Posted inଖେଳ

କୋହଲିଙ୍କ ସହ ଖେଳିବାକୁ ଅପେକ୍ଷା କରିଛନ୍ତି ଟେନିସ ଲିଜେଣ୍ଡ ନୋଭାକ ଜୋକୋଭିକ

ନୂଆଦିଲ୍ଲୀ,୧୫।୧: ବର୍ଷର ପ୍ରଥମ ଗ୍ରାଣ୍ଡସ୍ଲାମ ‘ଅଷ୍ଟ୍ରେଲିୟ ଓପନ’ର ଠିକ ପୂର୍ବରୁ ଟେନିସ କିମ୍ବଦନ୍ତୀ ନୋଭାକ ଜୋକୋଭିକ ଅଷ୍ଟ୍ରେଲୀୟ ବ୍ୟାଟ୍ସମ୍ୟାନ ଷ୍ଟିଭ ସ୍ମିଥଙ୍କ ସହ କ୍ରିକେଟ ଖେଳିଥିଲେ। ଟେନିସ କୋର୍ଟରେ ଦୁହେଁ ମଧ୍ୟ ମୁହାଁମୁହିଁ ହୋଇଥିଲେ। ଏହା ପରେ ଜୋକୋଭିକ କ୍ରିକେଟ ସମ୍ବନ୍ଧୀୟ ଅନେକ ପ୍ରଶ୍ନର ଉତ୍ତର ଦେଇଥିଲେ। ଏଠାରେ ସେ ବିରାଟ କୋହଲିଙ୍କ ନାମ ମଧ୍ୟ ନେଇଥିଲେ। ଏହା ପରେ ଯେତେବେଳେ ବିରାଟଙ୍କୁ ଜୋକୋଭିକ ବିଷୟରେ ପଚରାଗଲା, ସେ ଏହି ଟେନିସ ଖେଳାଳିଙ୍କ ସହ ତାଙ୍କର ସମ୍ପର୍କ ବିଷୟରେ ବିସ୍ତୃତ ଭାବରେ କହିଥିଲେ। ଏହି ସମୟରେ କୋହଲି ଜୋକୋଭିକ୍ଙ୍କୁ ମଧ୍ୟ ବହୁତ ପ୍ରଶଂସା କରିଥିଲେ। କୋହଲିଙ୍କ ଏହି ପ୍ରଶଂସା ପରେ ଜୋକୋଭିକ ବର୍ତ୍ତମାନ ବିରାଟଙ୍କୁ ଧନ୍ୟବାଦ ଦେଇଛନ୍ତି।
ଜୋକୋଭିକ ଏକ ଇନଷ୍ଟା ଷ୍ଟାଟସ ଶେୟାର କରିଛନ୍ତି। ଏହି ଷ୍ଟାଟସରେ ସେ ଭାରତୀୟ କ୍ରିକେଟ ଦଳର ଏକ ରିଲ୍ସ ଶେୟାର କରିଛନ୍ତି। ଏଥିରେ ବିରାଟ କୋହଲି ତାଙ୍କୁ ପ୍ରଶଂସା କରୁଥିବା ଦେଖିବାକୁ ମିଳିଛି। ଏହି ରିଲ୍ସ ଶେୟାର କରି ଜୋକୋଭିକ ଲେଖିଛନ୍ତି, ଏହି ସୁନ୍ଦର ଶବ୍ଦ ପାଇଁ ବିରାଟଙ୍କୁ ଧନ୍ୟବାଦ। ଆମେ ଏକାଠି ଖେଳିବା ଦିନକୁ ଅପେକ୍ଷା କରିଛି।
ଇନ୍ଦୋରରେ ଆଫଗାନିସ୍ତାନ ବିପକ୍ଷରେ ଖେଳାଯାଇଥିବା ଟି-୨୦ ମ୍ୟାଚର ଗୋଟିଏ ଦିନ ପୂର୍ବରୁ ବିରାଟ କୋହଲି ବିସିସିଆଇ ଟିଭି ସହ ସାକ୍ଷାତକାରରେ ନୋଭାକ ଜୋକୋଭିକଙ୍କ ସହ ବନ୍ଧୁତା ସହ ଜଡିତ ଅନେକ ପ୍ରଶ୍ନର ଉତ୍ତର ଦେଇଛନ୍ତି। ବିରାଟ କୋହଲି କହିଥିଲେ, ମୁଁ ଇନଷ୍ଟାଗ୍ରାମରେ ନୋଭାକଙ୍କ ପ୍ରୋଫାଇଲକୁ ଦେଖୁଥିଲି। ତାଙ୍କୁ ମେସେଜ୍‌ ଦେବା ପାଇଁ ମୁଁ ଚାଟ ବକ୍ସ ଖୋଲି ଦେଖିଲି ଯେ ସେ ମୋତେ ମେସେଜ କରିସାରିଛନ୍ତି। ମୁଁ ପ୍ରଥମ ଥର ପାଇଁ ମୋର ଚାଟ ବକ୍ସ ଖୋଲିଲି। ତାଙ୍କର ମେସେଜ୍‌ ବହୁତ ଦିନ ପୂର୍ବରୁ ଆସିଥିଲା। ପ୍ରାରମ୍ଭରେ ମୁଁ ଭାବିଲି ଏହା ଏକ ନକଲି ଆଇଡିରୁ ଆସିଥାଇପାରେ, କିନ୍ତୁ ଯେତେବେଳେ ମୁଁ ପୁନର୍ବାର ଚେକ କଲି, ଦେଖିଲି ଯେ ରିଅଲ୍‌ ଆକାଉଣ୍ଟରୁ ବାର୍ତ୍ତା ଆସିଛି। ଏହା ପରେ ଆମର କଥାବାର୍ତ୍ତା ଆରମ୍ଭ ହେଲା। ସଫଳତା ପାଇଁ ଆମେ ପରସ୍ପରକୁ ଅଭିନନ୍ଦନ ଜଣାଉଛୁ।
ଏହା ପରେ ବିରାଟ ନୋଭାକଙ୍କୁ ବହୁତ ପ୍ରଶଂସା କରିଥିଲେ। ସେ କହିଥିଲେ, ମୁଁ ତାଙ୍କୁ ବହୁତ ସମ୍ମାନ କରେ। ତାଙ୍କର ଟେନିସ କ୍ୟାରିୟର ଉଜ୍ଜ୍ୱଳ। ତାଙ୍କର ଫିଟନେସ ମୋତେ ସବୁବେଳେ ପ୍ରେରଣା ଦେଇଥାଏ। ଶେଷରେ ସେ ଜୋକୋଭିକଙ୍କୁ ଅଷ୍ଟ୍ରେଲୀୟ ଓପନ ପାଇଁ ଶୁଭେଚ୍ଛା ଜଣାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦିନିକିଆ ବିଶ୍ୱକପ୍‌ କାର୍ଯ୍ୟସୂଚୀ ଘୋଷଣା କଲା ଆଇସିସି: ଅକ୍ଟୋବର ୧୦ରେ ଭାରତ-ପାକିସ୍ତାନ ହାଇଭୋଲଟେଜ ମ୍ୟାଚ୍‌

ଦୁବାଇ, ୧ା୧୦: ୨୦୨୭ରେ ଦକ୍ଷିଣ ଆଫ୍ରିକା, ଜିମ୍ବାଓ୍ବେ ଓ ନାମ୍ବିଆରେ ହେବାକୁ ଥିବା ପୁରୁଷ ଦିନିକିଆ ବିଶ୍ୱକପ୍‌ ପାଇଁ ଗୁରୁବାର ଆଇସିସି ପକ୍ଷରୁ କାର୍ଯ୍ୟସୂଚୀ ଘୋଷଣା କରାଯାଇଛି।…

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

ଓଡ଼ିଶା କୃଷକ ସଭା ପକ୍ଷରୁ ସାଙ୍ଗଠନିକ ବୈଠକ; କର୍ମକର୍ତ୍ତା ଚୟନ, ଏ. ହରି ସଭାପତି , କୁରେଶୁ ସମ୍ପାଦକ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଶ୍ରୀ ଚନ୍ଦ୍ର ଚୁଡେଶ୍ୱର ଶୈବପୀଠ ସଭା ମଣ୍ଡପରେ ଓଡ଼ିଶା କୃଷକ ସଭା ଦିଗପହଣ୍ଡି ଶାଖା ପକ୍ଷରୁ ଗୁରୁବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?