୍ୱକପରେ ଭାରତ ଓ ପାକିସ୍ତାନ ପରସ୍ପରକୁ ୫ ଭେଟିଛନ୍ତି। ରବିବାର ଅନୁଷ୍ଠିତ ହେବାକୁ ଥିବା ଏହି ମ୍ୟାଚରେ ଦୁଇ ଦଳ ମଧ୍ୟରେ ଷଷ୍ଠ ଥର ପାଇଁ କଡ଼ା ମୁକାବିଲା ହେବ। ଏହି ମ୍ୟାଚକୁ ନେଇ ଉଭୟ ଦଳ ଉତ୍ସାହିତ ଅଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?