ଟେଲିଫୋନ୍‌ ଆସିଲାଣି

ଭୁବନେଶ୍ୱର,୧୯।୩(ବ୍ୟୁରୋ): ରାଜଧାନୀ ଭୁବନେଶ୍ୱରରେ ଗତ ୧୬ ତାରିଖରେ ଘର ଜବର ଦଖଲକୁ ନେଇ ଘଟିଥିବା ଗଣ୍ଡଗୋଳ ଘଟଣା ବର୍ତ୍ତମାନ ବିଭିନ୍ନ ସ୍ତରରେ ହଟଚମଟ ଆରମ୍ଭ କରିଦେଲାଣି। ସବୁ ନେତାଙ୍କ ଘରେ ଏବେ ଏଇ ଗୋଟିଏ ଚର୍ଚ୍ଚା। କାରଣ ଘଟଣାରେ ପୂର୍ବତନ ବିଧାୟକ ତଥା ସ୍ବର୍ଗତ ଲଲାଟେନ୍ଦୁ ବିଦ୍ୟାଧର ମହାପାତ୍ର(ଲୁଲୁ)ଙ୍କ ଝିଅ ତଥା ଭାଜପା ନେତ୍ରୀ ଉପାସନା ମହାପାତ୍ର ତାଙ୍କ ସ୍ବାମୀ ଶୁଭ୍ରାଂଶୁ ଶେଖର ବିଶ୍ୱାଳ, ବିଶିଷ୍ଟ ଶିଳ୍ପପତି ତଥା ପୂର୍ବତନ ବିଧାୟକ ଦିଲୀପ ରାୟଙ୍କ ଭିଣୋଇ ବିଜୟ ନାୟକ ଏବଂ ଭଉଣୀ ସଂଯୁକ୍ତା ନାୟକଙ୍କ ସମେତ ମାହାଙ୍ଗାରେ ଭାଜପାରୁ ବିଧାୟକ ପ୍ରାର୍ଥୀ ହୋଇଥିବା ସାରଦା ପ୍ରଧାନ ପ୍ରମୁଖ ସମ୍ପୃକ୍ତ ଥିବା ଅଭିଯୋଗ ହୋଇଛି। ଏମାନେ ସମସ୍ତେ ପ୍ରାୟ ଓଡିଶାର ଜଣାଶୁଣା ଚେହେରା ହୋଇଥିବା ବେଳେ ସେମାନଙ୍କୁ ଏହି ଘଟଣାରୁ ଖସାଇ ଦେବାକୁ ସବୁଆଡୁ ଏବେ ବାରମ୍ବାର ଟେଲିଫୋନ ଆସିବା ଆରମ୍ଭ ହୋଇଗଲାଣି। ନିଜ ନିଜର ସମ୍ପର୍କୀୟଙ୍କୁ ଖସାଇ ଦେବା ଲାଗି ବଡ ବଡ ହସ୍ତୀମାନେ ସିଧାସଳଖ ନିଜକୁ ଏଥିରୁ ନିବୃତ ରଖି ଟେଲିଫୋନର ସହାୟତା ନେଉଛନ୍ତି। ଏହାଦ୍ୱାରା ନେତା, ମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ପ୍ରଶାସନିକ ଅଧିକାରୀଙ୍କୁ ହସ୍ତକ୍ଷେପ କରିବାକୁ ଚାପ ପକାଉଥିବା ଶୁଣିବାକୁ ମିଳୁଛି। ଏହି ଘଟଣାରେ ନିର୍ଦ୍ଦିଷ୍ଟ କୌଣସି ଗୋଷ୍ଠୀ ନୁହେଁ ବରଂ ସବୁ ଦଳର ସମ୍ପୃକ୍ତି ରହିଥିବା ଜଣାପଡିଛି। ଏହାସହ ବିଗତ ଦିନରେ ଚିଟଫଣ୍ଡ ଦୁର୍ନୀତିରେ ବନ୍ଧା ହୋଇଥିବା ଅଭିଯୁକ୍ତଙ୍କ ସମେତ ନିର୍ଦ୍ଦିଷ୍ଟ କେତେଜଣ ଆଇନଜୀବୀଙ୍କ ସମ୍ପୃକ୍ତି ମଧ୍ୟ ରହିଛି।
ଘଟଣା ଏମିତି ଯେ, ବିଜୟ ନାୟକଙ୍କ ନୟାପଲ୍ଲୀ ଅଞ୍ଚଳର ଆଇଆରସି ଭିଲେଜରେ ଥିବା ଘରେ (ପ୍ଲଟ ନମ୍ବର ଏନ ୩/୨୧୧) ପ୍ରଣବ ରାୟ ନାମକ ଜଣେ ବ୍ୟକ୍ତି ଭଡାରେ ରୁହନ୍ତି। ପ୍ରଣବ ରାୟଙ୍କ ସହିତ ମଧ୍ୟ ବିଜେଡରି ଆଗ ଧାଡି ନେତାଙ୍କ ଭଲ ସମ୍ପର୍କ ଅଛି। ତାଙ୍କୁ ଘରୁ ବାହାର କରିବା ପାଇଁ ବିଜୟ, ତାଙ୍କ ସ୍ତ୍ରୀଙ୍କ ସମେତ ଲୁଲୁଙ୍କ ଝିଅ ଓ ଜ୍ୱାଇଁ ସାଙ୍ଗରେ ୪୦ରୁ ଅଧିକ ଯୁବକଙ୍କୁ ଧରି ମଙ୍ଗଳବାର ଅପରାହ୍ନ ୪.୨୦ରେ ନୟାପଲ୍ଲୀରେ ପହଞ୍ଚିଲେ। ମିଳିଥିବା ସୂଚନା ମୁତାବକ ସେମାନେ ଏକ ବିଳାସପୂର୍ଣ୍ଣ ହୋଟେଲରୁ ମଦ୍ୟପାନ କରି ସେଠାରେ ଆସି ପହଞ୍ଚିଥିଲେ। ଆଉ ଏହାପରେ ପ୍ରଣବ ରହୁଥିବା ଘରର ଆସବାବପତ୍ର ଭାଙ୍ଗିବା ସହ ତାଙ୍କୁ ଆକ୍ରମଣ କରିବା ଆରମ୍ଭ କରିଦେଲେ। ଏପରିକି ତାଙ୍କ ଘରେ ବସି ସେମାନେ ମଦ୍ୟପାନ କରିବା ପରେ ସେଠାରୁ ବହୁ ଜିନିଷପତ୍ର ବୋହି ନେଇଥିଲେ। ଏହି ଘଟଣା ଘଟୁଥିବା ବେଳେ ଏକ ପିସିଆର୍‌ ଭ୍ୟାନ ରହି ସବୁ ଦେଖୁଥିଲା। ହେଲେ ଜବରଦଖଲ ଲାଗି ଆସିଥିବା ଯୁବକମାନେ ଏହା ବବି ଦାସ(ବିଧାୟକ ପ୍ରଣବ ପ୍ରକାଶ ଦାସ)ଙ୍କ ଇଙ୍ଗିତରେ ହେଉଛି ବୋଲି ମିଛ ପ୍ରଚାର କରି ବ୍ୟସ୍ତ ହେବା ଦରକାର ନାହିଁ କହୁଥିବା ଉପସ୍ଥିତ ଲୋକମାନେ କହିଛନ୍ତି। ଏହାର କିଛି ସମୟ ପରେ ପୋଲିସ ପହଞ୍ଚିଲା ବେଳକୁ ବଡ଼ବଡ଼ିଆ ଖସି ପଳାଇଥିବା ବେଳେ ସେମାନଙ୍କ ଇଙ୍ଗିତରେ ଆସିଥିବା ୧୭ଜଣ ପୋଲିସ ହାବୁଡରେ ପଡିଯାଇଥିଲେ। ଆଶ୍ଚର୍ଯ୍ୟର କଥା ଗିରଫ ହୋଇଥିବା ୧୭ଙ୍କ ମଧ୍ୟରୁ କଂଗ୍ରେସ ନେତା, ଜଣେ ବିଜେଡି ବିଧାୟକଙ୍କ କିଛି ସମର୍ଥକ ରହିଥିବା ଜଣାପଡିଛି। ଫଳରେ ଘଟଣାକୁ ନେଇ ସବୁଆଡେ ନେତାଙ୍କ ଅକଲ ଗୁଡୁମ ହୋଇଯାଇଛି। ଏଠାରେ ନୂତନ ଭାବେ ପୋଲିସ କମିଶନର ଭାବେ ଦାୟିତ୍ୱ ନେଇଥିବା ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କ ଭୂମିକା ଉପରେ ସମସ୍ତଙ୍କ ନଜର ରହିଛି। କାରଣ ଯେଉଁ ବଡ ବଡିଆଙ୍କ ନାମ ରହିଛି ସେମାନଙ୍କୁ ଏ ପର୍ଯ୍ୟନ୍ତ ପୋଲିସ ଧରୁ ନ ଥିବାରୁ ଏହି ଘଟଣାରେ ପୋଲିସର ସମ୍ପୃକ୍ତି ଉପରେ ସନ୍ଦେହ ସୃଷ୍ଟି ହେଉଛି। ଆଉ କେତେଜଣଙ୍କ କହିବା କଥା ସେହି ବଡ ବଡିଆଙ୍କୁ ଧରିବା ଲାଗି ପୋଲିସ ଚେଷ୍ଟା ମଧ୍ୟ କରି ନାହିଁ। କାରଣ ମିଳିଥିବା ସୂଚନା ମୁତାବକ, ଘଟଣା ଘଟିବାପରେ ଘଟଣାସ୍ଥଳରୁ ଲୁଲୁଙ୍କ ଝିଅ, ଜ୍ୱାଇଁ ସେଠାରୁ ଏକ ଘରୋଇ ହୋଟେଲକୁ ଯାଇଥିଲେ। ସେଠାରୁ କେଇ ଘଣ୍ଟା ପରେ ବାହାରି କୋଲକାତା ଯାଇ ସେଠାରୁ ଦେଶ ବାହାରକୁ ଚାଲିଯାଇଛନ୍ତି। ସେମାନଙ୍କ ସହ ସାରଦା ପ୍ରଧାନ ଥିତ୍ବା ନେଇ କୁହାଯାଉଥିଲେ ମଧ୍ୟ ସେ ଓଡ଼ିଶାରେ ଏକ କାର୍ଯ୍ୟକ୍ରମରେ ଯୋଗଦେଇଥିବା ଦେଖିବାକୁ ମିଳିଛି। ଏକଥା ମଧ୍ୟ ଶାସକ ଦଳର ଟାଣୁଆ ଏବଂ ବରିଷ୍ଠ ନେତା, ମନ୍ତ୍ରୀଙ୍କ ନିକଟରୁ ଶୁଣିବାକୁ ମିଳୁଛି। ହେଲେ ସେମାନେ ଏହା ବିରୋଧରେ ସର୍ବ ସମ୍ମୁଖକୁ ଆସି କହୁନାହାନ୍ତି। ଅନ୍ୟପଟେ ଏ ପର୍ଯ୍ୟନ୍ତ ଘଟଣାର କାର୍ପଟଦାରଙ୍କୁ ନ ଧରି କାହିଁକି ସେମାନଙ୍କ ସହଯୋଗୀ କେବଳ ବନ୍ଧା ହୋଇଛନ୍ତି ବୋଲି ପ୍ରଶ୍ନ ଉଠୁଛି।
ଅନ୍ୟପଟେ ସବୁବେଳେ ଆଇନ ଶୃଙ୍ଖଳା ପରିସ୍ଥିତି କଥା କହି ଶାସକ ଦଳକୁ ଘେରୁଥିବା ଭାଜପା ଓ କଂଗ୍ରେସ ଏହି ଘଟଣାରେ ଏଯାବତ୍‌ ମୁହଁ ଖୋଲିନାହାନ୍ତି। ଏଥିରେ ଭାଜପାର ବହୁ ଆଗ ଧାଡିର ନେତା ସମ୍ପୃକ୍ତ ଥିବା ସତ୍ତ୍ୱେ ଶାସକ ଦଳର କୌଣସି ବିଧାୟକ, ମନ୍ତ୍ରୀ ଏବଂ ନେତା ସିଧାସଳଖ ପାଟି ଖୋଲୁନାହାନ୍ତି। କାହିଁକି ଏହି ଘଟଣାରେ ସବୁ ଦଳ ନୀରବ ଏବଂ ରାଜଧାନୀବାସୀଙ୍କ ସୁରକ୍ଷା ପାଇଁ ରାଜନୈତିକ ଦଳଗୁଡିକ କେତେ ଚିନ୍ତିତ ତାହା ସବୁଆଡେ ଆଲୋଚନା ହେବାରେ ଲାଗିଛି। ବଡ଼ବଡ଼ିଆଙ୍କୁ ଖସାଇବାକୁ ଆସୁଥିବା ଟେଲିଫୋନ ସମସ୍ତଙ୍କୁ ନୀରବ କରିଦେଇଛି ବୋଲି ସାଧାରଣରେ ଚର୍ଚ୍ଚା ହେଉଛି।
ଅନ୍ୟପକ୍ଷରେ ନୟାପଲ୍ଲୀ ଥାନା ଅଧିକାରୀ ଶରତ କୁମାର ସାହୁ କହିଛନ୍ତି, ପୋଲିସ ଉକ୍ତ ମାରପିଟ୍‌ ଘଟଣାରେ ଆଇନ ଅନୁଯାୟୀ ଅଭିଯୁକ୍ତଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଘଟଣାରେ ସଂପୃକ୍ତ ୧୭ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିବା ବେଳେ ଫେରାର ଅନ୍ୟ ଅଭିଯୁକ୍ତଙ୍କୁ ଗିରଫ କରିବା ନେଇ ପୋଲିସର ଚଢାଉ ଜାରି ରହିଛି। ଖୁବଶୀଘ୍ର ଫେରାର ଅଭିଯୁକ୍ତଙ୍କୁ ଗିରଫ କରାଯିବ ବୋଲି ଶରତ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?