‘ଓଡ଼ିଶା ଦେଶର ଟେକ୍ନୋଲୋଜି ରିସୋର୍ସ ହବ୍‌’

ଭୁବନେଶ୍ୱର,୧୭ା୧୦(ବ୍ୟୁରୋ): ରାଜ୍ୟରେ ଆଇଟି ଇକୋସିଷ୍ଟମକୁ ବ୍ୟାପକ କରିବା ପାଇଁ ଭୁବନେଶ୍ୱରର ଚନ୍ଦକା ଶିଳ୍ପାଞ୍ଚଳର ଇନ୍‌ଫୋସିଟି ନିକଟ ଓ-ହବ୍‌ଠାରେ ଆଇବିଏମ୍‌ର କ୍ଲାଏଣ୍ଟ ଇନୋଭେଶନ୍‌ ସେଣ୍ଟର(ସିଆଇସି)କୁ ରବିବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦ୍‌ଘାଟନ କରିଛନ୍ତି। ପୂର୍ବ ଭାରତରେ ବହୁରାଷ୍ଟ୍ରୀୟ ଆଇଟି କମ୍ପାନୀ ଆଇବିଏମ୍‌ର ଏହା ପ୍ରଥମ ଶାଖା କାର୍ଯ୍ୟାଳୟ। ଏହି ନୂତନ କେନ୍ଦ୍ରଟି ଭାରତର ଟେକ୍ନୋଲୋଜି ରିସୋର୍ସ ହବ୍‌ ଭାବେ ଓଡ଼ିଶାକୁ ସ୍ଥାନିତ କରିବ। ଭାରତରୁ ବିଶ୍ୱସ୍ତରୀୟ ଗ୍ରାହକଙ୍କୁ ସେବା ଯୋଗାଇବା ପାଇଁ କମ୍ପାନୀ ଏହାର କ୍ଷମତା ବୃଦ୍ଧି କରିବାକୁ ଚାହୁଁଥିବାବେଳେ ଏହି ଇନୋଭେଶନ ସେଣ୍ଟରରେ ୫୦୦ କର୍ମଚାରୀଙ୍କ ପାଇଁ କ୍ଷମତା ରହିବ।
ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ଗତ କିଛିବର୍ଷ ମଧ୍ୟରେ ଓଡ଼ିଶା ଅନେକ କ୍ଷେତ୍ରରେ ସଫଳତା ପାଇଛି। ଓଡ଼ିଶା ବର୍ତ୍ତମାନ ଭାରତର ଏକ ଟେକ୍ନୋଲୋଜି ରିସୋର୍ସ ହବ୍‌ ଭାବେ ଗଣାହେଉଛି। ଭୁବନେଶ୍ୱରରେ ଥିବା ବହୁ ସୁଯୋଗକୁ ଗୁରୁତ୍ୱ ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି, ଅଧିକାଂଶ ଆଇଟି କମ୍ପାନୀ ଭୁବନେଶ୍ୱରରେ ପାଦ ଦେଇଛନ୍ତି। ଏଠିକାର ପରିବେଶ, ସୁବିଧା ସେବା ଓଡ଼ିଶାକୁ ଏକ ପସନ୍ଦ ସ୍ଥଳରେ ପରିଣତ କରିଛି ବୋଲି ସେ କହିଛନ୍ତି। ଆଇବିଏମ୍‌ ସେଣ୍ଟର ରାଜ୍ୟ ଆଇଟି ଇକୋସିଷ୍ଟମକୁ ଆହୁରି ବୃଦ୍ଧି କରିବ ଏବଂ ଓଡ଼ିଶାର ଯୁବପିଢ଼ିଙ୍କ ପାଇଁ ନିଯୁକ୍ତି ସୃଷ୍ଟି କରିବ ବୋଲି ରାଜ୍ୟ ଆଇଟି ମନ୍ତ୍ରୀ ତୁଷାରକାନ୍ତି ବେହେରା ଓ ଆଇଟି ସଚିବ ମନୋଜ କୁମାର ମିଶ୍ର କହିଛନ୍ତି।
‘ମେକ୍‌ ଇନ୍‌ ଓଡ଼ିଶା’ରେ ଆଇବିଏମ୍‌ ଓଡ଼ିଶା ଆସିଛି। ସେପ୍ଟେମ୍ବରରେ ଆଇବିଏମ୍‌ ଓଡ଼ିଶାରେ ତା’ର କାର୍ଯ୍ୟାଳୟ ଖୋଲିବା ପାଇଁ ଘୋଷଣା କରିଥିଲା। ମାତ୍ର ମାସକ ପରେ ଓଡ଼ିଶାରେ ଆଇବିଏମ୍‌ ତା’ର କାର୍ଯ୍ୟାଳୟ ଖୋଲିଛି। ଓଡ଼ିଶା ସରକାରଙ୍କ ଶିଳ୍ପନୀତିକୁ ଏଥିପାଇଁ ପ୍ରଶଂସା କରାଯାଉଛି।
ସୂଚନାଯୋଗ୍ୟ, ଇନଭେଷ୍ଟର୍ସ ମିଟ୍‌ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଦେଶର ବିଭିନ୍ନ ସହରକୁ ଯାଇ ଓଡ଼ିଶାରେ ପୁଞ୍ଜି ବିନିଯୋଗ ପାଇଁ ଶିଳ୍ପପତିଙ୍କୁ ଆମନ୍ତ୍ରଣ କରୁଛନ୍ତି। ନିକଟରେ ମୁମ୍ବାଇ, ବେଙ୍ଗାଲୁରୁରେ ଇନ୍‌ଭେଷ୍ଟର୍ସ ମିଟ୍‌ ଓଡି଼ଶା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ସେହିଭଳି ଆଉଏକ ଇନ୍‌ଭେଷ୍ଟର୍ସ ମିଟ୍‌ ପାଇଁ ମୁଖ୍ୟମନ୍ତ୍ରୀ ରବିବାର ହାଇଦ୍ରାବାଦ ଯାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶା ରାଜନୀତିରେ ରାଜପରିବାର: ଜାଣନ୍ତୁ କେଉଁ ଆସନରୁ ଲଢ଼ୁଛନ୍ତି କେଉଁ ରାଜପରିବାର

ଭୁବନେଶ୍ୱର,୨୨ା୪: ଭାରତ ସ୍ୱାଧୀନ ହେବା ପରେ ଦେଶରେ ରାଜତନ୍ତ୍ର ଶେଷ ହୋଇଥିଲା। ଏହାପରେ ରାଜା ପରିବାର ସଦସ୍ୟମାନେ ଗଣତାନ୍ତ୍ରିକ ପ୍ରକ୍ରିୟାରେ ମଧ୍ୟ ଲୋକଙ୍କ ଦ୍ୱାରା ନିର୍ବାଚିତ...

କାଳବୈଶାଖୀର ତାଣ୍ଡବ, ଭାଙ୍ଗିଲା ବିଜୁ ପଟ୍ଟନାୟକ ଇନ୍‌ଡୋର ଷ୍ଟାଡିୟମ

ପୁରୁଷୋତ୍ତମପୁର,୨୪ା୪(ସୀମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁରରେ ବୁଧବାର ଅପରାହ୍ନରେ କାଳବୈଶାଖୀ ତାଣ୍ଡବ ରଚିଛି। ମାତ୍ର ୧୦ ମିନିଟ୍‌ ମଧ୍ୟରେ ସହରକୁ ଛିନ୍‌ଭିନ୍‌ କରିପକାଇଛି। ବିଭିନ୍ନ ସ୍ଥାନରେ...

ବାକିରେ ନେଇ ଖାଇଲେ, ଟଙ୍କା ମାଗିବାରୁ ଦୋକାନରେ ନିଆଁ ଲଗାଇଦେଲେ

ଭୁବନେଶ୍ୱର,୨୪।୪: ବାକିରେ ନେଇ ଖାଇଲେ, ଟଙ୍କା ମାଗିବାରୁ ଦୋକାନରେ ନିଆଁ ଲଗାଇଦେଲେ। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ରାଜଧାନୀ ଚନ୍ଦକା ଅଞ୍ଚଳରେ। ଗତକାଲି ରାତିରେ...

ଆସନ୍ତା ୩ ଘଣ୍ଟା ପାଇଁ କାଳବୈଶାଖୀ, ବଜ୍ରପାତ ସୂଚନା

ଭୁବନେଶ୍ୱର,୨୪ା୪: ଦିନ ସାରା ପ୍ରଚଣ୍ଡ ଖରା ଏବଂ ଗୁଳୁଗୁଳିରେ ଲୋକେ ଆଉଟୁପାଉଟୁ ହେଉଥିବା ବେଳେ ଅପରାହ୍ନରେ କାଳବୈଶାଖୀ ବର୍ଷା ସାମାନ୍ୟ ଆଶ୍ୱସ୍ତି ଆଣିଛି। ଅପରାହ୍ନ ସାଢ଼େ...

ନିଜ ନିର୍ବାଚନ ମଣ୍ଡଳୀରୁ ପ୍ରଚାର ଆରମ୍ଭ କଲେ ମୁଖ୍ୟମନ୍ତ୍ରୀ

ହିଞ୍ଜିଳିକାଟୁ,୨୪ା୪(ଦ୍ୱିତୀକୃଷ୍ଣ ପଣ୍ଡା): ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ବୁଧବାରଠାରୁ ନିଜ ନିଜାଚନ ମଣ୍ଡଳୀ ହିଞ୍ଜିଳିରୁ ୨୦୨୪ ନିର୍ବାଚନ ପ୍ରଚାରର ଶୁଭାରମ୍ଭ କରିଛନ୍ତି। ହିଞ୍ଜିଳିକାଟୁ...

ଭୋଟରଙ୍କୁ ସଚେତନ କରୁଛନ୍ତି ପଦ୍ମଶ୍ରୀ ହଳଧର ନାଗ, କଂସ ମହାରାଜ ହୃଷୀକେଶ ଭୋଇ

ବରଗଡ଼,୨୪ା୪(ପ୍ରେମାନନ୍ଦ ଖମାରୀ): ସାଧାରଣ ନିର୍ବାଚନରେ ସମସ୍ତ ଭୋଟରଙ୍କ ଭାଗିଦାରୀ ସୁନିଶ୍ଚିତ କରିବା ତଥା ଭୋଟରଙ୍କୁ ସଚେତନ କରିବା ପାଇଁ ବରଗଡ଼ ଜିଲା ପ୍ରଶାସନ ଅଭିନୟ ପ୍ରୟାସ...

୪୫ ଡେଇଁବ ପାରଦ! ସାରା ରାଜ୍ୟକୁ ସିଭିୟର ହିଟ୍‌ ଓ୍ବେଭ ଆଲର୍ଟ

ଭୁବନେଶ୍ୱର,୨୪।୪:ତାତିରୁ ମିଳିବନି ତ୍ରାହି । ୫ ଦିନ ଧରି କଲବଲ କରିବ ଗ୍ରୀଷ୍ମ ପ୍ରବାହ । ବିଶେଷ କରି ୨୭ ଓ ୨୮ ତାରିଖରେ ଜଳିବ...

ମେ’ ପ୍ରଥମ ସପ୍ତାହରୁ ଓଜେଇଇ ପରୀକ୍ଷା

ଭୁବନେଶ୍ୱର,୨୪।୪(ଅସମାପିକା ସାହୁ): ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା (ଓଜେଇଇ) ୨୦୨୪ ମେ’ ୬ରୁ ଆରମ୍ଭ ହେବ। ସିବିଟି ମୋଡ୍‌ରେ ହେବାକୁ ଥିବା ଏହି ପରୀକ୍ଷା ମେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri