Posted inଖେଳ

ବାପା ଅଟୋ ଡ୍ରାଇଭର, ଆଇପିଏଲ୍‌ ନିଲାମ ପରେ କୋଟିପତି ହେଲେ ପୁଅ; ତଥାପି ଆଖିରେ ଲୁହ

ନୂଆଦିଲ୍ଲୀ,୧୯।୨: ଆଇପିଏଲ୍‌ ନିଲାମର କିଛି ମିନିଟ ମଧ୍ୟରେ କୋଟିପତି ହୋଇଥିଲେ ଚେତନ ସାକାରିୟା। ତାଙ୍କର ବେସ୍‌ ପ୍ରାଇସ୍‌ ୨୦ ଲକ୍ଷ ଟଙ୍କା ଥିବା ବେଳେ ରାଜସ୍ଥାନ ରୟାଲ୍ସ ଟିମ୍‌ ତାଙ୍କୁ ୧.୨୦ କୋଟି ଟଙ୍କାରେ କ୍ରୟ କରିଥିଲା। ଭାବନଗର ଜିଲାର ଏକ ସାଧାରଣ ପରିବାରରୁ ଆସିଥିବା ଚେତନଙ୍କ ପାଇଁ ଏହା ବେଶ ଉତ୍ସାହର କ୍ଷଣ ଥିଲା। ହେଲେ ସେ ପ୍ରତିକ୍ରିୟା ଦେଇ ଦୁଃଖି ଥିବା କହିଛନ୍ତି।

ଚେତନ କହିଛନ୍ତି, ଗତ ମାସରେ ସାନ ଭାଇ ରାହୁଲ ଆତ୍ମହତ୍ୟା କରିନେଇଥିଲେ। ସେତେବେଳେ ମୁଁ ଘରେ ନ ଥିଲି। ସୟଦ ମୁସ୍ତାକ ଅଲୀ ଟ୍ରଫିର ମ୍ୟାଚ୍‌ ଖେଳିବାକୁ ଯାଇଥିଲି। ଘରକୁ ଆସିବା ପର୍ଯ୍ୟନ୍ତ ମୋତେ ସେ ବିଷୟରେ କେହି କହି ନ ଥିଲେ। ଏପରିକି ତାଙ୍କ ବିଷୟରେ ପଚାରିଲେ ସେ ବାହାରକୁ ଯାଇଥିବା କହୁଥିଲେ। ପରେ ସତ ଜାଣିବା ପରେ ତାଙ୍କୁ ଧକ୍କା ଲାଗିଛି। ଜୀବନରେ ଏକ ଖାଲିପଣ ସୃଷ୍ଟି ହୋଇଛି। ଆଇପିଏଲ୍‌ରେ ୧.୨ କୋଟି ଟଙ୍କା ମିଳିବ ବୋଲି ଆଶା କରି ନ ଥିଲି। ଏଥିରେ ଜୀବନରେ ପରିବର୍ତ୍ତନ ନିଶ୍ଚୟ ଆସିବ। ହେଲେ ଏହି ଖୁସି ଭାଇଙ୍କ ବିନା ଅସମ୍ପୂର୍ଣ୍ଣ ଲାଗୁଛି। ସେ ଥିଲେ ବହୁତ ଖୁସି ହୋଇଥାନ୍ତେ ସେ କହିଛନ୍ତି।

ତେବେ ଚେତନଙ୍କ ଜୀବନ ସେତେଟା ସହଜ ନ ଥିଲା। ଗୁଜରାଟ ସ୍ଥିତ ଭାବନଗରରୁ ୧୦ କିମି ଦୂରରେ ଥିବା ବର୍ତେଜ ସହରରେ ଅଟୋ ଚଳାଇ ପରିବାର ଚଳାଉଥିଲେ ଚେତନଙ୍କ ବାପା। ୫ ବର୍ଷ ପୂର୍ବେ ତାଙ୍କ ଘରେ ଗୋଟିଏ ଟିଭି ନ ଥିଲା। ସେ ମ୍ୟାଚ୍‌ ଦେଖିବାକୁ ବନ୍ଧୁଙ୍କ ଘରକୁ ଯାଉଥିଲେ ନଚେତ ଟିଭି ଶୋ’ରୁମ୍‌ ବାହାରେ ଛିଡ଼ା ହେଉଥିଲେ।

ଅଷ୍ଟ୍ରେଲିୟ କିମ୍ବଦନ୍ତୀ ଗ୍ଲେନ ମ୍ୟାକ୍‌ଗ୍ରାଙ୍କ ଅଧିନରେ ସେ ଏମ୍‌ଆର୍‌ଏଫ୍‌ ପେସ୍‌ ଏକାଡେମୀରେ ଟ୍ରେନିଂ ନେଇଛନ୍ତି। ଏହାଛଡ଼ା ୟୁଏଇରେ ଖେଳାଯାଇଥିବା ଆଇପିଏଲ୍‌ ୨୦୨୦ରେ ସେ ନେଟ୍‌ ବୋଲର୍‌ ଭାବେ ଆର୍‌ସିବି ସହ ଜଡ଼ିତ ହୋଇଥିଲେ। ଏଣୁ ନିଲାମରେ ଆର୍‌ସିବି ତାଙ୍କୁ କିଣିବାକୁ ଇଚ୍ଛା ରଖିଥିଲା। ହେଲେ ରାଜସ୍ଥାନ ରୟାଲ୍ସ ତାଙ୍କୁ କିଣିବାରେ ସଫଳ ହୋଇଛି।

ଆଇପିଏଲ ଲାଗି ଚୟନ ହେବା ପରେ ସାକାରିୟାଙ୍କ ଘରେ ଅତିଥିଙ୍କ ଭିଡ ଲାଗି ରହିଥିବା ବେଳେ ଗୋଟିଏ ପରେ ଗୋଟିଏ ଫୋନ୍‌ କଲ୍‌ ତାଙ୍କୁ ଆସୁଛି। ଏକଦା ପୁଅ ସରକାରୀ ଚାକିରି କରୁ ବୋଲି ଚାହୁଁଥିବା ବାପା ମଧ୍ୟ ଖୁସି ଥିବା ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମହାନଦୀରୁ ମୃତଦେହ ଉଦ୍ଧାର ଘଟଣା: ମିଳିଲା ଜଣଙ୍କର ପରିଚୟ, ଅନ୍ୟଜଣଙ୍କ ଅନ୍ତିମ ସଂସ୍କାର କଲା ପୋଲିସ

ଅମରପାଲି,୨୭।୯(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ଉପଖଣ୍ଡ ଅନ୍ତର୍ଗତ ସୁବଳୟା ମହାନଦୀ ଫେରିଘାଟ ନିକଟରୁ ମଙ୍ଗଳବାର ଉଦ୍ଧାର ହୋଇଥିବା ୨ ଅଜଣା ମୃତଦେହ ମଧ୍ୟରୁ ଜଣଙ୍କର ପରିଚୟ…

ଗୁଣିଗାରେଡ଼ି ସନ୍ଦେହରେ ମୋହନାରେ ବିଭତ୍ସ ହତ୍ୟାକାଣ୍ଡ: ପାହାଡ଼ ଉପରେ କୁଡ଼ିଆରେ ହାଣି ପୋଡ଼ିଦେଲେ!

ମୋହନା,୨୭।୯( ମନ୍ମଥ ମିଶ୍ର ): ଗୁଣିଗାରେଡ଼ି ସନ୍ଦେହରେ ଗାଁଠାରୁ ଅଢ଼େଇ କିଲୋମିଟର ଦୂର ପାହାଡ଼ ଉପରେ କୁଡ଼ିଆ ଘରେ ରହୁଥିବା ଜଣେ ବ୍ୟକ୍ତିଙ୍କୁ ଧାରୁଆ ଅସ୍ତ୍ରରେ ହତ୍ୟା…

ଚିଖିଲିକୁ ପଶିଲା ଜଳଭଣ୍ଡାରର ବନ୍ୟା ପାଣି, ଶହ ଶହ ଏକର ଚାଷଜମି ଜଳମଗ୍ନ

ବରଗଡ଼,୨୭।୯(ପ୍ରେମାନନ୍ଦ ଖମାରୀ): ଛତିଶଗଡ଼ ରାଜ୍ୟର ବିଭିନ୍ନ ଅଞ୍ଚଳରେ ଲଗାଣ ବର୍ଷା ହୋଇଛି। ଏହାର ପ୍ରଭାବ ସୀମାବର୍ତ୍ତୀ ବରଗଡ଼ ଜିଲାର ଅମ୍ବାଭୋନା ବ୍ଲକ ଅଞ୍ଚଳରେ ଦେଖିବାକୁ ମିଳିଛି। ଉପରମୁଣ୍ଡରେ…

ପିକ୍‌ଅପ୍‌ ଧକ୍କାରେ ଶିଶୁ ମୃତ୍ୟୁ ଘଟଣା: ସହାୟତା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ପୁରୁଷୋତ୍ତମପୁର,୨୭।୯(ସବିତା ମିଶ୍ର): ଏକ ପିକ୍‌ଅପ୍‌ ଭ୍ୟାନ୍‌ ଧକ୍କାରେ ୪ ବର୍ଷର ଶିଶୁର ମୃତ୍ୟୁ ଘଟିଥିଲା। ଏନେଇ ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ସହରରେ ରବିବାର ସନ୍ଧ୍ୟାରେ ଉତ୍ତେଜନା ପରିସ୍ଥିତି…

ବିରାଟ-ଗିଲ୍‌ଙ୍କ ଶତକରେ ଭାରତର ବଡ଼ ବିଜୟ, ୮ ୱିକେଟ୍‌ରେ ହାରିଲା ୱେଷ୍ଟଇଣ୍ଡିଜ

ତିରୁଭାନନ୍ତପୁରମ,୨୭।୯: ୱେଷ୍ଟଇଣ୍ଡିଜ ବିପକ୍ଷ ପ୍ରଥମ ODIରେ ଭାରତ ୮ ୱିକେଟ୍‌ରେ ବିଜୟୀ ହୋଇଛି । ତିରୁଭାନନ୍ତପୁରମର ଗ୍ରୀନ୍‌ଫିଲ୍ଡ ଇଣ୍ଟରନ୍ୟାସନାଲ ଷ୍ଟାଡିୟମ୍‌ରେ ଖେଳାଯାଇଥିବା ମ୍ୟାଚ୍‌ରେ ୱେଷ୍ଟଇଣ୍ଡିଜ ଭାରତ ସମ୍ମୁଖରେ…

କ୍ୟାଣ୍ଡଲ ଜାଳି ଶିକ୍ଷକ ସୁନୀଲଙ୍କୁ ଶ୍ରଦ୍ଧାଞ୍ଜଳି

ଗଞ୍ଜାମ,୨୭।୯(ଅନାଥ ତରାଇ): ଗଞ୍ଜାମ ସହରର ଜଣାଶୁଣା ଶିକ୍ଷକ ସ୍ବର୍ଗତ ସୁନୀଲ ସାମଲଙ୍କ ଦ୍ୱାଦଶ ଅବସରରେ ରବିବାର କ୍ୟାଣ୍ଡଲ ଯାତ୍ରା ସହ ଏକ ଶୋକସଭା ଅନୁଷ୍ଠିତ ହୋଇଯାଇଛି। ଜୟଶ୍ରୀ…

ସଚିନଙ୍କ ବଡ଼ ରେକର୍ଡ ଭାଙ୍ଗିଲେ ବିରାଟ କୋହଲି, ଦିନିକିଆ କ୍ରିକେଟରେ କଲେ….

ତିରୁଭାନନ୍ତପୁରମ,୨୭।୯: ବିରାଟ କୋହଲି ଦିନିକିଆ କ୍ରିକେଟ୍‌ରେ ଆଉ ଏକ ବଡ଼ କୀର୍ତ୍ତିମାନ ସ୍ଥାପନ କରିଛନ୍ତି। ବିରାଟ କୋହଲି ଦିନିକିଆ ଆନ୍ତର୍ଜାତୀୟ କ୍ରିକେଟରେ ୧୫,୦୦୦ ରନ୍ ପୂରଣ କରିଛନ୍ତି।ଏହା…

ସ୍କୁଟିକୁ ଧକ୍କା ଦେଲା ଟ୍ରକ: ଚାଲିଗଲା ମତ୍ସ୍ୟଜୀବୀଙ୍କ ଜୀବନ, ଉତ୍ତେଜନା

ଛତ୍ରପୁର,୨୭।୯:(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଛତ୍ରପୁର ପୌରପରିଷଦ ଅନ୍ତର୍ଗତ ଡିଆର୍‌ଡିଏ ଛକ ନିକଟ ୧୬ ନମ୍ବର ଜାତୀୟ ରାଜପଥରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?