କାନ୍ଥରୁ ଶୁଭୁଛି ଭୟଙ୍କର ଶବ୍ଦ: ପୋଲିସ ଟିମ୍‌ ବି ଅସଫଳ

ଲକ୍ଷ୍ନୌ,୯।୨: ଉତ୍ତରପ୍ରଦେଶର ଲକ୍ଷ୍ନୌସ୍ଥିତ ଅଲୀଗଞ୍ଜ ଅଞ୍ଚଳରେ ଜଣେ ଲୋକଙ୍କ ଘର କାନ୍ଥରୁ ଭୟଙ୍କର ଶବ୍ଦ ଶୁଭୁଛି। ଏନେଇ ଘର ଲୋକେ ଭୟଭୀତ ହୋଇ ପୋଲିସର ସହାୟତା ଲୋଡ଼ିଛନ୍ତି। ତେବେ ପୋଲିସ ଟିମ୍‌ ମଧ୍ୟ ଏହାର ସମାଧାନ କରି ପାରିନାହିଁ। ଗତ ୨ ସପ୍ତାହ ଧରି ଆରତିଙ୍କ ଘରେ ଏଭଳି ରହସ୍ୟମୟ ଘଟଣା ଘଟିବାରେ ଲାଗିଛି। ଘରେ ଆରତିଙ୍କ ସ୍ବାମୀ, ପୁଅ ଏବଂ ମା’ ବାସ କରନ୍ତି। ସେମାନେ ଏଠାରେ ୨୭ ବର୍ଷ ଧରି ରହି ଆସୁଛନ୍ତି। ତେବେ ପୂର୍ବରୁ ଏଭଳି ଘଟଣା କେବେ ଘଟି ନ ଥିଲା। ଶବ୍ଦ ମା’ଙ୍କର କୋଠରୀରୁ ଆସୁଛି। ଏହା ଘର ସାରା ଶୁଣାଯାଉଛି। ଏହା ମେସିନ ଗନ୍‌ ଶବ୍ଦ। ପୂର୍ବରୁ ଏହାକୁ ପରିବାର ସଦସ୍ୟ ଅଣଦେଖା କରିଥିଲେ। ହୁଏତ ପାଖପଡ଼ୋଶୀଙ୍କ ଘରେ କିଛି ନିର୍ମାଣ କାର୍ଯ୍ୟ ଜାରି ରହିଥିବବୋଲି ସେମାନେ ଅନୁମାନ କରିଥିଲେ। ମାତ୍ର ପରବର୍ତ୍ତୀ ସମୟରେ ରାତି ଦିନ ଯେକୌଣସି ସମୟରେ ଏଭଳି ଶବ୍ଦ ଲଗାତାର ଶୁଣାଯିବାରୁ ଏସମ୍ପର୍କରେ ପୋଲିସଙ୍କୁ ସୂଚନା ଦିଆଯାଇଥିବା ଆରତି କହିଛନ୍ତି। ଭୟରେ ଗତ ୧୨ ଦିନ ଧରି ସେମାନେ ଶୋଇ ପାରୁ ନାହାନ୍ତି। ଆରତିଙ୍କ ଘରେ ଜଣେ ମହିଳା କନଷ୍ଟେବଳଙ୍କୁ ମୁତୟନ କରାଯାଇଥିବା ଯୁଗ୍ମ ପୋଲିସ କମିଶନର ନୀଳାଜ୍ୱା ଚୌଧୁରୀ ସୂଚନା ଦେଇଛନ୍ତି। ଘଟଣାର ତଦନ୍ତ ଜାରି ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଶାସକ ମେଣ୍ଟରେ ସଙ୍କଟ ଆଶଙ୍କା, ସୀମା ବିବାଦ ନେଇ ଶିନ୍ଦେ-ଫଡନାଭିସଙ୍କ ମଧ୍ୟରେ ବଢ଼ିଲା ଦୂରତା…

ମୁମ୍ବାଇ,୨୬।୧୨ : ସୀମା ବିବାଦକୁ ନେଇ ମହାରାଷ୍ଟ୍ର ଏବଂ କର୍ନାଟକ ମଧ୍ୟରେ ବିବାଦ ଏପର୍ଯ୍ୟନ୍ତ ଶେଷ ହୋଇ ନଥିଲା ବେଳେ ବର୍ତ୍ତମାନ ଏହି ପ୍ରସଙ୍ଗରେ ସରକାରରେ...

ଭାରତ ସୀମାରେ ପ୍ରବେଶ କରିଥିଲେ ଚାଇନା ସେନା: ପ୍ରତିରକ୍ଷା ମନ୍ତ୍ରଣାଳୟ

ନୂଆଦିଲ୍ଲୀ,୬।୮: ପ୍ରତିରକ୍ଷା ମନ୍ତ୍ରଣାଳୟ ସ୍ବୀକାର କରିଛି ଯେ ଚାଇନା ସେନା ଗତ ମେ’ ମାସରେ ପୂର୍ବ ଲଦ୍ଦାଖରେ ଭାରତୀୟ ସୀମାରେ ଅନୁପ୍ରବେଶ କରିଥିଲେ। ପାଙ୍ଗୋଙ୍ଗ ତ୍ସୋ...

ଦୁର୍ଘଟଣାରେ ଦୁଇ ଝିଅଙ୍କୁ ହରାଇଥିଲେ ଦମ୍ପତି, ୨ ବର୍ଷ ପରେ ଘଟିଲା ଏମିତି କିଛି

ବିଶାଖାପାଟନମ୍‌,୨୦।୯: ଆନ୍ଧ୍ରପ୍ରଦେଶର ଗୋଦାବରୀ ନଦୀରେ ୧୫ ସେପ୍ଟେମ୍ବର ୨୦୧୯ରେ ଏକ ଡଙ୍ଗା ଦୁର୍ଘଟଣା ଘଟିଥିଲା। ଏହି ଦୁର୍ଘଟଣାରେ ୫୦ରୁ ଅଧିକ ଲୋକଙ୍କର ମୃତୃ୍ୟ ହୋଇଛି। ଏଥିରେ...

ସରକାରୀ ଗାଡ଼ି ଚଳାଇବେ ମହିଳା ଡ୍ରାଇଭର

ଥିରୁଭାନନ୍ତପୁରମ,୨୨।୮: କେରଳ ସରକାର ଏବେ ଏକ ନୂଆ ପଦକ୍ଷେପ ନେବାକୁ ଯାଉଛନ୍ତି। କେରଳରେ ଏଣିକି ସରକାରୀ କାର୍ଯ୍ୟାଳୟ ପାଇଁ ଉଦ୍ଦିଷ୍ଟ ଥିବା ଗାଡ଼ିରେ ମହିଳା ଡ୍ରାଇଭରଙ୍କୁ...

୪୦ ବୁଥ୍‌ରେ ସମସ୍ତ କର୍ମଚାରୀ ମହିଳା

ମୁମ୍ବାଇ,୨୭ା୪(ପି.ଟି.): ମୁମ୍ବାଇ ଲୋକ ସଭା ନିର୍ବାଚନ ମଣ୍ଡଳୀର ୪୦ଟି ବୁଥ୍‌ରେ କେବଳ ମହିଳା କର୍ମଚାରୀଙ୍କୁ ନିୟୋଜିତ କରାଯାଇଛି। ମହିଳା ସଶକ୍ତୀକରଣ ସମ୍ପର୍କରେ ସଚେତନତା ସୃଷ୍ଟିକରିବା ପାଇଁ...

ପ୍ରମୋଶନ ସମୟରେ କନ୍ନଡ ଅଭିନେତାଙ୍କୁ ଚପଲ ମାଡ଼

ବେଙ୍ଗାଲୁରୁ,୧୯।୧୨: ଫିଲ୍ମର ପ୍ରମୋଶନ ସମୟରେ ଜଣେ କନ୍ନଡ ଅଭିନେତାଙ୍କ ସହ ଏକ ଅଭାବନୀୟ ଘଟଣା ଘଟିଛି। ଯାହା ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ବେଳେ...

ରୋଡ୍‌ଶୋ ବେଳେ ମୁହାଁମୁହିଁ ହେଲେ ଅଖିଳେଶ-ପ୍ରିୟଙ୍କା

ଲକ୍ଷ୍ନୌ,୪।୨: ଉତ୍ତରପ୍ରଦେଶର ବୁଲନ୍ଦଶହର ରୋଡ୍‌ଶୋ ବେଳେ ପରସ୍ପରକୁ ଭେଟିଥିଲେ କଂଗ୍ରେସ ସାଧାରଣ ସମ୍ପାଦିକା ପ୍ରିୟଙ୍କା ଗାନ୍ଧୀ ଓ ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ। ପ୍ରିୟଙ୍କା...

ନଏଡାରେ ଭିକ ମାଗିବା ହେବ ମନା…

ନଏଡା,୨୬।୮ : ଉତ୍ତରପ୍ରଦେଶର ନଏଡା ଦେଶର ପ୍ରଥମ ସ୍ଥାନ ହେବାକୁ ଯାଉଛି ଯେଉଁଠାରେ କୌଣସି ଭିକାରୀ ଦେଖାଯିବେ ନାହିଁ। ନିର୍ମାଣ ସ୍ଥାନ ତଥା ବସ୍ତି ଅଞ୍ଚଳରେ...

Advertisement
Archives

Model This Week