ଦଶମ-ଦ୍ୱାଦଶ ଅଫ୍‌ଲାଇନ ପରୀକ୍ଷା ରଦ୍ଦ ମାମଲା, ବୁଧବାରରୁ ଶୁଣାଣି…

ନୂଆଦିଲ୍ଲୀ,୨୨।୨ : ସିବିଏସଇ, ଆଇସିଏସଇ, ଏନଆଇଓଏସ ଏବଂ ରାଜ୍ୟ ବୋର୍ଡର ଦଶମ ଏବଂ ଦ୍ୱାଦଶ ଅଫଲାଇନ ପରୀକ୍ଷା ବିରୋଧରେ ଆବେଦନ ଶୁଣାଣି କରିବାକୁ ସୁପ୍ରିମକୋର୍ଟ ରାଜି ହୋଇଛନ୍ତି। ଗତ ବର୍ଷ ଏହି ମାମଲାର ଶୁଣାଣି କରିଥିବା ଜଷ୍ଟିସ ଏ.ଏମ୍‌.ଖାନୱିଲକରଙ୍କ ଖଣ୍ଡପୀଠରେ ଏହି ମାମଲାକୁ ନିଆଯିବ ବୋଲି ପ୍ରଧାନ ବିଚାରପତି ଏନ୍‌.ଭି. ରମନା ଆବେଦନକାରୀଙ୍କୁ ଆଶ୍ୱାସନା ଦେଇଛନ୍ତି। ଏବେ ଏହାର ଶୁଣାଣି ଫେବୃୟାରୀ ୨୩(ବୁଧବାର)ଠାରୁ ଆରମ୍ଭ ହେବ। ଏନେଇ ମଙ୍ଗଳବାର ଶୀର୍ଷକୋର୍ଟ ଏହି ମାମଲାର ଶୁଶାଣି ବୁଧବାର କରିବାକୁ ତାଲିକାଭୁକ୍ତ କରିଛନ୍ତି।

ଆଡଭୋକେଟ୍‌ ଅନ୍‌ ରେକର୍ଡ ପ୍ରଶାନ୍ତ ପଦ୍ମନାଭନ୍‌ ଏହି ମାମଲାର ଜରୁରୀ ଶୁଣାଣି ପାଇଁ ଜଷ୍ଟିସ ଏ.ଏମ୍‌.ଖାନୱିଲକରଙ୍କ ଖଣ୍ଡପୀଠରେ ତାଲିକାଭୁକ୍ତ କରାଇଥିବା ସୂଚନା ଦେଇଛନ୍ତି।

ସୂଚନାଯୋଗ୍ୟ, ଆଇନଜୀବୀ ତଥା ଶିଶୁ ଅଧିକାର କର୍ମୀ ଅନୁଭା ଶ୍ରୀବାସ୍ତବ ସାହାୟଙ୍କ ଦ୍ୱାରା ଦାଖଲ ହୋଇଥିବା ଆବେଦନରେ କୁହାଯାଇଛି ଯେ ପିଲାମାନଙ୍କର ଠିକ ସମୟରେ ମୂଲ୍ୟାଙ୍କନ ଏବଂ ଫଳାଫଳ ଘୋଷଣା ସମସ୍ତ ଶିକ୍ଷା ବୋର୍ଡର ଦାୟିତ୍ୱ। କିନ୍ତୁ ବୋର୍ଡମାନେ ତାହା କରି ନାହାନ୍ତି। ବର୍ତ୍ତମାନ ଏପ୍ରିଲ ୨୬ରୁ ବୋର୍ଡ ପରୀକ୍ଷା ଦେବାକୁ ସିବିଏସଇ ଏକ ବିଜ୍ଞପ୍ତି ଜାରି କରିଛି । ଅନ୍ୟ କେତେକ ରାଜ୍ୟ ବୋର୍ଡ ପରୀକ୍ଷାର କାର୍ଯ୍ୟସୂଚୀ ଘୋଷଣା କରିଛନ୍ତି। କିନ୍ତୁ ଅଧିକାଂଶ ଶିକ୍ଷା ବୋର୍ଡ ଏହାକୁ ନେଇ ଆଲୋଚନା କରୁଛନ୍ତି। ପିଲାମାନେ ଅନଲାଇନ ଅଧ୍ୟୟନ କରିଛନ୍ତି । ବହୁ ପିଲା ବିଭିନ୍ନ କାରଣରୁ ଏହାର ସୁଯୋଗ ମଧ୍ୟ ପାଇ ନାହାନ୍ତି।

ବର୍ତ୍ତମାନ ସେମାନଙ୍କର ପରୀକ୍ଷା ଅଫ୍‌ଲାଇନ୍‌ରେ କରାଯିବା ଯୁକ୍ତିଯୁକ୍ତ ନୁହେଁ ବୋଲି ଆବେଦନରେ ଉଲ୍ଲେଖ କରାଯାଇଛି। କୋଭିଡ କାରଣରୁ ପିଲାମାନେ ଅନଲାଇନରେ ଅଧ୍ୟୟନ କରିଛନ୍ତି। କରୋନା ଆତଙ୍କ ମଧ୍ୟ ଏପର୍ଯ୍ୟନ୍ତ ଶେଷ ହୋଇନାହିଁ। ତେଣୁ, ପିଲାମାନଙ୍କର ମୂଲ୍ୟାଙ୍କନ ପାଇଁ ଅନ୍ୟ କିଛି ବିକଳ୍ପ ପଦ୍ଧତି ପ୍ରସ୍ତୁତ କରାଯିବା ଉଚିତ୍‌। ଆବେଦନକାରୀ ଏହା ମଧ୍ୟ କହିଛନ୍ତି ଯେ କରୋନା ବିପଦ ଟଳି ନାହିଁ। ଏହା ମଧ୍ୟ ପିଲାମାନଙ୍କୁ ଅଧିକ ପ୍ରଭାବିତ କରିପାରେ ବୋଲି କୁହାଯାଉଛି। ଏଭଳି ପରିସ୍ଥିତିରେ ଛାତ୍ରୀଛାତ୍ରମାନଙ୍କୁ ଅଫ୍‌ଲାଇନ୍‌ ପରୀକ୍ଷାରେ ଉପସ୍ଥିତ ହେବାକୁ କହିବା ସେମାନଙ୍କ ସ୍ବାସ୍ଥ୍ୟ ପାଇଁ କ୍ଷତିକାରକ ହୋଇପାରେ। ଏପରି ଅସ୍ବାଭାବିକ ପରିସ୍ଥିତିରେ ଉପଯୁକ୍ତ ପ୍ରସ୍ତୁତି ବିନା ଅଫ୍‌ଲାଇନ୍‌ ପରୀକ୍ଷା କରାଇବା ଛାତ୍ରୀଛାତ୍ରଙ୍କ ମାନସିକ ସ୍ଥିତି ଉପରେ ଚାପ ପକାଇବାର ଆଶଙ୍କା ରହିଛି।

ଏକ କମିଟି ଗଠନ କରି ପିଲାମାନଙ୍କର ମୂଲ୍ୟାଙ୍କନ କରିବାର ବିକଳ୍ପ ପଦ୍ଧତି ଆଣିବାକୁ ଶୀର୍ଷକୋର୍ଟ ସିବିଏସଇ, ଆଇସିଏସଇ, ଏନଆଇଓଏସ ଏବଂ ରାଜ୍ୟ ଶିକ୍ଷା ବୋର୍ଡକୁ କହିବା ଆବଶ୍ୟକ ବୋଲି ଆବେଦନରେ ଉଲ୍ଲେଖ କରାଯାଇଛି। ଯେଉଁ ଛାତ୍ରୀଛାତ୍ରମାନେ ଏପରି ମୂଲ୍ୟାଙ୍କନ ଦ୍ୱାରା ମିଳିଥିବା ମାର୍କରେ ସନ୍ତୁଷ୍ଟ ନୁହଁନ୍ତି, ସେମାନେ ଅଲଗା ପରୀକ୍ଷା ଦେବାକୁ ସୁଯୋଗ ପାଇବେ। ସମସ୍ତ ବୋର୍ଡକୁ ଏକ ନିର୍ଦ୍ଦିଷ୍ଟ ସମୟ ସୀମା ମଧ୍ୟରେ ସମ୍ପୂର୍ଣ୍ଣ ପ୍ରକ୍ରିୟା ସମାପ୍ତ କରିବାକୁ କୁହାଯିବା ଉଚିତ୍‌।

କଲେଜ ଆଡମିଶନ ପାଇଁ ବ୍ୟବସ୍ଥା କରିବାବେଳେ ୟୁଜିସିକୁ ମଧ୍ୟ ଏହି ପରିସ୍ଥିତି ପ୍ରତି ଦୃଷ୍ଟି ଦେବାକୁ କୁହାଯିବା ଆବଶ୍ୟକ। ଦ୍ୱାଦଶ ପାସ କରିଥିବା ଛାତ୍ରୀଛାତ୍ରମାନଙ୍କୁ ଆପଟିଚ୍ୟୁଡ୍‌ ଟେଷ୍ଟ କିମ୍ବା ଅନ୍ୟ କୌଣସି ଉପଯୁକ୍ତ ପଦ୍ଧତି ମାଧ୍ୟମରେ କଲେଜରେ ଆଡମିଶନ ଦିଆଯାଉ ବୋଲି ଆବେଦନରେ ଦର୍ଶାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ସମୁଦ୍ରରେ ଗାଧୋଇବାବେଳେ ବୁଡ଼ି ଯାଉଥିଲେ ୩ ପର୍ଯ୍ୟଟକ, ଉଦ୍ଧାର କରି…

ପୁରୀ,୧୨ା୭: ରବିବାର ସମୁଦ୍ରରେ ଗାଧୋଉଥିବାବେଳେ ୩ ପର୍ଯ୍ୟଟକ ବୁଡ଼ିଯାଉଥିଲେ। ଏହି ସମୟରେ ଲାଇଫଗାର୍ଡ ପହଞ୍ଚି ସେମାନଙ୍କୁ ଉଦ୍ଧାର କରିଛନ୍ତି। ସେକ୍ଟର ୯ ଚୈତନ୍ୟ ଛକ ନିକଟରେ ବୁଡ଼ିଯିବାବେଳେ…

ବାଇକ୍‌ ଦୁର୍ଘଟଣାରେ ଚାଲିଗଲା ବିଦ୍ୟାଳୟ ରାତ୍ର ଜଗୁଆଳଙ୍କ ଜୀବନ, ରେଲିଂରେ ଧକ୍କା ଦେଇ…

ଦାରିଙ୍ଗବାଡ଼ି,୧୨ା୭(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ୫୯ନଂ ଜାତୀୟ ରାଜପଥର ବୁଡ଼ାଗୁଡା ଛକରେ ବାଇକ ଦୁର୍ଘଟଣାଗ୍ରସ୍ତ ହୋଇ ଚାଳକଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଉକ୍ତ…

ଡୋନାଲ୍ଡ ଟ୍ରମ୍ପଙ୍କ ଘନିଷ୍ଠ ସହଯୋଗୀ ଲିଣ୍ଡସେ ଗ୍ରାହାମଙ୍କ ମୃତ୍ୟୁ; ରୁଷୀୟ ତୈଳ କ୍ରୟ ଉପରେ ଭାରତକୁ ଦେଇଥିଲେ ଧମକ

ଓ୍ବାଶିଂଟନ,୧୨।୭: ଦକ୍ଷିଣ କାରୋଲିନାର ଦୀର୍ଘକାଳୀନ ରିପବ୍ଲିକାନ ସାଂସଦ ଆମେରିକାର ସେନେଟର ଲିଣ୍ଡସେ ଗ୍ରାହାମଙ୍କ ଦେହାନ୍ତ ହୋଇଛି। ତାଙ୍କୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଜଣେ ଘନିଷ୍ଠ ସହଯୋଗୀ…

୧୧ ଭାରତୀୟ ଥିବା ଜାହାଜ ଉପରକୁ ଆକ୍ରମଣ କଲା ଇରାନ, ଜଣେ ନିଖୋଜ, ପ୍ରତିକ୍ରିୟା ଦେଲା ଭାରତ

ନୂଆଦିଲ୍ଲୀ/ତେହରାନ,୧୨।୭: ହର୍ମୁଜ ପ୍ରଣାଳୀରେ ଏକ ବାଣିଜ୍ୟିକ ଜାହାଜ ଉପରେ ଆକ୍ରମଣକୁ ନେଇ ଭାରତ କଡ଼ା ପ୍ରତିକ୍ରିୟା ପ୍ରକାଶ କରିଛି। ଓମାନ ଉପକୂଳରେ ଯେତେବେଳେ ଏହି ଆକ୍ରମଣ ଘଟିଥିଲା…

ଇରାନ କେବେ ଖୋଲିବ ହର୍ମୁଜ ପ୍ରଣାଳୀ? IRGC ଡୋନାଲ୍ଡ ଟ୍ରମ୍ପଙ୍କ ପାଇଁ ରଖିଲା ଏହି ସର୍ତ୍ତ

ତେହରାନ,୧୨।୭: ପଶ୍ଚିମ ଏସିଆରେ ଇରାନ ଏବଂ ଆମେରିକା ମଧ୍ୟରେ ବୃଦ୍ଧି ପାଉଥିବା ସାମରିକ ଉତ୍ତେଜନା ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ସାମୁଦ୍ରିକ ବାଣିଜ୍ୟ ଜୀବନରେଖା ହର୍ମୁଜ ପ୍ରଣାଳୀ ସମ୍ପର୍କରେ…

‘ତାଙ୍କ ସ୍ବର ସର୍ବଦା ବଞ୍ଚି ରହିବ…’: କିମ୍ବଦନ୍ତୀ ଗାୟିକା ଏସ. ଜାନକୀଙ୍କ ବିୟୋଗରେ ଶୋକ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ,୧୨।୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରସିଦ୍ଧ ପ୍ଲେବ୍ୟାକ ସିଙ୍ଗର ଏସ. ଜାନକୀ ଆମ୍ମାଙ୍କ ବିୟୋଗରେ ଶୋକ ପ୍ରକାଶ କରିଛନ୍ତି, ତାଙ୍କ ବିୟୋଗକୁ ସଙ୍ଗୀତ ଏବଂ ସଂସ୍କୃତି ଜଗତ…

ଏକ୍ସଟ୍ରା ଟାଇମରେ ଆର୍ଜେଣ୍ଟିନାର ରୋମାଞ୍ଚକର ବିଜୟ; ସେମିଫାଇନାଲରେ ପହଞ୍ଚିଲା Messiଙ୍କ ଦଳ

କାନସାସ ସିଟି,୧୨।୭: ମ୍ୟାଚ ଅତିରିକ୍ତ ସମୟରେ ଯିବା ସହିତ ଆର୍ଜେଣ୍ଟିନା ପ୍ରଶଂସକଙ୍କ ହୃଦୟ ଧଡ଼ଧଡ଼ ହବା ଆରମ୍ଭ ହୋଇଥିଲା। ଆର୍ଜେଣ୍ଟିନା ଦଶମ ମିନିଟରେ ପ୍ରଥମ ଗୋଲ ସ୍କୋର…

ଓଲଟିଲା ପିଆଜ ବୋଝେଇ ଟ୍ରକ୍‌, ଯିଏ ପାରିଲେ ମନଇଚ୍ଛା ବୋହିନେଲେ

କେନ୍ଦୁଝର,୧୨ା୭(ନରେଶ ଚନ୍ଦ୍ର ପଟ୍ଟନାୟକ): ରବିବାର ସକାଳେ କେନ୍ଦୁଝର ଜିଲାର ଜୁଡ଼ିଆ ଘାଟିରେ ଏକ ପିଆଜ ବୋଝେଇ ଟ୍ରକ୍‌ ଓଲଟି ୨ ଜଣ ଆହତ ହୋଇଛନ୍ତି। ଉକ୍ତ ପିଆଜ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri