ପ୍ରଲୋଭନ କାମ ଦେଲାନି

ଭୁବନେଶ୍ବର,୮ା୧୧(ବ୍ୟୁରୋ):ଧାମନଗର ଉପନିର୍ବାଚନ ଫଳାଫଳ ରାଜ୍ୟରେ ଏକ ନୂତନ ବାତାବରଣ ସୃଷ୍ଟି କରିଛି। ବିଜେଡି ପ୍ରାର୍ଥୀ ଅବନ୍ତୀ ଦାସ ୯୮୮୧ ଖଣ୍ଡ ଭୋଟ୍‌ରେ ହାରିବା ପରେ ଆଶ୍ଚର୍ଯ୍ୟଜନକ ଭାବେ ସେହି ପରାଜୟ ଶାସକ ଦଳ ଭିତରେ ଚାପା ଉଲ୍ଲାସ ସୃଷ୍ଟି କରିଛି। ବିଜେଡିର ଗୋଟିଏ ଗୋଷ୍ଠୀ ଶକ୍ତିଶାଳୀ ହୋଇପଡ଼ିଥିବା ହେତୁ ଦଳର ଟାଣୁଆ ନେତା ଓ କର୍ମୀ ନିଜକୁ ଅସହାୟ ମନେ କରିଆସୁଥିଲେ। ଦଳୀୟ ନେତାଙ୍କୁ ଦୁର୍ବ୍ୟବହାର କରୁଥିବା ଏହି ତଥାକଥିତ ଶକ୍ତିଶାଳୀ ଗୋଷ୍ଠୀ ଏବେ ଲୋକଙ୍କ ଦ୍ୱାରା ଆଦୃତ ନୁହେଁ ବୋଲି ସ୍ପଷ୍ଟ ହୋଇଯାଇଛି। ସେଥିପାଇଁ ନିଜକୁ ଦୁର୍ବଳ ଅନୁଭବ କରୁଥିବା ପୁରୁଖା ନେତାମାନେ ଏବେ ଆଶ୍ୱସ୍ତ ମନେ କରୁଛନ୍ତି ବୋଲି ଖୋଲାଖୋଲି କହୁଛନ୍ତି। ଶାସକ ଦଳର ବହୁ ନେତା ଏହି ଫଳାଫଳକୁ ନେଇ ବେଶ୍‌ ଉତ୍ସାହିତ ଥିବା କଥାକୁ ବର୍ତ୍ତମାନ ବିରୋଧୀ ମଧ୍ୟ ଇଙ୍ଗିତ କରିବା ଆରମ୍ଭ କରିଦେଲେଣି। ଅନ୍ୟପଟେ ପରାଜୟକୁ ନେଇ ସମୀକ୍ଷା ହେବ ବୋଲି ବିଜେଡି ବିଧାୟକ ଦେବୀ ମିଶ୍ର କହିବା ପରେ ଅଣଦେଖା ଅବସ୍ଥାରେ ଥିବା ଦଳୀୟ ନେତାଙ୍କୁ ଏହା ଆହୁରି ସୁହାଇଛି। ଶାସକ ଦଳର କୌଣସି ନେତା ସିଧାସଳଖ ନିଜ ଖୁସିକୁ ଜାହିର କରୁ ନ ଥିଲେ ମଧ୍ୟ ତାଙ୍କ ସମର୍ଥକମାନଙ୍କ ନିକଟରେ ଏହା ବ୍ୟକ୍ତ କରିବାରେ ଲାଗିପଡ଼ିଛନ୍ତି। ଅନ୍ୟପଟେ ଧାମନଗର ଫଳାଫଳ ପ୍ରକାଶ ପାଇବା ପୂର୍ବ ପର୍ଯ୍ୟନ୍ତ ଶାସକ ଦଳର ପ୍ରଦର୍ଶନ ନେଇ ବହୁ ବରିଷ୍ଠ ନେତା ରାଜଧାନୀରେ ରହି ଅଙ୍କକଷିବାରେ ଲାଗିପଡ଼ିଥିଲେ। ଧାମନଗର ପ୍ରଚାର ସମୟରେ ୩ ଯାଜପୁର ନେତାଙ୍କ ମଧ୍ୟରେ ସାଧାରଣରେ ମତାନ୍ତର ଏବଂ କଥା କଟାକଟି ବିଷୟ ନେଇ ଅନେକ ଆଲୋଚନା ଚାଲିଛି।
ସୂଚନାଯୋଗ୍ୟ ଯେ, ୨୦୧୯ ସାଧାରଣ ନିର୍ବାଚନରେ ଧାମନଗର ବିଧାନସଭା ଆସନରୁ ଭାଜପା ପ୍ରାର୍ଥୀ ସ୍ବର୍ଗତ ବିଷ୍ଣୁ ଚରଣ ସେଠୀ ବିଜେଡି ପ୍ରାର୍ଥୀ ରାଜେନ୍ଦ୍ର ଦାସଙ୍କଠାରୁ ୪୬୨୫ ଖଣ୍ଡ ଭୋଟ୍‌ରେ ଜିତିଥିଲେ। ଏହି ନିର୍ବାଚନରେ ବିଷ୍ଣୁ ସେଠୀ ମୋଟ୍‌ ୮୦,୧୧୧ ଖଣ୍ଡ ଭୋଟ୍‌ ପାଇଥିଲେ। ଯାହା ମୋଟ୍‌ ଭୋଟ୍‌ ପ୍ରତିଶତର ୪୭.୪୭% ଅଟେ। ସେହିପରି ରାଜେନ୍ଦ୍ର ଦାସଙ୍କୁ ମୋଟ୍‌ ୭୫,୪୮୬ ଖଣ୍ଡ ଭୋଟ୍‌ ମିଳିଥିଲା। ଏହା ମୋଟ୍‌ ଭୋଟ୍‌ ପ୍ରତିଶତର ୪୫.୬୭ ପ୍ରତିଶତ। ସେହିପରି କଂଗ୍ରେସ ଏହି ଆସନରୁ ବିଦ୍ୟାଧର ଜେନାଙ୍କୁ ପ୍ରାର୍ଥୀ କରିଥିବା ବେଳେ ତାଙ୍କୁ ମୋଟ୍‌ ୭,୩୦୩ ଖଣ୍ଡ ଭୋଟ୍‌ ମିଳିଥିଲା, ଯାହା ମୋଟ୍‌ ଭୋଟ୍‌ ପ୍ରତିଶତର ୪.୪୨ % ହେବ।
ବିଷ୍ଣୁ ସେଠୀଙ୍କ ବିୟୋଗ ପରେ ଗତ ନଭେମ୍ବର ୩ ତାରିଖରେ ଧାମନଗରରେ ଉପନିର୍ବାଚନ ଅନୁଷ୍ଠିତ ହୋଇଥିବା ବେଳେ ରବିବାର ଏହାର ଫଳାଫଳ ପ୍ରକାଶ ପାଇଛି। ଏହି ଆସନରୁ ଭାଜପାର ବିଷ୍ଣୁଙ୍କ ପୁଅ ସୂର୍ଯ୍ୟବଂଶୀ ସୁରଜଙ୍କୁ ପ୍ରାର୍ଥୀ କରାଯାଇଥିବା ବେଳେ ବିଜେଡି ଅବନ୍ତୀ ଦାସଙ୍କୁ ପ୍ରାର୍ଥୀ କରିଥିଲା। ବିଜେଡି ଟିକେଟରୁ ବଞ୍ଚିତ ହେବା ପରେ ରାଜେନ୍ଦ୍ର ଦାସ ସ୍ବାଧୀନ ପ୍ରାର୍ଥୀ ଭାବେ ଉପନିର୍ବାଚନ ଲଢ଼ିଥିଲେ। କଂଗ୍ରେସ ଏହି ଆସନରୁ ବାବା ହରେକୃଷ୍ଣ ସେଠୀଙ୍କୁ ପ୍ରାର୍ଥୀ କରିଥିଲା।
ପ୍ରଲୋଭନ କାମ…
ଏହି ଉପନିର୍ବାଚନ ଫଳାଫଳ ରବିବାର ପ୍ରକାଶ ପାଇଥିବା ବେଳେ ବିଜେଡି ପ୍ରାର୍ଥୀ ଅବନ୍ତୀ ଦାସଙ୍କଠାରୁ ଭାଜପା ପ୍ରାର୍ଥୀ ସୂର୍ଯ୍ୟବଂଶୀ ୯୮୮୧ ଖଣ୍ଡ ଭୋଟ୍‌ ବ୍ୟବଧାନରେ ବିଜୟୀ ହୋଇଛନ୍ତି। ଏହି ଉପନିର୍ବାଚନରେ ମୋଟ୍‌ ୧,୬୩,୬୮୨ ଖଣ୍ଡ ଭୋଟିଂ ହୋଇଥିଲା। ସେଥିରୁ ସୂର୍ଯ୍ୟବଂଶୀଙ୍କୁ ମୋଟ୍‌ ୮୦,୩୫୧ ଖଣ୍ଡ ଭୋଟ୍‌ ମିଳିଛି। ଏହା ମୋଟ୍‌ ଭୋଟ୍‌ ପ୍ରତିଶତର ୪୯.୦୯%। ଅବନ୍ତୀଙ୍କୁ ୭୦,୪୭୦ ଭୋଟ୍‌ ମିଳିଥିବା ବେଳେ ଏହା ମୋଟ୍‌ ଭୋଟ ପ୍ରତିଶତର ୪୩.୦୫ ପ୍ରତିଶତ। ସେହିପରି ବିଜେଡି ବିଦ୍ରୋହୀ ପ୍ରାର୍ଥୀ ରାଜେନ୍ଦ୍ରଙ୍କୁ ୮,୧୫୩ ଖଣ୍ଡ ଭୋଟ୍‌ ମିଳିଛି। କଂଗ୍ରେସ ପ୍ରାର୍ଥୀ ବାବା ହରେକୃଷ୍ଣଙ୍କୁ ୩,୫୬୧ ଖଣ୍ଡ ଭୋଟ୍‌ ମିଳିଛି। ଏହାସହ ନୋଟାରେ ୬୫୦ ଖଣ୍ଡ ଭୋଟ୍‌ ପଡ଼ିଛି। ରାଜେନ୍ଦ୍ର ୪.୯୮ ପ୍ରତିଶତ ଭୋଟ୍‌ ରଖିବାରେ ସକ୍ଷମ ହୋଇଛନ୍ତି। ତେବେ ଗତ ୨୦୧୯ ସାଧାରଣ ନିର୍ବାଚନ ତୁଳନାରେ ଭାଜପାର ଭୋଟ୍‌ ୧.୬୨ ପ୍ରତିଶତ ବଢ଼ିଥିବା ବେଳେ ବିଜେଡିର ୨.୬୨ ପ୍ରତିଶତ କମିଛି।
ନିର୍ବାଚନର ଏଭଳି ଫଳାଫଳ ଆସିବା ପରେ ରାଜନୈତିକ ମହଲରେ ଆଲୋଚନା ଯେ, କେବଳ ଟଙ୍କାରେ ନିର୍ବାଚନ ଜିତି ହେବନାହିଁ। ସେଥିପାଇଁ ଉପଯୁକ୍ତ ରାଜନୈତିକ କଳ ଦରକାର। ଯିଏ କି ଅର୍ଥର ପ୍ରଭାବ ଭୋଟରଙ୍କ ପାଖରେ ପହଞ୍ଚାଇପାରିବ। ସେଥିରେ ବିଜେଡି ଏଥର ବିଫଳ ହୋଇଛି। କାରଣ ଧାମନଗରରେ ଆଲୋଚନା, ସମ୍ପୃକ୍ତ ତଥାକଥିତ ଶକ୍ତିଶାଳୀ ନେତାମାନେ ସେହି ଟଙ୍କା ଖର୍ଚ୍ଚ କରିବା ବଦଳରେ ହଡପ କରିଛନ୍ତି। ସେମାନଙ୍କର ଦଳୀୟ କର୍ମୀଙ୍କ ସହ କୌଣସି ସମ୍ପର୍କ ନାହିଁ। ଏଥିସହିତ ପୂର୍ବରୁ ଯେଉଁ ହିସାବ କରାଯାଉଥିଲା କି ସରକାରୀ ଅଧିକାରୀଙ୍କ ମାଧ୍ୟମରେ ଅର୍ଥ ପହଞ୍ଚିଯିବ, ତାହା ଠିକ୍‌ ଭାବେ ହୋଇପାରିଲା ନାହିଁ। ଧାମନଗର ଫଳାଫଳ ନବୀନଙ୍କ କାର୍ଯ୍ୟ ବିରୋଧରେ ଯେତିକି ଯାଇନାହିଁ, ତାଠାରୁ ଅଧିକ ଯାଜପୁର ଶକ୍ତିଶାଳୀ ଗୋଷ୍ଠୀର ହାମ୍‌ବଡା ନୀତି ଯୋଗୁ ଏହି ବିଫଳତା ବିଜେଡିକୁ ଭୋଗିବାକୁ ପଡ଼ିଲା ବୋଲି ସ୍ଥାନୀୟ କର୍ମୀ କହୁଛନ୍ତି। ଏଥିସହିତ ଏହା ମଧ୍ୟ ଆଲୋଚନା ହେଉଛି, ୨୦୨୪ ପାଇଁ ଏହି ବଳବାନ ଗୋଷ୍ଠୀ ପ୍ରସ୍ତୁତ କରୁଥିବା ବିକଳ୍ପ ପ୍ରାର୍ଥୀ ତାଲିକାର ପ୍ରଥମ ବିପର୍ଯ୍ୟୟ ଧାମନଗରରେ ଦେଖିବାକୁ ମିଳିଲା। ସେଥିପାଇଁ ଯେଉଁଠାରେ ବିକଳ୍ପ ପ୍ରାର୍ଥୀ ଦିଆଯିବ ସେଠାରେ ନୂତନ ରାଜେନ୍ଦ୍ର ଦାସ ଜନ୍ମ ନେବେ ବୋଲି କୁହାକୁହି ହେଉଛନ୍ତି। ସେହିପରି ଏସ୍‌ଏଚ୍‌ଜି ମହିଳାଙ୍କୁ ଧରି ବିଜେଡି ସବୁଠି ଗଡ଼ ଜିତିଯିବ ବୋଲି ଯାହା ଭାବୁଥିଲା ସେକଥା ମଧ୍ୟ କାମ ଦେଲାନି। କାରଣ ଏସ୍‌ଏଚଜି ମହିଳାମାନେ ମଧ୍ୟ ଉପନିର୍ବାଚନରେ ବିଜେଡିକୁ ସମର୍ଥନ ଦେଲେନାହିଁ। ଅର୍ଥାତ୍‌ ୨୦୨୪ରେ ଏସ୍‌ଏଚ୍‌ଜିମାନଙ୍କ ଭରସାରେ ବିଜେଡି ନିର୍ବାଚନ ଲଢ଼ିବାକୁ ଡରିପାରେ। ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଉଭୟ ସରକାରୀ ଓ ବେସରକାରୀ ଭାବେ ଧାମନଗର ଏସ୍‌ଏଚ୍‌ଜିଙ୍କୁ ନିର୍ବାଚନ ପୂର୍ବରୁ ବିପୁଳ ଅର୍ଥ ଯୋଗାଇ ଦିଆଯାଇଥିବା ବେଳେ ତାହାସବୁ ପାଣିରେ ପଡ଼ିଲା।
ଧାମନଗର ଦାୟିତ୍ୱରେ ଥିବା ଯାଜପୁରର ଜଣେ ନେତ୍ରୀ ନିଜ ନାମ ଗୋପନ ରଖି କହିଛନ୍ତି, ପୂର୍ବତନ ବିଧାୟକ ରାଜେନ୍ଦ୍ର ଦାସଙ୍କୁ ଦଳ ସେଠାରେ ପ୍ରାର୍ଥୀ ନ କରିବା ପ୍ରଥମ ଭୁଲ୍‌ ଥିଲା। ପ୍ରାର୍ଥୀ ଚୟନରେ ଦଳ ପୂର୍ବରୁ କେବେହେଲେ ଏଭଳି ଭୁଲ୍‌ କରି ନ ଥିଲା। ରାଜେନ୍ଦ୍ରଙ୍କ ସପକ୍ଷରେ ଅଧିକ ସମର୍ଥନ ଥିବା ସତ୍ତ୍ୱେ ଏହାକୁ ଅଣଦେଖା କରାଗଲା, ଯାହାଫଳରେ ରାଜେନ୍ଦ୍ରଙ୍କ ଭୋଟ୍‌କୁ ଶେଷ ପର୍ଯ୍ୟନ୍ତ ବି ଶାସକ ଦଳ ନିଜ ସପକ୍ଷରେ ନେଇପାରିଲା ନାହିଁ। ରାଜେନ୍ଦ୍ରଙ୍କୁ ଟିକେଟ ନ ମିଳିବାରୁ ବିଜେଡି ବିରୋଧୀ ହାଓ୍ବା କର୍ମୀ ମହଲରେ ରହିଲା। ସେହିପରି ଯାଜପୁର ଜିଲା ନେତାଙ୍କ ଅତ୍ୟଧିକ ମାମଲତି ଲୋକଙ୍କ ଭିତରେ ଭେଦଭାବ ସୃଷ୍ଟି ହେଲା। ପ୍ରଥମରୁ ହିଁ ଯାଜପୁର ନେତାଙ୍କୁ ନେଇ ଆରମ୍ଭ ହୋଇଥିବା ଭେଦଭାବ ଶେଷ ଯାଏ ଚାଲିଲା। ବରିଷ୍ଠ ନେତାଙ୍କୁ ନିର୍ବାଚନ ପରିଚାଳନା ଦାୟିତ୍ୱ ଦେବା ପରିବର୍ତ୍ତେ ଅନଭିଜ୍ଞ ବ୍ୟକ୍ତିଙ୍କୁ ଆଗକୁ ଛାଡ଼ିବା ମହଙ୍ଗା ସାବ୍ୟସ୍ତ ହେଲା। ମାତ୍ରାଧିକ ଟଙ୍କା ଉପନିର୍ବାଚନରେ ଖର୍ଚ୍ଚ ହେବା କଥା ବିଗତ ଦିନରୁ ଆଲୋଚନା ହେବା କାରଣରୁ ବିଜେଡିର ଆଗଧାଡ଼ିର କର୍ମୀମାନେ ମଧ୍ୟ ଏହାର ଫାଇଦା ଉଠାଇଲେ।
ଅନ୍ୟପଟେ ଭାଜପା ନେତା ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି, ଧାମନଗର ଭଳି ରାଜ୍ୟର ୧୪୭ ନିର୍ବାଚନମଣ୍ଡଳୀରେ ରାଜେନ୍ଦ୍ର ଦାସ ବାହାରିବେ ଏବଂ ବିଜେଡି ସେହିସବୁ ସ୍ଥାନରେ ସମାନ ସ୍ଥିତି ଭୋଗିବ। କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର କହିଛନ୍ତି, ବିଜେଡିର ପରାଜୟ ଯୋଗୁ ଶାସକ ଦଳ ଭିତରେ ଫାଟ ସୃଷ୍ଟି ହୋଇସାରିଥିବା ରାଜ୍ୟକୁ ଏକ ସନ୍ଦେଶ ଗଲା। ଧାମନଗର ପରେ ଆସନ୍ତା ଡିସେମ୍ବର ୫ ତାରିଖରେ ବରଗଡ଼ ଜିଲାର ପଦ୍ମପୁର ବିଧାନସଭା ଆସନରେ ଉପନିର୍ବାଚନ ହେବ। ଏବେ ଧାମନଗରରେ ବିଜେଡି ହାରିବା ପରେ ପଦ୍ମପୁର ଫଳାଫଳ ଉପରେ ସମସ୍ତଙ୍କ ନଜର ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

୧୫ ଦିନରେ ଦଳବଦଳ: ଭାଜପାରେ ମିଶିଥିବା କର୍ମୀ ବିଜେଡିକୁ ଫେରିଲେ

ବିଞ୍ଝାରପୁର,୨୪ା୪(ରାମକୃଷ୍ଣ ଦାସ):ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ବିଞ୍ଝାରପୁରରେ ଏଥର ୩ ପ୍ରମୁଖ ରାଜନୈତିକ ଦଳ ନିଜର ରଣନୀତି ସୁଦୃଢ଼ କରୁଛନ୍ତି। ବିଞ୍ଝାରପୁର ନିର୍ବାଚନମଣ୍ଡଳୀ ଭାଜପା ପ୍ରାର୍ଥୀ...

ବର୍ଷାଙ୍କୁ ଜିତାଇବାକୁ ପ୍ରଣବଙ୍କ ନିବେଦନ

ଚଣ୍ଡିଖୋଲ/ବଡ଼ଚଣା,୨୪ା୪(ପ୍ରଦୀପ୍ତ କୁମାର ପୃଷ୍ଟି/ଦିଲୀପ କୁମାର ମହାନ୍ତି):ଯାଜପୁର ଜିଲା ବଡ଼ଚଣା ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ବିଜେଡି ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କୁ ପ୍ରାର୍ଥୀ କରିଛି। ରାଜନୀତି କ୍ଷେତ୍ରରେ ସମ୍ପୂର୍ଣ୍ଣ...

ରାଜ୍ୟରେ ଆଣ୍ଟି ଟିବି ଔଷଧ ଅଭାବ

ଭୁବନେଶ୍ୱର, ୨୪।୪(ଅସମାପିକା ସାହୁ): ଜାତୀୟ ଯକ୍ଷ୍ମା ବିଲୋପ କାର୍ଯ୍ୟକ୍ରମ(ଏନ୍‌ଟିଇପି) ହେଉଛି ଏକ ଫ୍ଲାଗ୍‌ଶିପ କାର୍ଯ୍ୟକ୍ରମ। ଏଥିରେ ଯକ୍ଷ୍ମା ବା ଟିବି ରୋଗର ଶୀଘ୍ର ଚିହ୍ନଟ, ଚିକିତ୍ସା...

ପଦପଦବୀ ଅପେକ୍ଷା ସମ୍ମାନ, ବିଶ୍ୱାସ ବଡ଼

ଖୋର୍ଦ୍ଧା,୨୪ା୪(ପ୍ରଭାତ ପାଣିଗ୍ରାହୀ): ପାଖେଇ ଆସୁଛି ସାଧାରଣ ନିର୍ବାଚନ। ଭୁବନେଶ୍ୱର ଲୋକ ସଭା ଆସନ ପାଇଁ ବିଜେଡି ମନ୍ମଥ ରାଉତରାୟ, ଭାଜପା ଅପରାଜିତା ଷଡ଼ଙ୍ଗୀ ଏବଂ କଂଗ୍ରେସ...

ବିଜେଡିର ୩୪ ମହିଳା ପ୍ରାର୍ଥୀଙ୍କ ମଧ୍ୟରୁ ୧୨ ବିଧାୟକଙ୍କ ସ୍ତ୍ରୀ

ଭୁବନେଶ୍ୱର,୨୪ା୪(ଅନିଲ ଦାସ):ବିଜୁ ଜନତା ଦଳ ସପ୍ତମ ପର୍ଯ୍ୟାୟ ସୁଦ୍ଧା ୧୪୧ ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି। ସେମାନଙ୍କ ମଧ୍ୟରେ ୩୪ ଜଣ ମହିଳାଙ୍କୁ ଦଳ...

ମିଶନ ଶକ୍ତିକୁ ବନ୍ଦ ପାଇଁ ଷଡ଼ଯନ୍ତ୍ର କରୁଛନ୍ତି ଧର୍ମେନ୍ଦ୍ର: ବିଜେଡି

ଭୁବନେଶ୍ୱର,୨୪ା୪(ଅନିଲ ଦାସ): ରାଜ୍ୟର ୭୦ ଲକ୍ଷ ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ଓ ୬ ଲକ୍ଷ ମିଶନ ଶକ୍ତି ଏସ୍‌ଏଚ୍‌ଜି ସାରା ଓଡ଼ିଶାର ଅନେକ ଲକ୍ଷ...

ଏପର୍ଯ୍ୟନ୍ତ ସମସ୍ତ ଆସନରେ ପ୍ରାର୍ଥୀ ଘୋଷଣା କରିପାରୁନାହାନ୍ତି ରାଜ୍ୟର ୩ ପ୍ରମୁଖ ଦଳ:ଜାଣନ୍ତୁ କାହାର କେତେ ଆସନ ବାକି ଅଛି

ଭୁବନେଶ୍ୱର,୨୪।୪(ସୁନିତ୍‌ ମିଶ୍ର):ରାଜ୍ୟରେ ହେବାକୁ ଥିବା ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଲାଗି ବୁଧବାର ପ୍ରାର୍ଥତ୍ପତ୍ର ଦାଖଲର ଶେଷ ଦିନ ରହିଛି। ହେଲେ ଏପର୍ଯ୍ୟନ୍ତ ରାଜ୍ୟର ୩ ପ୍ରମୁଖ...

ରାସେଶ୍ୱରୀଙ୍କ ଇସ୍ତଫା ନେଇ ବିଜେଡିକୁ ଝଟକା ଚର୍ଚ୍ଚା

ସମ୍ବଲପୁର,୨୪ା୪(ପ୍ରମୋଦ ବହିଦାର):ସମ୍ବଲପୁରର ପୂର୍ବତନ ବିଧାୟିକା ଡା. ରାସେଶ୍ୱରୀ ପାଣିଗ୍ରାହୀ ମଙ୍ଗଳବାର ବିଜେଡିର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି। ସମ୍ବଲପୁର ବିଧାନ ସଭା ଓ ଲୋକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri