Posted inଖେଳ

ପିତା ହେବା ପୂର୍ବରୁ ଏହି ଖେଳାଳିଙ୍କଠାରୁ ଶିକ୍ଷା ନେବାକୁ ଚାହୁଁଛନ୍ତି କୋହଲି

ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି ଆସନ୍ତା ବର୍ଷ ଜାନୁଆରୀରେ ପିତା ହେବାକୁ ଯାଉଛନ୍ତି। ଏହାପୂର୍ବରୁ ଖେଳ ଏବଂ ପିତା ହେବା ଦାୟିତ୍ୱକୁ ଭଲ ଭାବେ ପାଳନ କରିବାକୁ ଚାହୁଁଛନ୍ତି। ଏଥିପାଇଁ ସେ ଭାରତର ୬ ଥର ବିଶ୍ୱ ଚାମ୍ପିୟନ ବକ୍ସର ଏମସି ମେରିକମଙ୍କ ପଥ ଅନୁସରଣ କରିବାକୁ ଚାହୁଁଛନ୍ତି। ବିରାଟ କୋହଲି ମେରିକମଙ୍କୁ ଏକ ଇନଷ୍ଟାଗ୍ରାମ ଚାଟରେ କହିଛନ୍ତି, ମାତାପିତାଙ୍କ ଭୂମିକା ଏବଂ ବ୍ୟସ୍ତବହୁଳ କ୍ୟାରିୟରକୁ ସନ୍ତୁଳନ କରିବା ବିଷୟରେ ତୁମଠାରୁ ଭଲ କେହି ନାହାନ୍ତି। କୋହଲି ୩୭ ବର୍ଷିୟ ମେରିକମଙ୍କୁ ପଚାରିଥିଲେ, ପ୍ରଥମେ ତୁମେ ଜଣେ ମା। ଆପଣ କିପରି ଅଭ୍ୟାସ କଲେ, ଏତେ ଚାମ୍ପିଅନସିପରେ ଅଂଶଗ୍ରହଣ କଲେ? ଜଣେ ମା’ ହୋଇ ଖେଳରେ ଏତେ ବଡ ସଫଳତା କିପରି ପାଇଲେ। ଏହାର ଜବାବରେ ୩ ସନ୍ତାନର ମା’ ମେରିକମ କହିଥିଲେ ଯେ ପରିବାରର ସାହାଯ୍ୟ ବିନା ଏହା ସମ୍ଭବ ନୁହେଁ। ମୋ ସ୍ବାମୀ ମୋତେ ବହୁତ ସମର୍ଥନ କଲେ। ମୁଁ ଚାହୁଁଥିବା ସମସ୍ତ ଜିନିଷର ଯତ୍ନ ନେଲେ। ସେ ଜଣେ ଆଦର୍ଶ ସ୍ବାମୀ ଏବଂ ପିତା। ଏହା ବ୍ୟତୀତ ମୋ ପିଲାମାନେ କାହାଠାରୁ କମ ନୁହଁନ୍ତି।
କୋହଲି କହିଛନ୍ତି ଯେ ପ୍ରତ୍ୟେକ ମାତାପିତା ମେରିକମଙ୍କ ଦ୍ୱାରା ପ୍ରଦର୍ଶିତ ରାସ୍ତାରେ ଚାଲିପାରିବେ। ସେ କେବଳ ଦେଶର ମହିଳା ବକ୍ସର ନୁହଁନ୍ତି ସମସ୍ତଙ୍କ ପାଇଁ ଆଦର୍ଶ ଅଟନ୍ତି। ସମସ୍ତ ପ୍ରତିକୂଳତା ଏବଂ କମ ସୁବିଧା ଏବଂ ଅନ୍ୟାନ୍ୟ ଆହ୍ବାନ ସତ୍ତ୍ୱେ ସେ ଖେଳରେ ଏତେ ସଫଳତା ହାସଲ କରିଛନ୍ତି। ଆଗକୁ ମୁଁ ମଧ୍ୟ ତାଙ୍କ ପଥକୁ ଅନୁସରଣ କରିବି ବୋଲି ବିରାଟ କହିଛନ୍ତି।

 


Enter your email to get our daily news in your inbox.

All Right Reserved By Dharitri.Com

ଶ୍ବଶୁରଘରୁ ବର୍ଷାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର

କଟକ,୨୪।୫:(ପ୍ରଭୁକଲ୍ୟାଣ ପାଲ):  ପୁଣି ଯୌତୁକ ଜୁଇରେ ଆଉ ଜଣେ ନବବଧୂ। ନବବଧୂଙ୍କୁ ଯୌତୁକ ପାଇଁ ଶାଶୁଘର ଲୋକେ ହତ୍ୟା କରିଥିବା ଅଭିଯୋଗ ହୋଇଛି । ଯାଜପୁର ଟାଉନ…

ଆଗପଛ ହୋଇ ଆସୁଥିଲା ଦୁଇ କାର୍‌, ହଠାତ୍‌ ମଝି ରାସ୍ତାରେ ଘଟିଲା…

ଗଞ୍ଜାମ,୨୪ା୫(ବିଦ୍ୟାଧର ସାହୁ): ଗଞ୍ଜାମ ଜିଲା ରମ୍ଭା ଥାନା ହୁମ୍ମା ଫାଣ୍ଡି ଅନ୍ତର୍ଗତ ଜାତୀୟ ରାଜପଥ-୧୬ ହୁମ୍ମା ଓ ଶଙ୍ଖନୂଆଗାଁ ମଧ୍ୟଭାଗରେ ଥିବା ଜଷ୍ଟିଂଙ୍ଗ ନିକଟରେ ଗୋଟିଏ କାର୍‌…

କ’ଣ ମୋଦିଙ୍କ ଗୋଟିଏ କଥାରେ ବିଦେଶ ଯିବା ବନ୍ଦ କରିଦେଲେ ଭାରତୀୟ? ଚମକାଇ ଦେବ RBIର ସଂଖ୍ୟା

ନୂଆଦିଲ୍ଲୀ,୨୪।୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା କରାଯାଇଥିବା ଏକ ଅପିଲର ପ୍ରଭାବ ଭାରତୀୟମାନଙ୍କ ବିଦେଶ ଯାତ୍ରା ଧାରାରେ ପ୍ରକାଶ ପାଇବା ଆରମ୍ଭ କରିଛି କି? ଭାରତୀୟ ରିଜର୍ଭ…

ଭବିଷ୍ୟତରେ ବିଚାରପତି ହେବି: ଅନ୍ବେଷା

କୁଆଁରମୁଣ୍ଡା,୨୪।୫(ମହେନ୍ଦ୍ର କୁମାର ସାହୁ): ରାଜ୍ୟ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର +୨ ପରୀକ୍ଷା ଫଳରେ ୯୬.୮୩ ପ୍ରତିଶତ ନମ୍ବର ରଖିଥିବା ସୁନ୍ଦରଗଡ଼ ଜିଲାର ଝିଅ ଅନ୍ବେଷା ପରିଜା…

‘ଦେଶବାସୀଙ୍କୁ Slow Poison ଦେଉଛନ୍ତି ସରକାର’

ନୂଆଦିଲ୍ଲୀ,୨୪। ୫: ଦେଶରେ କ୍ରମାଗତ ଭାବେ ବଢ଼ୁଥିବା ପେଟ୍ରୋଲ ଏବଂ ଡିଜେଲ ଦରକୁ ନେଇ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଛନ୍ତି ଆମ ଆଦମୀ ପାର୍ଟି (AAP)ର ଜାତୀୟ…

ମଦ୍ୟପ ପୁଅର ଉନ୍ମକ୍ତ କାଣ୍ଡ, ନିଶାଶକ୍ତ ଅବସ୍ଥାରେ ମା’କୁ ପିଟିପିଟି ମାରିଦେଲେ

ରାଜକନିକା,୨୪।୫(ସଞ୍ଜୟ କୁମାର ଦାଶ): କେନ୍ଦ୍ରାପଡ଼ା ଜିଲା ରାଜକନିକା ଥାନା ଅଞ୍ଚଳ ବଳରାମପୁର ପଞ୍ଚାୟତ ପାତୁଳି ଗାଁରେ ଶନିବାର ବିଳମ୍ଵିତ ରାତ୍ରିରେ ଘଟିଯାଇଛି ଏକ ଦୁଃଖଦ ଘଟଣା ।…

ଗୋପାଳପୁର ବନ୍ଦର କର୍ମଚାରୀ ସଂଘର ସୁପରିଚାଳନା ପାଇଁ ନୂଆ କର୍ମକର୍ତ୍ତା ଚୟନ: ସଭାପତି ହେଲେ…

ଛତ୍ରପୁର,୨୪ା୫(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଗୋପାଳପୁର ବନ୍ଦର କର୍ମଚାରୀ ସଂଘର ସୁପରିଚାଳନା ନିମନ୍ତେ ଚଳିତବର୍ଷର ସଭ୍ୟମାନଙ୍କ ନିର୍ବାଚନ ପ୍ରକ୍ରିୟା ରବିବାର କଣମଣାସ୍ଥିତ ବାତ୍ୟା ଆଶ୍ରୟସ୍ଥଳୀଠାରେ ଅନୁଷ୍ଠିତ ହୋଇଯାଇଛି।…

୪୪ ଡିଗ୍ରୀ ଖରାରେ ଚାଷୀଙ୍କୁ ରାସ୍ତାରେ ଆଣ୍ଠେଇବା ଘଟଣା, ଅଭିଯୁକ୍ତଙ୍କୁ ଗିରଫ ଦାବିରେ ଚନ୍ଦାହାଣ୍ଡି ଥାନା ଘେରାଉ

ନବରଙ୍ଗପୁର,୨୪।୫(ସଦାଶିବ ପ୍ରହରାଜ): ନବରଙ୍ଗପୁର ଜିଲା ଚନ୍ଦାହାଣ୍ଡି ଥାନା ଅଞ୍ଚଳରେ ନିଜ ବଳଦକୁ ନେଇ ଚନ୍ଦାହାଣ୍ଡିରୁ ରାଇଘରକୁ ନେବା ସମୟରେ ବଜରଙ୍ଗ ଦଳ ସଦସ୍ୟ କହୁଥିବା କିଛି ବ୍ୟକ୍ତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri