Posted inଜାତୀୟ

ବିହାର ଗସ୍ତରେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେସିଆର୍‌…

ପାଟନା, ୩୧।୮ : ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ ଗୁରୁବାର ବିହାରର ରାଜଧାନୀ ପାଟନା ଅଭିମୁଖେ ଯାତ୍ରା ଆରମ୍ଭ କରିଛନ୍ତି। ୨୦୨୦ ମସିହାରେ ଗାଲୱାନ ଉପତ୍ୟକାରେ ସହିଦ ହୋଇଥିବା ୧୯ ଜଣ ଭାରତୀୟ ଯବାନଙ୍କ ପରିବାରକୁ ଆର୍ଥିକ ସହାୟତା ଯୋଗାଇ ଦେବେ। ନିକଟରେ ଏଠାରେ ଅଗ୍ନିକାଣ୍ଡ ଯୋଗୁ ମୃତ୍ୟୁ ଘଟିଥିବା ବିହାରର ୧୨ ଜଣ ଶ୍ରମିକଙ୍କ ପରିବାର ସମସ୍ୟଙ୍କୁ ରାଓ ଆର୍ଥିକ ସହାୟତା ମଧ୍ୟ ପ୍ରଦାନ କରିବେ। ରାଓ ସହିଦ ଯବାନଙ୍କ ପ୍ରତ୍ୟେକ ପରିବାରକୁ ୧୦ ଲକ୍ଷ ଟଙ୍କା ଏବଂ ମୃତ ପ୍ରବାସୀ ଶ୍ରମିକଙ୍କ ପରିବାରଙ୍କୁ ୫ ଲକ୍ଷ ଟଙ୍କାର ଚେକ ପ୍ରଦାନ କରିବେ।

ପାଟନାରେ ପହଞ୍ଚିବା ପରେ ସେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କୁ ଭେଟିବେ। ଦୁଇ ମୁଖ୍ୟମନ୍ତ୍ରୀଙ୍କ ମଧ୍‌ୟରେ ଭବିଷ୍ୟତର ଜାତୀୟ ରାଜନୀତି ବିଷୟରେ ଆଲୋଚନା ହେବ ବୋଲି କୁହାଯାଉଛି। ରାଓଙ୍କ ବିହାର ପ୍ରତିପକ୍ଷ ନୀତୀଶ କୁମାର ଏନଡିଏରୁ ବିଦାୟ ନେଇ ଆରଜେଡି, କଂଗ୍ରେସ, ସିପିଆଇ-ଏମଏଲ (ଏଲ), ସିପିଆଇ, ସିପିଆଇ (ଏମ) ସହିତ ସରକାର ଗଠନ କରିଥିବାରୁ ରାଓଙ୍କ ପ୍ରସ୍ତାବିତ ଗସ୍ତ ଗୁରୁତ୍ୱପୂର୍ଣ୍ଣ।


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀଙ୍କ ବାସଭବନକୁ ମୁହାଁଇଥିଲେ ହଜାର ହଜାର ଲୋକ: ପୋଲିସ-ବିକ୍ଷୋଭକାରୀଙ୍କ ମଧ୍ୟରେ ଘଟିଲା ସଂଘର୍ଷ

ଇମ୍ଫାଲ,୨୫ା୪: ମଣିପୁରରେ ହୋଇଥିବା ହିଂସାକୁ ନେଇ ସ୍ଥିତି ପୁଣି ଜଟିଳ ହେବାରେ ଲାଗିଛି। କୁକି ଏବଂ ନାଗା ସମ୍ପ୍ରଦାୟର ୨ ସଶସ୍ତ୍ର ଗୋଷ୍ଠୀଙ୍କ ମଧ୍ୟରେ ହିଂସା ଘଟି…

ଇରାନ-ଆମେରିକା ଶାନ୍ତି ଆଲୋଚନା ପୁଣି ବିଫଳ: ପ୍ରତିନିଧିଙ୍କ ଇସଲାମାବାଦ ଯାତ୍ରା ବାତିଲ କଲେ ଟ୍ରମ୍ପ, ଫେରିଗଲେ…

ୱାଶିଂଟନ/ଇସଲାମାବାଦ,୨୫।୪: ପାକିସ୍ତାନରେ ହେବାକୁ ଥିବା ବହୁ ପ୍ରତିକ୍ଷିତ ଶାନ୍ତି ଆଲୋଚନା ପୁଣି ଥରେ ବିଫଳ ହୋଇଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିଜର ପ୍ରତିନିଧି ଷ୍ଟିଭ ୱିଟକଫ…

ବୈଭବ ସୂର୍ଯ୍ୟବଂଶୀଙ୍କ ସହ ବଡ଼ ଅଘଟଣ, ଯନ୍ତ୍ରଣାରେ ଛଟପଟ ହୋଇ ମଇଦାନ ବାହାରକୁ ଗଲେ ଷ୍ଟାର ବ୍ୟାଟର୍‌

ନୂଆଦିଲ୍ଲୀ,୨୫।୪: ଆଇପିଏଲ୍‌ରେ ନିଜର ବ୍ୟାଟିଂ ଯାଦୁରେ ସମସ୍ତଙ୍କୁ ଚକିତ କରିଦେଇଥିବା ରାଜସ୍ଥାନ ରୟାଲ୍ସର ଷ୍ଟାର୍‌ ବ୍ୟାଟର ବୈଭବ ସୂର୍ଯ୍ୟବଂଶୀ ଆହତ ହୋଇଛନ୍ତି। ସନରାଇଜର୍ସ ହାଇଦ୍ରାବାଦ ବିପକ୍ଷ ମ୍ୟାଚ୍‌ରେ…

ମୋଦି, ମମତାଙ୍କୁ ଟାର୍ଗେଟ କଲେ ରାହୁଲ, କହିଲେ…

କୋଲକାତା,୨୫ା୪: ପଶ୍ଚିମବଙ୍ଗରେ ଏକ ନିର୍ୱାଚନୀ ସଭାରେ ବିରୋଧୀଦଳ ନେତା ରାହୁଲ ଗାନ୍ଧୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଟାର୍ଗେଟ କରିଛନ୍ତି। ମୋଦି ଏବଂ…

NRI ବି କରିପାରିବେ Aadhaar Card? ଜାଣନ୍ତୁ କ’ଣ କହୁଛି UIDAI ନିୟମ…

ନୂଆଦିଲ୍ଲୀ,୨୫।୪: ଆଜିର ସମୟରେ ବ୍ୟାଙ୍କିଙ୍ଗଠାରୁ ଆରମ୍ଭ କରି ସରକାରୀ ଯୋଜନା ପର୍ଯ୍ୟନ୍ତ ସବୁଥିରେ ଆଧାର କାର୍ଡ ଏକ ଅପରିହାର୍ଯ୍ୟ ଦଲିଲ ପାଲଟିଛି। ଏଭଳି ସ୍ଥିତିରେ ବିଦେଶରେ ରହୁଥିବା…

ଆମେରିକା ସହିତ ଆଲୋଚନା ପୂର୍ବରୁ ହର୍ମୁଜକୁ ନେଇ ଚେତାବନୀ ଦେଲା ଇରାନ, ଆମେ ପୁଣି ପ୍ରତିଶୋଧ ନେବୁ…

ତେହରାନ,୨୫ା୪: ଏକ ଇରାନୀ ପ୍ରତିନିଧି ଦଳ ବର୍ତ୍ତମାନ ପାକିସ୍ତାନରେ ଉପସ୍ଥିତ ଅଛନ୍ତି । ଦେଶର ବୈଦେଶିକ ମନ୍ତ୍ରୀ ନିଜେ ଏହି ଦଳର ନେତୃତ୍ୱ ନେଉଛନ୍ତି । ଆମେରିକା…

ହରଭଜନ ସିଂଙ୍କ ଘର ବାହାରେ ପ୍ରବଳ ହଙ୍ଗାମା, କାନ୍ଥରେ ଦେଶଦ୍ରୋହୀ ଲେଖିଲେ AAP କର୍ମୀ

ନୂଆଦିଲ୍ଲୀ,୨୫ା୪: ଆମ ଆଦମୀ ପାର୍ଟି (ଆପ)ର ଅନେକ ରାଜ୍ୟ ସଭା ଏମପି ଭାଜପାରେ ଯୋଗଦେବା ପରେ ପଞ୍ଜାବରେ ରାଜନୈତିକ ପାଣିପାଗ ଉଷ୍ମ ରହିଛି । ଦଳର କର୍ମୀମାନଙ୍କ…

ପାନୀୟ ଜଳ ପାଇଁ ରାଜରାସ୍ତାକୁ ଓହ୍ଲାଇଲେ ମହିଳା

ପୁରୁଷୋତ୍ତମପୁର,୨୫ା୪(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ବ୍ଲକ ଅନ୍ତର୍ଗତ ଜଗନ୍ନାଥପୁର ଗ୍ରାମରେ ପାନୀୟ ଜଳ ଲାଗି ମହିଳାମାନେ ଶନିବାର ରାଜରାସ୍ତାକୁ ଓହ୍ଲାଇଛନ୍ତି। ପାଣି ଯୋଗାଇଦେବାକୁ ଦାବିକରି ବ୍ରହ୍ମପୁର-ପୁରୁଷୋତ୍ତମପୁର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri