Posted inଜାତୀୟ

ରାଜନୈତିକ ଅସ୍ତ୍ର ଭାବେ ବ୍ୟବହୃତ ହେଉଛି ସିବିଆଇ, ତେଜସ୍ବୀଙ୍କ ସମାଲୋଚନା…

ପାଟନା, ୩୧।୮ : ବିହାର ଉପମୁଖ୍ୟମନ୍ତ୍ରୀ ତେଜସ୍ବୀ ଯାଦବ ଗୁରୁବାର କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରି କହିଛନ୍ତି ଯେ ସିବିଆଇକୁ ଏକ ରାଜନୈତିକ ଅସ୍ତ୍ର ଭାବରେ ବ୍ୟବହାର କରାଯାଉଛି। ସେ ଟୁଇଟ କରି ଲେଖିଛନ୍ତି ଯେ ଏଜେନ୍ସିର ଅଧିକାରୀଙ୍କ ପ୍ରତି ଆମର କୌଣସି ବିରୋଧ ନାହିଁ କି କେବେ ନଥିଲା ମଧ୍ୟ। ଆମେ ଜାଣୁ ଯେ ସେମାନେ କେବଳ ଆଦେଶ ପାଳନ କରୁଛନ୍ତି । କିନ୍ତୁ ଆମେ ରାଜନୈତିକ ଅସ୍ତ୍ର ଭାବରେ ସିବିଆଇର ବ୍ୟବହାରକୁ ବିରୋଧ କରିବୁ। ଆମର ଏକ ନ୍ୟାୟପ୍ରିୟ ସମାଜବାଦୀ ସରକାର ଅଛନ୍ତି। ସରକାର ସମ୍ବିଧାନକୁ ପାଳନ କରନ୍ତି। ଆମ ରାଜ୍ୟରେ ସମସ୍ତେ ସୁରକ୍ଷିତ ଅଛନ୍ତି ।

ଅନ୍ୟ ଏକ ଟୁଇଟରେ ସେ ଲେଖିଛନ୍ତି ଯେ ଗତ ୮ବର୍ଷ ମଧ୍ୟରେ ଅନେକ ବିରୋଧୀଦଳ ନେତାଙ୍କ ବିରୋଧରେ ଏହି ଆଇଟି, ଇଡି ଏବଂ ସିବିଆଇ ମାଧ୍ୟମରେ ଚଢ଼ାଉ କରାଯାଇଛି। ଅନେକ ଅଭିଯୋଗ କରାଯାଇଥିଲା, ପରିଚିତ ମିଡିଆ ମାଧ୍ୟମରେ ଚରିତ୍ର ସଂହାର କରାଯାଇଥିଲା।

କିନ୍ତୁ ସେହି ଦୁର୍ନୀତିଗ୍ରସ୍ତ ବିରୋଧୀ ଦଳର ନେତାମାନେ ଭାଜପାରେ ଯୋଗଦେବା ମାତ୍ରେ ସେମାନଙ୍କୁ ଶୁଦ୍ଧତା ପ୍ରମାଣପତ୍ର ମିଳିଥିଲା। କେହି କେହି ମନ୍ତ୍ରୀ ହେଲେ ଆଉ କେହି ମୁଖ୍ୟମନ୍ତ୍ରୀ ବି ହେଲେ।

ସେ ଆଉ ଏକ ଟୁଇଟରେ ଲେଖିଛନ୍ତି ଯେ ଯାଞ୍ଚ୍‌କାରୀ ସଂସ୍ଥା ବିରୋଧୀ ଶାସିତ ରାଜ୍ୟ ତଥା ଏହାର ନେତାଙ୍କ ଉପରେଚଢ଼ାଉ କରି ସେମାନଙ୍କ ରାଜନୈତିକ ମାଲିକମାନଙ୍କୁ ଖୁସି କରିବାକୁ ଚେଷ୍ଟା କରୁଛନ୍ତି।

ଆଜି ପର୍ଯ୍ୟନ୍ତ ଏହି ଏଜେନ୍ସିଗୁଡିକ ଦ୍ୱାରା ଭାଜପାର ୩୦୦ରୁ ଅଧିକ ଏମ୍‌ପି ଏବଂ ୧୦୦୦ ରୁ ଅଧିକ ବିଧାୟକଙ୍କ ବିରୋଧରେ କୌଣସି ଚଢ଼ାଉ ହୋଇ ନାହିଁ। ସେଥିପାଇଁ ଆମେ ଏଜେନ୍ସିଙ୍କର ରାଜନୈତିକ ଚରିତ୍ରକୁ ବିରୋଧ କରୁଛୁ।

ଆଠ ବର୍ଷ ପୂର୍ବେ ଦେଶବାସୀ ଏଜେନ୍ସିଙ୍କ ଅଖଣ୍ଡତା ଏବଂ କାର୍ଯ୍ୟକଳାପ ଉପରେ ଏପରି ପ୍ରଶ୍ନ ଉଠାଇ ନଥିଲେ। ଏଭଳି ଏଜେନ୍ସିଙ୍କୁ ଆମେ ବିରୋଧ କରୁନାହୁଁ। କିନ୍ତୁ ସେମାନଙ୍କର ରାଜନୈତିକ ଉଦ୍ଦେଶ୍ୟମୂଳକ କାର୍ଯ୍ୟକଳାପକୁ ଆମେ ବିରୋଧ କରୁଛୁ।


Enter your email to get our daily news in your inbox.

All Right Reserved By Dharitri.Com

ନିଖୋଜ ପାକ୍‌ ବୁଡ଼ାଜାହାଜର ତଲାସି ନେଇଥିଲା ଭାରତ

ନୂଆଦିଲ୍ଲୀ,୨୪।୬: ପୁଲଓ୍ବାମା ଆତଙ୍କବାଦୀ ଆକ୍ରମଣ ପରେ ଭାରତ ଅଧିକାଂଶ ଆଣବିକ ତଥା ପାରମ୍ପରିକ ବୁଡାଜାହାଜ ପାକିସ୍ତାନ ଜଳସୀମାରେ ମୁତୟନ କରିଥିଲା। ଭାରତର ଆକ୍ରମଣାତ୍ମକ ଆଭିମୁଖ୍ୟ ଦେଖି...

ଦେଶରେ ବଢିଚାଲିଛି କରୋନା, ଆଜି ୨,୬୪,୨୦୨ ପଜିଟିଭ୍‌ ଚିହ୍ନଟ

ନୂଆଦିଲ୍ଲୀ,୧୪।୧: କରୋନାର ତୃତୀୟ ଲହର ଦେଶରେ ଦ୍ରୁତ ଗତିରେ ବଢିଚାଲିଛି। ଗତ ୨୪ ଘଣ୍ଟାରେ ସଂକ୍ରମିତଙ୍କ ସଂଖ୍ୟା ୨,୬୪,୨୦୨ ଥିବା ଜଣାପଡିଛି। ଗୁରୁବାରଠାରୁ ଶୁକ୍ରବାର ୬.୭...

ପ୍ରଥମଥର ପାଇଁ ହେଲା କୁକୁରର ହାର୍ଟ ଅପରେଶନ

ନୂଆଦିଲ୍ଲୀ,୯।୨: ଦେଶରେ ପ୍ରାଣୀ ଚିକିତ୍ସା କ୍ଷେତ୍ରରେ ଏକ ବଡ ସଫଳତା ମିଳିଛି। ପ୍ରଥମ କରି ସାଢେ ୭ ବର୍ଷର ଏକ କୁକୁରର ପେସ୍‌ମେକର ଇନପ୍ଲାଣ୍ଟ ସର୍ଜରୀ...

୨୦ ଦିନରେ ଗୋଟିଏ ବିଶ୍ୱବିଦ୍ୟାଳୟର ୧୮ ପ୍ରଫେସରଙ୍କ ଜୀବନ ନେଲାଣି କରୋନା

ଜୟପୁର,୧୨।୫: କରୋନାର ମାରାତ୍ମକ ଦ୍ୱିତୀୟ ଲହର ଦେଶରେ ଆତଙ୍କ ସୃଷ୍ଟି କରିଛି। ଉତ୍ତରପ୍ରଦେଶର ଆଲିଗଡ ମୁସଲିମ ବିଶ୍ୱବିଦ୍ୟାଳୟରେ ଗତ ୨୦ ଦିନ ମଧ୍ୟରେ କରୋନାରେ ୧୮...

ଏବେ ଆମେ ପାଦରେ ଚାଲୁଛେ କମ୍‌, ଷ୍ଟେପ୍‌ ଗଣୁଛେ ଅଧିକ: ମୋଦି

ନୂଆଦିଲ୍ଲୀ,୨୯।୮: ଜାତୀୟ କ୍ରୀଡ଼ା ଦିବସ ଉପଲକ୍ଷେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଫିଟ୍‌ ଇଣ୍ଡିଆ ଅଭିଯାନ ଆରମ୍ଭ କରିଛନ୍ତି। ଏହି ଅବସରରେ ସେ କହିଛନ୍ତି ଯେ, ଏବେ...

ଆସିଲା ଖୁସି ଖବର, କୋଭାକ୍ସିନ୍‌ କରୋନାକୁ କରିବ ପରାସ୍ତ…

ନୂଆଦିଲ୍ଲୀ,୩।୭: ଦେଶରେ କରୋନା ମହାମାରୀ ସଂକ୍ରମଣ ଧୀରେଧୀରେ ଥମୁଛି। ଏପରିସ୍ଥଳେ ସଂକ୍ରମଣରୁ ଦୂରେଇ ରହିବା ପାଇଁ ସାର୍ବଜନୀକ ଟିକାକରଣ ଅଭିଯାନ ଜାରି ରହିଛି। ଇତିମଧ୍ୟରେ ଦେଶରେ...

ବାତ୍ୟା ‘ବୁରେଭି’କୁ ନେଇ ତାମିଲନାଡୁ, କେରଳରେ ହାଇ ଆଲର୍ଟ : ଡିସେମ୍ବର ୪ରେ ଛୁଇଁପାରେ ସ୍ଥଳଭାଗ

ନୂଆଦିଲ୍ଲୀ,୩ ।୧୨: ଏବେ ସ୍ଥଳଭାଗ ମୁହାଁ ଆଉ ଏକ ବାତ୍ୟା ‘ବୁରେଭି’ । ଏହା କେରଳ ଓ ତାମିଲନାଡୁରେ ତାଣ୍ଡବ ରଚିପାରେ ବୋଲି ପୂର୍ବାନୁମାନ କରିଛି...

ବୟଫ୍ରେଣ୍ଡଙ୍କ ସହ ହୋଟେଲରେ ରହିବାକୁ ଯାଇଥିଲେ ମହିଳା, ହଠାତ୍‌ ଆସିଲେ ସ୍ବାମୀ: ଆଉ ତା’ପରେ

ଅମୃତସର,୬।୪: ପଞ୍ଜାବର ଅମୃତସରରେ ଏକ ଅଭାବନୀୟ ଘଟଣା ଘଟିଛି। ଏଠାରେ ଏକ ହୋଟେଲରେ ଜଣେ ସ୍ବାମୀ ଏବଂ ସ୍ତ୍ରୀଙ୍କ ମଧ୍ୟରେ ହାଇଭୋଲଟେଜ୍‌ ଡ୍ରାମା ଦେଖିବାକୁ ମିଳିଛି।...

Advertisement
Archives

Model This Week