Posted inଖେଳ

ଟିମ୍‌ ଇଂଲଣ୍ଡ ସଦସ୍ୟ ପିନ୍ଧିଲେ ପରସ୍ପରର ଜର୍ସି: ଅଲଝାଇମର ସୋସାଇଟି ପ୍ରତି ସମ୍ମାନ ପ୍ରଦର୍ଶନ…

ଲଣ୍ଡନ,୨୯।୭ : ଇଂଲଣ୍ଡର କ୍ରିକେଟ ଦଳର ଖେଳାଳିମାନେ ଲଣ୍ଡନର ଓଭାଲରେ ପଞ୍ଚମ ଆଶେସ ଟେଷ୍ଟର ତୃତୀୟ ଦିନରେ ଅଲଝାଇମର ସୋସାଇଟିକୁ ସମ୍ମାନ ପ୍ରଦର୍ଶନ କରିଥିଲେ। ଅଲଝାଇମର ସୋସାଇଟି ହେଉଛି ଏକ ସଂଗଠନ ଯାହା ବ୍ରିଟେନରେ ଡିମେନ୍ସିଆ, କେୟାର, ବିଶେଷଜ୍ଞ, ପ୍ରଚାରକ, ଅନୁସନ୍ଧାନକାରୀ ଏବଂ କ୍ଲିନିକାଲ ବିଶେଷଜ୍ଞଙ୍କ ସହ ବାସ କରୁଥିବା ଲୋକଙ୍କୁ ନେଇ ଗଠିତ ।

ସମସ୍ତ ଇଂଲଣ୍ଡ ଖେଳାଳି ପଞ୍ଚମ ଟେଷ୍ଟର ତୃତୀୟ ଦିନରେ ସକାଳ ଅଧିବେଶନ ପୂର୍ବରୁ ନିଜ ଜର୍ସିରେ ଭୁଲ ନାମ ନେଇ ପଡ଼ିଆକୁ ଓହ୍ଲାଇଥିଲେ। ଅର୍ଥାତ ସମସ୍ତଟିମ୍‌ ଇଂଲଣ୍ଡ ଖେଳାଳି ଅଲଝାଇମର ସମସ୍ୟାରେ ଭୁଲାମନ ପରି ପରସ୍ପରର ଜର୍ସି ଅଦଳ ବଦଳ କରି ପିନ୍ଧିଥିଲେ। କ୍ୟାପଟେନ ବେନ ଷ୍ଟୋକ୍ସ ଜନି ବେୟାରଷ୍ଟୋଙ୍କ ଜର୍ସି ପିନ୍ଧିଥିବାବେଳେ ମୋଏନ ଅଲି ୱେକସ ଜର୍ସି ପିନ୍ଧିଥିଲେ, ଜେମ୍ସ ଆଣ୍ଡରସନ ଷ୍ଟୁଆର୍ଟ ବ୍ରଡଙ୍କ ସାର୍ଟ ପିନ୍ଧିଥିଲେ।

ପ୍ରଥମ ଅଧିବେଶନ ଆରମ୍ଭ ପୂର୍ବରୁ ଅଲଝାଇମର ସୋସାଇଟିର ଲୋକମାନଙ୍କ ଦ୍ୱାରା ଏକ ଗୀତ ମଧ୍ୟ ଉଭୟ ଦଳ ଉପଭୋଗ କରିଥିଲେ। ଏହା ପରେ ଯେତେବେଳେ ଇଂଲଣ୍ଡର ସମସ୍ତ ଖେଳାଳି ପଡ଼ିଆକୁ ଆସିଲେ, ଅଷ୍ଟ୍ରେଲିଆ ଦଳ ମଧ୍ୟ ସେମାନଙ୍କୁ ସମର୍ଥନ କରିଥିଲେ। ଇଂଲଣ୍ଡ ଖେଳାଳିଙ୍କ ସହ ଅଷ୍ଟ୍ରେଲିଆ ଦଳ ମଧ୍ୟ ପଡ଼ିଆରେ ଏକାଠି ହୋଇଥିଲେ।

ପ୍ରଶଂସକମାନେ ଏହି ପଦକ୍ଷେପକୁ ପ୍ରଶଂସା କରିଥିଲେ ଏବଂ ଉଭୟ ଦଳଙ୍କୁ ପ୍ରଶଂସା କରିଥିଲେ। ଏହାର ଭିଡିଓ ଇଂଲଣ୍ଡ କ୍ରିକେଟ ବୋର୍ଡ ଟୁଇଟରରେ ମଧ୍ୟ ଶେୟାର କରିଛି। ଅବଶ୍ୟ, ପରେ ଅର୍ଥାତ ଖେଳ ଆରମ୍ଭ ପରେ ସମସ୍ତେ ନିଜର ଠିକ ଜର୍ସି ପିନ୍ଧିଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

‘ଏମ୍‌ଭି ଓସେନ ୱିନର୍‌’ ଜାହାଜ ବୁଡ଼ି ଘଟଣା, ପାରାଦୀପରେ ପହଞ୍ଚିଲେ ୨ ନାବିକ

ପାରାଦୀପ,୨୭।୮(ଶରତ ରାଉତ): ଗତ ୨୨ ତାରିଖରେ ବଙ୍ଗୋପସାଗର ପୋର୍ଟବ୍ଲେୟାର ସୀମାରେ ବୁଡି ଯାଇଥିବା ପଣ୍ୟବାହୀ ଜାହାଜ ଏମଭି ଓସେନ୍ ଓ୍ବିନରର ୨ ଜଣ ଉଦ୍ଧାର ନାବିକ ଗୁରୁବାର…

PM ସୂର୍ଯ୍ୟ ଘର ଯୋଜନାରେ ନୂଆ ନିୟମ! ସବସିଡି ପାଇଁ ପୂରଣ କରିବାକୁ ପଡ଼ିବ ଏହି ସର୍ତ୍ତ

ନୂଆଦିଲ୍ଲୀ,୨୭।୮: ସରକାର ‘ପିଏମ ସୂର୍ଯ୍ୟ ଘର ମାଗଣା ବିଜୁଳି ଯୋଜନା’ (PM Surya Ghar Muft Bijli Yojana) ର ପରବର୍ତ୍ତୀ ପର୍ଯ୍ୟାୟରେ ବଡ଼ ପରିବର୍ତ୍ତନ କରିବାକୁ…

କଲମ୍ବୋ ଟେଷ୍ଟ ଡ୍ର: ଭାରତର WTC ଫାଇନାଲ ଆଶାକୁ ବଡ଼ ଝଟ୍‌କା

ନୂଆଦିଲ୍ଲୀ,୨୭।୮: ଗାଲେ ଟେଷ୍ଟରେ ଦମଦାର ବିଜୟ ହାସଲ କରିବା ପରେ ଭାରତୀୟ ଦଳ ହାତରୁ ଖସିଯାଇଛି କଲମ୍ବୋ ଟେଷ୍ଟ। କୋଲମ୍ବୋରେ ଭାରତର ବିଜୟ ପ୍ରାୟ ସୁନିଶ୍ଚିତ ମନେ…

୩ ରାଶିଙ୍କ ପାଇଁ ଚନ୍ଦ୍ର ଗ୍ରହଣ ଶୁଭ! କାଲିଠୁ ଅଚାନକ ବଢିବ ଇନକମ, ଅଜଣା ଲୋକ ଦେବେ ସରପ୍ରାଇଜ

୨୮ ଅଗଷ୍ଟ ୨୦୨୬ରେ କୁମ୍ଭ ରାଶିରେ ଚନ୍ଦ୍ରଗ୍ରହଣ ଘଟିବ। ଏହାର ପ୍ରଭାବ ତିନୋଟି ରାଶି ପାଇଁ ଲାଭଦାୟକ ହୋଇପାରେ, ଯାହା ସେମାନଙ୍କ କ୍ୟାରିଅର, ଆର୍ଥିକ ଓ ଅଟକି…

ଜଗମୋହନ ମୀନାଙ୍କ ଇସ୍ତଫା ପତ୍ର ଗ୍ରହଣ କଲେ ରାଜ୍ୟ ସରକାର: ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ପଠାଇଲେ…

ଭୁବନେଶ୍ୱର,୨୭।୮: ଭୁବନେଶ୍ବର ଡିସିପି ଜଗମୋହନ ମୀନାଙ୍କ ଇସ୍ତଫା ଗୃହୀତ ହୋଇଛି। ୩୭ ବର୍ଷୀୟ ଜଗମୋହନଙ୍କ ଇସ୍ତଫାପତ୍ରକୁ ଗ୍ରହଣ କରି ସ୍ବରାଷ୍ଟ୍ର ମନ୍ତ୍ରଣାଳୟକୁ ପଠାଇଛନ୍ତି ରାଜ୍ୟ ସରକାର। ସୂଚନାଯୋଗ୍ୟ,…

ଶ୍ରାବଣ ମାସରେ ମଟନ୍ ଖାଇବାକୁ ଜିଦ୍ କଲେ ପୁଅ, ପିଟିପିଟି ମାରିଦେଲେ ବାପା

ମୁମ୍ବାଇ,୨୭।୮: ମହାରାଷ୍ଟ୍ରର ପୁଣେରୁ ଏକ ଚାଞ୍ଚଲ୍ୟକର ହତ୍ୟାକାଣ୍ଡ ସାମ୍ନାକୁ ଆସିଛି । ଶ୍ରାବଣ ମାସରେ ମଟନ ଖାଇବାକୁ ଜିଦ୍‌ କରିବାକୁ ନେଇ ବାପା-ପୁଅଙ୍କ ମଧ୍ୟରେ ବିବାଦ ହୋଇଥିଲା।…

ସୂର୍ଯ୍ୟ-ବୁଧଙ୍କ ଶୁଭ ଯୁତି: ଖୋଲିବ ୪ ରାଶିର ଭାଗ୍ୟ, ହେବ ପ୍ରଚୁର ଧନଲାଭ!

ଆଜି ଅଗଷ୍ଟ ୨୭ ତାରିଖ ରାତି ୧୦ଟା ୩୧ ମିନିଟରେ ସୂର୍ଯ୍ୟ ଏବଂ ବୁଧ ଗ୍ରହ ଦୁହେଁ ୦ ଡିଗ୍ରୀକୁ ଆସିବେ। ଏହି ସମୟରେ ଯୁତି ଦୃଷ୍ଟି…

‘ମାତା-ପିତାଙ୍କ ସେବା ପୁଅ-ଝିଅଙ୍କ ଦାୟିତ୍ୱ, ବୋହୂ-ଜ୍ୱାଇଁଙ୍କର ନୁହେଁ‘: କୋର୍ଟଙ୍କ ବଡ଼ ରାୟ

ନୂଆଦିଲ୍ଲୀ,୨୭।୮: ମାତା-ପିତାଙ୍କ ସେବା କରିବା ପୁଅ ଏବଂ ଝିଅର ଦାୟିତ୍ୱ, ବୋହୂ ଏବଂ ଜ୍ୱାଇଁ ଏଥିପାଇଁ ଦାୟୀ ନୁହଁନ୍ତି। କୌଣସି ବ୍ୟକ୍ତି ନିଜ ସ୍ତ୍ରୀକୁ କିମ୍ୱା କୌଣସି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri