Posted inଖେଳ

ମ୍ୟାଚ୍‌ ହାରିବା ପରେ ରାଗିଯାଇ ଗାଙ୍ଗୁଲିଙ୍କୁ ଏପରି କହିଥିଲେ ସଚିନ: ଶୋଇଥିବା ରୁମ୍‌ରେ ଭର୍ତ୍ତି କରିଦେଇଥିଲେ ପାଣି

ନୂଆଦିଲ୍ଲୀ,୨୨।୭: ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ(ବିସିସିଆଇ) ଅଧ୍ୟକ୍ଷ ସୌରଭ ଗାଙ୍ଗୁଲୀ ଓ ସଚିନ ତେନ୍ଦୁଲକର ଶହେରୁ ଅଧିକ ମ୍ୟାଚ୍‌ ଏକାସଙ୍ଗେ ଖେଳିଛନ୍ତି। ଏଥିପାଇଁ ସଚିନଙ୍କ ସହ ଜଡ଼ିତ କିଛି ମଜାଦାର କଥା ସୌରଭ ଏକାଧିକ ଥର ଅନ୍ୟକୁ ଜଣାଇଛନ୍ତି। ଉପରକୁ ସରଳ ଏବଂ ଶାନ୍ତ ଜଣାପଡ଼ୁଥିବା ସଚିନ ବାସ୍ତବରେ କେତେ ଦୁଷ୍ଟ ଥିଲେ ତାହା ଏକ ସାକ୍ଷାତକାରରେ ସୌରଭ କହିଥିଲେ।ଏକଦା ସଚିନ ତାଙ୍କ କୋଠରୀରେ କିଭଳି ପାଣି ଭର୍ତ୍ତି କରିଦେଇଥିଲେ। ଏପରିକି ମ୍ୟାଚ୍‌ ହାରିବା ପରେ କାନ୍ଦିଥିବା ସୌରଭ କହିଥିଲେ।

ସାମ୍ବାଦିକ ସୌରଭ କପୁର ନିଜର ୟୁଟ୍ୟୁବ୍‌ ଚ୍ୟାନେଲରେ ଗାଙ୍ଗୁଲୀଙ୍କ ସାକ୍ଷାତକାରର ଏକ ଭିଡିଓ ପୋଷ୍ଟ କରିଥିଲେ। ଏଥିରେ ଗାଙ୍ଗୁଲୀ କହିଥିଲେ, ସେତେବେଳେ ମୁଁ ୧୪ ବର୍ଷର ଥିଲି। ଇନ୍ଦୋରରେ ଜାତୀୟସ୍ତରର କ୍ୟାମ୍ପ ଥିଲା। ବାସୁ ସାର୍‌ ସମସ୍ତଙ୍କୁ ବହୁତ ଦୌଡ଼ାନ୍ତି। ଆମେ ଥକି ଯାଇଥିଲୁ। ମୁଁ ଅପରାହ୍ନରେ ଶୋଇଯାଇଥିଲି। ରବିବାର ଛୁଟି ଥିଲା। ମୁଁ ଓ ମୋ ବନ୍ଧୁ ଶୋଇଥିଲୁ। ୫ଟାରେ ନିଦ ଖୋଲିବା ପରେ ପୁରା କୋଠରୀରେ ପାଣି ଭର୍ତ୍ତି ହୋଇଯାଇଥିବା ଦେଖିବାକୁ ପାଇଥିଲୁ। ସୁଟ୍‌କେସ୍‌ ଓ ଚପଲ ଆଦି ପାଣିରେ ଭାସୁଥିଲେ। ଆମକୁ ପାଇପ୍‌ ଫାଟିଯାଇଥିବା ଭଳି ଲାଗିଥିଲା। ହେଲେ ବାଥରୁମ୍‌ ଶୁଖିଲା ଥିଲା। କବାଟ ଖୋଲିବା ପରେ ସଚିନ ଏବଂ ବିନୋଦ କାମ୍ପଲୀ ଫାଟକ ପାଖରେ ଛିଡ଼ା ହୋଇଥିବା ଦେଖିଥିଲି। ଟେନିସ ଖେଳିବାକୁ ଚାଲ ବୋଲି ସେମାନେ କହିଥିଲେ। କବାଟ କାହିଁକି ଠକ୍‌ଠକ୍‌ କଲନାହିଁ ବୋଲି ମୁଁ ପଚାରିଥିଲି। ପରେ ସାରା ଘଟଣା ସ୍ପଷ୍ଟ ହୋଇଥିଲା।

୧୯୯୬-୯୭ ଓ୍ବେଷ୍ଟଇଣ୍ଡିଜ୍‌ ବିପକ୍ଷ ମ୍ୟାଚ୍‌ରେ ଭାରତ ହାରି ଯାଇଥିଲା। ୧୨୦ ରନ୍‌ ଆମେ କରିପାରି ନ ଥିଲୁ। ହାରିବା ପରେ ସଚିନ ରାଗିଯାଇଥିଲେ। ମୁଁ ପ୍ରଥମ ଥର ସଚିନଙ୍କୁ ଡ୍ରେସିଂ ରୁମ୍‌ରେ କାନ୍ଦିବା ଦେଖିଥିଲି। ପରେ ସବୁତକ ରାଗ ସେ ମୋ ଉପରେ ଶୁଝାଇଥିଲେ। ରନ୍‌ କରିବାକୁ ଚାହୁଁଛ ଯଦି କାଲିଠାରୁ ମୋ ସହ ଦୌଡ଼। ମୋ ସହ ଟିମ୍‌ରେ ରହିବାକୁ ଚାହୁଁଥିଲେ ଏପରି କରିବାକୁ ପଡ଼ିବ। ଅଧିନାୟକଙ୍କୁ ରାଗ ଲାଗିବା ଠିକ୍‌ ବୋଲି ଗାଙ୍ଗୁଲିଙ୍କୁ ସଚିନ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କନ୍ୟା ସନ୍ତାନ ପ୍ରସବ କଲେ ନାବାଳିକା, ଧରାପଡ଼ିଲେ ଅଭିଯୁକ୍ତ

ଛେଣ୍ଡିପଦା,୧୮।୬(ଅଜିତ ଧଳ): ଅନୁଗୋଳ ଜିଲା ଜରପଡା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଜିଲା ମୁଖ୍ୟ ଚିକିତ୍ସାଳୟରେ ଜଣେ ୧୬ ବର୍ଷୀୟା ଆଦିବାସୀ ନାବାଳିକା…

ଘୁଞ୍ଚିଲା ଆର୍‌ଆଇ ପରୀକ୍ଷା, କାହିଁକି ଜାଣନ୍ତୁ…

ଭୁବନେଶ୍ୱର,୧୮।୬: OSSSC ପକ୍ଷରୁ ଆୟୋଜିତ ହେବାକୁ ଥିବା ଆର୍‌ଆଇ ପରୀକ୍ଷାକୁ ଘୁଞ୍ଚାଇ ଦିଆଯାଇଛି। ଆସନ୍ତା ୨୦ ତାରିଖରେ ହେବାକୁ ଥିବା ପରୀକ୍ଷା ୨୮ ତାରିଖରେ ହେବ ବୋଲି…

ଫ୍ରାନ୍ସରେ ମୋଦିଙ୍କ ବଡ଼ ବୟାନ, କହିଲେ ଫ୍ରାନ୍ସରେ ମୋଟ ଯେତିକି ଘର ଅଛି ଆମେ ୧୨ ବର୍ଷରେ ସେତିକି ଘର ନିର୍ମାଣ କରିଦେଇଛୁ

ପ୍ୟାରିସ,୧୬।୮: ଗୁରୁବାର (୧୮ ଜୁନ, ୨୦୨୬) ଦିନ ପ୍ୟାରିସରେ ଭାରତୀୟ ସମ୍ପ୍ରଦାୟକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମନ୍ତବ୍ୟ ଦେଇଥିଲେ ଯେ ପ୍ୟାରିସ ହେଉଛି ରଙ୍ଗର…

ହକି ତାରକା ମନପ୍ରୀତଙ୍କ ରେକର୍ଡ, ଫିଟନେସ ପାଇଁ କୋହଲିଙ୍କୁ ଦେଲେ ଶ୍ରେୟ

ନୂଆଦିଲ୍ଲୀ, ୧୮।୬: ଭାରତୀୟ ହକି ତାରକା ମନପ୍ରୀତ ସିଂ ନିକଟରେ ଭାରତ ପକ୍ଷରୁ ସର୍ବାଧିକ ୪୧୩ ମ୍ୟାଚ ଖେଳିବାର ରେକର୍ଡ ଅର୍ଜନ କରିଛନ୍ତି। ମନପ୍ରୀତ ପୂର୍ବତନ ଅଧିନାୟକ…

ସାରା ବିଶ୍ୱକୁ ଆଶ୍ୱସ୍ତି, ଶେଷ ହେଲା ଯୁଦ୍ଧ! ଫ୍ରାନ୍ସର ଭର୍ସେଲ୍ସ ପ୍ୟାଲେସରେ ଶାନ୍ତି ଚୁକ୍ତି ସ୍ବାକ୍ଷର କଲେ ଟ୍ରମ୍ପ

ପ୍ୟାରିସ,୧୬।୮: ଫରାସୀ ରାଜଧାନୀ ପ୍ୟାରିସରୁ ପ୍ରାୟ 20 କିଲୋମିଟର ଦକ୍ଷିଣ-ପଶ୍ଚିମରେ ଅବସ୍ଥିତ, ଭର୍ସେଲ୍ସ ପ୍ରାସାଦ ଯୁଦ୍ଧ ପରେ ଶାନ୍ତି ଚୁକ୍ତିନାମା ପାଇଁ ଏକ ସ୍ଥାନ ଭାବରେ ବିଶ୍ୱବ୍ୟାପୀ…

ଛାତ୍ରଛାତ୍ରୀଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ଖବର: କଟକ ଜିଲାରେ କାଲିଠୁ ସକାଳୁଆ ସ୍କୁଲ

କଟକ,୧୮ା୬(କାର୍ତ୍ତିକ ସାହୁ): ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି କଟକ ଜିଲାରେ ସମସ୍ତ ପ୍ରକାର ସ୍କୁଲକୁ ଜୁନ୍‌ ୧୯ ତାରିଖରୁ ୨୫ ତାରିଖ ଯାଏ ଚାଲିବାକୁ ନିର୍ଦ୍ଦେଶାନାମା ଜାରି କରାଯାଇଛି।…

ପ୍ରଶାସନିକସ୍ତରରେ ବଡ଼ ଅଦଳବଦଳ: ଦୁଇ ବରିଷ୍ଠ IAS ଅଧିକାରୀଙ୍କୁ ମିଳିଲା ନୂଆ ଦାୟିତ୍ୱ

ଭୁବନେଶ୍ୱର,୧୮।୬: ରାଜ୍ୟ ପ୍ରଶାସନିକ ସ୍ତରରେ ଏକ ଗୁରୁତ୍ୱପୂର୍ଣ୍ଣ ଅଦଳବଦଳ କରାଯାଇଛି। ସରକାରଙ୍କ ପକ୍ଷରୁ ଦୁଇ ଜଣ ବରିଷ୍ଠ ଆଇଏଏସ (IAS) ଅଧିକାରୀଙ୍କୁ ନୂଆ ତଥା ଅତିରିକ୍ତ ଦାୟିତ୍ୱ…

ଭାଜପା ସହ ବଡ଼ ଗେମ ଖେଳିଦେଲେ ଡିକେ ଶିବକୁମାର! କ୍ରସ-ଭୋଟିଂ କରି ୫ ଆସନ ହାସଲ କଲେ

ବେଙ୍ଗାଲୁରୁ,୧୮।୬: ଡି.କେ. ଶିବକୁମାର କର୍ନାଟକର ମୁଖ୍ୟମନ୍ତ୍ରୀ ହେବା ପରେ ପ୍ରଥମ ନିର୍ବାଚନୀ ପ୍ରତିଯୋଗିତାରେ, ଗୁରୁବାର (ଜୁନ ୧୮, ୨୦୨୬) ଶାସକ କଂଗ୍ରେସ ଦଳ ସାତଟି ବିଧାନସଭା ପରିଷଦ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri