Posted inଜାତୀୟ

ଲାଲୁଙ୍କ ଜନ୍ମଦିନରେ ତେଜ ପ୍ରତାପ ଦେବେ ବିଶେଷ ଉପହାର, ଗରିବଙ୍କୁ ଖାଦ୍ୟ ବାଣ୍ଟିବ ଦଳ

ପାଟନା,୧୦ ।୬: ରାଷ୍ଟ୍ରୀୟ ଜନତା ଦଳ ସୁପ୍ରିମୋ ଲାଲୁ ପ୍ରସାଦ ଯାଦବଙ୍କର ଜୁନ ୧୧ରେ ପାଳନ ହେବାକୁ ଯାଉଛି ୭୫ ତମ ଜନ୍ମଦିନ । ଏହାକୁ ଭିନ୍ନ ଭିନ୍ନ ଢଙ୍ଗରେ ପାଳନ କରିବାକୁ ଯୋଜନା କରାଯାଇଛି । ଦଳ ଏହି ଦିନକୁ ସାମଜିକ ନ୍ୟାୟ ଏବଂ ସଦ୍‌ଭାବନା ଦିବସ ଭାବେ ପାଳନ କରିବ । ଅନ୍ୟପଟେ ବିଧାୟକ ତଥା ଲାଲୁଙ୍କ ପୁଅ ତେଜପ୍ରତାପ ଏହିଦିନ ଲାଲୁ ପାଠଶାଳାର ଶୁଭାରମ୍ଭ କରିବାକୁ ଯାଉଛନ୍ତି । ଇଣ୍ଟରନେଟ ମିଡିଆ ମାଧ୍ୟମରେ ତେଜ ପ୍ରତାପ ଏହା କହିଛନ୍ତି । ଟୁଇଟର ମାଧ୍ୟମରେ ଜଣାଇଛନ୍ତି ବି ସୋନୁଙ୍କଠାରୁ ସେ ପ୍ରେରଣା ପାଇ ଲାଲୁ ପାଠଶଳା ଆରମ୍ଭ କରିବାକୁ ଯାଉଛନ୍ତି । ବିହାରର ବିଗିଡିଯାଇଥିବା ଶିକ୍ଷା ବ୍ୟବସ୍ଥାକୁ ଦେଖି ସୋନୁଙ୍କ ଭଳି ଆଉ ଯେମିତି କୌଣସି ପିଲା ପାଠପଢାରୁ ବଞ୍ଚିତ ନ ହେବେ ତାକୁ ଦୃଷ୍ଟିରେ ରଖି ସେ ଏହା ଆରମ୍ଭ କରିବାକୁ ଯାଉଥିବା କହିଛନ୍ତି । ସୂଚନାଯୋଗ୍ୟ, ଏହା ପୂର୍ବରୁ ତେଜ ପ୍ରତାପ ଲାଲୁ ରୋଷେଇ ବି ଆରମ୍ଭ କରି ସାରିଛନ୍ତି ।
ତେବେ ଲାଲୁଙ୍କ ଜନ୍ମଦିନ ଅର୍ଥାତ୍ ଜୁନ ୧୧ରେ ଆରଜେଡି ପ୍ରତି ଗାଁ ଓ ସହରରେ ଗରିବଙ୍କୁ ଖାଦ୍ୟ ଦେବାକୁ ଯୋଜନା କରିବା ସହ ଏହି ଦିନକୁ ସାମିଜିକ ନ୍ୟାୟ ଓ ସଦ୍‌ଭାବନା ଦିବସ ଭାବେ ପାଳନ କରିବାକୁ ନିଷ୍ପତ୍ତି ନେଇଛି ।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରକାଶ ପାଇଲା ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟର ପରୀକ୍ଷା ଫଳ: ସ୍ନାତକୋତ୍ତରରେ ୮୪.୮ ପ୍ରତିଶତ…

ବଲାଙ୍ଗୀର,୫।୬(ସୁନିଲ କୁମାର ମହାନ୍ତି) ବଲାଙ୍ଗୀର ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟର ସ୍ନାତକ, ସ୍ନାତକୋତ୍ତର ଓ ଇଣ୍ଟ୍ରିଗେଟେଡ ବିଏଡ-ଏମଏଡ ପରୀକ୍ଷା ଫଳ ଶୁକ୍ରବାର ପ୍ରକାଶ ପାଇଛି। ସ୍ନାତକୋତ୍ତରରେ ୮୪.୮ ପ୍ରତିଶତ, ସ୍ନାତକ…

ପାକିସ୍ତାନକୁ ହରାଇ ଫାଇନାଲରେ ପହଞ୍ଚିଲା ଭାରତ

କାକାମିଗାହାରା,୫ା୬: ଭାରତ ୧୮ ବର୍ଷରୁ କମ୍‌ ଏସିଆକପ୍‌ ହକିର ଏକ ହାଇ ଭୋଲ୍‌ଟେଜ୍‌ ସେମିଫାଇନାଲରେ ୫-୩ ଗୋଲ୍‌ରେ ପାକିସ୍ତାନକୁ ହରାଇ ଦେଇଛି। ଏଥିରେ ଆଶିଷ ପୂର୍ତ୍ତି ବ୍ୟକ୍ତିଗତ…

ଗୋଟିଏ ପଟେ ପ୍ରଶାସନିକ ଦାୟିତ୍ୱ: ଅନ୍ୟପଟେ ପରିବେଶ ପ୍ରତି ଅନୁରାଗ, ’ପ୍ରକୃତି ମିତ୍ର’ ସମ୍ମାନରେ ସମ୍ମାନିତ ହେଲେ ଦୁର୍ଗପତିସାରଦା ପ୍ରସାଦ ଦାସ

ଗଞ୍ଜାମ,୫।୬(ଅନାଥ ତରାଇ/ବିଦ୍ୟାଧର ସାହୁ ): ବିଶ୍ୱ ପରିବେଶ ଦିବସ ଅବସରରେ ଗଞ୍ଜାମ ଅଷ୍ଟମ ବାଟାଲିୟନର ଦୁର୍ଗପତି ସାରଦା ପ୍ରସାଦ ଦାସଙ୍କୁ ଜିଲାସ୍ତରୀୟ ସମ୍ମାନଜନକ ପ୍ରକୃତି ମିତ୍ର ପୁରସ୍କାର…

ନୀରଜଙ୍କୁ ଅତିକ୍ରମ କରି ସୁପର ଷ୍ଟାର ଭାବେ ଉଭା ହେଲେ ଏହି ଖେଳାଳି, ଜାଣନ୍ତୁ…

ରୋମ୍‌,୫ା୬: ଶ୍ରୀଲଙ୍କାର ରୁମେଶ ଥରାଙ୍ଗା ପାଥିରେଜ ଏସିଆର ପରବର୍ତ୍ତୀ ଜାଭେଲିନ ସୁପର ଷ୍ଟାର ଭାବେ ଉଭା ହୋଇଛନ୍ତି। ଏଥିପାଇଁ ନୀରଜ ଚୋପ୍ରା ଓ ଅର୍ଶାଦ ନଦିମଙ୍କୁ ଚଳିତ…

ଅଚାନକ ଡାକ୍ତରଖାନାରେ ପହଞ୍ଚିଲେ ସିଡିଏମ୍‌ଓ

ବଡ଼ଗାଁ,୫ା୬(ଅଶୋକ ଷଡଙ୍ଗୀ):ସୁନ୍ଦରଗଡ଼ ଜିଲା ବଡ଼ଗାଁ ସ୍ଥିତ ସରକାରୀ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର(ସିଏଚସି )ରେ ଲାଗି ରହିଥିବା ବିଭିନ୍ନ ସମସ୍ୟାକୁ ନେଇ ବୁଧବାର ଗ୍ରାମବାସୀମାନେ ସିଏଚସି ଅଧିକାରୀଙ୍କୁ ସାକ୍ଷାତ…

ହଟିବ ବେଆଇନ ନିର୍ମାଣ

କେନ୍ଦୁଝର,୫ା୬ (ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ସଦର ତହସିଲ ମୋଚିଗାଁ ମୌଜା ପୂର୍ତ୍ତ ବିଭାଗ ରାସ୍ତା ପାର୍ଶ୍ୱ ନୟନଯୋରୀ ଜବରଦଖଲ ହୋଇ ବେଆଇନ ଭାବେ ଦୋକାନ ଘର…

ମନୋଜ ପାଇଲେ ପ୍ରକୃତି ବନ୍ଧୁ ପୁରସ୍କାର

ବଡ଼ଗାଁ,୫ା୬(ଅଶୋକ ଷଡଙ୍ଗୀ): ପରିବେଶ ସୁରକ୍ଷା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଜଙ୍ଗଳ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ପକ୍ଷରୁ ରୁନଗାଁର ମନୋଜ କୁମାର ଦାନୀଙ୍କୁ ଶୁକ୍ରବାର…

ଚାକିରିଆଙ୍କ ପାଇଁ ଖୁସିଖବର: PF ଆକାଉଣ୍ଟ ଥିଲେ ମିଳିବ ୭ ଲକ୍ଷର… ଜାଣନ୍ତୁ କେମିତି କରିବେ ଆବେଦନ

ନୂଆଦିଲ୍ଲୀ, ୫।୬: କର୍ମଚାରୀ ଭବିଷ୍ୟ ନିଧି ସଂଗଠନ (EPFO) ର ମାଗଣା ଜୀବନ ବୀମା ଯୋଜନା (Free Life Insurance Policy) ବିଷୟରେ ଅଧିକାଂଶ ଭାରତୀୟ ଜାଣିନାହାନ୍ତି,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri