Posted inଖେଳ

‘ଦଳକୁ ପ୍ରସ୍ତୁତ କରିବା ବଦଳରେ ବରବାଦ କରୁଛି ବିସିସିଆଇ’

ଲାହୋର,୧୨।୮: ପାକିସ୍ତାନର ପୂର୍ବତନ ଦ୍ରୁତ ବୋଲର ସରଫରାଜ ନଓ୍ବାଜ ବିସିସିଆଇକୁ କଟାକ୍ଷ କରିଛନ୍ତି। ଭାରତ ତୁଳନାରେ ପାକିସ୍ତାନ ଟିମ୍‌ ଅଧିକ ସ୍ଥିର ନଜର ଆସୁଛି। କାରଣ ଭାରତୀୟ ଟିମ୍‌ ଏସିଆ କପ୍‌ ଏବଂ ଦିନିକିଆ ବିଶ୍ୱକପ୍‌ ପୂର୍ବରୁ ହିଁ ଖେଳାଳିମାନଙ୍କୁ ସଠିକ ସ୍ଥାନ ଦେଇନାହିଁ। ଅଗଷ୍ଟ ୩୧ରେ ଏସିଆ କପ୍‌ ଥିଲେ ହେଁ ଏଯାବତ ଖେଳାଳିଙ୍କ ମଧ୍ୟକ୍ରମ ସ୍ଥିର ହୋଇନାହିଁ ବୋଲି ସେ ଏକ ଖବରଦାତା ସମ୍ମିଳନୀରେ କହିଛନ୍ତି।

ଭାରତୀୟ ଟିମ୍‌ରେ ଅଧିନାୟକ ବଦଳୁଛନ୍ତି। ଅନେକ ନୂଆ ଖେଳାଳିଙ୍କୁ ସୁଯୋଗ ମିଳୁଛି। ଏମିତିରେ ଦଳର ଚିତ୍ର ସ୍ପଷ୍ଟ ହେଉନାହିଁ। କହିବାକୁ ଗଲେ ଭାରତୀୟ ଟିମ୍‌କୁ ପ୍ରସ୍ତୁତ ନୁହେଁ ବିସିସିଆଇ ବରବାଦ୍‌ କରୁଛି ବୋଲି ସେ କହିଛନ୍ତି।

ବିଶ୍ୱକପ୍‌ କଥା ଭାବିଲେ ଭାରତୀୟ ଟିମ୍‌ ଉପରେ ଚାପ ରହିବ। କାରଣ ଦଳ ଘରୋଇ ମଇଦାନରେ ବିଶ୍ୱକପ୍‌ ଖେଳିବ। ଏଥିସହ ୧୦ ବର୍ଷରୁ କୌଣସି ଆଇସିସି ଟ୍ରଫି ଜିତି ନ ପାରିବା ଚିନ୍ତାର କାରଣ ପାଲଟିବ। ହେଲେ କିଛି ବରିଷ୍ଠ ଖେଳାଳି ଥିବା ଦଳ ପାଇଁ ଶୁଭଙ୍କର ହୋଇପାରେ ବୋଲି ମଧ୍ୟ ସରଫରାଜ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଧରିତ୍ରୀର ପ୍ରଭାବ; ତତ୍ପରତା ଦେଖାଇଲେ ବିଦ୍ୟୁତ କର୍ମଚାରୀ, ସଫେଇ ହେଲା ଟ୍ରାନ୍ସଫର୍ମର ନିକଟ ଗଛ

କର୍ଲାମୁଣ୍ଡା,୯ା୮(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ସର୍ଗୁଲ ଗାଁରେ ଥିବା ବିଦ୍ୟୁତ୍ ଟ୍ରାନ୍ସଫର୍ମରଟି ଦୀର୍ଘଦିନ ଧରି ଜଙ୍ଗଲି ଗଛରେ ଆଚ୍ଛାଦିତ ହୋଇ ରହିଥିଲା ।…

ଏନ୍‌ପିଏସ୍‌ ଶିକ୍ଷକ ସଂଘ ଶିକ୍ଷକଙ୍କ ଦୁଃଖ, ୨୨ ବର୍ଷ ଶିକ୍ଷାଦାନ ପରେ ମିଳୁଛି ୩ ହଜାର ପେନସନ

ଭଞ୍ଜନଗର,୯ା୮(ବାବୁଲା ପ୍ରଧାନ): ଦୀର୍ଘ ୨୨ ବର୍ଷ ଧରି ଶିକ୍ଷାଦାନ କରିବା ପରେ ଅବସର ନେଉଥିବା ଏନ୍‌ପିଏସ୍‌ ଶିକ୍ଷକଙ୍କୁ ମିଳୁଛି ମାତ୍ର ୩ ହଜାରରୁ ଅଧିକ ଟଙ୍କାର ପେନସନ।…

ପିଇଓ ସଙ୍ଘର କର୍ମକର୍ତ୍ତା ଚୟନ, ଦାୟିତ୍ୱ ନେଲେ ପଦାଧିକାରୀ

କୋରାପୁଟ,୯।୮(ଅମିତାଭ ବେହେରା): ନିଖିଳ ଉତ୍କଳ କୋରାପୁଟ ଜିଲା ପଞ୍ଚାୟତ ସମ୍ପ୍ରସାରଣ ଅଧିକାରୀ ସଙ୍ଘର ପୁନର୍ଗଠନ ତଥା ନୂତନ କମିଟି ଗଠନ ସ୍ଥାନୀୟ ସଦ୍‌ଭାବନା ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି।…

ସଂସଦରେ ହଟ୍ଟଗୋଳ; ପ୍ରଧାନମନ୍ତ୍ରୀଙ୍କ ଉପରକୁ ବିରୋଧୀ ଏମପିଙ୍କ ଅଣ୍ଡାମାଡ଼, ତାପରେ….

ପ୍ରିଷ୍ଟିନା,୯ା୮: କୋସୋଭୋର ସଂସଦରେ ଶନିବାର ଜୋରଦାର ହଙ୍ଗାମା ଦେଖିବାକୁ ମିଳିଛି। ସଂସଦୀୟ କାର୍ଯ୍ୟବାହୀ ଚାଲିଥିବା ସମୟରେ ଜଣେ ବିରୋଧୀ ଏମପି କାର୍ଯ୍ୟବାହୀ ପ୍ରଧାନମନ୍ତ୍ରୀ ଆଲବିନ କୁର୍ତିଙ୍କ ଉପରକୁ…

ଘରେ ପଶି ଗୀତାଞ୍ଜଳିଙ୍କୁ ହତ୍ୟା କଲେ ଦୁର୍ବୃତ୍ତ, ବିବାହ ନ କରି ରହୁଥିଲେ ଏକାକୀ, ଗାଁରେ ପଡ଼ିଛି ଚହଳ…

ବଲାଙ୍ଗୀର,୯ା୮(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ପୁଇଁତଳା ବ୍ଲକ ଅନ୍ତର୍ଗତ ଖମାର ମୁଣ୍ଡା ଗ୍ରାମଠାରେ ଜଣେ ଅବିବାହିତା ମହିଳା ଏକୁଟିଆ ଘରେ ଥିବା ବେଳେ ଦୁର୍ବୃତ୍ତ ଘରକୁ…

ଖେଳୁଖେଳୁ ଦୁଇ ଶିଶୁଙ୍କ ଆଖି ସାମ୍ନାରେ ହଠାତ୍‌ ଦବିଗଲା ମାଟି, ୧୦ ଫୁଟ ଗର୍ତ୍ତ ଦେଖି ଆତଙ୍କିତ ଗ୍ରାମବାସୀ

ଭଞ୍ଜନଗର,୯ା୮(ବାବୁଲା ପ୍ରଧାନ): ଗଞ୍ଜାମ-କନ୍ଧମାଳ ଜିଲା ସୀମାରେ ଥିବା କନ୍ଧମାଳ ଜିଲାର ରାଇକିଆ ବ୍ଲକ ଅନ୍ତର୍ଗତ ଢେପାଗୁଡ଼ା ଗ୍ରାମରେ ଭୂସ୍ଖଳନ ଘଟଣାକୁ ନେଇ ଗ୍ରାମବାସୀଙ୍କ ମଧ୍ୟରେ ଭୟ ଓ…

ସ୍ବାସ୍ଥ୍ୟକେନ୍ଦ୍ରକୁ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର କରିବା ପ୍ରକ୍ରିୟାରେ ବିଳମ୍ବ, ତେଜୁଛି ଅସନ୍ତୋଷ

ଗଞ୍ଜାମ,୯ା୮(ବିଦ୍ୟାଧର ସାହୁ): ଗଞ୍ଜାମ ଜିଲା ହୁମ୍ମାଠାରେ ରହିଥିବା ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରକୁ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର କରିବା ପାଇଁ ଅଞ୍ଚଳବାସୀଙ୍କ ପକ୍ଷରୁ ଗତ ୧ ବର୍ଷ ତଳେ ଦାବି ଜୋର…

ଶିକ୍ଷା ବିଭାଗରେ ଚହଳ! ଘରେ ପଶି ଶିକ୍ଷୟିତ୍ରୀଙ୍କୁ ବଳାତ୍କାର, ବିରୋଧ କରିବାରୁ….

ଲକ୍ଷ୍ନୌ,୯ା୮: ଉତ୍ତରପ୍ରଦେଶର ହରଦୋଇ ଜିଲାରୁ ଏକ ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି । ଜଣେ ସରକାରୀ ପ୍ରାଥମିକ ବିଦ୍ୟାଳୟର ଶିକ୍ଷୟିତ୍ରୀଙ୍କୁ ବଳାତ୍କାର କରାଯାଇଥିବା ନେଇ ଅଭିଯୋଗ ହୋଇଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri