୯ରୁ ଖୋଲିବ ବୈଷୟିକ ଶିକ୍ଷାନୁଷ୍ଠାନ

ଭୁବନେଶ୍ୱର,୫।୮(ବ୍ୟୁରୋ): କୋଭିଡ୍‌ ମହାମାରୀକୁ ଦୃଷ୍ଟିରେ ରଖି ଦୀର୍ଘଦିନ ଧରି ବନ୍ଦ ଥିବା ବୈଷୟିକ ଶିକ୍ଷାନୁଷ୍ଠାନଗୁଡ଼ିକ ଆସନ୍ତା ୯ ତାରିଖରୁ ଖୋଲିବ। ରାଜ୍ୟରେ ସଂକ୍ରମଣ କମିଥିବାରୁ ବୈଷୟିକ ଶିକ୍ଷାନୁଷ୍ଠାନ ଖୋଲିବାକୁ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ନିଷ୍ପତ୍ତି ନେଇଛି। ତେବେ କେବଳ ଶେଷବର୍ଷ ଛାତ୍ରୀଛାତ୍ରଙ୍କ ପାଇଁ ଶିକ୍ଷାନୁଷ୍ଠାନ ଖୋଲିବ ବୋଲି କୁହାଯାଇଛି। ପରବର୍ତ୍ତୀ ପର୍ଯ୍ୟାୟରେ ଅନ୍ୟ ପିଲାଙ୍କ ନିମନ୍ତେ ପଦକ୍ଷେପ ନିଆଯାଇପାରେ ବୋଲି ଆଲୋଚନା ହେଉଛି। କରୋନା ଗାଇଡ୍‌ଲାଇନ୍‌ ପାଳନ ସହ ଶିକ୍ଷାନୁଷ୍ଠାନ ଖୋଲିବାକୁ ନିର୍ଦ୍ଦେଶ ରହିଛି। ଛାତ୍ରୀଛାତ୍ରଙ୍କ ପାଇଁ କୋଭିଡ୍‌ ନେଗେଟିଭ ରିପୋର୍ଟ ବାଧ୍ୟତାମୂଳକ ହେବ। ରାଜ୍ୟର ବିଭିନ୍ନ ସ୍ଥାନ ତଥା ରାଜ୍ୟ ବାହାରୁ ମଧ୍ୟ ଛାତ୍ରୀଛାତ୍ର ଆସିବାକୁ ଥିବାରୁ ବୈଷୟିକ ଶିକ୍ଷାନୁଷ୍ଠାନ ସହ ହଷ୍ଟେଲ ମଧ୍ୟ ଖୋଲିବାକୁ ନିଷ୍ପତ୍ତି ନିଆଯାଇଛି।
ଶିକ୍ଷାନୁଷ୍ଠାନ ଖୋଲାଯିବା ପୂର୍ବରୁ ଶ୍ରେଣୀଗୃହ, ଲାବୋରେଟୋରି ଓ ହଷ୍ଟେଲକୁ ସାନିଟାଇଜ କରାଯିବ। ଏନେଇ ଦକ୍ଷତା ବିକାଶ ଏବଂ ବୈଷୟିକ ଶିକ୍ଷା ବିଭାଗର ନିୟନ୍ତ୍ରଣରେ ଆସୁଥିବା ସମସ୍ତ ଇଞ୍ଜିନିୟରିଂ, ଡିପ୍ଲୋମା, ପଲିଟେକ୍‌ନିକ୍‌ ଏବଂ ଆଇଟିଆଇ କଲେଜକୁ ନିର୍ଦ୍ଦେଶ ଦିଆଯାଇଛି। ଶିକ୍ଷାନୁଷ୍ଠାନକୁ ସାନିଟାଇଜ କରିବା ସହ କରୋନା କଟକଣା ମାନି ପାଠ ପଢ଼ାଇବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ତେବେ କଣ୍ଟେନ୍‌ମେଣ୍ଟ ଜୋନରେ ରହୁଥିବା ଶିକ୍ଷକ, କର୍ମଚାରୀ ଏବଂ ଛାତ୍ରୀଛାତ୍ରମାନେ ବିଶ୍ୱବିଦ୍ୟାଳୟ ଓ କଲେଜକୁ ଆସିବେ ନାହିଁ। ମାସ୍କ ପିନ୍ଧିବା ବାଧ୍ୟତାମୂଳକ ହେବା ସହ ହାତ ସାନିଟାଇଜ କରାଯାଉଛି କି ନାହିଁ, ତାହା ନିଶ୍ଚିତ କରାଯିବ। ସାମାଜିକ ଦୂରତା ବଜାୟ ରଖିବା ସହ ଅଧିକ ଛାତ୍ରୀଛାତ୍ର ଥିଲେ ସେମାନଙ୍କୁ ଦୁଇଟି ବ୍ୟାଚ୍‌ରେ ବିଭକ୍ତ କରାଯିବ। ଛାତ୍ରୀଛାତ୍ର ବା କର୍ମଚାରୀଙ୍କ ସ୍ବାସ୍ଥ୍ୟାବସ୍ଥା ଖରାପ ହେଲେ ସେମାନଙ୍କୁ ସଙ୍ଗରୋଧରେ ରହିବା ପାଇଁ ହଷ୍ଟେଲରେ ବ୍ୟବସ୍ଥା କରାଯିବ। ସୂଚନାଯୋଗ୍ୟ, ଅଗଷ୍ଟ ଅନ୍‌ଲକ୍‌ରେ ସରକାର ଶିକ୍ଷାନୁଷ୍ଠାନ, କୋଚିଂ ସେଣ୍ଟର ଖୋଲିବାକୁ ଅନୁମତି ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଲୁଟିନେଲେ ୧୨କୋଟି

କଟକ ଅଫିସ,୨୦ା୧୧:କଟକ ନୟାସଡ଼କ ଅଞ୍ଚଳରେ ଥିବା ଅର୍ଥ ଲଗାଣକାରୀ ସଂସ୍ଥା ଇଣ୍ଡିଆନ ଇନ୍‌ଫୋଲାଇନ ଫାଇନାନ୍ସ ଲିମିଟେଡ (ଆଇଆଇଏଫ୍‌ଏଲ୍‌)ର ଶାଖା କାର୍ଯ୍ୟାଳୟରୁ ଗୁରୁବାର ପୂର୍ବାହ୍ନରେ ଏକ ବଡ଼ଧରଣର...

କାଳିଆ ମୃତ୍ୟୁରେ ମୁଖ୍ୟମନ୍ତ୍ରୀଙ୍କ ଶୋକ

ଭୁବନେଶ୍ୱର, ୨୭।୧୧(ବ୍ୟୁରୋ):  ଯୋଡ଼ାମୁଣ୍ଡ ଶିଶୁ କାଳିଆର ମୃତ୍ୟୁରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶୋକ ପ୍ରକାଶ କରିଛନ୍ତି। ମୁଖ୍ୟମନ୍ତ୍ରୀ ତାଙ୍କ ଟୁଇଟ୍‌ରେ...

ଚାଷୀ ସମସ୍ୟା, ପକ୍କାଘର ବଣ୍ଟନରେ ଦୁର୍ନୀତି ଅଭିଯୋଗ ଆଣିଲା ଭାଜପା

ଭୁବନେଶ୍ୱର,୩୦ା୬(ବ୍ୟୁରୋ): ଦୀର୍ଘଦିନ ଧରି ବିଭିନ୍ନ ରାଜନୈତିକ ପ୍ରସଙ୍ଗରେ ରାସ୍ତାକୁ ଓହ୍ଲାଉ ନ ଥିବା ଭାଜପା ନିଜର ରଣନୀତି ପରିବର୍ତ୍ତନ କରିଛି। ରାଜ୍ୟରେ ପଞ୍ଜୀକରଣ କରିଥିବା ସମସ୍ତ...

ବିଦେଶରେ ଶିକ୍ଷା ସ୍ବପ୍ନ: ଉଦ୍‌ବେଗ ବଢ଼ାଇଲା ସର୍ଭେ ରିପୋର୍ଟ

ଭୁବନେଶ୍ୱର,୫।୭: ଡାକ୍ତରୀ ଶିକ୍ଷା ପାଇଁ ଓଡ଼ିଶାରେ ମାତ୍ର ୧୫୦୦ ସିଟ୍‌ ରହିଛି। ହେଲେ ଆଶାୟୀଙ୍କ ସଂଖ୍ୟା ଏହାଠାରୁ ୩୦ଗୁଣା ଅଧିକ ଅର୍ଥାତ୍‌ ୩୫ରୁ ୪୦ ହଜାର...

ରାଜ୍ୟରେ ବୁଧବାରଠାରୁ ପ୍ଲାଜମା ଥେରାପି

ଭୁବନେଶ୍ୱର, ୧୪।୭(ବ୍ୟୁରୋ): ରାଜ୍ୟରେ ବୁଧବାରଠାରୁ ପ୍ଲାଜମା ଥେରାପି ଆରମ୍ଭ ହେବ। ଭୁବନେଶ୍ୱରର ସମ୍‌, କିମ୍‌ସ ଓ କଟକ ଅଶ୍ୱିନୀରେ ଏହି ପ୍ଲାଜମା ଥେରାପି ଆରମ୍ଭ ହେବ।...

ଲକ୍‌ଡାଉନ: ବିନା କାମରେ ବାହାରେ ବୁଲୁଥିବା ଲୋକଙ୍କ ବାଇକ୍‌ ଜବତ କଲା ପୋଲିସ

ବ୍ରହ୍ମପୁର ଅଫିସ, ୨୮।୩: କରୋନା ସଂକ୍ରମଣକୁ ରୋକିବା ପାଇଁ ଗଞ୍ଜାମ ଜିଲା ପ୍ରଶାସନ ପକ୍ଷରୁ ଲକ୍‌ଡାଉନ ଜାରି ରହିଛି। ତେବେ ଲକ୍‌ ଡାଉନର ୬ ଦିନ...

ଥମିବାର ନାଁ ଧରୁନି ସଂକ୍ରମଣ…

ନୂଆଦିଲ୍ଲୀ,୧୮।୧୧: ଦେଶରେ କରୋନା ମହାମାରୀ ସଂକ୍ରମଣ ଥମିବାର ନାଁ ଧରୁନି। ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନେ କମିଲେ ପୁଣି ବଢୁଛି। ଗତ ୨୪...

ଶ୍ରୀମନ୍ଦିରରେ ସରିଲା ନନ୍ଦୋତ୍ସବ: ଆଜି ଠାକୁରଙ୍କ ବନଭୋଜି ବେଶ

ପୁରୀ ଅଫିସ,୨୫।୮: ପ୍ରଭୁ ଶ୍ରୀକୃଷ୍ଣଙ୍କ ଜନ୍ମ ପରେ ଶନିବାର ଶ୍ରୀମନ୍ଦିରରେ ପାଳିତ ହୋଇଛି ନନ୍ଦୋତ୍ସବ। ଏହି ନୀତି ଦେଖିବା ଲାଗି ଭକ୍ତଙ୍କ ଭିଡ଼ ହୋଇଥିଲା। ରବିବାର...

Advertisement
Archives

Model This Week