ପୋଲାଣ୍ଡ-ହଙ୍ଗେରିରେ ଶିକ୍ଷକଙ୍କ ଅଭାବ: କମ୍‌ ଦରମା ଯୋଗୁ ପାଠ ପଢ଼ାଇବାକୁ ଅମଙ୍ଗ…

ଓ୍ବାରର୍ସ/ବୁଧାପେଷ୍ଟ, ୪।୯ : ରୁଷିଆ ୟୁକ୍ରେନ୍‌ ମଧ୍ୟରେ ଜାରି ରହିଥିବା ଯୁଦ୍ଧର ପ୍ରଭାବ ଏବେ ପୋଲାଣ୍ଡ ଏବଂ ହଙ୍ଗେରିରେ ଅନୁଭୁତ ହେବାରେ ଲାଗିଛି। ଉଭୟ ଦେଶ ୟୁକ୍ରେନ ଶରଣାର୍ଥୀଙ୍କ ସମସ୍ୟା ସହ ମୁକାବିଲା କରୁଥିବାରୁ ଏହି ସମସ୍ୟା ଆହୁରି ଖରାପ ହେବାକୁ ଯାଉଛି। ସେଥିମଧ୍ୟରୁ ପୋଲାଣ୍ଡର ଅବସ୍ଥା ଅଧିକ ଖରାପ, କାରଣ ଏଠାରେ ପ୍ରାୟ ଦୁଇ ଲକ୍ଷ ୟୁକ୍ରେନ ଛୋଟ ପିଲାଙ୍କ ଭବିଷ୍ୟତ ଅନ୍ଧକାରରେ ରହିଛି। ସେମାନେ ପାଠ ନପଢ଼ି ବସି ରହିଛନ୍ତି। ୨୪ ଫେବୃଆରୀରେ ଯୁଦ୍ଧ ଆରମ୍ଭ ହେବା ପରେ ସେମାନଙ୍କ ମଧ୍ୟରୁ ଅଧିକାଂଶ ପୋଲାଣ୍ଡ ବିଦ୍ୟାଳୟରେ ନାମ ଲେଖାଇଥିଲେ।

ଆସନ୍ତା ବର୍ଷ ୟୁକ୍ରେନ ଛାତ୍ରଙ୍କ ସଂଖ୍ୟା ତିନିଗୁଣ ହୋଇପାରେ ବୋଲି ଶିକ୍ଷା ମନ୍ତ୍ରୀ ସୂଚନା ଦେଇଛନ୍ତି। ମାତ୍ର କମ୍‌ ଦରମା ଯୋଗୁ ପାଠ ପଢ଼ାଇବାକୁ ଶିକ୍ଷକମାନେ ଅମଙ୍ଗ ହେବା ସହିତ ପେଶା ଛାଡ଼ିବାରେ ଲାଗିଛନ୍ତି। କମ୍‌ ଦରମା ଏବଂ ଅତ୍ୟଧିକ କାମ ଚାପରେ ଶିକ୍ଷକମାନଙ୍କର ଆର୍ଥିକ ସ୍ଥିତି ଖରାପ ହେବାରେ ଲାଗିଛି। ଶିକ୍ଷକ ଓ ଅଭିଭାବକମାନେ କହିଛନ୍ତି ଯେ ଶାସକ ଦଳ ଛାତ୍ରୀଛାତ୍ରମାନଙ୍କ ମଧ୍ୟରେ ରକ୍ଷଣଶୀଳ ଏବଂ ଜାତୀୟତାବାଦୀ ମନୋଭାବ ବଢ଼ାଇବା ପାଇଁ ବିଦ୍ୟାଳୟଗୁଡ଼ିକୁ ବ୍ୟବହାର କରୁଛନ୍ତି।

ବିଭିନ୍ନ ସମସ୍ୟାକୁ ନେଇ ଶିକ୍ଷକମାନେ କଳା କପଡା ସହିତ ମୁହଁ ଘୋଡାଇ କଳା କଳା ଛତା ଧରି ପ୍ରଦର୍ଶନ କରିଥିଲେ । ଶିକ୍ଷକ ସଂଘ ପିଏସଜେଡ କହିଛି ଯେ ଶିକ୍ଷକମାନେ ଟିକସ ଦେବା ପରେ ଦରମା ବାବଦରେ ମାତ୍ର ୫୦୦ ୟୁରୋ ପାଆନ୍ତି। ଏହି କାରଣରୁ ଅନେକ ଶିକ୍ଷକ ପେଶା ଛାଡି ଯାଉଛନ୍ତି। ଇତିମଧ୍ୟରେ ଶହ ଶହ ଲୋକ ଏକ ପଦଯାତ୍ରା କରି ଶିକ୍ଷକମାନଙ୍କୁ ସମର୍ଥନ କରିଛନ୍ତି। ଲୋକେ ଅଭିଯୋଗ କରିଛନ୍ତି ଯେ ପ୍ରଧାନମନ୍ତ୍ରୀ ଭିକ୍ଟର ଆରେବାନଙ୍କ ସରକାରଙ୍କ ନିର୍ଦ୍ଦେଶରେ ଶିକ୍ଷକଙ୍କ ଦରମା କମ ରଖାଯାଇଛି। ସେମାନେ ସ୍ବତନ୍ତ୍ର ଦେଶ ଏବଂ ମାଗଣା ଶିକ୍ଷା ଆଦି ସ୍ଲୋଗାନ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଟୁଇଟରକୁ ନାଲିଆଖି

ଓ୍ବାଶିଂଟନ,୧୦ା୨: କେନ୍ଦ୍ରର ୩ ବିବାଦୀୟ କୃଷି ଆଇନ ପ୍ରତ୍ୟାହାର ଦାବିରେ ଦିଲ୍ଲୀର ସିଙ୍ଘୁ, ଟିକ୍ରି ଓ ଗାଜିପୁର ସୀମାରେ ପ୍ରାୟ ଅଢ଼େଇ ମାସ ଧରି ଆନ୍ଦୋଳନ...

ଟ୍ରସ୍‌ଙ୍କ ଫୋନ୍‌ ହ୍ୟାକ୍‌ କରାଇଥିଲେ ପୁଟିନ୍‌…

ଲଣ୍ଡନ/ମସ୍କୋ,୩୦।୧୦: ୟୁକ୍ରେନ ସହିତ ଯୁଦ୍ଧ ପରେ ଆମେରିକା ଏବଂ ବ୍ରିଟେନ ପରି ଦେଶର ପରବର୍ତ୍ତୀ ପଦକ୍ଷେପ ଉପରେ ରୁଷିଆର ତୀକ୍ଷ୍‌ଣ ନଜର ରଖିଛି। ଏଭଳି ପରିସ୍ଥିତିରେ...

ପାକ୍‌ ପଞ୍ଜାବ ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା

ଇସ୍‌ଲାମାବାଦ,୨୯।୩: ପାକିସ୍ତାନ ପାର୍ଲାମେଣ୍ଟରେ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ ଅନାସ୍ଥା ପ୍ରସ୍ତାବର ସମ୍ମୁଖୀନ ହୋଇଥିବାବେଳେ ତାଙ୍କ ଦଳର ସଦସ୍ୟ ତଥା ପଞ୍ଜାବ ପ୍ରଦେଶର ମୁଖ୍ୟମନ୍ତ୍ରୀ ଉସ୍‌ମାନ ବୁଜଦର...

୧୦୦୦ ୟୁକ୍ରେନ୍‌ ସୈନ୍ୟ କରିଛନ୍ତି ଆତ୍ମସମର୍ପଣ, ରୁଷିଆର ଦାବି…

ମସ୍କୋ, ୧୯।୫ : ରୁଷିଆର ପ୍ରତିରକ୍ଷା ମନ୍ତ୍ରଣାଳୟ କହିଛି ଯେ ଚଳିତ ସପ୍ତାହରେ ମାରିଓପୋଲର ଆଜୋଭଷ୍ଟାଲ ପ୍ଲାଣ୍ଟରେ ପ୍ରାୟ ୧୦୦୦ ୟୁକ୍ରେନ ସୈନ୍ୟ ଆତ୍ମସମର୍ପଣ କରିଛନ୍ତି।...

ବିଶ୍ୱର ସବୁଠୁ ଧନୀ ବ୍ୟକ୍ତି ଏଲୋନ ମସ୍କ, ପଛରେ ପଡ଼ିଲେ ଜେଫ୍‌ ବେଜୋସ

ନୂଆଦିଲ୍ଲୀ,୭।୧- ଟେସ୍‌ଲା ମୁଖ୍ୟ ତଥା ବିଲିୟନେୟାର ଉଦ୍ୟୋଗୀ ଏଲୋନ ମସ୍କ ଗୁରୁବାର ବିଶ୍ୱର ସବୁଠୁ ଧନୀ ବ୍ୟକ୍ତି ହୋଇଛନ୍ତି। ସେ ଆମାଜନ ଡଟ୍‌ କମ୍‌ ଆଇଏନ୍‌ସିର...

ଗଛରେ ପିଟିହେଲା ବସ୍‌: ୧୦ ମୃତ, ୨୦ ଆହତ

ଢାକା,୨୯ା୫: ବାଂଲାଦେଶର ଦକ୍ଷିଣ ବରିଶାଲ ଜିଲାରେ ଏକ ଯାତ୍ରୀବାହୀ ବସ୍‌ ରବିବାର ସକାଳେ ଗଛରେ ଧକ୍କା ହେବାରୁ ଅତି କମ୍‌ରେ ୧୦ ଜଣଙ୍କର ମୃତ୍ୟୁ ଘଟିଛି।...

କାବୁଲରେ ଆଇଇଡି ବିସ୍ଫୋରଣ

କାବୁଲ,୨୭।୫:ଆଫଗାନୀସ୍ତାନ କାବୁଲରେ ସୋମବାର ଆଇଇଡି ବିସ୍ଫୋରଣରେ ଏକ ବସ୍‌ ଧ୍ୱଂସ ହୋଇଯାଇଛି। ଏହି ଘଟଣାରେ ୧୦ ଲୋକ ଆହତ ହୋଇଥିବା ସ୍ଥାନୀୟ ପ୍ରଶାସନ ପକ୍ଷରୁ ସୂଚନା...

ବିମାନ ଆକ୍ରମଣରେ ୧୧ ତାଲିବାନ ଆତଙ୍କବାଦୀ ମୃତ

ଶୋରାବକ,୩୧।୧୨: ଦକ୍ଷିଣ ପୂର୍ବ ଆଫଗାନିସ୍ତାନର କାନ୍ଦାହାରରେ ଥିବା ଶୋରାବକ ଜିଲାରେ ହୋଇଥିବା ପୃଥକ ପୃଥକ ବିମାନ ଆକ୍ରମଣରେ ୧୧ ତାଲିବାନ ଆତଙ୍କବାଦୀଙ୍କ ମୃତ୍ୟୁ ଘଟିଥିବା ସୂଚନା...

Advertisement
Archives

Model This Week