Posted inଜାତୀୟ

ଚାଷୀଙ୍କ ଭାବାବେଗ ସହ ଖେଳ ନାହିଁ

ନୂଆଦିଲ୍ଲୀ,୧୨।୪: ତେଲଙ୍ଗାନା ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓ (କେସିଆର୍‌) କେନ୍ଦ୍ର ସରକାରଙ୍କ ଧାନ କିଣା ନୀତିକୁ ଦୃଢ଼ ସମାଲୋଚନା କରିଛନ୍ତି। ତାଙ୍କ ରାଜ୍ୟରୁ ଧାନ କିଣିବେ କି ନାହିଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସରକାର ୨୪ ଘଣ୍ଟା ମଧ୍ୟରେ ଜବାବ ଦିଅନ୍ତୁ ବୋଲି ସୋମବାର ନୂଆଦିଲ୍ଲୀରେ ଆୟୋଜିତ ପ୍ରତିବାଦ ରାଲିରେ କେସିଆର୍‌ ଆହ୍ବାନ ଦେଇଛନ୍ତି। କେନ୍ଦ୍ର ଜବାବ ନ ରଖିଲେ ସାରା ଦେଶରେ ଆନ୍ଦୋଳନ ହେବ ବୋଲି ତେଲଙ୍ଗାନା ରାଷ୍ଟ୍ର ସମିତି (ଟିଆର୍‌ଏସ୍‌) ଅଧ୍ୟକ୍ଷ ଚେତାବନୀ ଦେଇଛନ୍ତି। ନୂଆଦିଲ୍ଲୀର ତେଲଙ୍ଗାନା ଭବନଠାରେ ଟିଆର୍‌ଏସ୍‌ ନେତାମାନେ ଧାରଣାରେ ବସିଥିଲେ। ଆମ ଚାଷୀମାନଙ୍କ ଭାବାବେଗ ସହ ଖେଳ ନାହିଁ। ସେମାନେ ଭିକାରୀ ନୁହନ୍ତି। ଉତ୍ପାଦିତ ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ (ଏମ୍‌ଏସ୍‌ପି) ପାଇବା ଅଧିକାର ସେମାନଙ୍କର ରହିଛି ବୋଲି କେସିଆର୍‌ ପ୍ରଧାନମନ୍ତ୍ରୀଙ୍କୁ କହିଛନ୍ତି।
ସାରା ଦିନ ଧାରଣାରେ ବସିଥିବା କେସିଆର୍‌ଙ୍କୁ ଭାରତୀୟ କିଷାନ ୟୁନିୟନ (ବିକେୟୁ) ନେତା ରାକେଶ ଟିକାଏତ୍‌ ସମର୍ଥନ ଜଣାଇଛନ୍ତି। ୨୦୧୪ରେ ତେଲଙ୍ଗାନାରେ ଟିଆର୍‌ଏସ୍‌ କ୍ଷମତାକୁ ଆସିବା ପରେ ଦିଲ୍ଲୀରେ ଏହା ଥିଲା ଦଳର ପ୍ରଥମ ବିକ୍ଷୋଭ ସମାବେଶ। ରାଜ୍ୟର ସମ୍ପୂର୍ଣ୍ଣ ମନ୍ତ୍ରିମଣ୍ଡଳ, ଦଳୀୟ ଏମ୍‌ପି, ଏମ୍‌ଏଲ୍‌ସି ଏବଂ ଏମ୍‌ଏଲ୍‌ଏମାନେ ଧାରଣାରେ ବସିଥିଲେ। ଚଳିତ ରବି ଋତୁରେ ଉଷୁନା ଚାଉଳ କିଣିବା ପାଇଁ ତେଲଙ୍ଗାନା ସରକାର କେନ୍ଦ୍ରକୁ ଅନୁରୋଧ କରିଥିଲେ। କେନ୍ଦ୍ର ଏଥିପାଇଁ ମନା କରିଦେବା ପରେ ଟିଆର୍‌ଏସ୍‌ ଏହାର ପ୍ରତିବାଦକୁ ଜୋର୍‌ଦାର କରିବା ସହ ଦିଲ୍ଲୀରେ ପହଞ୍ଚତ୍ଛି। କେନ୍ଦ୍ର ସରକାର କେବଳ ଧାନ କିଣିବ, ଉଷୁନା ଚାଉଳ କିଣିବ ନାହିଁ ବୋଲି ସ୍ପଷ୍ଟ କରିଦେଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବିଚାରପତିଙ୍କୁ ହତ୍ୟା ମାମଲା, ଜାଣି ଅଟୋ ଦେଇଥିଲା ଧକ୍କା, ସିବିଆଇ ରିପୋର୍ଟ..

ରାଞ୍ଚି,୨୩।୯: ଝାଡ଼ଖଣ୍ଡର ବିଚାରପତି ଉତ୍ତମ ଆନନ୍ଦଙ୍କୁ ଜୁଲାଇରେ ହତ୍ୟା କରାଯାଇଥିଲା। ସେ ମର୍ନିଂ ଓ୍ବାର୍କ କରୁଥିବା ସମୟରେ ଏକ ଅଟୋ ତାଙ୍କୁ ଧକ୍କା ଦେଇଥିବା ସିସିଟିଭି...

‘ଟିକା ନେବାକୁ ୮୦ ପ୍ରତିଶତ ଭାରତୀୟ ପ୍ରସ୍ତୁତ’

ନୂଆଦିଲ୍ଲୀ,୧୫।୧: ଦେଶରେ ୧୬ ତାରିଖ ଆରମ୍ଭ ହେବ କରୋନା ଟିକାକରଣ ଅଭିଯାନ। ଏନେଇ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ଶୁକ୍ରବାର କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଡାକ୍ତର ହର୍ଷ...

ଲୋକପାଳ ଦେଉଛନ୍ତି ୫୦ ଲକ୍ଷ ହୋଟେଲ ଭଡ଼ା

ନୂଆଦିଲ୍ଲୀ,୨ା୧୨: ନୂଆଦିଲ୍ଲୀରେ ଲୋକପାଳ ମାସକୁ ୫୦ ଲକ୍ଷ ଟଙ୍କା ହୋଟେଲ ଭଡ଼ା ଦେଉଛନ୍ତି। ଶୁଣିବାକୁ ଅଡ଼ୁଆ ଲାଗୁଥିଲେ ବି ଏହା ସତ। ସୂଚନା ଅଧିକାର (ଆର୍‌ଟିଆଇ)...

‘ସଂଘୀୟ ବ୍ୟବସ୍ଥାକୁ ସୁଦୃଢ଼ କରନ୍ତୁ ମୋଦି’

ନୂଆଦିଲ୍ଲୀ,୧୩ା୫ (ଆଇଏଏନ୍‌ଏସ୍‌): ଦେଶର ସଂଘୀୟ ବ୍ୟବସ୍ଥାକୁ ସୁଦୃଢ଼ କରିବା ପାଇଁ ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କୁ ନିୟମିତ ଭାବେ ଭେଟି ଆଲୋଚନା କରିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ...

ବାଇଡେନ୍‌ଙ୍କ ସହ ଆଲୋଚନା କଲେ ମୋଦି

ନୂଆଦିଲ୍ଲୀ/ଓ୍ବାଶିଂଟନ୍‌,୧୧।୪: ୟୁକ୍ରେନ୍‌ ଉପରେ ରୁଷିଆ ଆକ୍ରମଣ ସୋମବାର ୪୭ ଦିନରେ ପହଞ୍ଚିଥିବା ବେଳେ ପ୍ରଥମ ଥର ପାଇଁ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଆମେରିକା...

ଇତିହାସ ରଚିବେ କୋବ୍ରା ବାଟାଲିୟନର ମହିଳା କମାଣ୍ଡୋ

ନୂଆଦିଲ୍ଲୀ,୬।୨: ଦେଶର ସର୍ବବୃହତ କେନ୍ଦ୍ରୀୟ ପୋଲିସ ଫୋର୍ସ(ସିଆର୍‌ପିଏଫ୍‌)ର ମହିଳା କମାଣ୍ଡୋ ଏକ ଇତିହାସ ସୃଷ୍ଟି କରିବାକୁ ଯାଉଛନ୍ତି। ଦୀର୍ଘଦିନର କଠିନ ପ୍ରଶିକ୍ଷଣ ପରେ କୋବ୍ରା ବାଟାଲିୟନ୍‌ରେ...

ବିଧାନସଭା ବାହାରେ ଭାଜପାର ବିକ୍ଷୋଭ:‘କୁମାରସ୍ବାମୀ ଗାଦି ଛାଡ଼’

ବେଙ୍ଗାଲୁରୁ,୧୧ା୭(ପି.ଟି.): କର୍ନାଟକର ଭାଜପା ସଭାପତି ବି.ଏସ୍‌. ୟେଦୁରପ୍ପାଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ବୁଧବାର ରାଜଭବନରେ ରାଜ୍ୟପାଳ ଭଜୁଭାଇ ଭାଲାଙ୍କୁ ସାକ୍ଷାତ୍‌ କରିଛି। ରାଜ୍ୟପାଳଙ୍କ ପରେ...

ଅକ୍ସିଜେନ୍‌ ଯୋଗାଣ ବନ୍ଦ କରିଦେଲେ: ୨୪ ମୃତ

ନାସିକ/ମୁମ୍ବାଇ,୨୨ା୪: ସର୍ବାଧିକ କରୋନା ପ୍ରଭାବିତ ମହାରାଷ୍ଟ୍ରରେ ଘୋର ଅକ୍ସିଜେନ ସଙ୍କଟ ଦେଖାଦେଇଥିବାବେଳେ ବୁଧବାର ନାସିକର ଏକ ହସ୍ପିଟାଲରେ ଅମ୍ଳଜାନ ଭର୍ତ୍ତି ଟ୍ୟାଙ୍କର ଲିକ୍‌ ହୋଇଛି। କିନ୍ତୁ...

Advertisement
Archives

Model This Week