Posted inଜାତୀୟ

ବୋହୂଙ୍କ ନାମ ବଦଳାଇଲେ ଲାଲୁ

ପାଟନା,୧୪।୧୨: ରାଷ୍ଟ୍ରୀୟ ଜନତା ଦଳ (ଆରଜେଡି) ସୁପ୍ରିମୋ ଲାଲୁ ପ୍ରସାଦ ଯାଦବଙ୍କ ସାନ ପୁଅ ତେଜସ୍ବୀ ଯାଦବ ନିକଟରେ ଦିଲ୍ଲୀରେ ବିବାହ କରିଛନ୍ତି। ଦୀର୍ଘଦିନର ବନ୍ଧୁ ରିଚେଲଙ୍କୁ ବିବାହ କରିଛନ୍ତି। କିନ୍ତୁ ବିବାହ ପରେ ରିଚେଲଙ୍କ ନାମ ପରିବର୍ତ୍ତନ ହୋଇ ରାଜଶ୍ରୀ ହୋଇଛି। ଲାଲୁ ଯାଦବ ନିଜେ ସାନ ବୋହୂଙ୍କ ନାଁ ଦେଇଛନ୍ତି। ତେଜସ୍ବୀ ନିଜେ ଏହା ପ୍ରକାଶ କରିଛନ୍ତି। ଗତ ସପ୍ତାହରେ ଦିଲ୍ଲୀରେ ବିବାହ ଶେଷ କରି ବିରୋଧୀଦଳର ନେତା ତେଜସ୍ବୀ ସୋମବାର ତାଙ୍କ ସ୍ତ୍ରୀଙ୍କ ସହ ବିହାର ଯାଇଥିଲେ। ଉଭୟଙ୍କ ଦେଖିବା ପାଇଁ ପାଟନା ବିମାନବନ୍ଦର ବାହାରେ ଏକ ବିରାଟ ଜନସମାଗମ ଦେଖିବାକୁ ମିଳିଥିଲା। ତାଙ୍କ ସ୍ତ୍ରୀଙ୍କ ନାମ ସମ୍ବନ୍ଧରେ ଚାଲିଥିବା ରହସ୍ୟ ବିଷୟରେ ତେଜସ୍ବୀଙ୍କୁ ଉପସ୍ଥିତ ଖବରଦାତା ମାନେ ପଚାରିଥିଲେ। ଏହାର ଜବାବରେ ସେ କହିଥିଲେ, ତାଙ୍କ ନାମ ରିଚେଲ। ସେ ବର୍ତ୍ତମାନ ରାଜଶ୍ରୀ ନାମରେ ପରିଚିତ ହେବେ, ଯାହା ମୋ ବାପା ବାଛିଛନ୍ତି। ତେଜସ୍ବୀ ଯାଦବଙ୍କ ମା’ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ରାବ୍ରି ଦେବୀ ଏହି ଦମ୍ପତିଙ୍କୁ ୧୦, ସର୍କୁଲାର ରୋଡ ବାସଭବନରେ ପାରମ୍ପରିକ ଢଙ୍ଗରେ ସ୍ବାଗତ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ରାତି ପାଇଲେ ପରୀକ୍ଷା ଦେଇଥାନ୍ତେ ଶିବାନୀ: ମା’ ବିଲକୁ ଯାଇଥିବାବେଳେ ଘରେ…

ଭଞ୍ଜନଗର,୧୩।୭(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅନ୍ତର୍ଗତ ଟୋକାଗଣ୍ଡା ଗ୍ରାମର ଖଦାଳି ସ୍ବାଇଁଙ୍କ ଝିଅ ତଥା ମେଧାବୀ ଛାତ୍ରୀ ଶିବାନୀ ସାଇଁ (୧୭) ସୋମବାର ସନ୍ଧ୍ୟାରେ…

ଘାରିଲା କୋଭିଡ ଭୟ: ଏହି ଜିଲାରେ ହାଇଆଲର୍ଟ ଜାରି

ଭୁବନେଶ୍ୱର, ୧୩।୭: ଆନ୍ଧ୍ରରେ କୋଭିଡ ସଂକ୍ରମଣ ବଢ଼ିବା ପରେ ଗଞ୍ଜାମରେ ହାଇ ଆଲର୍ଟ। ସରକାରୀ ହସ୍ପିଟାଲ ଓ CHCକୁ ସତର୍କ ରହିବାକୁ CDMO ଓ PHO ନିର୍ଦ୍ଦେଶ…

ସ୍କୁଲ ପାଠ୍ୟପୁସ୍ତକ ଅନିୟମିତତା ମାମଲା: କ୍ରାଇମବ୍ରାଞ୍ଚ ହାତକୁ ଗଲା ତଦନ୍ତ ଭାର

କଟକ,୧୩।୭(ପ୍ରଭୁ କଲ୍ୟାଣ ପାଲ୍‌): ରାଜ୍ୟରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ସ୍କୁଲ ପାଠ୍ୟପୁସ୍ତକର ପ୍ରସ୍ତୁତି, ଅନୁମୋଦନ ଏବଂ ପ୍ରକାଶନ ପ୍ରକ୍ରିୟାରେ ହୋଇଥିବା ଅନିୟମିତତାର ତଦନ୍ତ ଭାର ଆଜି…

୧ କୁଇଣ୍ଟାଲର ଘଡ଼ିଆଳ କୁମ୍ଭୀର ଉଦ୍ଧାର: ସାତକୋଶିଆରେ ଛାଡିଲା ବନବିଭାଗ

ଭବାନୀପାଟଣା,୧୩।୭(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା କଲମପୁର ବ୍ଲକ ଭାଲୁବୁଟୁରା ଗ୍ରାମର ଏକ କେନାଳରୁ ସୋମବାର ଅପରାହ୍ନରେ ଏକ ଘଡ଼ିଆଳ କୁମ୍ଭୀର ବନ ବିଭାଗ ପକ୍ଷରୁ ଉଦ୍ଧାର…

ବିବାହର ପ୍ରଲୋଭନ ଦେଖାଇ ନାବାଳିକାଙ୍କୁ ବଳାତ୍କାର, ଅଭିଯୁକ୍ତଙ୍କୁ ମିଳିଲା ଏହି ଦଣ୍ଡ

ଜୟପୁର,୧୩ା୭(ପବନ ପାଣିଗ୍ରାହୀ): ଜଣେ ନାବାଳିକାଙ୍କୁ ବିବାହ ପ୍ରଲୋଭନ ଦେଖାଇ ବଳାତ୍କାର ମାମଲାର ସୋମବାର ରାୟ ପ୍ରକାଶ ପାଇଛି। ଜୟପୁର ଅତିରିକ୍ତ ଜିଲା ଓ ଦୌରାଜଜ୍‌ ତଥା ପୋକ୍ସୋ…

ପ୍ରଶାନ୍ତ କିଶୋରଙ୍କ ମୋଟ ସମ୍ପତ୍ତି ଜାଣିଲେ ଉଡ଼ିଯିବ ହୋଶ୍‌

ପାଟନା,୧୩।୭: ବିହାରର ବାଙ୍କିପୁର ବିଧାନସଭା ଆସନ ପାଇଁ ଉପନିର୍ବାଚନକୁ ନେଇ ରାଜନୈତିକ ଚର୍ଚ୍ଚା ମଧ୍ୟରେ ଜନ ସୁରାଜ ପ୍ରତିଷ୍ଠାତା ପ୍ରଶାନ୍ତ କିଶୋରଙ୍କ ସମ୍ପତ୍ତି ସମ୍ପର୍କିତ ବିବରଣୀ ପ୍ରକାଶ…

ସ୍କୁଲରୁ ଫେରୁଥିବାବେଳେ ଦଶମ ଶ୍ରେଣୀ ଛାତ୍ରୀକୁ ଅପହରଣ: ଥାନାର ଦ୍ୱାରସ୍ଥ ହେଲେ ପରିବାର ଲୋକେ

ଲାଞ୍ଜିଗଡ,୧୩।୭(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ବିଜେପୁର ଥାନା ଅଞ୍ଚଳରେ ଘଟିଛି ଏକ ଅଭାବନୀୟ ଘଟଣା । ଲାଞ୍ଜିଗଡ ବ୍ଲକ ବେନଗାଁ ପଞ୍ଚାୟତ ଅନର୍ଗତ…

ପ୍ରଭାତଙ୍କୁ ବିଶ୍ୱାସଘାତକ କହିଲେ ନବୀନ, ଜବାବରେ ପ୍ରଭାତ ବିଶ୍ବାଳ କହିଲେ ଏମିତି…ରାଜନୀତିରେ ଚହଳ

ଭୁବନେଶ୍ୱର, ୧୩।୭: ପ୍ରଭାତ ବିଶ୍ୱାଳଙ୍କ ଉପରେ ବର୍ଷିଲେ ନବୀନ ପଟ୍ଟନାୟକ। ପ୍ରଭାତଙ୍କୁ ବିଶ୍ୱାସଘାତକ କହି ଟାର୍ଗେଟ୍‌ କରିଛନ୍ତି। ଚୌଦ୍ବାର ବିଜେଡି କର୍ମୀଙ୍କୁ ସମ୍ବୋଧନ ବେଳେ ଏପରି କହିଛନ୍ତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri