କଳାପଥର ଖାଦାନରେ ଟେଣ୍ଡର ଫିକ୍ସିଂ

ଯାଜପୁର,୫ା୪(ହର୍ଷବର୍ଦ୍ଧନ ବେହେରା): ଯାଜପୁର ଜିଲାରେ କଳାପଥର, ବାଲି ଭଳି ଲଘୁ ଖଣିଜ ଖାଦାନ ଲିଜ୍‌ ନିମନ୍ତେ ବଡ଼ଧରଣର ଟେଣ୍ଡର ଫିକ୍ସିଂ ହୋଇଛି। ଅନେକ ଆବେଦନକାରୀ ସମ୍ପର୍କୀୟ ବିଡରଙ୍କୁ ଢାଲ କରି ଶାଗମାଛ ଦରରେ ଖାଦାନ ଅକ୍ତିଆର କରିଥିବାବେଳେ ସେମାନଙ୍କ ଉଦ୍ଦେଶ୍ୟ ସଫଳ କରିବା ପାଇଁ ପ୍ରଶାସନିକ ଅଧିକାରୀମାନେ ସହଯୋଗୀ ସାଜିଛନ୍ତି। ଏଭଳି ଉପାୟରେ ଗତ ପ୍ରାୟ ୧୦ ବର୍ଷ ମଧ୍ୟରେ ଧର୍ମଶାଳା ତହସିଲ ଅଞ୍ଚଳରେ ଟେଣ୍ଡର ଫିକ୍ସିଂ କରାଯାଇ ବିଡର ଚୟନରେ ବ୍ୟାପକ ଅନିୟମିତତା ହୋଇଛି। ଗତ ବୁଧବାର ବିଧାନସଭାରେ ଉପସ୍ଥାପିତ ଭାରତର ମହାଲେଖା ନିୟନ୍ତ୍ରକ ଓ ପରୀକ୍ଷକ (ସିଏଜି)ଙ୍କ ରିପୋର୍ଟରୁ ଏହା ଜଣାପଡ଼ିଛି। ଫଳରେ ରାଜ୍ୟ ସରକାର ବହୁ କୋଟି ଟଙ୍କାର ରାଜସ୍ବ ହରାଇଛନ୍ତି।ଲଘୁ ଖଣିଜ ଖାଦାନ ଲିଜ୍‌ ପାଇଁ ଓଡ଼ିଶା ମାଇନର ମିନେରାଲ କନସେସନ୍‌ (ଓଏମ୍‌ଏମ୍‌ସି) ଅଧିନିୟମ-୨୦୧୬ର ନିୟମ ୨୭(୨) ଅନୁଯାୟୀ କ୍ଷମତାପନ୍ନ ଅଧିକାରୀଙ୍କ ଦ୍ୱାରା ଟେଣ୍ଡର ବିଜ୍ଞପ୍ତି ଜାରି ହୋଇଥାଏ। ଏଥିପାଇଁ ଇଚ୍ଛୁକ ଆବେଦନକାରୀ ଆବଶ୍ୟକ କାଗପଜପତ୍ର ସଂଲଗ୍ନ କରି ଏକ ବନ୍ଦ ଲଫାପାରେ ଆବେଦନ କରିପାରିବେ। ଏହି କ୍ରମରେ ସର୍ବୋଚ୍ଚ ମୂଲ୍ୟ ଉଲ୍ଲେଖ କରିଥିବା ଆବେଦନକାରୀଙ୍କୁ ଲିଜ୍‌ ଦିଆଯାଇଥାଏ। ହେଲେ ଯାଜପୁର ଜିଲାରେ ଖାଦାନ ଲିଜ୍‌ ପାଇଁ ଯେଭଳି ଟେଣ୍ଡର ଫିକ୍ସିଂ ହୋଇଛି, ସେଥିରୁ ସରକାରୀ ଆଇନ ବ୍ୟବସ୍ଥା ମୂଲ୍ୟହୀନ ହୋଇପଡ଼ିଛି।
ସିଏଜି ସମୀକ୍ଷାରେ ଲକ୍ଷ୍ୟ କରାଯାଇଛି ଯେ, କେତେକ ସ୍ଥଳେ ପ୍ରଥମ ଏବଂ ଦ୍ୱିତୀୟ ସର୍ବୋଚ୍ଚ ବିଡରମାନେ ପରସ୍ପର ସମ୍ପର୍କୀୟ ଥିଲେ। ସେମାନଙ୍କ ବ୍ୟକ୍ତିଗତ ବିବରଣୀ ଏବଂ ଆବାସିକ ଠିକଣାରୁ ଏହା ଜଣାପଡ଼ିଥିଲା। ସମସ୍ତ ମାମଲାରେ ତହସିଲଦାର ସର୍ବୋଚ୍ଚ ବିଡରଙ୍କୁ ଚୟନକରି ୧୫ ଦିନ ମଧ୍ୟରେ ସେମାନଙ୍କ ସମ୍ମତି ଜଣାଇବା ପାଇଁ ସେମାନଙ୍କୁ ଚିଠି ପ୍ରଦାନ କରିଥିଲେ। ହେଲେ ନିଜ ସମ୍ପର୍କୀୟ ତଥା ଦ୍ୱିତୀୟ ବିଡରଙ୍କୁ ସୁଯୋଗ ଦେବାକୁ ଯାଇ ସର୍ବୋଚ୍ଚ ବିଡରମାନେ ଟେଣ୍ଡର ପ୍ରକ୍ରିୟାରୁ ଓହରି ଯାଇଥିଲେ। ଫଳସ୍ବରୂପ ତହସିଲଦାର ସର୍ବୋଚ୍ଚ ବିଡ୍‌ ପରିବର୍ତ୍ତେ ଦ୍ୱିତୀୟ ବିଡ୍‌କୁ ଚୟନ କରିଥିଲେ। ଏଥିଯୋଗୁ ସରକାର ଘନମିଟରର ପିଛା ପ୍ରାୟ ୧୪୦ରୁ ୧୦୪୫ ଟଙ୍କା ଯାଏ କମ୍‌ ପାଇଥିଲେ। ଏଭଳି ଅନିୟମିତତା କାରଣରୁ ଲିଜ୍‌ ହୋଇଥିବା ଖାଦାନଗୁଡ଼ିକରେ ପ୍ରତିଯୋଗିତାମୂଳକ ମୂଲ୍ୟ ପାଇବାରୁ ସରକାର ବିଫଳ ହୋଇଥିଲେ। ଅନ୍ୟପକ୍ଷେ ସର୍ବୋଚ୍ଚ ବିଡର ଭାବେ ମନୋନୀତ ହେବା ପରେ ଟେଣ୍ଡର ପ୍ରକ୍ରିୟାରୁ ଓହରିଯିବା ଏବଂ ଜିଲା ପ୍ରଶାସନ ସେମାନଙ୍କ ବିରୋଧରେ କୌଣସି ଦଣ୍ଡର ବ୍ୟବସ୍ଥା ନ କରିବା ଯୋଗୁ ସରକାର ରାଜସ୍ବ ହରାଇଥିଲେ। ଏହାଦ୍ୱାରା ୩ଟି ବାଲି ଓ କଳାପଥର ଖାଦାନରେ ୫ ବର୍ଷର ଲିଜ୍‌ ଅବଧି ମଧ୍ୟରେ ୭୨,୭୫୩ ଘନମିଟର ଲଘୁ ଖଣିଜ ପଦାର୍ଥର ଉତ୍ତୋଳନ ପାଇଁ ୧.୧୮ କୋଟି ଟଙ୍କା ରାଜସ୍ବ ନଷ୍ଟ ହେଲା ବୋଲି ସିଏଜି ରିପୋର୍ଟରେ ଦର୍ଶାଯାଇଛି। ଏହି ୩ଟି ଖାଦାନ କେବଳ ଉଦାହରଣ ମାତ୍ର, ଏକାଧିକ ଖାଦାନରେ ଏଭଳି ଟେଣ୍ଡର ଅନିୟମିତତା କରି ଲିଜ୍‌ଧାରୀମାନେ ମାଲାମାଲ ହୋଇଥିବା ସନ୍ଦେହ କରାଯାଇଛି। ତଥାପି ସମ୍ପୃକ୍ତ ତହସିଲଦାର ଉଚ୍ଚ କର୍ତ୍ତୃପକ୍ଷଙ୍କ ନଜରକୁ ଆଣି ନ ଥିଲେ।
ଟେଣ୍ଡର ଜାଲିଆତିକୁ ନେଇ ସିଏଜି ଉଲ୍ଲେଖ କରିଥିବା ତଥ୍ୟ ଅନୁଯାୟୀ, ଯାଜପୁର ଜିଲା ଧର୍ମଶାଳା ତହସିଲ ଅଧୀନ ଆରୁହା କଳାପଥର ଖାଦାନ ୧ ପାଇଁ ୨୦୧୭-୧୮ ନିମନ୍ତେ ସର୍ବୋଚ୍ଚ ବିଡ୍‌ ଘନମିଟର ପିଛା ୨୨୦ ଟଙ୍କା ରହିଥିଲା। ଏହାର ଦ୍ୱିତୀୟ ସର୍ବୋଚ୍ଚ ବିଡ୍‌ ୮୦ ଟଙ୍କା ହୋଇଥିବାରୁ ଘନମିଟର ପିଛା ୧୪୦ ଟଙ୍କାର ପାର୍ଥକ୍ୟ ହୋଇଥିଲା। ଏଥିଯୋଗୁ ୯୫ ଲକ୍ଷ ୪୯ ହଜାର ୬୮୦ ଟଙ୍କା କ୍ଷତି ହୋଇଥିଲା। ସେହିପରି ୨୦୧୮-୨୦୧୯ରୁ ୨୦୨୨-୨୩ ଯାଏ ବରଦା କଳାପଥର ଖାଦାନ ୧ ନିମନ୍ତେ ହୋଇଥିବା ଟେଣ୍ଡର ପ୍ରକ୍ରିୟାରେ ସର୍ବୋଚ୍ଚ ବିଡ୍‌ ୧୧,୯୫ ଟଙ୍କା ରହିଥିଲାବେଳେ ଦ୍ୱିତୀୟ ସର୍ବୋଚ୍ଚ ବିଡ୍‌ ମାତ୍ର ୧୫୦ ଟଙ୍କା ରହିଥଲା। ଏଥିରେ ସର୍ବୋଚ୍ଚ ବିଡର ଓହରିଯିବା ପରେ ଦ୍ୱିତୀୟ ବିଡରଙ୍କୁ ଲିଜ୍‌ ସୁଯୋଗ ମିଳିଥିଲା। ଫଳରେ ସରକାର ୭୬ ଲକ୍ଷ ୭୪ ହଜାର ୪୮୦ ଟଙ୍କା କ୍ଷତି ସହିଥିଲେ। ଏହାସହ ବୁଦ୍ଧ ବାଲୁକା ନଦୀ ଭାଗବତପୁର ବାଲି ଖାଦାନ ପାଇଁ (୨୦୧୮-୧୯ରୁ ୨୦୨୨-୨୩ ପର୍ଯ୍ୟନ୍ତ) ହୋଇଥିବା ଟେଣ୍ଡର ପ୍ରକ୍ରିୟାରେ ସର୍ବୋଚ୍ଚ ବିଡ୍‌ ୨,୧୦୧ ଟଙ୍କା ରହିଥିଲାବେଳେ ଦ୍ୱିତୀୟ ସର୍ବୋଚ୍ଚ ବିଡ୍‌ ୧,୫୭୫ ଟଙ୍କା ଥିଲା। ଏଥିଯୋଗୁ ସରକାର ୨୭ ଲକ୍ଷ ୬୫ ହଜାର ୭୦୮ ଟଙ୍କା କ୍ଷତିରେ ପଡ଼ିଥିଲେ। ଏହାବାଦ୍‌ ଜିଲାର ରାହାଡ଼ପୁର କଳାପଥର ଖାଦାନ ଲିଜ୍‌ ପାଇଁ ୨୦୧୬ରୁ ୨୦୨୧ ପର୍ଯ୍ୟନ୍ତ ୫ ବର୍ଷ ଲାଗି ଟେଣ୍ଡର ଆମନ୍ତ୍ରଣ କରାଯାଇଥିଲା। ଏଥିରେ ୪ ଜଣ ବିଡରଙ୍କ ମଧ୍ୟରୁ ସର୍ବାଧିକ ବିଡର ମୂଳ ବ୍ୟାଙ୍କ ଗ୍ୟାରେଣ୍ଟି ପରିବର୍ତ୍ତେ ତାହାର ଏକ ଫଟୋ କପି ଦାଖଲ କରିଥିଲେ। ଏହି କାରଣରୁ ଉକ୍ତ ବିଡରଙ୍କ ଆବେଦନ ପ୍ରତ୍ୟାଖ୍ୟାନ କରାଯିବା ବଦଳରେ ତହସିଲଦାର ତାଙ୍କ ସପକ୍ଷରେ ଲିଜ୍‌ ଚୂଡାନ୍ତ କରିଥିଲେ। ଏହାପରେ ୨୦୧୭-୧୮ ବର୍ଷ ପାଇଁ ୧.୧୩ କୋଟି ସରକାରୀ ଦେୟ ଜମା କରିବାକୁ ବିଡରଙ୍କୁ ବାରମ୍ବାର ଚିଠି କରାଯାଇଥିଲା। କିନ୍ତୁ ବିଡର ମାତ୍ର ୪୩.୯୭ ଲକ୍ଷ ଟଙ୍କା ଜମା କରି କଳାପଥର ଖନନ କରିଥିଲେ। ଯେହେତୁ ଉପଯୁକ୍ତ ଭାବେ ବ୍ୟାଙ୍କ ଗ୍ୟାରେଣ୍ଟି ଦାଖଲ ହୋଇ ନ ଥିଲା, ତହସିଲଦାର ଧାର୍ଯ୍ୟ ଦେୟ ଜମା କରିବାକୁ ଚାପ ପ୍ରୟୋଗ କରି ନ ପାରିବାରୁ ୬୯.୨୭ ଲକ୍ଷ ଟଙ୍କା ଅନାଦାୟ ରହିଥିଲା। ପରବର୍ତ୍ତୀ ସମୟରେ ସୁଧ ଟଙ୍କାକୁ ମିଶାଇ ୧.୪୯ କୋଟି ଟଙ୍କା ଲିଜ୍‌ଧାରୀ ଜମା କରି ନ ଥିଲେ ବି ତହସିଲଦାର ତାଙ୍କ ବିରୋଧରେ କୌଣସି ପଦକ୍ଷେପ ଗ୍ରହଣ କରି ନ ଥିଲେ। ଏଭଳି ଭାବେ ଏକାଧିକ ଖାଦାନ ଖନନରେ ଅଯୋଗ୍ୟ ବିଡର ଚୟନ ଯୋଗୁ ରାଜ୍ୟ ସରକାର ବହୁ କୋଟି ଟଙ୍କାର ରାଜସ୍ବ ହରାଇଛନ୍ତି ବୋଲି ସିଏଜି ରିପୋର୍ଟରେ ଉଲ୍ଲେଖ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଯନ୍ତ୍ରୀଙ୍କ ‘ଠିକାଦାରୀ’ ରାଜ ବିରୋଧରେ ଜନଗର୍ଜନ: ମହାଘୋଟାଲା ଅଭିଯୋଗ

ଥୁଆମୂଳ ରାମପୁର, ୨୨ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକରେ ବିକାଶ ନାଁରେ ଚାଲିଥିବା ‘ମହାଘୋଟାଲା’କୁ ନେଇ ଜନଅସନ୍ତୋଷ ଏବେ ଆଗ୍ନେୟଗିରିର ରୂପ ଧାରଣ…

ବଲାଙ୍ଗୀରର ପ୍ରସିଦ୍ଧ ଶୀତଳଷଷ୍ଠୀ ଯାତ୍ରା ପାଇଁ ଥାଳଉଠା ନୀତି ସମ୍ପନ୍ନ, ଦେବଦମ୍ପତିଙ୍କ ମାତାପିତା ସ୍ଥିରୀକୃତ

ବଲାଙ୍ଗୀର,୨୨ା୪(ସୁନିଲ କୁମାର ମହାନ୍ତି): ଆସନ୍ତା ୧୮ ଜୁନ୍‌ରୁ ୨୦ ଜୁନ୍‌ ପର୍ଯ୍ୟନ୍ତ ହେବ ଦେବଦମ୍ପତିଙ୍କ ଶୁଭ ବିବାହ ଓ ଶୀତଳଷଷ୍ଠୀ ଯାତ୍ରା। ପବିତ୍ର ଅକ୍ଷୟ ତୃତୀୟା ତିଥିରେ…

ବସ ଚକ ତଳେ ପଶିଗଲେ ବାଇକ ଆରୋହୀ: ଭୟଙ୍କର ଦୁର୍ଘଟଣା ସିସିଟିଭିରେ କଏଦ, ଜାଣନ୍ତୁ କ’ଣ ହେଲା

ବଲାଙ୍ଗୀର,୨୨।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସହର ଭିତରେ ପୁଣି ଦୁର୍ଘଟଣାରେ ଜଣେ ବ୍ୟକ୍ତିଙ୍କ ଜୀବନ ଯାଇଛି। ସହରର ପାଟଣେଶ୍ୱରୀ ମନ୍ଦିର ସମ୍ମୁଖରେ ହୋଇଛି ଏହି ମର୍ମନ୍ତୁଦ ଦୁର୍ଘଟଣା।…

କେସିଙ୍ଗାରୁ ଭୁବନେଶ୍ୱରକୁ ସିଧା ଟ୍ରେନ ଚଳାଚଳ ହେଉ: ୨୦ ଦଫା ଦାବି ନେଇ ରେଳମନ୍ତ୍ରୀଙ୍କୁ ସାକ୍ଷାତ କଲେ କଳାହାଣ୍ଡି ଏମପି

କେସିଙ୍ଗା,୨୨।୪(ତୁମେଶ୍ୱର ସାହୁ): କଳାହାଣ୍ଡି ଏମପି ମାଳବିକା ଦେବୀ ବିଭିନ୍ନ ୨୦ ଦଫା ଦାବି ନେଇ ରେଳମନ୍ତ୍ରୀ ଅଶ୍ୱନି ବୈଷ୍ଣବଙ୍କୁ ଦିଲ୍ଲୀସ୍ଥିତ ବାସଭବନରେ ବୁଧବାର ସାକ୍ଷାତ କରିଛନ୍ତି। ପ୍ରଥମେ…

ରାସ୍ତାକଡରେ ଗଛକୁ ଧକ୍କା ଦେଲା ବାଇକ, ରାତିସାରା ଘଟଣାସ୍ଥଳରେ ପଡ଼ିରହିଥିଲେ, ସକାଳୁ…

ଦିଗପହଣ୍ଡି,୨୨।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଅନନ୍ତେଇ ଗ୍ରାମ ପୋଖରୀ ନିକଟ ମୁଖ୍ୟରାସ୍ତା କଡ଼ରେ ଥିବା ଗଛକୁ ଏକ ବାଇକ ଧକ୍କା ଦେବାରୁ ଘଟଣାସ୍ଥଳରେ…

ହର୍ମୁଜ ପ୍ରଣାଳୀ ଖୋଲିବା ପାଇଁ ଏକାଠି ହେବେ ୩୦ ଦେଶ, ଲଣ୍ଡନରେ ବସିବ ବୈଠକ, ଜାଣନ୍ତୁ ଭାରତ ସାମିଲ ହେବ କି ନାହିଁ…

ଲଣ୍ଡନ,୨୨ା୪: ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ସମୁଦ୍ର ପଥ ହର୍ମୁଜ ପ୍ରଣାଳୀକୁ ନେଇ ଆମେରିକା ଏବଂ ଇରାନ ମଧ୍ୟରେ ପ୍ରବଳ ଉତ୍ତେଜନା ଲାଗି ରହିଛି। ଆମେରିକାର ନୌସେନା ଅବରୋଧ…

ପୁଣି ବିହାରରେ ହେବକି ଖେଳ? ତେଜ ପ୍ରତାପ ଯାଦବ-ପ୍ରଶାନ୍ତ କିଶୋରଙ୍କ ଗୁପ୍ତ ବୈଠକ ପରେ…

ପାଟନା,୨୨ା୪: ଜନଶକ୍ତି ଜନତା ଦଳ ସୁପ୍ରିମୋ ତେଜ ପ୍ରତାପ ଯାଦବ ଏବଂ ଜନ ସୂରଜ ପ୍ରତିଷ୍ଠାତା ପ୍ରଶାନ୍ତ କିଶୋରଙ୍କ ମଧ୍ୟରେ ଏକ ଗୁପ୍ତ ବୈଠକର ଏକ ଭିଡିଓ…

‘ଦୟାକରି ସେମାନଙ୍କର କ୍ଷତି କରନ୍ତୁ ନାହିଁ…’ ୮ ମହିଳାଙ୍କ ମୁକ୍ତି ପାଇଁ ଇରାନକୁ ଟ୍ରମ୍ପଙ୍କ ଅପିଲ

ଓ୍ବାଶିଂଟନ,୨୨ା୪: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନରେ କଥିତ ଭାବରେ ବନ୍ଦୀ ଥିବା ଆଠ ଜଣ ମହିଳାଙ୍କୁ ମୁକ୍ତ କରିବାକୁ ନିବେଦନ କରିଛନ୍ତି । ଟ୍ରମ୍ପ ସୋସିଆଲ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri