ବଲାଙ୍ଗୀର ଅଫିସ,୧୧ା୪(ଡି.ଏନ୍.ଏ.): ବଲାଙ୍ଗୀର ଜିଲା ପାଟଣାଗଡ଼ ବ୍ଲକ ସୁନାମୁଦି ବାପୁଜୀ ହାଇସ୍କୁଲରେ ସୋମବାର ସକାଳେ ସ୍କୁଲରେ ୮ ଛାତ୍ରୀ ହଠାତ୍ ଅସୁସ୍ଥ ହୋଇପଡ଼ିଥିଲେ। ସେମାନଙ୍କୁ ତୁରନ୍ତ ପାଟଣାଗଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସବୁଦିନ ଭଳି ଛାତ୍ରୀମାନେ ସ୍କୁଲକୁ ଆସିଥିଲେ। ପ୍ରାର୍ଥନା ସମୟରେ କେତେଜଣ ଛାତ୍ରୀ ଅନୁପସ୍ଥିତ ଥିବାରୁ ସ୍କୁଲର ଭୂଗୋଳ ଶିକ୍ଷକ ବିକାଶ ଚନ୍ଦ୍ର ଧରୁଆ ରାଗିଯାଇ ସେମାନଙ୍କୁ ୧୦୦ ଥର ଲେଖାଏ କାନ ଧରି ଉଠ୍ବସ୍ ହେବା ପାଇଁ କହିଥିଲେ। ଉଠବସ୍ ହୋଇ ଛାତ୍ରୀମାନେ ହଠାତ୍ ଅଚେତ ହୋଇଯାଇଥିଲେ। ସେମାନଙ୍କୁ ତୁରନ୍ତ ଅଭିଭାବକମାନେ ପାଟଣାଗଡ଼ ଡାକ୍ତରଖାନାକୁ ଆଣିଥିଲେ। ଚିକିତ୍ସିତଙ୍କ ମଧ୍ୟରୁ ଜଣଙ୍କ ଅବସ୍ଥା ଗୁରୁତର ଥିବା ଡାକ୍ତରଖାନା ସୂତ୍ରରୁ ଜଣାପଡ଼ିଛି। ଏନେଇ ଅଭିଭାବକମାନଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ଘଟଣାର ତଦନ୍ତ ସହ ସ୍କୁଲ କର୍ତ୍ତୃପକ୍ଷଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଦାବି ହେଉଛି।
Posted inଆମ ଜିଲା ଖବର, ବଲାଙ୍ଗୀର, ରାଜ୍ୟ View All

ଋଣ ଆଦାୟ ପାଇଁ ବୁଲୁଛନ୍ତି ଫାଇନାନ୍ସ କର୍ମଚାରୀ
ବାଲିଆ,୭ା୫: ମହାମାରୀ କରୋନା ମୁକାବିଲା ପାଇଁ ଦେଶ୍ ଲକ୍ଡାଉନ ହୋଇଛି। ଫଳରେ ଲୋକେ ଏବେ ଘରେ ବସି ରହିଛନ୍ତି। ମାତ୍ର ଏହି ସମୟରେ ବିଭିନ୍ନ ଫାଇନାନ୍ସ...

ପଥଚାରୀଙ୍କ ପାଇଁ କାଳ ପେଲେଟ
ଯାଜପୁର ଅଫିସ,୨୩।୭: ବ୍ରାହ୍ମଣୀ ରିଭର୍ସ ପେଲେଟ ଲିମିଟେଡ୍ (ବିଆର୍ପିଏଲ୍) କର୍ତ୍ତୃପକ୍ଷଙ୍କ ମନମାନି ଅଣାୟତ୍ତ ହେବାରେ ଲାଗିଛି। ଯାଜପୁରରୋଡ-ଡୁବୁରୀ ରାସ୍ତାର ବିଆର୍ପିଏଲ୍ କାରଖାନା ସମ୍ମୁଖରେ ଲୁହାପଥର ଗୋଲି...

କ୍ୟୁ ନେଟ ଠକେଇ ମାମଲା: ୩ ଅଭିଯୁକ୍ତଙ୍କ ଜାମିନ ଖାରଜ
କଟକ ଅଫିସ,୨୯।୬: କ୍ୟୁ ନେଟ ଚିଟଫଣ୍ଡ ଠକେଇ ମାମଲାରେ ଗିରଫ ୩ ଅଭିଯୁକ୍ତଙ୍କ ଜାମିନ ଆବେଦନକୁ ସୋମବାର ହାଇକୋର୍ଟ ଖାରଜ କରିଛନ୍ତି। ଅଭିଯୁକ୍ତମାନେ ହେଲେ ଏହି...

CORONAVIRUS UPDATE: ଆଉ ନୂଆ ୧୪୬ ପଜିଟିଭ୍ ଚିହ୍ନଟ; ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩,୧୪୦କୁ ବୃଦ୍ଧି
ଭୁବନେଶ୍ୱର,୯।୬(ବ୍ୟୁରୋ): ରାଜ୍ୟରେ ମଙ୍ଗଳବାର ପୁଣି ୧୪୬ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୩,୧୪୦କୁ ବୃଦ୍ଧି ପାଇଛି। ଏ...

ପୁଣି ୪ କରୋନା ପଜିଟିଭ: ରାଜ୍ୟରେ ଆକ୍ରାନ୍ତ ସଂଖ୍ୟା ହେଲା ୫୪
ଭୁବନେଶ୍ୱର,୧୨।୪: (ବ୍ୟୁରୋ)- ରାଜ୍ୟରେ ପୁଣି ୪କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ଆକ୍ରାନ୍ତଙ୍କ ସଂଖ୍ୟା ୫୪ରେ ପହଁଚିଛି।ଶନିବାର ୪ଜଣଙ୍କଠାରେ କରୋନା ପଜିଟିଭ ଚିହ୍ନଟ ହୋଇଥିବା...

ହତ୍ୟା ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡ
ଆସିକା,୩୦।୧୧(ଡି.ଏନ.ଏ.): ଗଞ୍ଜାମ ଜିଲା ଆସିକା ଅତିରିକ୍ତ ଜିଲାଜଜ୍ ଚୌଧୁରୀ ପ୍ରବୀର କୁମାର ବୁଧବାର ଏକ ହତ୍ୟା ମାମଲାର ବିଚାର କରି ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ...

ପାଣି ପ୍ରକଳ୍ପ କେବୁଲ ତାର ଚୋରି: ଜଳ ଯୋଗାଣ ବନ୍ଦ
ଆରଡ଼ି,୧୦ା୯(ଡି.ଏନ୍.ଏ.): ଭଦ୍ରକ ଜିଲା ଆରଡ଼ି ବସଷ୍ଟାଣ୍ଡ ଓ କୋଇଲଖା ବାତ୍ୟା ଆଶ୍ରୟସ୍ଥଳ ନିକଟସ୍ଥ ଜଳ ପ୍ରକଳ୍ପରୁ ଶୁକ୍ରବାର ରାତିରେ କିଛି ଦୁର୍ବୃତ୍ତ ପ୍ରକଳ୍ପ ଓ ପାଣିପମ୍ପ୍କୁ...

ଜଳଖିଆ ଖାଇବା ପରେ ଜୀବନ ହାରିଲେ କଏଦୀ
ଭଞ୍ଜନଗର,୨୧।୧୧(ଡି.ଏନ.ଏ): ଗଞ୍ଜାମ ଜିଲା ଭଞ୍ଜନଗର ସ୍ବତନ୍ତ୍ର ଉପ କାରାଗାରରେ ସୋମବାର ଜଣେ ବିଚାରାଧୀନ କଏଦୀ ଆତ୍ମହତ୍ୟା କରିଛନ୍ତି। ସେ ହେଲେ ଭଞ୍ଜନଗର ଥାନା ଅନ୍ତର୍ଗତ ଡୁମାକୁମ୍ପାର...