Posted inଖେଳ

ସେମିଫାଇନାଲରୁ ବାଦ୍‌ ପଡ଼ିବ ଟିମ୍‌ ଇଣ୍ଡିଆ: ଏହି କ୍ରିକେଟର୍‌ କଲେ ବଡ଼ ଭବିଷ୍ୟବାଣୀ

ନୂଆଦିଲ୍ଲୀ,୨୦।୨: ICC ଟି୨୦ ବିଶ୍ୱକପ ୨୦୨୬ର ସୁପର ୮ ରାଉଣ୍ଡ ଫେବୃଆରୀ ୨୧ରେ ଆରମ୍ଭ ହେବାକୁ ଯାଉଛି। ଏଥିରେ ୮ଟି ଦଳ ସେମିଫାଇନାଲରେ ସ୍ଥାନ ପାଇବା ପାଇଁ ପ୍ରତିଦ୍ୱନ୍ଦ୍ୱିତା କରିବେ। ଏହି ଦଳଗୁଡ଼ିକୁ ଦୁଇଟି ଗ୍ରୁପରେ ବିଭକ୍ତ କରାଯାଇଛି। ଭାରତ, ଜିମ୍ବାୱେ, ଦକ୍ଷିଣ ଆଫ୍ରିକା ଏବଂ ୱେଷ୍ଟଇଣ୍ଡିଜ ଗ୍ରୁପ ୧ରେ ପରସ୍ପର ସହିତ ମୁହାଁମୁହିଁ ହେବେ। ବାକି ଚାରୋଟି ଦଳ ହେଉଛି ଶ୍ରୀଲଙ୍କା, ପାକିସ୍ତାନ, ଇଂଲଣ୍ଡ ଏବଂ ନ୍ୟୁଜିଲାଣ୍ଡ। ଏହି ରୋମାଞ୍ଚକର ମ୍ୟାଚ ପୂର୍ବରୁ, ପୂର୍ବତନ ପାକିସ୍ତାନୀ ଦ୍ରୁତ ବୋଲର ମହମ୍ମଦ ଆମିର ଏକ ଆଶ୍ଚର୍ଯ୍ୟଜନକ ବୟାନ ଦେଇଛନ୍ତି।
ସୁପର ୮ ରାଉଣ୍ଡ ଆରମ୍ଭ ହେବା ପୂର୍ବରୁ, ମହମ୍ମଦ ଆମିର ତାଙ୍କ ବୟାନ ସହିତ ଚର୍ଚ୍ଚାକୁ କରିଛନ୍ତି। ସେ ଭବିଷ୍ୟବାଣୀ କରିଛନ୍ତି, ଭାରତ ଏହି ଟୁର୍ନାମେଣ୍ଟର ସେମିଫାଇନାଲରେ ପହଞ୍ଚିବ ନାହିଁ, ଅର୍ଥାତ୍‌ ସେମାନଙ୍କର ଯାତ୍ରା ସୁପର ୮ ରାଉଣ୍ଡରେ ହିଁ ଶେଷ ହେବ। ଏହି ଟୁର୍ନାମେଣ୍ଟର ଆୟୋଜକ ଏବଂ ଡିଫେଣ୍ଡିଂ ଚାମ୍ପିଅନ ଭାରତ। ସେମାନଙ୍କ ଗ୍ରୁପରେ ଚମତ୍କାର ପ୍ରଦର୍ଶନ କରି ସମସ୍ତ ଚାରୋଟି ମ୍ୟାଚ ଜିତି ଗ୍ରୁପ ଚାମ୍ପିଅନ ହୋଇଛି। ଭାରତକୁ ଟୁର୍ନାମେଣ୍ଟର ସବୁଠାରୁ ବଡ଼ ଫେଭରିଟ ମଧ୍ୟରୁ ଗୋଟିଏ ବୋଲି ବିବେଚନା କରାଯାଏ, କିନ୍ତୁ ଆମିର ବିଶ୍ୱାସ କରନ୍ତି ଯେ, ଭାରତ ସେମିଫାଇନାଲ ଦୌଡ଼ରୁ ବାଦ ପଡ଼ିବ।

ସେ କହିଛ୍‌ତି, ଭାରତ ଟି-୨୦ ବିଶ୍ୱକପର ସେମିଫାଇନାଲରେ ପହଞ୍ଚିପାରିବ ନାହିଁ। ପାକିସ୍ତାନ ବିପକ୍ଷ ମ୍ୟାଚ ବ୍ୟତୀତ, ପ୍ରତ୍ୟେକ ମ୍ୟାଚ୍‌ଷର ଭାରତୀୟ ବ୍ୟାଟିଂ ଲାଇନଅପ ଭାଙ୍ଗିଯାଇଛି। ଦକ୍ଷିଣ ଆଫ୍ରିକା ଏବଂ ୱେଷ୍ଟଇଣ୍ଡିଜ ଯେପରି ଖେଳୁଛନ୍ତି, ସେମାନେ ଯେକୌଣସି ଦଳକୁ ପରାସ୍ତ କରିପାରିବେ। ଏହା ଉଲ୍ଲେଖନୀୟ ଯେ, ସୁପର ୮ ରାଉଣ୍ଡରେ ଗ୍ରୁପ ୧ ବହୁତ ଶକ୍ତିଶାଳୀ। ଗ୍ରୁପ ୧ର ସମସ୍ତ ଚାରିଟି ଦଳ ଏପର୍ଯ୍ୟନ୍ତ ଗୋଟିଏ ବି ପରାଜୟ ବରଣ କରିନାହାଁନ୍ତି। ଭାରତ ବ୍ୟତୀତ ଦକ୍ଷିଣ ଆଫ୍ରିକା ଏବଂ ୱେଷ୍ଟଇଣ୍ଡିଜ ପ୍ରତ୍ୟେକେ ଚାରୋଟି ଗ୍ରୁପ ମ୍ୟାଚ ଜିତିଛନ୍ତି। ଜିମ୍ବାୱେ ତିନୋଟି ବିଜୟ ଏବଂ ଗୋଟିଏ ବିନା ଫଳାଫଳରେ ନିଜର ସ୍ଥାନ ସୁରକ୍ଷିତ କରିଛି।
ସୁପର ୮ ରାଉଣ୍ଡରେ, ଟିମ ଇଣ୍ଡିଆ ଫେବୃଆରୀ ୨୨ରେ ଅହମ୍ମଦାବାଦରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ପ୍ରଥମ ମ୍ୟାଚ ଖେଳିବ। ତା’ପରେ ସେମାନେ ଫେବୃଆରୀ ୨୬ରେ ଚେନ୍ନାଇରେ ଜିମ୍ବାୱେକୁ ଭେଟିବେ। ଭାରତର ଶେଷ ସୁପର ୮ ମ୍ୟାଚ ମାର୍ଚ୍ଚ ୧ରେ କୋଲକାତାରେ ୱେଷ୍ଟଇଣ୍ଡିଜ ବିପକ୍ଷରେ ହେବ। ସେମିଫାଇନାଲରେ ସିଧାସଳଖ ପ୍ରବେଶ ପାଇଁ ଟିମ ଇଣ୍ଡିଆକୁ ଅତି କମରେ ଦୁଇଟି ମ୍ୟାଚ ଜିତିବାକୁ ପଡିବ।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?